କମଲ ରାୟ

ଉଇକିପିଡ଼ିଆ‌ରୁ
କମଲ ରାୟ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୦ – ୧୯୯୫
ପ୍ରସିଦ୍ଧିହିନ୍ଦୀ କଥାଚିତ୍ର ଅଭିନେତ୍ରୀ
ଉଲ୍ଲେଖନୀୟ କୃତିବୀରାନା

କମଲ ରାୟ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ୧୯୭୦ ଦଶକରେ ୬୦ରୁ ଅଧିକ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।ତାଙ୍କ ଅଭିନୀତ ଶେଷ କଥାଚିତ୍ର ତୀନ୍ ମୋଟି ୧୯୯୫ ମସିହାରେ ମୁକ୍ତିଲାଭ କରିଥିଲା ।

କମଲ ୧୯୭୦ରେ ଜଣେ କନିଷ୍ଠ କଳାକାର ଭାବରେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ବବି ଜରିଆରେ ସେ ଲୋକଲୋଚନକୁ ଆସିଥିଲେ, ଯେଉଁଥିରେ ସେ ନାୟକଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ ମନୋରଞ୍ଜନ (୧୯୭୪), ପୋଙ୍ଗା ପଣ୍ଡିତ (୧୯୭୫) ଏବଂ ଆପ୍ ବିଟି (୧୯୭୬) ପରି କଥାଚିତ୍ରେ କପୁର ଭାଇମାନଙ୍କ ସହିତ ସହାୟକ ଭୂମିକା ଅଭିନୟ କରିଥିଲେ । ଅନେକ କଥାଚିତ୍ରରେ ସେ ମଦନ ପୁରୀଙ୍କ ଭଳି ଖଳନାୟକମାନଙ୍କର ଶଯ୍ୟାସଙ୍ଗିନୀ ଭାବରେ ଅଭିନୟ କରିଥିଲେ । ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଭଗବାନ ସମାୟେ ସଂସାର୍ ମେଁରେ ଦେବୀ ମା' ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ, ଯାହାକି ସେତେବେଳେ ତାଙ୍କର ସବୁଠାରୁ ବଡ଼ ଭୂମିକା ଥିଲା । ପରବର୍ତ୍ତୀ ସମୟରେ ସେ କଥାଚିତ୍ର ଜଗତରୁ ଦୂରେଇ ଯାଇଥିଲେ । ୧୯୭୦ ଦଶକର ଶେଷ କଥାଚିତ୍ର ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା ।

ମୁକ୍ତିଲାଭରେ ବିଳମ୍ବ ହେବା ଯୋଗୁଁ ୮୦ ଦଶକରେ ତାଙ୍କର ଦୁଇଟି କଥାଚିତ୍ର ଦି ଗୋଲ୍ଡ ମେଡାଲ୍ (୧୯୮୪) ଓ ବୀରାନା (୧୯୮୮) ମୁକ୍ତିଲାଭ କରିଥିଲା ।

ବାହାର ଆଧାର[ସମ୍ପାଦନା]