କପଟାଇ ହ୍ରଦ

ଉଇକିପିଡ଼ିଆ ରୁ
Jump to navigation Jump to search
Kaptai Lake
Aronnak Holiday Cottage, Rangamati10.jpg
ଅବସ୍ଥାନSouth-Eastern Bangladesh
ଦିଗବାରେଣି22°29′45″N 92°13′45″E / 22.49583°N 92.22917°E / 22.49583; 92.22917Coordinates: 22°29′45″N 92°13′45″E / 22.49583°N 92.22917°E / 22.49583; 92.22917
Typereservoir
ପ୍ରାଥମିକ ଭିତରଧାରାKarnaphuli River
ପ୍ରାଥମିକ ବାହାରଧାରାKarnaphuli River
ଅବବାହିକା11,122 km²
ନିଷ୍କାସନ କ୍ଷେତ୍ରସ୍ଥ  ଦେଶBangladesh
ହାରାହାରି ଗଭୀରତା୧୦୦ ft (୩୦ m)
ସର୍ବାଧିକ ଗଭୀରତା୪୯୫ ft (୧୫୧ m)

କପଟାଇ ହ୍ରଦ , ବାଂଲାଦେଶର ସର୍ବ ବୃହତ କୃତ୍ରିମ ହ୍ରଦ । ଏହା ଚିତ୍ତାଗଙ୍ଗ ଅଞ୍ଚଳରେ ଥିବା ରଙ୍ଗମାଟି ଜିଲ୍ଲା  ର ଏକ ଉପଜିଲ୍ଲା ଭାବରେ ଥିବା କପଟାଇରେ ଅବସ୍ଥିତ । କର୍ଣାଫୁଲି ନଦୀ ଉପରେ କପଟାଇ ବନ୍ଧ ନିର୍ମାଣ କଳା ସମୟରେ ଏହାର ଖୋଦନ କରାଯାଇଥିଲା । ଏହି ବନ୍ଧା ଏକ ବହୁମୂଖୀ ଜଳବିଦ୍ୟୁତ ପ୍ରକଳ୍ପ ଭାବରେ ବିରମିତ ହେଇଥିଲା । ଏହି ହ୍ରଦର ହାରାହାରି ଗଭୀରତା 100 ଫୁଟ ହେଇଥିବା ବେଳେ ସର୍ବାଧିକ ଗଭୀର ସ୍ଥଳରେ ଏହା 490 ଫୁଟ ରହିଛି ।   

ଇତିହାସ [ସମ୍ପାଦନା]

ଜଳ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଏହି ଜଳଭଣ୍ଡାରର ନିର୍ମାଣ କାର୍ଯ୍ୟ 1956 ମସିହାରେ ପୂର୍ବ ପାକିସ୍ଥାନ[୧] ସରକାରଙ୍କଦ୍ୱାରା  ଆରମ୍ଭ ହେଇଥିଲା । ଏହାଦ୍ୱାରା ରଙ୍ଗମାଟି ଜିଲ୍ଲାର 54,000 ଏକର ବା 220 ବର୍ଗ କିଲୋମିଟର ଚାଷ ଜମି ଜଳମଗ୍ନ ହେଇ ଜଳାଶୟ ସୃଷ୍ଟି କରଯାଇଥିଲା । ଏହିରେ ନିର୍ମିତ ହେଇଥିବା ଜଳ - ବିଦ୍ୟୁତ ପ୍ରକଳ୍ପ ଯୁକ୍ତରାଷ୍ଟ୍ର ଅମରିକାର ଆର୍ଥିକ ସହାୟତାଦ୍ୱାରା ନିର୍ମିତ ହେଇଥିଲା । ଏହି ପ୍ରକଳ୍ପ ଆନ୍ତର୍ଜାତିକ ଇଂଜିନିଯରିଂ କମ୍ପାନୀ ଓ  ଉତାହ ଆନ୍ତର୍ଜାତିକ ଇଙ୍କଦ୍ୱାରା ମିଳିତ ଉଦ୍ୟମରେ 1962 ମସିହାରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେଇ ଥିଲା । ବନ୍ଧର ଦୀର୍ଘତା 670.8  ମିଟର ଓ ଏହା 54.7 ମିଟର ଉଛ। ଏଥିରେ 745 ମିଟର ଲମ୍ବର ସ୍ପିଲୱେରେ 16ଟି ଜଳନିର୍ଗମ ଗେଟ ରହିଛି । ସ୍ପିଲୱେ ଦେଇ 5,250,000 ଘନ ଫୁଟ ଜଳ ପ୍ରତି ସେକେଣ୍ଡରେ ନିର୍ଗତ ହେଇଥାଏ । 

ଜଳାଶୟ ଯୋଗୁଁ ସମାର୍ଜିତ ହେଇଥିବା ସମୁଦାଯ ଜମିର 40% ଚାଷ ଊପଯୋଗୀ ଜମି ଥିଲା ।ଏହା ସହିତ 29 ବର୍ଗ କିଲୋମିଟର ଅଞ୍ଚଳ ସରକାରୀ ଜଙ୍ଗଲ ଭୂମି ଓ ଅନ୍ୟ ଅନାବାଦି ଜମି 234 ବର୍ଗ କିଲୋମିଟରର ଥିଲା । ପ୍ରାୟ 18,000 ପରିବାରର 100 ହଜାର ବ୍ୟକ୍ତି ସ୍ଥାନାନ୍ତରିତ ହେଇଥିଲେ । ପ୍ରାଚୀନ ଚକ୍ମାସ ରାଜ୍ୟର ରାଜମହଳ ମଧ୍ୟ ଜଳମଗ୍ନ ହେଇ ବର୍ତମାନ ଜଳାଶୟ ଭିତରେ ରହିଛି । .[୧]

ବିସ୍ଥାପନ ଓ ପରିବେଶ ନଷ୍ଟ କରଣ[ସମ୍ପାଦନା]

ଏହି ଜଳାଶୟର ନିର୍ମାଣ ଯୋଗୁ ବହୁଳ ସାକ୍ଷାରେ ଚାଷୀ ପରିବାର ତାଙ୍କର ଜୀବିକା ହରେଇଥିଲେ ଓ ସେମାନଙ୍କୁ ଉପଯୁକ୍ତ ଭାବରେ ଥଇଥାନ କର ନ ଯିବା କାରଣରୁ ସେମଧ୍ୟରୁ ଅନେକ ଭାରତକୁ ଦେଶାନ୍ତର କରି ଚାଲି ଆସିଥିଲେ । ଆକଳନ ଅନୁସାରେ ସେଠାରୁ 40,000 ବାଂଲାଦେଶୀ ନାଗରିକ ଭାରତକୁ ରିଫୁଜୀ ଭାବରେ ଆସି ବସାବାସ କରିଥିଲେ । ପୁନଶ୍ଚ ଏହି ବନ୍ଧ ନିର୍ମାଣ ସମୟରେ ବହୁ ଆୟତନ ବିଶିଷ୍ଟ ଅରଣ୍ୟ ଜଳମଗ୍ନ ହେଇଯିବା ସହ ବହୁ ସଂଖ୍ୟାରେ ଅରଣ୍ୟ ଜୀବ ଜନ୍ତୁ ମଧ୍ୟ ନିପାତ ହେଇଯାଇଥିଲେ । [୨]


ଗେଲେରୀ [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Mahamaya irrigation project
  • Kaptai National Park

ଆଧାର ସମୂହ [ସମ୍ପାଦନା]

  1. ୧.୦ ୧.୧ Daily JaiJaiDin, January 10, 2008.
  2. "More than 40,000 Chakma tribals emigrated to India. The scarcity of land is considered a main cause of the continuing conflict in the area. The building of the dam and reservoir also caused destruction of wilderness and loss of wildlife and wildlife habitats.", https://www.tripadvisor.in/Attraction_Review-g667480-d1573078-Reviews-Kaptai_Lake-Chittagong_Division.html