କନ୍ୟାକୁମାରୀ ରେଳ ଷ୍ଟେସନ

ଉଇକିପିଡ଼ିଆ‌ରୁ
ରାତ୍ର ସମୟରେ କନ୍ୟାକୁମାରୀ ରେଳଷ୍ଟେସନର ସମ୍ମୁଖ ଭାଗ

କନ୍ୟାକୁମାରୀ ରେଳ ଷ୍ଟେସନ ( କୋଡ -CAPE) ଭାରତୀୟ ରେଳର ଏକ ରେଳ ଟର୍ମିନସ । ଏହା ତାମିଲନାଡୁ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ସହର କନ୍ୟାକୁମାରୀରେ ଅବସ୍ଥିତ । 

କନ୍ୟାକୁମାରୀଠାରେ ଅବସ୍ଥିତ ସମୁଦ୍ର ବେଳାଭୂମି

ଅବସ୍ଥିତି [ସମ୍ପାଦନା]

ଏହି ଷ୍ଟେସନ ଦକ୍ଷିଣ ରେଳପଥ ବିଭାଗର ଥିରୁବନ୍ତପୁରମ ରେଳ ଦିଭିଜନର ଅନ୍ତର୍ଭୁକ୍ତ ।  ଏହା ଭାରତର ଦକ୍ଷିଣରେ ଥିବା ସର୍ବଶେଷ ଷ୍ଟେସନ । ଏହି ଷ୍ଟେସନ କନ୍ୟାକୁମାରୀ ସହରର ମଧ୍ୟଭାଗରେ ତଥା ସମୁଦ୍ର ବେଳାଭୂମିରୁ ମାତ୍ର ୧ କିଲୋମିଟର ମଧ୍ୟରେ ଅବସ୍ଥିତ । 

ସେବାସମୂହ [ସମ୍ପାଦନା]

ଦେଶ ବ୍ୟାପୀ ସମସ୍ତ ଅଞ୍ଚଳରୁ ଏହି ଷ୍ଟେସନକୁ ରେଳ ସଂଯୋଗ ରହିଛି । ଅନେକ ବହୁଦୂରଗାମୀ ଟ୍ରେନ ଏହି ଷ୍ଟସନକୁ ଟର୍ମିନାଲ ଭାବେ ବ୍ୟବହାର କରନ୍ତି । ଏଠାରୁ ଯାତାୟତ କରୁଥିବା ଦିବ୍ରୁଗଡ - କନ୍ୟାକୁମାରୀ ଟ୍ରେନ ବିବେକ ଏକ୍ସପ୍ରେସ ନାମରେ ନମିତା ହୋଇ ଦେଶର ସବୁଠାରୁ ଦୀର୍ଘତମ ପଥ ଅତିକ୍ରମ କରୁଥିବା ଟ୍ରେନ ହିସାବରେ ଚାଲୁଅଛି । ଏହି ଟ୍ରେନ ୪୨୮୩ କିଲୋମିଟର ପଥ ଯାତ୍ରା କରେ । ଏଠାରୁ ମଧ୍ୟ ହିମସାଗର ଏକ୍ସପ୍ରେସ ଯାତ୍ରା କରେ ଯାହା କି ୨୩୫୪ କିଲୋମିଟର ପଥ ଅତିକ୍ରାନ୍ତ କରେ । ସ୍ୱାମୀ ବିବେକାନନ୍ଦଙ୍କ ମେମୋରିଆଲ ଏହି ଶଅରରେ ଥିବାରୁ ଦେଶ ବ୍ୟାପୀ ସମସ୍ତ ଅଞ୍ଚଳରୁ ଏଠାକୁ ବର୍ଷ ସାରା ପର୍ଯ୍ୟଟକଙ୍କ ଆଗମନ ଥାଏ । ତେଣୁ ଦିଲ୍ଲୀ , କଲିକତା , ଜମ୍ମୁ ରାମେଶ୍ୱରମ ପରି ଆଞ୍ଚଲରୁ ପ୍ରତ୍ୟହ ଏଠାରୁ ଟ୍ରେନ ବ୍ୟବସ୍ଥା ଥାଏ । 

ବିବେକାନନ୍ଦ ଶିଳା, କନ୍ୟାକୁମାରୀ

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]