କନଫୁସିଅସ
ଜନ୍ମ | ୨୮ ସେପ୍ଟେମ୍ବର ଖ୍ରୀ.ପୂ. ୫୫୧ Zou, Lu state (now Nanxinzhen, Qufu, Shandong, China) |
---|---|
ଦେହାନ୍ତ | ଖ୍ରୀ.ପୂ. ୪୭୯ (ବୟସ ୭୧–୭୨) Lu state |
ଦଶନ୍ଧି | Ancient philosophy |
ବିଦ୍ୟାଳୟ | କନଫୁସିଅସବାଦର ପ୍ରତିଷ୍ଟାତା |
ମୂଳ ଲକ୍ଷ | ନୈତିକତା ଦର୍ଶନ, ସାମାଜିକ ଦର୍ଶନ, |
ଜଣାଶୁଣା ଚିନ୍ତାଧାରା | କନଫୁସିଅସବାଦ |
କାହାଦେଇ ପ୍ରଭାବିତ | |
କାହାକୁ ପ୍ରଭାବିତ କରିଛନ୍ତି
|
କନଫୁସିଅସ(୨୮ ସେପ୍ଟେମ୍ବର ଖ୍ରୀ.ପୂ. ୫୫୧ - ଖ୍ରୀ.ପୂ. ୪୭୯); September 28, 551 BC – 479 BC)[୧][୨] ଜଣେ ଚିନୀୟ ଶିକ୍ଷକ, ସମ୍ପାଦକ, ରାଜନିତୀଜ୍ଞ ଓ ଦାର୍ଶନିକ ଥିଲେ । ତାଙ୍କ ପ୍ରକୃତ ନାଁ ଥିଲା କୋଙ୍ଗ୍ କି ବା ଜୋଙ୍ଗ୍ ନି । ପିଲା ବୟସରୁ ତାଙ୍କର ବହୁ ବିଷୟରେ ଜାଣିବାର ଆଗ୍ରହ ଥିଲା ଏବଂ ସେ ପାରମ୍ପରିକ କର୍ମକାଣ୍ଡ ବିଷୟରେ ଜାଣିବା ପାଇଁ ବେଶ ଆଗ୍ରହୀ ଥିଲେ । ବଡ଼ ହେବା ପରେ ସେ ଜଣେ ରାଜ କର୍ମଚାରୀ ଭାବେ କାମ କରିଥିଲେ ।
ତାଙ୍କ ଦର୍ଶନ କନଫୁସିଅସବାଦ ନାମରେ ଜଣାଯାଏ । ଏହା ବ୍ୟକ୍ତିଗତ ଓ ଶାସନତନ୍ତ୍ରର ନୈତିକତା, ସାମାଜିକ ସମ୍ପର୍କର ସଠିକତା, ନ୍ୟାୟ ଓ ସତ୍ୟଶୀଳତା ଉପରେ ଗୁରୁତ୍ତ୍ୱାରୋପ କରିଥିଲା । ତାଙ୍କ ଶିକ୍ଷାର ପାରମ୍ପରିକ ଚିନୀୟ ପ୍ରଥା ଓ ବିଶ୍ୱାସ ସହ ସମତା ଥାଏ । ତାଙ୍କ ସମୟ ବେଳକୁ ଚୀନରେ ଅନେକ ରାଜ୍ୟ ପରସ୍ପର ସହ ଯୁଦ୍ଧ କରୁଥିଲେ । ଏହାକୁ ସାଓ ବଂଶର ବସନ୍ତ ଓ ଶରତ ସମୟ କୁହାଯାଏ । କନଫୁସିଅସ ଏହି ସମୟରେ ସମାଜରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ ।
କନଫୁସିଅସଙ୍କୁ ଇତିହାସରେ ଅନ୍ୟତମ ମୁଖ୍ୟ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଗ୍ରହଣ କରାଯାଏ, ଯାହାଙ୍କର ଶିକ୍ଷା ବିପୁଳ ଭାବରେ ମାନବତାକୁ ପ୍ରଭାବିତ କରିଛି । ତାଙ୍କ ଶିକ୍ଷା ଓ ଦର୍ଶନ ପୃଥିବୀସାରା ଲୋକମାନଙ୍କ ଉପରେ ପ୍ରଭାବ ପକାଇଛି ଓ ବର୍ତ୍ତମାନର ସମାଜରେ ମଧ୍ୟ ବଳବତ୍ତର ରହିଛି ।[୩][୪][୫]
ଜୀବନ
[ସମ୍ପାଦନା]କନଫୁସିଅସଙ୍କ ଜନ୍ମ ଖ୍ରୀ.ପୂ. ୫୫୧ରେ ସେପ୍ଟେମ୍ବର ୨୮ ତାରିଖ ଦିନ ହୋଇଥିଲା ।[୧][୬] ଛୋଟବେଳେ ତାଙ୍କର ପିତାଙ୍କ ଦେହାନ୍ତ ହୋଇଯିବାରୁ ତାଙ୍କ ମା' ତାଙ୍କୁ ପାଳନ କରିଥିଲେ । [୭][୭] ଜଣେ ରାଜକର୍ମଚାରୀ ଭାବରେ ତାଙ୍କର ଅନେକ ବର୍ଷ କଟିଥିଲେ ମଧ୍ୟ ସେ ଜଣେ ଦାର୍ଶନିକ ଓ ଶିକ୍ଷକ ଭାବେ ଅଧିକ ପ୍ରସିଦ୍ଧ ଥିଲେ ।
ଶିକ୍ଷା
[ସମ୍ପାଦନା]ସକ୍ରେଟିସଙ୍କ ପରି କନଫୁସିଅସ୍ ମଧ୍ୟ ଦାର୍ଶନିକ ପ୍ରଶ୍ନର ଉତ୍ତର ନିଜେ ଦେଉ ନଥିଲେ । ବରଂ ସେ ଲୋକମାନଙ୍କୁ ଗଭୀର ଭାବେ ଚିନ୍ତା କରିବାକୁ ତଥା ଅନ୍ୟମାନଙ୍କଠାରୁ ବିଶେଷ କରି ଇତିହାସରୁ ଶିଖିବାକୁ କହୁଥିଲେ । ତାଙ୍କ ଅନୁସାରେ ଲୋକଙ୍କୁ କ୍ଷମତା ପ୍ରଦାନ ପାଇଁ କୂଳ ହିଁ ଏକମାତ୍ର ଆଧାର ନହୋଇ ତାଙ୍କ ଗୁଣ ଓ ଦକ୍ଷତା ମଧ୍ୟ ବିଚାର ହେବା ଆବଶ୍ୟକ ।
ସେ ଲୋକମାନଙ୍କୁ ଧନ ଅପେକ୍ଷା ଅନ୍ୟ ଲୋକ ମାନଙ୍କ ବିଷୟରେ ଅଧିକ ଚିନ୍ତା କରିବାକୁ ପରାମର୍ଶ ଦେଉଥିଲେ । ସେ କହୁଥିଲେ ଯେ, ସମାଜରେ କେତେକ କଠୋର ନିୟମ ରହିବା ଆବଶ୍ୟକ ଏବଂ ଲୋକମାନେ ସେସବୁ ପାଳନ କରିବା ମଧ୍ୟ ଆବଶ୍ୟକ । ସେ କହୁଥିଲେ ମଣିଷମାନଙ୍କ ମଧ୍ୟରେ ପାଞ୍ଚ ପ୍ରକାର ସମ୍ପର୍କ ସମ୍ଭବ ଏବଂ ଏହି ପ୍ରତ୍ୟକ ସମ୍ପର୍କର ନିଜର ନିୟମ ରହିଛି । ଏହି ସମ୍ପର୍କମାନଙ୍କରେ ନିମ୍ନୋକ୍ତ ଦୁଇଟି ବ୍ୟକ୍ତିମାନଙ୍କ ମଧ୍ୟରେ ସମ୍ଭବ ।
- ରାଜା ଓ ପ୍ରଜା
- ପିତା ଓ ପୁତ୍ର
- ପତି ଓ ପତ୍ଣୀ
- ଗୁରୁଜନ ଓ ପିଲା
- ବନ୍ଧୁ
ଏହି ପାଞ୍ଚୋଟି ପାରମ୍ପରିକ ସମ୍ପର୍କ ଅଟେ । କନଫୁସିଅସ୍ କହୁଥିଲେ ଯେ ଏହି ସବୁ ସମ୍ପର୍କରେ ଉଭୟ କେତେକ ନିୟମ ପାଳନ କରିବା ଆବଶ୍ୟକ । କନଫୁସିଅସ ପରିବାରରେ ବିଶ୍ୱସ୍ଥତା, ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ, ତଥା ଗୁରୁଜନଙ୍କ ପ୍ରତି ସମ୍ମାନକୁ ବିଶେଷ ଗୁରୁତ୍ତ୍ୱ ଦେଇଥିଲେ । ତାଙ୍କ ମତ ଅନୁସାରେ ପରିବାର ହିଁ ଆଦର୍ଶ ରାଜ୍ୟର ମୂଳଦୁଆ ଅଟେ ।
ତାଙ୍କର ଏକ ବିଶେଷ ଶିକ୍ଷା ଥିଲା ଯେ, ଲୋକ ଅନ୍ୟ ପ୍ରତି ସେହି ପ୍ରକାର ବ୍ୟବହାର କରିବା ଉଚିତ, ଯାହା ସେମାନେ ଅନ୍ୟମାନଙ୍କଠାରୁ ଆଶା କରନ୍ତି । ଯୀଶୁ ଖ୍ରୀଷ୍ଟ ମଧ୍ୟ ଏହି ଶିକ୍ଷା ଦେଇଥିଲେ ।
ତାଙ୍କ ଶିକ୍ଷାସବୁ ଆନାଲେକ୍ଯ୍ ନାମକ ଗ୍ରନ୍ଥରେ ସଙ୍କଳିତ ହୋଇଛି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Hugan, Yong (2013). Confucius: A Guide for the Perplexed. A&C Black. p. 3. Archived from the original on 2017-04-16.
- ↑ Riegel 2012, online .
- ↑ "Impacts on Society". Ancient China: Confucianism.
- ↑ "The Life and Significance of Confucius". www.sjsu.edu.
- ↑ "China Confucianism: Life of Confucius, Influences, Development". www.travelchinaguide.com.
- ↑ Creel 1949, 25 .
- ↑ ୭.୦ ୭.୧ Huang, Yong (2013). Confucius: A Guide for the Perplexed. A&C Black. p. 4. Retrieved August 12, 2015.