କନକ ବୁଦ୍ଧ (ବିଗ୍ରହ)

ଉଇକିପିଡ଼ିଆ‌ରୁ
କନକ ବୁଦ୍ଧ
Phra Phuttha Maha Suwanna Patimakon (พระพุทธมหาสุวรรณปฏิมากร)
କନକ ବୁଦ୍ଧ
ଅବସ୍ଥିତିWat Traimit, Samphanthawong, Bangkok
ପ୍ରକାରବୁଦ୍ଧ ବିଗ୍ରହ, ମରବିଜୟ ଆକୃତି
ଉପାଦାନସୁନା
ଉଚ୍ଚତା3 metres (9.8 ft)
ଅର୍ପିତବୁଦ୍ଧ

କନକ ବୁଦ୍ଧ, ସରକାରୀ ଭାବରେ ନାମ ଫ୍ରା ଫୁଥ ମହା ସୁବନ୍ନ ପତିମକୋନ (Thai: พระพุทธมหาสุวรรณปฏิมากร; ସଂସ୍କୃତ: Buddhamahāsuvarṇapaṭimākara), ଥାଇ ନାମ ଫ୍ରା ସୁଖୋଥାଇ ଟ୍ରଇମିତ (Thai: พระสุโขทัยไตรมิตร), ଥାଇଲାଣ୍ଡର ଏକ କନକ ବୁଦ୍ଧ ବିଗ୍ରହ ଯାହାର ଓଜନ ୫.୫ ଟନ ବା ୫,୫୦୦ କେଜି । ଇତିହାସରେ ଏକଦା ଏହାର ମୂଲ୍ୟ ଲୁଚେଇବା ପାଇଁ ଏହା ଉପରେ ସ୍ତୁକକୋ (stucco) ପ୍ଲାଷ୍ଟର ଓ ରଙ୍ଗୀନ କାଚ ମଡ଼େଇ ଦିଆଯାଇଥିଲା । ଥାଇଲାଣ୍ଡର ବାଙ୍ଗକକରେ ଥିବା ୱାଟ ଟ୍ରେମିଟର ଏକ ମନ୍ଦିରରେ ଏହା ଥିଲା ଓ ଏହି ରୂପରେ ଏହା ୨୦୦ ବର୍ଷ ଧରି ରହିଥିଲା ଯାହାର ସାମାନ୍ୟ ପାଗୋଡ଼ା ମୂଲ୍ୟ ଥିଲା । ୧୯୫୫ ମସିହାରେ ଏହା ସ୍ଥାନାନ୍ତର କଲାବେଳେ କିଛି ପ୍ଲାଷ୍ଟର ଛାଡ଼ିଗଲାରୁ ଅଭ୍ୟନ୍ତରରେ ଥିବା ସୁନା ଦୃଶ୍ୟ ହୋଇଥିଲା ।

ଇତିହାସ[ସମ୍ପାଦନା]

ଏହାର ଉତ୍ସ ଅନିଶ୍ଚିତ ଅଟେ । ୧୩ଶ-୧୪ଶ ମସିହାରେ ସୁଖୋଥାଇ ରାଜବଂଶର ଶୈଳୀରେ ତିଆରି ହୋଇଛି । ବିଗ୍ରହର ମୁଣ୍ଡଟି ଅଣ୍ଡାକୃତି ହୋଇଛି ଯାହା ସୁଖୋଥାଇର ହେବା ସୂଚନା ଦେଉଛି । ସୁଖୋଥାଇରେ ଏକ ଭାରତୀୟ ପ୍ରଭାବ ଥାଏ[୧] ଓ ଅନ୍ୟାନ୍ୟ ଦେଶମାନଙ୍କ ଭଳି ଧାତବ ପଦାର୍ଥ ଭାରତରୁ ଆନୀତ ହୋଇଥାଏ, ବିଶେଷତଃ ପାଲା ରାଜତ୍ୱ ସମୟରେ ।[୨]

ସୁକୋଥାଇ ଅମଳରେ ବିଗ୍ରହର ମୁଣ୍ଡ
ବିଗ୍ରହର ପାର୍ଶ୍ୱ ଦୃଶ୍ୟ

କୌଣସି ଏକ ସ୍ଥାନରେ ଏହି ବିଗ୍ରହକୁ ଚୋରୀରୁ ରକ୍ଷା କରିବା ପାଇଁ ତା ଉପରେ ପ୍ଲାଷ୍ଟର ଦିଆଯାଇଥିଲା । ତାହା ଉପରେ ମୋଟା ପ୍ଲାଷ୍ଟର ସ୍ତର ଦେଇ ତା’ ତ ଉପରେ ଛୋଟ ଛୋଟ ରଙ୍ଗୀନ କାଚ ସ୍ତର ଦିଆଯାଇଥିଲା ।[୧] ୧୭୬୫-୧୭୬୭ ବର୍ମା-ଶ୍ୟାମ ଯୁଦ୍ଧରେ ଆୟୁଥାୟା ଧ୍ୱଂସ ହେବା ପୂର୍ବରୁ ପ୍ଲାଷ୍ଟର ଦିଆ ହୋଇଥିବା ବିଶ୍ୱାସ କରାଯାଏ । ଯୁଦ୍ଧ ପରବର୍ତ୍ତୀ ଧ୍ୱଂସ ସ୍ତୂପ ମଧ୍ୟରୁ ଏହି ବିଗ୍ରହ ଆବିଷ୍କାର କରାଯାଇଥିଲା । ଶ୍ୟାମର ରାଜା ବୁଦ୍ଧ ଯୋଡଫା ଚୂଳଲୋକେ (Buddha Yodfa Chulaloke) (ରାମ ୧) ୧୮୦୧ ମସିହାରେ ବାଙ୍ଗକକକୁ ତାଙ୍କ ରାଜ୍ୟର ତାଙ୍କ ରାଜ୍ୟର ରାଜଧାନୀ କରିବାକୁ ସ୍ଥିର କରିଥିଲେ ଓ ପୁରୁଣା ଭଙ୍ଗା ମନ୍ଦିରରୁ ବିଗ୍ରହ ସଂଗ୍ରହ କରି ନୂଆ ମନ୍ଦିର ତିଆରି କରିବାକୁ ଆଦେଶ ଦେଇଥିଲେ ।[୩] ରାଜା ଜେସାଦାବୋଦିନ୍ଦ୍ର (Rama III|) ସମୟରେ ୧୮୨୪-୧୮୫୧ ମସିହା ମଧ୍ୟରେ ସେହି ବିଗ୍ରହକୁ ବାଙ୍ଗକକରେ ୱାଟ ଛୋଟନରମ (ଫ୍ରାୟ କ୍ରାଇ) ମୂଖ୍ୟ ମନ୍ଦିର ଭିତରେ ତଥାପି ପ୍ଲାଷ୍ଟର ଭିତରେ ଥିଲା ।[୪] ଆଧୁନିକ ଏସିଆଟିକ ଚାଇନାଟାଉନ ପାଖରେ ଥିବା ୱାଟ ଛୋଟନରମ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ କରି ୧୯୩୫ ମସିହାରେ ସ୍ଥାନାନ୍ତର କରାଗଲା ।[୫] ସେହି ସମୟରେ ଶହ ଶହ ଛୋଟ ପାଗୋଡ଼ା ଭଳି ୱାଟ ଟ୍ରାଇମିଟ ମଧ୍ୟ ଏକ ଛୋଟ ପାଗୋଡ଼ା ମାନ୍ୟତା ପାଇଥିଲା । ଏହି ବିଗ୍ରହ ରଖିବା ନିମନ୍ତେ ବଡ ଘର ନଥିବାରୁ ଗୋଟିଏ ଟିଣ ଛାତ ଥିବା ଘରେ ୨୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା । ପ୍ରାୟ ୨୦୦ ବର୍ଷ ଧରି ଏହି ବିଗ୍ରହ ଲୋକ ଲୋଚନ ଅନ୍ତରାଳରେ ରହିଥିଲା । [୬]

କନକ ବିଗ୍ରହ ଆବିଷ୍କାର[ସମ୍ପାଦନା]

ଏହି ବିଗ୍ରହକୁ ରଖିବାକୁ ଗୋଟିଏ ନୂଆ ବିହର୍ଣ ଘର ତିଆରି ହୋଇଥିଲା । ୨୫ ମଇ ୧୯୫୫ ମସିହାରେ ଏହି ବିଗ୍ରହରୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଗଲା । ଏହି ବିଗ୍ରହକୁ ଦଉଡି ସାହାଯ୍ୟରେ ଉଠେଇବାକୁ ଚେଷ୍ଟା କଲାବେଳେ ଦଉଡି ଛିଣ୍ଡିଗଲା ଓ ଜୋରରେ ମୂର୍ତ୍ତି କଚିହୋଇ ପଡ଼ିଗଲା । ଏହି ଆଘାତ ଯୋଗୁ କିଛି ପ୍ଲାଷ୍ଟର ଛାଡ଼ିଗଲା ଓ ତା ଭିତରେ ଥିବା ସୁନା ଦେଖାଗଲା । ସଙ୍ଗେ ସଙ୍ଗେ କାମ ବନ୍ଦ କରି ତାହାର ମୂଲ୍ୟାଙ୍କନ କରାଗଲା ।[୩] ସବୁ ପ୍ଲାଷ୍ଟର ସଫା କରିବା ସଙ୍ଗେ ଆଗନ୍ତୁକ ଦେଖିବା ନିମନ୍ତେ ସଙ୍ଗେ ଫୋଟୋ ଉଠାଗଲା । ପ୍ଲାଷ୍ଟର ଖଣ୍ଡମାନ ମଧ୍ୟ ଦର୍ଶକମାନଙ୍କ ଦେଖିବା ନିମନ୍ତେ ସାଉତି ରଖାଗଲା । ପ୍ଲାଷ୍ଟର କାଢିବା ପରେ ଦେଖାଗଲା, ବିଗ୍ରହଟିର ନଅ ଖଣ୍ଡ ଅଛି ଯାହା ଯୋଡ଼ା ଯାଇଛି । ଏହାର ନିମ୍ନ ଭାଗରେ ବିଗ୍ରହ ଭାଗ ଭାଗ କରିବା ପାଇଁ ଗୋଟିଏ ଚାବି ମିଳିଲା ଯାହାଦ୍ୱାରା ବିଗ୍ରହକୁ ଯୋଡ଼ି ହେବ ଓ ଭାଗ ଭାଗ କରିହେବ । ଏହାଦ୍ୱାରା ତାକୁ ସହଜରେ ପରିବହନ କରିହେବ ।[୫] ଗୌତମ ବୁଦ୍ଧଙ୍କ ମୃତ୍ୟୁର ୨୫୦୦ ବର୍ଷ ପାଳନ କରିବାର ଠିକ ପୂର୍ବରୁ ଏହି ପ୍ରତିମୂର୍ତ୍ତି ଆବିଷ୍କୃତ ହୋଇଥିଲା । ତେଣୁ ମିଡ଼ିଆ ଏହାର ଭଲ ରୂପେ ପ୍ରଚାର କରି ଏହାକୁ ଏକ ଆଶ୍ଚର୍ଯ୍ୟ ଘଟଣା ଭାବରେ ପ୍ରଚାର କରିଥିଲେ ।[୩]

ନୂତନ ୱାଟ ଟ୍ରାଇମିଟ ମନ୍ଦିର

ଏହି ବିଗ୍ରହକୁ ରଖିବା ନିମନ୍ତେ ୱାଟ ଟ୍ରାଇମିତ ମନ୍ଦିର ପାଖରେ ଗୋଟିଏ ବଡ଼ ଘର ତିଆରି କରାଯାଇଥିଲା । ବିଲଡିଙ୍ଗରେ ବାଙ୍ଗକକ ଚୟନାଟାଉନ ହେରିଟେଜ କେନ୍ଦ୍ର ଓ କନକ ବୁଦ୍ଧର ପ୍ରାରମ୍ଭ ସମ୍ପର୍କରେ ଏକ ପ୍ରଦର୍ଶନୀ କରାଯାଇଥିଲା ।[୭]


ବୁଦ୍ଧ ମୂର୍ତ୍ତି[ସମ୍ପାଦନା]

ୱାଟ ଟ୍ରାଇମିଟର ମନୋରମ ଦୃଶ୍ୟ

ବିଗ୍ରହର ଉଚ୍ଚତା ୩ ମିଟର ଓ ଓଜନ ୫.୫ ଟନ ଥିଲା । ଅନ୍ୟ ଏକ ହିସାବ ଅନୁସାରେ ଏହାର ଉଚ୍ଚତା ୩.୯୧ ମିଟର ଓ ଓଜନ ୩ .୧୦ ମିଟର ଆଣ୍ଠୁରୁ ଆଣ୍ଠୁ ପର୍ଯ୍ୟନ୍ତ ଥିଲା । ଏହାକୁ ନବ ଖଣ୍ଡରେ ଅଣ-ଏକତ୍ରିତ କରିହେବ ।[୭] ଏକ ଆଉନ୍ସ ସୁନା ମୂଲ୍ୟ ୧,୪୦୦ ଡ଼ଲାର ହୋଇଥିଲେ ୧୮ କାରେଟର ବିଗ୍ରହର ମୂଲ୍ୟ ୨୫୦ ମିଳିଅନ ଡ଼ଲାର ହେବ ।[୮] ବିଗ୍ରହର ଶରୀର ୪୦% ଶୁଦ୍ଧ ଓ ଚିନରୁ କପାଳ ପର୍ଯ୍ୟନ୍ତ ୮୦% ଶୁଦ୍ଧ କେସ ଓ ଗଣ୍ଠି ୯୯% ଶୁଦ୍ଧ ଓ ଓଜନ ୪୫ କେଜି ଥିଲା ।[୭] ଡାହାଣ ହାତର ଆଙ୍ଗୁଠି ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧ ବସିଥିବା ଦେଖାଯାଏ । ବୁଦ୍ଧଙ୍କ ପାରମ୍ପାରିକ ମୁଦ୍ରାରେ ' ଭୁମିଶର ମୁଦ୍ରା' ମୁଦ୍ରାରେ '([ବୋଧ ଗୟା]ରେ ପ୍ରଭୁ ବୁଦ୍ଧଙ୍କ ଜ୍ଞାନବୋଧର ସାକ୍ଷୀ ହେବା ପାଇଁ ଡାହାଣ ହାତରେ ପୃଥିବୀକୁ ସ୍ପର୍ଶ କରିବା ଏବଂ ମର ଉପରେ ବିଜୟ) ବସିଛନ୍ତି । ସୁଖୋଥାଇର ମୂଳ ମୂର୍ତ୍ତିଗୁଡ଼ିକ ଏକ ସାଧାରଣତଃ ମଞ୍ଚ ଉପରେ ବସିଥାଆନ୍ତି । ସୁଖୋଥାଇର ଏକ ଅଭିନବ ଆକାରରେ ଉଷନିଶା ଦେଖାଯାଏ ଆଧ୍ୟାତ୍ମିକ ଶକ୍ତିର ମହିମାକୁ ପ୍ରତୀକ କରେ । କେଶ ଧାଡ଼ିର ମୂଳରେ ଏକ ଭି ("V") ଆକୃତି ସୃଷ୍ଟି କରେ, ଯାହା ଆକ୍ୱିଲାଇନ୍ ନାକ ଉପରେ ଯୋଗ ଦେଇଥିବା ଆଖିର ଚମତ୍କାର ଭୁରୁ ବକ୍ରଦ୍ୱାରା ଅଙ୍କିତ, ସମସ୍ତ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ । ବେକରେ ଥିବା ତିନୋଟି କୁଞ୍ଚ ଏବଂ ବିସ୍ତାରିତ କାନ ଲୋବ, ରାଜକୁମାରଙ୍କ ପୂର୍ବ ସ୍ଥିତି ସଂକେତର ଏକ ଅଂଶ, ଯେପରି ପ୍ରଶସ୍ତ କାନ୍ଧ ଏବଂ ଫୁଲିଲା ଛାତି ।

ବାହ୍ୟ ଲିଙ୍କ[ସମ୍ପାଦନା]

  • fotopedia.com Another photo of the Golden Buddha
  • Some more photos (before the move to the new building), and a history synopsis: "Wat Traimit, Bangkok, Thailand". Asian Historical Architecture (www.orientalarchitecture.com). Retrieved 2009-11-08.

ଆଧାର[ସମ୍ପାଦନା]

  1. ୧.୦ ୧.୧ McKenzie, Peter (2007-05-07). "The Golden Buddha and the Man Himself". Languageinstinct.blogspot.ca. Archived from the original on 21 June 2013. Retrieved 2013-06-23.
  2. "Frontline Magazine (India)". May 13–26, 1989. p. 71. Archived from the original on 6 October 2011.
  3. ୩.୦ ୩.୧ ୩.୨ History of Golden Buddha Archived 10 April 2013 at the Wayback Machine. Thai Buddhist website
  4. "Phra Sukhothai Trimitr (Golden buddha)". Johnchocce.weebly.com. 1955-05-25. Archived from the original on 16 October 2013. Retrieved 2013-06-20.
  5. ୫.୦ ୫.୧ "The Golden Buddha Image". Teayeon.wordpress.com. 2006-12-15. Archived from the original on 24 June 2013. Retrieved 2013-06-20.
  6. Miller, Jeffrey (2005-06-02). "The Golden Buddha at Wat Traimit". The Korea Times. The Buddhist Channel. Archived from the original on 2010-11-10. Retrieved 2009-11-08.
  7. ୭.୦ ୭.୧ ୭.୨ "Temple of the Golden Buddha (Wat Traimit), Bangkok Best Tour". Thaiwaysmagazine.com. 2010-02-14. Archived from the original on 10 May 2012. Retrieved 2013-06-23.
  8. "Golden Buddha Statue". Hillmanwonders.com. Archived from the original on 10 May 2012. Retrieved 2013-06-20.