Jump to content

କଣ୍ଡୁରୀ ଚରଣ ରାଉତ

ଉଇକିପିଡ଼ିଆ‌ରୁ

କଣ୍ଡୁରୀ ଚରଣ ରାଉତ (ଜନ୍ମ: ୮ ଫେବୃଆରୀ ୧୯୬୯) ଜଣେ ଆଦର୍ଶ ହାଇସ୍କୁଲ ଶିକ୍ଷକ[], ଓଡ଼ିଆ କବି, ସମୀକ୍ଷକ, ପ୍ରାବନ୍ଧିକ, ନାଟ୍ୟକାର, ସମାଲୋଚକ ଓ ଅଭିନେତା । ପାଳଭୂତ ଓ ଅନ୍ୟାନ୍ୟ ଗଳ୍ପ ତାଙ୍କର ଏକ ପ୍ରମୁଖ କୃତି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

କଣ୍ଡୁରୀ ଚରଣ ୧୯୬୯ ମସିହା ଫେବୃଆରୀ ମାସ ୮ ତାରିଖରେ ପିତା ଲଛମନ ରାଉତ ଓ ମାତା ଗୋଖଣୀ ରାଉତଙ୍କ ଔରସରୁ କଟକ ଜିଲ୍ଲାର ବାଙ୍କି ଉପଖଣ୍ଡସ୍ଥ ମକୁନ୍ଦପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷାରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଲା ପରେ ୧୯୯୧ରୁ ସରକାରୀ ଚାକିରୀରେ ଯୋଗ ଦିଅନ୍ତି । ବଲାଙ୍ଗୀର ଜିଲ୍ଲାର ଧଣ୍ଡାମାଳ ଭଳି ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଉନ୍ନତି ଓ ସାମାଜିକ ବିକାଶ ନିମିତ୍ତ ସେ ସତ୍ୟବାଦୀ ହାଇସ୍କୁଲର ସହକାରୀ ଶିକ୍ଷକ ସହିତ ସ୍କାଉଟ୍ ମାଷ୍ଟର ,ଲାଇବ୍ରେରୀଆନ୍ପ ଓ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥିଲେ । ଏହା ସହିତ ପ୍ରାଚୀରପତ୍ର 'ପ୍ରଜ୍ଞାଦୀପିକା'ର ସଂପାଦକ ଭାବରେ ୧୯୯୨ରୁ ଦାୟିତ୍ବ ସଂପାଦନ କରିଥିଲେ । ଭାଷା ସାହିତ୍ୟ ବିଷୟର ବଲାଙ୍ଗିର ଜିଲ୍ଲା ପ୍ରଶିକ୍ଷକ ଭାବେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। କରୋନା ସମୟରେ ଦୂରଦର୍ଶନର ସିଧା ପ୍ରସାରଣରେ ସମଗ୍ର ଓଡ଼ିଶାରେ ସେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାହିତ୍ୟ ଶିକ୍ଷା ଦାନ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ରକତ୍, ଦୂର ପାହାଡ଼, ପେଟୁ ତଥା ଅନେକ କ୍ଷୁଦ୍ର ନାଟକ ଓ ଏକାଙ୍କିକା ପ୍ରଦର୍ଶିତ ହୋଇଥିଲା । ଜଣେ ଅଭିନେତା ଭାବେ ସେ ମୁକ୍ତି ସଂଗ୍ରାମ, ଗଣେଶ, ଶତାଦ୍ଦୀର ଯନ୍ତ୍ରଣା, ଗାନ୍ଧିବାଦ ଆଜି କବର ତଳେ, ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ବିଦୀର୍ଣ୍ଣ ପୃଥିବୀ, ବଡ଼ଦାଣ୍ଡ ପୁରୀ, ଦେଢ ଦିନର ସ୍ବାମୀ, ବାହା ବେଦୀ ହେଲା ଗାଁ ମଶାଣି, ବୋଉଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, ସୀତା ଚୋରୀ, ଅଭାଗିନୀ ଝିଅ ଲବଙ୍ଗ ଆଦି ନାଟକରେ ଅଭିନୟ କରିଥିଲେ । ସମାଜ, ଧରିତ୍ରୀ, ପ୍ରଗତିବାଦୀ, ପ୍ରମେୟ, ଅମୃତଦୁନିଆ, ସଂଚାର, ସମ୍ବାଦକଳିକା, ସୂର୍ଯ୍ୟପ୍ରଭା, ମାତୃଭାଷା, ହୀରାଞ୍ଚଳ, ଓଡ଼ିଶା ଭାସ୍କର, ଧ୍ବନି ପ୍ରତିଧ୍ବନି, ଅପରାହ୍ନ, ଓଡ଼ିଶା ସ୍ବର, ପଲ୍ଲୀଠାରୁ ଦିଲ୍ଲୀ, ଅଭିନନ୍ଦନ, ଶ୍ରୁତି, ସେବାଶ୍ରୀ, ସତ୍ୟବାଦୀ, ମନସ୍ବିନୀ, ଟିକିତାରା, ସମୟର ଚକ୍ର, ଅଧ୍ୟାତ୍ମ ବାହିନୀ, ଯୁଗଧ୍ବନି, ମୃଗତନ୍ଦ୍ରା, ବିବର୍ତ୍ତନ, ମୁଖ ଦର୍ପଣ, ବନ ସୁରଭି, ଚନ୍ଦନ ଧାରା, ପ୍ରେମ, ପ୍ରେରଣା, ଅନ୍ବେଷଣ, କବି, ପଞ୍ଚ କଲମ, ଦିବ୍ୟ ଦର୍ଶନ, ବୈଶାଖୀ, ଶିଶୁ ପ୍ରତିଭା, ଏଯାବତ୍, ଅତଏବ ଅ, ଅନନ୍ୟା, ମହକ, କଥାରେ କଥାରେ, ବେଦବ୍ୟାସ, ରଶ୍ମିପ୍ରଭା, ପ୍ରତ୍ୟୁଷ, ଆଇନା, ଶିଖା, ବନଜ୍ୟୋତ୍ସ୍ନା, ଶାମୁକା, ଉତ୍କଳ ବିଳାସ, ବିନ୍ଦୁ, ଅର୍ପଣ ଆଦି ପତ୍ରପତ୍ରିକାରେ ପ୍ରକାଶିତ । ଆକାଶବାଣୀ ବଲାଙ୍ଗିର, ୯୨ ଏଫ୍.ଏମ୍.ଭୁବନେଶ୍ବର, ଏଫ୍.ଏମ୍. କୋଣାର୍କ, ଆକାଶବାଣୀ ଜୟପୁର ଆଦିରେ ତାଙ୍କ କାର୍ଯ୍ୟକ୍ରମମାନ ପ୍ରସାରିତ ।

ପ୍ରକାଶିତ ପୁସ୍ତକ

  • ପ୍ରତିବିମ୍ବ (୨୦୧୫, କବିତା ସଂକଳନ)
  • ସ୍ମୃତିର ସହର (୨୦୧୯, ଇ କବିତା ସଂକଳନ)
  • ବିଜ୍ଞାନ ପଢିବା ଗୀତରେ (୨୦୨୦, ବିଜ୍ଞାନ ଭିତ୍ତିକ କବିତା ସଂକଳନ ଶିଶୁ ଓ କିଶୋରଙ୍କ ପାଇଁ )
  • ପାଳଭୂତ ଓ ଅନ୍ୟାନ୍ୟ ଗଳ୍ପ (୨୦୨୨, ଅନୁବାଦ ଗଳ୍ପ ସଂକଳନ) ସତ୍ୟନାରାୟଣ ବୁକ୍ ଷ୍ଟୋର୍, କଟକ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଆଦର୍ଶ ଶିକ୍ଷକ-୨୦୧୯,କଟକ
  • ରବିଚନ୍ଦ୍ର ପଟ୍ଟନାୟକ ସ୍ମୃତି ପୁରସ୍କାର-୨୦୧୯,ବଲାଙ୍ଗିର
  • ଶିକ୍ଷାଜ୍ୟୋତି ସମ୍ମାନ-୨୦୨୧,କଟକ
  • ଟିକିତାରା ସମ୍ମାନ-୨୦୧୯,ପୁରୀ
  • ସମୀକ୍ଷକ ତଥା ଶିକ୍ଷାବିତ୍ ସମ୍ମାନ-୨୦୨୧,ଭୁବନେଶ୍ବର
  • ଶିକ୍ଷାବିତ୍ ଓ ସମୀକ୍ଷକ ସମ୍ମାନ-୨୦୨୩ ଭୁବନେଶ୍ବର
  • ରାଷ୍ଟ୍ରୀୟ ଗୋସେବା ସମ୍ମାନ,ବିଶ୍ବ ଗୋସୁରକ୍ଷା ସମ୍ମିଳନୀ,କଟକ
  • ରଶ୍ମିପ୍ରଭା ଶିଶୁ ସାହିତ୍ୟ ସମ୍ମାନ-୨୦୨୦,ରାଉରକେଲା
  • ସତ୍ୟନାରାୟଣ ପ୍ରତିଭା ସମ୍ମାନ-୨୦୧୯,କୋଣାର୍କ
  • ମୃଗତନ୍ଦ୍ରା ସମ୍ମାନ-୨୦୧୮,ଯାଜପୁର
  • କବି କମଳ ସମ୍ମାନ-ସୋର ,୨୦୨୦
  • ଅନନ୍ୟା କବିସୂର୍ଯ୍ୟ ସ୍ମୃତି ସମ୍ମାନ,୨୦୨୦କେନ୍ଦୁଝର
  • ବାଣୀପିଠ ସାରସ୍ବତ ସମ୍ମାନ,କେନ୍ଦୁଝର
  • ଷ୍ଟୋରି ମିରର ଅଥର ଅଫ୍ ଦି ଇଅର-୨୦୨୦
  • ଷ୍ଟୋରି ମିରର ଅଥର ଅଫ୍ ଦି ଇଅର-୨୦୨୧
  • ବନସୁରଭି ସମ୍ମାନ-୨୦୨୨,ଧୋଡ୍ରା,ଉମରକୋଟ,ନବରଙ୍ଗପୁର
  • ଧନେଶ୍ବର ନାୟକ ସ୍ମୃତି ସାରସ୍ବତ ସମ୍ମାନ-୨୦୨୨,ଇସ୍ପାତ ସାହିତ୍ୟ ସଂସଦ,ରାଉରକେଲା
  • ଅପରାହ୍ନ ସ୍ପନ୍ଦନ ସମ୍ମାନ-୨୦୨୨, ଶ୍ରୀଲିପ୍ତା ପ୍ରିଣ୍ଟ୍ ମିଡିଆ, ବାଲେଶ୍ବର
  • ସମ୍ମାନ ସନନ୍ଦ- ସାହିତ୍ୟ ଆସର ବାରଙ୍ଗ,୨୦୨୨
  • ଜାତୀୟ କବିସୌରଭ ସମ୍ମାନ-ଜାତୀୟ କବି ଲେଖକ ସଂଗଠନ,ଇରମ ଭଦ୍ରକ,୨୦୨୨
  • ସାହିତ୍ୟ ଗୌରବ ସମ୍ମାନ ୨୦୨୩- ଆମ ଅଗଣାର ସଜଫୁଲ ପରିବାର- କଟକ
  • ଶିକ୍ଷାବିତ୍ ତଥା ପୁସ୍ତକ ସମୀକ୍ଷକ ସମ୍ମାନ-୨୦୨୩- ପଲ୍ଲୀଠାରୁ ଦିଲ୍ଲୀ ସମ୍ବାଦପତ୍ର, ଭୁବନେଶ୍ବର
  • ପ୍ରତିଭା ସମ୍ମାନ- ୨୦୨୩- ସାହିତ୍ୟ ଆସର ବାରଙ୍ଗ- ଭୁବନେଶ୍ବର
  • ଅପରାହ୍ଣ ଅନୁଦିତ ଗଳ୍ପ ସମ୍ମାନ-୨୦୨୩ - ଶ୍ରୀଲିପ୍ତା ପ୍ରିଣ୍ଟ୍ ମିଡିଆ, ବାଲେଶ୍ବର
  • ସାରସ୍ବତ ପ୍ରତିଭା ସମ୍ମାନ-୨୦୨୩- ସାହିତ୍ୟ ଆସର ବାରଙ୍ଗ, ଭୁବନେଶ୍ବର
  • ଗୀତାଶ୍ରୀ ସମ୍ମାନ- ୨୦୨୩-୨୪, ସାହିତ୍ୟିକ କବି ବନ୍ଧୁ ପରିବାର, ପୁରୀ
  • ଶ୍ୟାମା ଶକୁନ୍ତଳା ସାହିତ୍ୟିକ ସମ୍ମାନ-୨୦୨୪, ଜାଗର ମହୋତ୍ସବ କମିଟୀ, ଶିମିଳୀପୁର, ବାଙ୍କୀ, କଟକ
  • ସଂଯୋଗୀ ସଜଫୁଲ ସମ୍ମାନ-୨୦୨୪, ଘଟଗାଁ, କେନ୍ଦୁଝର
  1. "ଟିକିତାରାର ବାର୍ଷିକ ଉତ୍ସବ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ଶ୍ରାଦ୍ଧ ଦିବସ ପାଳିତ". ବଣମଲ୍ଲୀ ସମ୍ବାଦ - Banamalli News. 2019-12-28. Retrieved 2024-12-11.