କଣ୍ଟାକ୍ଟ ମାଇକ୍ରୋଫୋନ

ଉଇକିପିଡ଼ିଆ‌ରୁ
ପିଏଜୋ ବସ୍ତୁ ସହିତ ଧାତବ ଚକି । ଏହା ବଜରରେ କିମ୍ବା କଣ୍ଟାକ୍ଟ ମାଇକ୍ରୋଫୋନ ଭାବରେ ବ୍ୟବହୃତ ହୁଏ ।

ଏକ କଣ୍ଟାକ୍ଟ ମାଇକ୍ରୋଫୋନ (ପିଏଜୋ ମାଇକ୍ରୋଫୋନ ବୋଲି ମଧ୍ୟ ଜଣା[୧]) ଏକ ପ୍ରକାରର ମାଇକ୍ରୋଫୋନ ଓ ଏହା କଠିନ ବସ୍ତୁ ସହ ସଂଯୁକ୍ତ ହେଲେ ଅଡିଓ କମ୍ପନକୁ ଅନୁଭବ କରିଥାଏ ।[୨]

ସାଧାରଣ ଏୟାର ମାଇକ୍ରୋଫୋନ ତୁଳନାରେ କଣ୍ଟାକ୍ଟ ମାଇକ୍ରୋଫୋନଗୁଡ଼ିକ କମ୍ପନ ପାଇଁ ପ୍ରାୟ ସଂପୂର୍ଣ୍ଣ ସମ୍ବେଦନଶୀଳ କିନ୍ତୁ କେବଳ ସଂରଚନାଦ୍ୱାରା ନିର୍ମିତ ଶବ୍ଦକୁ ଟ୍ରାନ୍ସଡ୍ୟୁସ କରେ । ଏଗୁଡ଼ିକ ପ୍ରାୟତଃ ଆକୁଓଷ୍ଟିକ ଲିକେଜ ପ୍ରୋବ ଭାବରେ ବ୍ୟବହୃତ ହୁଅନ୍ତି ଓ ଶବ୍ଦ ସହିତ ପରୀକ୍ଷଣ କରୁଥିବା ନଏଜ ସଂଗୀତ କଳାକାରମାନଙ୍କଦ୍ୱାରା ମଧ୍ୟ ବ୍ୟାପକ ଭାବେ ବ୍ୟବହାର ହୋଇଥାନ୍ତି । କଣ୍ଟାକ୍ଟ ମାଇକ୍ରୋଫୋନଗୁଡ଼ିକ ଆକୁଓଷ୍ଟିକ ବାଦ୍ୟଯନ୍ତ୍ରରୁ ଶବ୍ଦକୁ ବଢ଼ାଇବା, ବାଜା ବଜାଇବା ଅନୁଭବ କରିବା, ଇଲେକ୍ଟ୍ରୋନିକ ସ୍ୟାମ୍ପଲ ଟ୍ରିଗର କରିବା ଏବଂ ଉଚ୍ଚ ଚାପରେ ଥିବା ଜଳ ପରି ଆହ୍ୱାନପୂର୍ଣ୍ଣ ପରିବେଶରେ ଶବ୍ଦ ରେକର୍ଡ କରିବା ପାଇଁ ବ୍ୟବହୃତ ହୋଇପାରେ ।

ପିଏଜୋ ବସ୍ତୁ ଉପରେ ଆଧାରିତ କଣ୍ଟାକ୍ଟ ମାଇକ୍ରୋଫୋନ ଗୁଡ଼ିକ ପ୍ରାୟତଃ ନିଷ୍କ୍ରିୟ ଏବଂ ଉଚ୍ଚ-ପ୍ରତିରୋଧକ (ଉଚ୍ଚ-ଇମ୍ପେଡ଼ାନ୍ସ) ହୋଇଥିବାରୁ ସେମାନଙ୍କ ଶବ୍ଦ ମେଳ ହେଉଥିବା ପ୍ରିଆମ୍ପ ବିନା 'କ୍ଷୀଣ' ଶୁଭିପାରେ ।

ସାଧାରଣତଭାବେ ମିଳୁଥିବା କଣ୍ଟାକ୍ଟ ମାଇକ୍ରୋଫୋନ ଉପାଦାନ ଏକ ପତଳା ପିତ୍ତଳ କିମ୍ବା ମିଶ୍ରଧାତୁ ଚକିରେ (ଡିସ୍କ) ଲାଗିଥିବା ଏକ ପତଳା ପିଏଜୋଲେକ୍ଟ୍ରିକ ସେରାମିକ ଗୋଲକରେ ନିର୍ମିତ । ପିତ୍ତଳ ଚକି ବିଯୁକ୍ତାତ୍ମକ ଭାବରେ ଚାର୍ଜ ହୋଇଥିବାବେଳେ ଏହି ମଝି ଚକି ଯୁକ୍ତାତ୍ମକ ଭାବରେ ଚାର୍ଜ ହୋଇଥାଏ । ରୂପା ଡିସ୍କଟି ଫାଟିଗଲେ କିମ୍ବା ଜଳିଗଲେ ପିଏଜୋ ଆଉ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହ କାମକରିପାରିବ ନାହିଁ ।

ଆଧାର[ସମ୍ପାଦନା]

  1. Bell, Donald (20 February 2015). "Hear hidden sounds with a DIY microphone". CNET. CBS Interactive. Retrieved 23 May 2019.
  2. "Contact Microphone". inSync. Sweetwater Sound. 6 April 2017. Retrieved 23 May 2019.