କଡ଼ଲେକାଇ ପରିସେ

ଉଇକିପିଡ଼ିଆ‌ରୁ

କଡ଼ଲେକାଇ ପରିସେ (କନ୍ନଡ଼: ಕಡಲೆಕಾಯಿ ಪರಿಶೆ) ବେଙ୍ଗାଳୁରୁରେ ହେଉଥିବା ଏକ ବାର୍ଷିକ ଚିନାବାଦାମ ମେଳା । ଏହା ବାସବନଗୁଡ଼ିର ଦୋଡ଼ ଗଣେଶ ମନ୍ଦିର ପାଖରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହି ମେଳାରେ ଚିନାବାଦାମ ଛଡ଼ା ଚୁଡ଼ି, ପାରମ୍ପରିକ କଣ୍ଢେଇ, ଗହଣା, ପ୍ଲାଷ୍ଟିକ ଓ କାଚ କଣ୍ଢେଇ, ମେହେନ୍ଦି ଚିତା ତଥା ଅନ୍ୟାନ୍ୟ ଉଠାଦୋକାନମାନ ମଧ୍ୟ ଲାଗିଥାନ୍ତି । ଏଠାରେ ଆଳୁଚପ, ପକୁଡ଼ିବଠା (ରଙ୍ଗୀନ କ୍ୟାଣ୍ଡି), କଲ୍ୟାଣ ସେଓ ବା ବେନ୍ଦୁ (ଚିନି ଲେପିତ ବୁଟ) ଏବଂ ପିଇବା ପାଇଁ ରଙ୍ଗୀନ ସୋଡ଼ା ମିଳିଥାଏ । ଏହି ମେଳାକୁ ପରିବେଶ ଉପଯୋଗୀ କରିବା ନିମନ୍ତେ ବିଏମେସ କଲେଜରେ ଛାତ୍ରମାନେ ୨୦୧୫ରେ ଦୋକାନୀମାନଙ୍କୁ ୫୦,୦୦୦ କନା ବ୍ୟାଗ ବାଣ୍ଟିଥିଲେ ।

ନାମକରଣ[ସମ୍ପାଦନା]

କଡ଼ଲେକାଇ ପରିଷେ ଏକ କନ୍ନଡ଼ ଶବ୍ଦ । ଏହାର ଅର୍ଥ ଚିନାବାଦାମ ମେଳା । [୧]

କିମ୍ବଦନ୍ତୀ[ସମ୍ପାଦନା]

ଅତୀତରେ ସୁଙ୍କେନହଳି, ଗୁଟନହଳି, ମବଳି, ଦସରାହଳି ଏବଂ ଚିନାବାଦାମ ଚାଷ ହେଉଥିବା ଅନ୍ୟାନ୍ୟ ଗାଁ ବାସବନଗୁଡ଼ି ଚାରିପଟେ ବେଢ଼ି ରହିଥିଲେ । ପ୍ରତି ପୁର୍ଣ୍ଣିମାରେ ଷଣ୍ଢଟିଏ ଚିନାବାଦାମ ଖେତରେ ପଶି ଫସଲ ଉଜାଡ଼ି ହେଉଥିଲା । ଚାଷୀମାନେ ବାସବ (ନନ୍ଦୀ)ଙ୍କୁ ଫସଲର ସୁରକ୍ଷା କରିବା ପାଇଁ ପ୍ରାର୍ଥନା କଲେ । [୨] ଏହା ପରେ ଏକ ବାସବ ମୂର୍ତ୍ତି ନିକଟରେ ମିଳିଲା । କଥିତ ଅଛି ଯେ ମୂର୍ତ୍ତିଟି ଅତି ଶୀଘ୍ର ବଢ଼ିଲା । ଚାଷ କଲାବେଳେ ଚଷାମାନଙ୍କ ଲଙ୍ଗଳ ମୂର୍ତ୍ତି ମୁଣ୍ଡରେ ବାଜନ୍ତେ ତାହା ସେଦିନୁ ତ୍ରିଶୁଳ ରୂପେ ଦେଖାଯାଆନ୍ତି ।

ଇତିହାସ[ସମ୍ପାଦନା]

ମୂର୍ତ୍ତି ମିଳିବା ପରେ ୧୫୩୭ ମସିହାରେ କେମ୍ପେ ଗଉଡ଼ "ଦୋଡ଼ ବାସବ" (ବଡ଼ ବାସବ)ଙ୍କୁ ଉତ୍ସର୍ଗ କରି ବାସବନଗୁଡ଼ି ମୁଣ୍ଡିଆ ଉପରେ ମୂର୍ତ୍ତି ସମେତ ମନ୍ଦିରଟିଏ ତୋଳାଇଥିଲେ । ଏହି ମନ୍ଦିର "ବୁଲ ଟେମ୍ପଲ" ନାମରେ ଜଣା । ମନ୍ଦିର ପ୍ରତିଷ୍ଠା ହେବା ପରେ ଆଖପାଖର ଚାଷୀମାନେ ପ୍ରତିବର୍ଷ ଏଠାକୁ ଆସି ନିଜ ନିଜ ଅମଳ ଚିନାବାଦାମ ବାସବଙ୍କୁ ଦେଇଥାନ୍ତି । ଏହା ପରେ ଏହି ବାର୍ଷିକ ମେଳା "କଡ଼ଲେକାଇ ପରିସେ" ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]

  1. http://www.karnataka.com/festivals/groundnut-festival.html
  2. "Kadalekai Parishe". Archived from the original on 2006-06-01. Retrieved 2007-03-18.