କଙ୍ଗ୍ ଫୁ

ଉଇକିପିଡ଼ିଆ‌ରୁ

କଙ୍ଗ୍ ଫୁ ବା ଗଙ୍ଗ୍ ଫୁ ଏକ ଚୀନୀୟ ଶବ୍ଦ । ଏହାର ଅର୍ଥ ଏକ ବିଦ୍ୟା ବା ଅଭ୍ୟାସ ଯାହା ଆୟତ କରିବା ପାଇଁ ଧୈର୍ଯ୍ୟ, ଶକ୍ତି ଓ ସମୟ ଆବଶ୍ୟକ । ଏହି ଶବ୍ଦର ମୂଳ ଅର୍ଥ ଅନୁସାରେ ଏହା ଅଭ୍ୟାସଦ୍ୱାରା ଆୟତ କରା ଯାଇଥିବା ଯେକୌଣସି ଶୃଙ୍ଖଳା ବା କଳାକୁ ବୁଝାଏ ଏବଂ କେବଳ ସାମରିକ କଳା ବିଶେଷକୁ ବୁଝାଏ ନାହିଁ । ଚୀନୀୟ ସମାଜରେ ସାମରିକ କଳା ଭାବେ ଏହି ଶବ୍ଦର ପ୍ରୟୋଗ ବିଂଶ ଶତାବ୍ଦୀର ଶେଷ ଆଡକୁ ହେଲା । [୧] ପାଶ୍ଚାତ୍ୟରେ ଏହି ଶବ୍ଦ ସାଧାରଣତ ଚୀନୀୟ ସାମରିକ କଳାକୁ ବୁଝାଏ, ଯଦିଓ ଏହା ସମ୍ପୂର୍ଣ୍ଣ ଠିକ ନୁହେଁ । ଅକ୍ସଫୋର୍ଡ ଇଂରାଜୀ ଅଭିଧାନ ଏହି ଶବ୍ଦକୁ "କରାଟେ ପରି ଏକ ନିଶସ୍ତ୍ର ସାମରିକ କଳା" ଭାବେ ବର୍ଣ୍ଣନା କରିଛି । [୨] ଏଥିରୁ ବୁଝାପଡେ ଏହି ଶବ୍ଦର ଅର୍ଥ କିପରି ଅନ୍ୟ ଭାଷାରେ ବଦଳିଛି ।

ଶବ୍ଦର ଉତ୍ପତି[ସମ୍ପାଦନା]

ଚିନୀୟ ଭାଷାରେ "ଗଙ୍ଗଫୁ", "ଗଙ୍ଗ" ଓ "ଫୁ"କୁ ନେଇ ଗଠିତ ଏକ ଯୌଗିକ ଶବ୍ଦ । ଏହା କଠିନ ପରିଶ୍ରମଦ୍ୱାରା ଆୟତ କରଯାଇଥିବା ଏକ ସଫଳତାକୁ ବୁଝାଏ ।

ମୂଳତଃ କଙ୍ଗ୍ ଫୁ ଅଭ୍ୟାସ କେବଳ ମାତ୍ର ସାମରିକ କଳାକୁ ବୁଝାଉ ନଥିଲା । [୩] ଏହା ଏକ ବ୍ୟକ୍ତିର ତାଲିମ ପ୍ରକ୍ରିୟାକୁ ବୁଝାଉଥିଲା । ତାଲିମ କହିଲେ ଶାରିରୀକ ଓ ମାନସିକ ଭାବରେ ଶକ୍ତିଶାଳୀ ହେବା ଏବଂ ଏକ ଦକ୍ଷତା ଶିଖିବା ଓ ବିକଶିତ କରିବା । ଏହା ଦୀର୍ଘ କାଳ ଅଭ୍ୟାସ ଓ ଚେଷ୍ଟାଦ୍ୱାରା ପ୍ରାପ୍ତ ଦକ୍ଷତାକୁ ବୁଝାଏ । ଏହି ଅର୍ଥ ପୁରୁଣା ରଚନା ବଳୀରୁ, ବିଶେଷ କରି ନବ୍ୟ କନଫୁସିଅସ ଚିନ୍ତାଧାରା ଯାହା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରେ, ସେଥିରୁ ଆସିଛି ।

ଲୋକଭାଷାରେ ଏହା ସାଧାରଣ ଦୈନନ୍ଦିନ କଳା ଯଥା ରୋଷେଇ ଓ ଲେଖିବା ଶୈଳୀ ଭଳି କାର୍ଯ୍ୟରେ ଦକ୍ଷତାକୁ ବୁଝାଇ ପାରେ । ଏହାର ଅର୍ଥ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଦକ୍ଷତା ହାସଲ ପାଇଁ ଶୃଙ୍ଖଳାର ସହ ପରିଶ୍ରମ କରିଛି । ତେଣୁ ଲୋକ ଭାଷାରେ ଏହା ଏହି ଶବ୍ଦର ମୂଳ ଅର୍ଥକୁ ବୁଝାଏ ।

ଆଧାର[ସମ୍ପାଦନା]

  1. Lorge, Peter (2012). Chinese Martial Arts From Antiquity to the Twenty-First Century. Cambridge: Cambridge University Press. ISBN 9780521878814.
  2. "Dictionary". Oxford Dictionaries Online. 2011-02-26. Archived from the original on 2019-12-13. Retrieved 2016-11-30.
  3. article on kung fu