ଔଷଧୀୟ ବୃକ୍ଷଲତା

ଉଇକିପିଡ଼ିଆ ରୁ
Jump to navigation Jump to search

ଔଷଧୀୟ ବୃକ୍ଷଲତା ବା ଔଷଧୀୟ ଗୁଳ୍ମ ପ୍ରାଗୈତିହାସିକ କାଲରୁ ଆବିଷ୍କୃତ ହେବା ସହ ପାରମ୍ପାରିକ ଚିକିତ୍ସା ପଦ୍ଧତିରେ ଉପଯୋଗ ହୋଇଆସୁଅଛି । ବୃକ୍ଷଲତା ସାଧାରଣତଃ ସେମାନଙ୍କର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରୀୟାରେ ଅନେକ ଯୌଗିକ ପଦାର୍ଥ ସୃଷ୍ଟି କରିବା ସହ କବକ, ରୋଗ, ପୋକ ତଥା ସ୍ତନପ୍ୟାୟୀ ପ୍ରାଣୀଙ୍କ ଠାରୁ ନିଜର ଆତ୍ମରକ୍ଷା ନିମିତ୍ତ ମଧ୍ୟ ଅନେକ ରାସାୟନିକ ଯୌଗିକ ସଂଶ୍ଳେଷଣ କରିଥାନ୍ତି । ପ୍ରତି ବୃକ୍ଷଲତାରେ ବ୍ୟାପକ ରୂପରେ ବିବିଧ ପ୍ରକାରର ଫାଇଟୋକେମିକାଲସ ରହିଥିବା ଯୋଗୁଁ ସଂପୂର୍ଣ୍ନ ବୃକ୍ଷ ବା ଗୁଳ୍ମଟିର ପ୍ରତ୍ୟେକ ଅଂଶ ଔଷଧୀୟ ଗୁଣର ଅଧିକାରୀ ନେ ହେଲେ ମଧ୍ୟ ପ୍ରତ୍ୟେକଟି ବୃକ୍ଷଲତା କିଛି ନା କିଛି ଔଷଧୀୟ ଗୁଣର ଅଧୀକାରୀ ହୋଇଥାନ୍ତି ।

ଇତିହାସର ଅନୁସରେ ଔଷଧୀୟ ବୃକ୍ଷଲତାର ପ୍ରାରମ୍ଭିକ ବ୍ୟବହାର ପ୍ରାଚୀନ ସୂମେରୀୟ ସଭ୍ୟତାରେ ଦେଖିବାକୁ ମିଳେ । ଏହା ଛଡା ଗ୍ରୀକ ଚିକିତ୍ସକ ଡାୟେସ୍କୋରିସ ରୋମାନ ସେନାରେ କାର୍ଯ୍ୟରତ ଥିବା ବେଳେ ନେ ଡେ ମେଟେରିଆ ମିଡିକା-ସି ନାମକ ଗ୍ରନ୍ଥରେ ୬୦୦ରୁ ଅଧିକ ବିଭିନ୍ନ ଔଷଧୀୟ ବୃକ୍ଷଲତାର ବ୍ୟଞ୍ଜନ ଆକାରରେ ବ୍ୟବାହାର ବିଧି ଉଲ୍ଲେଖ କରିଛନ୍ତି ।

ଇତିହାସ[ସମ୍ପାଦନା]

ବୃକ୍ଷଲତାରୁ ପ୍ରସ୍ତୁତ ଅନେକ ମସଲା ଯାହା ଆଜିକାଲି ଆମେ ସାଧାରଣଭାବେ ବ୍ୟବହାର କରୁ ତନ୍ମଧ୍ୟରୁ ଅନେକ ପ୍ରାଗୈତିହାସିକ ଯୁଗରୁ ବ୍ୟବହାର ହୋଇଆସୁଅଛି । ଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ ସାଧାରଣତଃ ପ୍ରସ୍ତୁତ ଖାଦ୍ୟ, ବିଶେଷତଃ ମାଛ ବା ମାଂସ, ଶିଘ୍ର ଖରାପ ବା ନଷ୍ଟ ହୋଇଯାଏ [୧]। ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ କିଛି ମସଲା ଏଭଳି କ୍ଷେତ୍ରରେ ଖାଦ୍ୟକୁ ଶୀଘ୍ର ନଷ୍ଟ ହେବାକୁ ଦିଅନ୍ତି ନାହିଁ ।[୨] ଜୀବଜଗତର ପ୍ରାଣି ଓ ଉଦ୍ଭିଦ ପରସ୍ପର ଉପରେ ଏମିତି ନିର୍ଭରଶୀଳ ଯେ ଏମିତି ବି କିଛି ପଶୁ ପକ୍ଷି ବା କୀଟ ପତଙ୍ଗ ଅଛନ୍ତି, ଯେଉଁ ମାନେ କୌଣସି କ୍ଷତ ବା ରୋଗରୁ ଆରୋଗ୍ୟ ଲାଭ କରିବା ନିମିତ୍ତ ନିର୍ଦ୍ଦିଷ୍ଟ ଔଷଧୀୟ ଗୁଳ୍ମର ପତ୍ର, ପୁଷ୍ପ, ଫଳ କିମ୍ବା ଚେର ଗ୍ରହଣ କରିଥାନ୍ତି । ପ୍ରାଗୈତିହାସିକ କବର ସ୍ଥଲରୁ ଔଷଧୀୟ ଗୁଳ୍ମର ନମୁନା ପାଇବା ଏହି ପ୍ରମାନ ଦିଏ ଯେ ପ୍ୟାଲିଓଲିଥିକ ଲୋକଙ୍କର ଔଷଧୀୟ ଗୁଳ୍ମ ବିଷୟରେ କିଛି ଜ୍ଞାନ ଥିଲା । ଉଦାହରଣ ସ୍ୱରୂପ ଉତ୍ତର ଇରାକରେ ଅବସ୍ଥିତ ତଥା ପ୍ରାୟ ୬୦,୦୦୦ ବର୍ଷ ପୁରୁଣା ଏକ ନିଅନଦର୍ଥାଲ କବର ସ୍ଥଳରେ ମିଳିଥିବା ଆଠ ପ୍ରଜାତିର ଗୁଳ୍ମର ପରାଗ ମିଳିଛି ଯେଉଁଥିରୁ ସାତ ପ୍ରକାର ଗୁଳ୍ମ ବର୍ତ୍ତମାନ ଔଷଧୀୟ ଉପଚାର ଭାବେ ବ୍ୟବହୃତ ହେଉଛି ।[୩]

ବ୍ୟବହାର[ସମ୍ପାଦନା]

ଯେଉଁ ବୃକ୍ଷ ବା ଗୁଳ୍ମର ବ୍ୟବହାର ଆମେ ସାଧାରଣତଃ ରୋଗ ମୁକ୍ତି ତଥା ସ୍ୱାସ୍ଥ୍ୟର ହିତ ନିମନ୍ତେ କରାଯାଏ, ସେ ସବୁ ଔଷଧୀୟ ବୃକ୍ଷଲତା ଅଟନ୍ତି [୪][୫]। ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନର ଏକ ଆକଲନ ଅନୁସାରେ ସାରା ବିଶ୍ୱରେ ୨୦୦୨ ସୁଦ୍ଧା ୫୦,୦୦୦ରୁ ଉର୍ଦ୍ଧ୍ୱ ଔଷଧୀୟ ବୃକ୍ଷଲତା ବା ଗୁଳ୍ମ ବ୍ୟବହୃତ [୬]। ରୋୟାଲ ବୋଟାନିକାଲ ଗାର୍ଡେନର ୨୦୧୬ର ଏକ ଆକଲନ ଅନୁସାରେ ପ୍ରାୟ ୧୭,୮୧୦ ଗୁଳ୍ମ ପ୍ରଜାତିର ଔଷଧୀୟ ଗୁଣ ରହିଛି ଏବଂ ତନ୍ମଧ୍ୟରୁ ପ୍ରାୟ ୩୦,୦୦୦ ଔଷଧୀୟ ଗୁଳ୍ମର ବ୍ୟାବହାରିତା ସଂପର୍କରେ ବିବରଣୀ ଲିପିବଦ୍ଧ ହୋଇସାରିଛି ।

ଆଧୁନିକ ଯୁଗରେ ବ୍ୟବହୃତ ଔଷଧ ଗୁଡିକ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ କେବଳ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ହୋଇଥାଏ ।[୭] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଆକଲନ ଅନୁସାରେ ପ୍ରାୟ ଶତକଡା ଅଶି ଭାଗ ଲୋକ ପରୋକ୍ଷଭାବେ ଔଷଧୀୟ ବୃକ୍ଷଲତା ଉପରେ ନିର୍ଭର କରନ୍ତି । କେବଳ ସେତିକି ନୁହେଁ, ଅଧୁନା ବିକଶିତ ରାଷ୍ଟ୍ରଗୁଡିକରେ ଲୋକେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଔଷଧ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଅତଏବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପାରମ୍ପାରିକ ଔଷଧର ବ୍ୟବହାର ବିଷୟରେ ଏକ ନୀତିଗତ ଚିଠା ୧୯୯୧ ମସିହାରେ ପ୍ରସ୍ତୁତ କରିଛନ୍ତି ଏବଂ ଏଗୁଡିକର ପ୍ରସ୍ତୁତି, ବିକ୍ରି ତଥା ବ୍ୟବହାର ସଂପର୍କରେ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି ।[୮]

ଔଷଧୀୟ ବୃକ୍ଷଲତାର ବ୍ୟବହାରର ମୁଖ୍ୟତଃ ତିନି ପ୍ରକାର ଉପାଦେୟତା ରହିଛି; ପ୍ରଥମତଃ ଏହା ଗ୍ରହଣ କରିବାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ, ଦ୍ୱିତୀୟତଃ ଏହି ଔଷଧୀୟ ବୃକ୍ଷଲତାର ଅମଳ ତଥା ଔଷଧ ପ୍ରସ୍ତୁତ କର୍ତ୍ତା ଆର୍ଥିକ ଲାଭ ପାଇଥାନ୍ତି ଏବଂ ଶେଷରେ ଏହି ପରୀପ୍ରେକ୍ଷୀରେ ସରକାର ଟିକସ ପାଇବା ସହ ସମାଜରେ ଲୋକେ ରୋଜଗାରର ନୂତନ ପନ୍ଥା ପାଇପାରନ୍ତି ।

ଔଷଧୀୟ ବୃକ୍ଷଲତାର ପ୍ରକାରଭେଦ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି
  • ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର

ଆଧାର[ସମ୍ପାଦନା]

  1. "Why vegetable recipes are not very spicy". www.sciencedirect.com. Retrieved 22 December 2019.
  2. "Antimicrobial functions of spices: why some like it hot". www.semanticscholar.org. Retrieved 22 December 2019.
  3. Solecki, Ralph S. (28 November 1975). "Shanidar IV, a Neanderthal Flower Burial in Northern Iraq". Science (in ଇଂରାଜୀ). pp. 880–881. doi:10.1126/science.190.4217.880. Retrieved 22 December 2019.
  4. ।www.shodhganga.inflibnet (PDF) https://shodhganga.inflibnet.ac.in/bitstream/10603/119022/22/22_annexure.pdf. Retrieved 22 December 2019. Missing or empty |title= (help)
  5. Ahn, Kyungseop (2017). "The worldwide trend of using botanical drugs and strategies for developing global drugs". BMB Reports. pp. 111–116. doi:10.5483/BMBRep.2017.50.3.221. Retrieved 22 December 2019.
  6. "Impact of Cultivation and Gathering of Medicinal Plants on Biodiversity: Global Trends and Issues". www.fao.org. Retrieved 22 December 2019.
  7. Smith-Hall, Carsten; Larsen, Helle Overgaard; Pouliot, Mariève (13 November 2012). "People, plants and health: a conceptual framework for assessing changes in medicinal plant consumption". Journal of Ethnobiology and Ethnomedicine. p. 43. doi:10.1186/1746-4269-8-43. Retrieved 22 December 2019.
  8. Singh, Amritpal (19 December 2017). "Regulatory and Pharmacological Basis of Ayurvedic Formulations". www.books.google.co.in (in ଇଂରାଜୀ). CRC Press. Retrieved 22 December 2019.