ଓଳାଶୁଣି ଗୁମ୍ଫା

ଉଇକିପିଡ଼ିଆ ରୁ
Jump to navigation Jump to search

ଓଳାଶୁଣି ଗୁମ୍ଫା (ବା ଓଳାଶୁଣୀ ଗୁମ୍ଫା) କେନ୍ଦ୍ରପଡା, କଟକ, ଯାଜପୁର ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡ଼ରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ୱରରୁ ୮୦ କିଲୋମିଟର ଦୁରରେ ରହିଛି ଏହି ପାହାଡ଼ । ଦୈତାରିରୁ ପାରାଦିପ ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ୱୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ଼ | ଏହି ଓଳାଶୁଣି ପାହାଡ଼ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ହୋଇଥିଲେ ବି ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ।[୧] [୨]

ସନ୍ଥ ଅରକ୍ଷିତ ଦାସ[ସମ୍ପାଦନା]

ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା ବଡଖେମଣ୍ଡାର ବିଜୟନଗର ଗଡରେ ଆନୁମାନିକ ୧୭୮୦ରୁ ୧୭୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭ ଦେବ, ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, "ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଡିବାର ପ୍ରୟଜନ କ'ଣ ?"

ବିଦ୍ୟାଟି ବେଦ ଯେ ବୋଲଇ । ତହିଁଁରେ ମୋର କାର୍ଯ୍ୟ ନାହିଁ ।।
ଭାବେ ଅବିଦ୍ୟା ପରମକୁ । ଭାବେ ଭରସା ମୋର ତାଙ୍କୁ ।।

ଏହିପରି ଚିନ୍ତାରୁ ନିବୃତ କରିବାପାଇଁ ତାଙ୍କପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ୱ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ, ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ, ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- " କିଏ ଗୋଟେ ଅରକ୍ଷିତ ମୋ ବାଡ଼ିରୁ ପତ୍ର କାଟୁଛି " କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ, ଏଥିରେ ରାଜପୁତ୍ର ବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ " ମା' ଆଜି ପର୍ଯ୍ୟନ୍ତ ମୋ ନା' ପାଉନଥିଲି, କିନ୍ତୁ ଆଜି ତୁମ ଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି " |

ଓଳାଶୁଣୀ ମେଳା[ସମ୍ପାଦନା]

ଓଳାଶୁଣୀ ମେଳା ମାଘ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ । ପ୍ରଥମ ଶ୍ରାଦ୍ଧ ଦିବସରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।

ପ୍ରସିଦ୍ଧ ଭୋଗ[ସମ୍ପାଦନା]

ସନ୍ଥ ଅରକ୍ଷିତ ଦାସଙ୍କର ପୋଡ଼ପିଠା ହେଉଛି ଅତି ପ୍ରିୟ । ଏହା ଛଡ଼ା ସୁଖୁଆ (ମଲାମାଛ) ଏଠାରେ ଭୋଗ କରାଯାଏ । ଅରକ୍ଷିତ ତାଙ୍କ ପୁସ୍ତକରେ ସମଗ୍ର ଜଗତକୁ ଆମିଷ ବୋଲି କହିଛନ୍ତି, ଆମିଷକୁ ଛାଡ଼ି ଜଗତ ତିଷ୍ଠି ପାରିବ ନାହିଁ ବୋଲି ସେ ଲେଖିଛନ୍ତି-

ହେ ମନ କହୁଅଛି ମୁହିଁ । ଶରୀର‌ ଆମିଷ ଅଟଇ ।।
ରଜ ବୀର୍ଯ୍ୟ ଆମିଷ ଜାଣ । ତହିଁରୁ ସକଳ ଭିଆଣ‌ ।।
ଛପନ କୋଟି ଜୀବ ଯେତେ । ଆମିଷରୁ ଜାତ ସମସ୍ତେ ।।
ଆମିଷକୁ ଆମିଷ ଖାଇ । ଆମିଷ ଆମିଷେ ସାରଇ ।।

ଆଧାର[ସମ୍ପାଦନା]

  1. "Odisha Files".
  2. "Olasuni". Retrieved 7 February 2017.