ଓମୁଆମୁଆ

ଉଇକିପିଡ଼ିଆ ରୁ
Jump to navigation Jump to search
ଓମୁଆମୁଆ
PIA22357-InterstellarObject-'Oumuamua-ExitsSolarSystem.jpg
ଆମ ସୌରମଣ୍ଡଳରେ ମହାଜାଗତିକ ବସ୍ତୁ ଔମୁଆମୁଆର ଜଣେ କଳାକାରଙ୍କଦ୍ୱାରା ପରିକଳ୍ପିତ ଚିତ୍ର
Discovery  [୧][୨]and designation
Discovered byରବର୍ଟ୍ ୱେରିକ୍
Discovery siteହାୱାଇର ହେଲିଆକାଲା ନିରୀକ୍ଷଣାଗାର
Discovery date୧୯ ଅକ୍ଟୋବର ୨୦୧୭
Designations
Pronunciationଓ-ମୁଆ-ମୁଆ
Named afterଏହି ହାୱାଇ ଭାଷା ଶବ୍ଦର ଅର୍ଥ ହେଲା ସନ୍ଧାନକାରୀ, ଦୂତ (ଈଂରାଜୀରେ scout)[୩]
Alternative names
  • 1I
  • 1I/ʻOumuamua
  • 1I/2017 U1 (ʻOumuamua)
  • A/2017 U1[୪]
  • C/2017 U1[୨]
  • P10Ee5V[୫]
Minor planet categoryମହାଜାଗତିକ ବସ୍ତୁ[୩]
hyperbolic asteroid[୬][୭][୮]
Orbital characteristics[୬]
Epoch ୨ ନଭେମ୍ବର ୨୦୧୭
Perihelion୦.୨୫୫±୦.୦୦୦ AU
Semi-major axis[Note ୧]
Eccentricity୧.୧୯୯±୦.୦୦୦
Average orbital speed୨୬.୩୩±୦.୦୧km/s (interstellar)[୯]
Mean anomaly୩୬.୪୨୫°
Inclination୧୨୨.୬୯°
Longitude of ascending node୨୪.୫୯୯°
Argument of perihelion୨୪୧.୭୦°
Physical characteristics
Dimensions୧୦୦–୧,୦୦୦ m
୩୩୦–୩,୨୮୦ ft long[୧୦][୧୧][୧୨]
୨୩୦ m × ୩୫ m × ୩୫ m
୭୫୫ ft × ୧୧୫ ft × ୧୧୫ ft[୧୩][୧୪]
(est. at albedo 0.10)[୧୩][୧୪]
Rotation periodTumbling (non-principal axis rotation)[୧୫]
Reported values include: ୮.୧୦±୦.୦୨ h[୧୬]
୮.୧୦±୦.୪୨ h[୧୭]
୬.୯୬+୧.୪୫
−୦.୩୯
h[୧୮]
Geometric albedo0.1 (spectral est.)[୧୩]
0.06–0.08 (spectral est.)[୧୭]
Spectral typeD?[୧୩]
B–V = ୦.୭±୦.୦୬[୧୩]
V-R = ୦.୪୫±୦.୦୫[୧୩]
g-r = ୦.୪୭±୦.୦୪[୧୭]
r-i = ୦.୩୬±୦.୧୬[୧୭]
r-J = ୧.୨୦±୦.୧୧[୧୭]
Apparent magnitude19.7 to >27.5[୯][Note ୨][୧୯]
Absolute magnitude (H)୨୨.୦୮±୦.୪୪୫[୬]

ଓମୁଆମୁଆ (ଈଂରାଜୀ ଓ ହାୱାଇ ସ୍ଥାନୀୟ ଭାଷାରେ ʻOumuamua ( /ˌməˈmə/)) ଏକ ମହାଜାଗତିକ ବସ୍ତୁ ଯାହା ଆମ ସୌରମଣ୍ଡଳ ମଧ୍ୟ ଦେଇ ଗତି କରୁଛି ଓ ଏପରି ଏକ ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ୧I/୨୦୧୭ U୧ (1I/2017 U1) ବୋଲି ନାମିତ ଏହି ବସ୍ତୁ ୨୦୧୭ ମସିହା ଅକ୍ଟୋବର ୧୯ ତାରିଖ ଦିନ ହାୱାଇର ହେଲିଆକାଲା ମହାକାଶ ନିରୀକ୍ଷଣାଗାରରେ ରବର୍ଟ୍ ୱେରିକ୍‍ଙ୍କ ପ୍ୟାନ୍-ଷ୍ଟାର୍ରସ୍ ଦୂରବିକ୍ଷଣ ଯନ୍ତ୍ରଦ୍ୱାରା ଆବିଷ୍କୃତ ହୋଇଥିଲା । ଆବିଷ୍କୃତ ହେବା ବେଳକୁ ଏହା ନିଜର ଗତିପଥରେ ସୂର୍ଯ୍ୟଠାରୁ ନିକଟତମ ବିନ୍ଦୁକୁ ଅତିକ୍ରମ କରି ୪୦ ଦିନ ହୋଇସାରିଥିଲା । ଓମୁଆମୁଆର ଅବସ୍ଥିତି ପ୍ରଥମେ ଜଣାପଡ଼ିବା ସମୟରେ ଏହା ପୃଥିବୀଠାରୁ ୩.୩ କୋଟି କିଲୋମିଟର (ପୃଥିବୀ ଓ ଚନ୍ଦ୍ର ମଧ୍ୟବର୍ତ୍ତୀ ଦୂରତାର ପ୍ରାୟ ୮୫ ଗୁଣ) ଦୂରରେ ରହିଥିଲା ଓ ସୂର୍ଯ୍ୟଠାରୁ ଦୂରକୁ ଗତି କରୁଥିଲା ।

ଆକାରରେ ଓମୁଆମୁଆ କ୍ଷୁଦ୍ର : ୧୦୦ ମି–୧୦୦୦ ମି × ୩୫ ମି–୧୬୭ ମି × ୩୫ ମି m–୧୬୭ ମି (୩୨୮’–୩୨୮୧’ × ୧୧୫’–୫୪୮’ × ୧୧୫’–୫୪୮’)[୧୦] ବାହ୍ୟ ଜଗତର ସୌର ମଣ୍ଡଳର ବସ୍ତୁଙ୍କ ପରି ଏହାର ରଙ୍ଗ ଗାଢ଼ ଲାଲ୍ । ଓମୁଆମୁଆ ଧୂମକେତୁ ନୁହେଁ, କାରଣ ସୂର୍ଯ୍ୟର ନିକଟ ଦେଇ ଗତି କରୁଥିବା ସମୟରେ ଲାଞ୍ଜ ପରି ଏହାର କୌଣସି ପ୍ରକୃତି ଦେଖାଯାଇନାହିଁ । ପୁଣି ଓମୁଆମୁଆର ତ୍ୱରଣ ମହାକର୍ଷଣ ଶକ୍ତି ଯୋଗୁଁ ନୁହେଁ ବରଂ ଏହି ତ୍ୱରଣ ସୌର ବିକିରଣ ଚାପଜନିତ ।[୨୦][୨୧][୨୨] ଏହି ମହାଜାଗତିକ ବସ୍ତୁର ତାପୀୟ ପ୍ରସାରଣ ଓ ଘୂର୍ଣ୍ଣନ ହାର ଅଧିକ ହୋଇଥିବାରୁ ଅଧିକ ଘନତାବିଶିଷ୍ଟ ଧାତବ ପଦାର୍ଥ ଏହାର ଏକ ମୌଳିକ ଉପାଦାନ ବୋଲି ଅନୁମାନ କରାଯାଏ । ଓମୁଆମୁଆର ଗତି ନିୟନ୍ତ୍ରିତ ଆବର୍ତ୍ତନ-ପରିକ୍ରମଣ ପରି ନୁହେଁ ବରଂ ଅନିୟନ୍ତ୍ରିତ ଓ ଖସି ପଡ଼ୁଥିବା ପରି । ସୂର୍ଯ୍ୟକୁ ଆପେକ୍ଷିକ ଭାବେ ଓମୁଆମୁଆ ଅତି ତୀବ୍ର ବେଗରେ ଗତି କରୁଥିବାରୁ ଏହାର ଉଦ୍ଭବ ଆମ ସୌରମଣ୍ଡଳରେ ହେବା ଅସମ୍ଭବ ବୋଲି କୁହାଯାଉଛି । କ୍ଷୁଦ୍ର ଆକାରର ହୋଇ ମଧ୍ୟ ଓମୁଆମୁଆ କେବେ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ଅନ୍ୟ ଏକ ଜାଗତିକ ବସ୍ତୁର ପରିକ୍ରମଣ କରିବ ନାହିଁ (ଅର୍ଥାତ୍ ଏହା ଉପରେ ମହାକର୍ଷଣର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ) । ଓମୁଆମୁଆ ପୂର୍ବବତ୍ ଗତି କରି ଆମ ସୌରମଣ୍ଡଳରୁ ବାହାରି ଯିବ ଓ ମହାକାଶରେ ଆଗକୁ ଆଗକୁ ଗତି କରିଚାଲୁଥିବ ବୋଲି ଅନୁମାନ କରାଯାଉଛି । ଓମୁଆମୁଆର ଉତ୍ପତ୍ତି, ଏକ ନକ୍ଷତ୍ରରୁ ଅନ୍ୟ ଏକ ନକ୍ଷତ୍ର ପହଞ୍ଚିବାକୁ ଲାଗିଥିବା ସମୟ ଇତ୍ୟାଦି ସମ୍ପର୍କୀୟ ତଥ୍ୟ ଅଜଣା ରହିଛି ।

ନାମକରଣ[ସମ୍ପାଦନା]

ଫୋକସ୍ ବିନ୍ଦୁରେ ରହିଥିବା ସୂର୍ଯ୍ୟ ଓ ଏକ ହାଇପର୍ବୋଲା କକ୍ଷପଥରେ ଗତି କରୁଥିବା ଓମୁଆମୁଆ(animation)

ନିଜ ପ୍ରକାରର ପ୍ରଥମ ମହାଜାଗତିକ ବସ୍ତୁ ହୋଇଥିବାରୁ ଓମୁଆମୁଆ ନିଜ ନାମକରଣ ସମୟରେ ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ସଂଘ ପାଇଁ ଏକ ପ୍ରହେଳିକା ସୃଷ୍ଟି କରିଥିଲା । ପ୍ରଥମେ ଏହାକୁ ଏକ ଧୂମକେତୁ (ଲାଞ୍ଜତାରା) ବିବେଚନା କରି C/୨୦୧୭ U୧ ନାମ ଦିଆଗଲା, କିନ୍ତୁ ଏଥିରେ କୌଣସି ପ୍ରକାରର ଧୂମକେତୁ ପରି ପ୍ରକୃତି ଦେଖାନଯିବାରୁ ଏହାକୁ କ୍ଷୁଦ୍ରଗ୍ରହ (asteroid) A/୨୦୧୭ U୧ ବୋଲି ନାମିତ କରାଗଲା । ସୌରମଣ୍ଡଳର ବାହାରର ମହାକାଶରୁ ଆସିଥିବା ବିଷୟ ଜଣା ପଡ଼ିବା ପରେ ଏକ ନୂତନ ନାମକରଣ ପଦ୍ଧତିର ପ୍ରଚଳନ ଆରମ୍ଭ ହେଲା । ନୂତନ ନାମକରଣ ପ୍ରଣାଳୀ ଅନୁସାରେ I ଅକ୍ଷର ମହାଜାଗତିକ ବସ୍ତୁକୁ (Interstellar object) ସୂଚାଏ । ନିଜ ଧରଣର ପ୍ରଥମ ବସ୍ତୁ ହୋଇଥିବାରୁ ଓମୁଆମୁଆ ୧I ନାମ ପାଇଲା । ଏହି ମହାଜାଗତିକ ବସ୍ତୁର ବିଭିନ୍ନ ସାଧାରଣ ନାମ ହେଲା : ୧I, ୧I/୨୦୧୭ U୧, ୧I/ଓମୁଆମୁଆ ବା ୧I/୨୦୧୭ U୧ (ଓମୁଆମୁଆ) ।[୩]

ଏହି ମହାଜାଗତିକ ବସ୍ତୁର ହାୱାଇ ଭାଷୀୟ ନାମ ଓମୁଆମୁଆର ଅର୍ଥ ହେଉଛି ସନ୍ଧାନକାରୀ ବା ଦୂତ[୨୩] (ଏଥିରେ ଓ ବା ଔ - ʻou ଶବ୍ଦର ଅର୍ଥ ସନ୍ଧାନରେ ଆସିଥିବା ଓ ମୁଆ - mua ଶବ୍ଦର ଅର୍ଥ ପ୍ରଥମ ଥର ପାଇଁ)[୩]) । ତେଣୁ ପ୍ରକାରାର୍ଥରେ ଏହି ବସ୍ତୁଟି ହେଲା ଅତି ଦୂରରୁ ମାନବ ଜାତି ପାଖକୁ ପଠାଯାଇଥିବା ଏକ ଦୂତ ବା ସନ୍ଧାନକାରୀ (ଦୂରରୁ ଆସିଥିବା ପ୍ରଥମ ଦୂତ) ।[୩][୨୪] ହାୱାଇ ବିଶ୍ୱବିଦ୍ୟାଳୟର କାୟୁ କିମୁରା ଓ ଲ୍ୟାରି କିମୁରାଙ୍କ ସହ ପରାମର୍ଶ ପରେ[୨୫] ପ୍ୟାନ୍-ଷ୍ଟାର୍ସ୍ ନିରୀକ୍ଷକ ଦଳ ହିଁ ଏହି ନାମଟି ବାଛିଥିଲେ ।[୨୬]

ଔପଚାରିକ ନାମ ଦିଆଯିବା ପୂର୍ବରୁ ଏହାକୁ “ରାମ” ବୋଲି ନାମିତ କରିବାର ପ୍ରସ୍ତାବ ଦିଆଯାଇଥିଲା । ୧୯୭୩ ମସିହାରେ ପ୍ରକାଶିତ ବ୍ରିଟିଶ୍ କାଳ୍ପନିକ ଔପନ୍ୟାସିକ ଆର୍ଥର୍ ଚାର୍ଲ୍ସ କ୍ଲାର୍କଙ୍କ ଲିଖିତ ରାମ ସହ ସାକ୍ଷାତ (Rendezvous with Rama) ଉପନ୍ୟାସରୁ ଏହି ନାମ ଗୃହୀତ ଥିଲା । ସେହି ଉପନ୍ୟାସର କାହାଣୀରେ ଓମୁଆମୁଆ ପରି ଗତିଶୀଳ ରାମ ନାମକ ପରଗ୍ରହର ଜୀବଙ୍କ ଏକ ମହାକାଶଯାନ ବିଷୟରେ ଜାଣିବା “ସୀତା” ମହାକାଶଯାନକୁ ମଙ୍ଗଳ ଗ୍ରହର ଉପଗ୍ରହ ଫୋବୋସ୍‍ରୁ ପ୍ରେରଣ କରାଯାଇଥିଲା ।[୨୭]

ନିରୀକ୍ଷଣ ସମ୍ପର୍କିତ ତଥ୍ୟ[ସମ୍ପାଦନା]

୨୮ ଅକ୍ଟୋବରରେ ୱିଲିୟମ୍ ହର୍ଶେଲ୍ ଦୂରବିକ୍ଷଣ ଯନ୍ତ୍ର ଦେଖିଥିବା ଓମୁଆମୁଆର ଚିତ୍ର । କେନ୍ଦ୍ରରେ ଯେଉଁ ସ୍ଥାୟୀ ଆଲୋକ ଉତ୍ସ ଦେଖାଯାଉଛି ତାହା ଓମୁଆମୁଆ । ଅନ୍ୟ ତାରକାମାନେ ଅସ୍ପଷ୍ଟ ଓ ଆଲୋକ ବାଡ଼ି ପରି ଦେଖାଯିବାର କାରଣ ହେଲା ଏହି ଦୂରବିକ୍ଷଣ କେବଳ ତୀବ୍ର ବେଗରେ ଗତି କରୁଥିବା ବସ୍ତୁର ନିରୀକ୍ଷଣ କରୁଛି ।

ଓମୁଆମୁଆ ଓ ଏହାର ଗତିପଥର ନିରୀକ୍ଷଣ ସମ୍ପର୍କୀୟ ତଥ୍ୟ ମୁଖ୍ୟତଃ ପ୍ୟାନ୍-ଷ୍ଟାର୍ସ୍ (Pan-STARRS) ଦୂରବିକ୍ଷଣ[୨୮] ଓ କ୍ୟାନାଡ଼ା-ଫ୍ରାନ୍ସ-ହାୱାଇ ଦୂରବିକ୍ଷଣ (CFHT) ଏବଂ ଏହାର ଗଠନ ଓ ଆକାର ସମ୍ବନ୍ଧୀୟ ତଥ୍ୟ ଭେରି ଲାର୍ଜ୍ ଟେଲିସ୍କୋପ୍, ଚିଲିର ଜେମିନି ଦକ୍ଷିଣ ଦୂରବିକ୍ଷଣ[୨୯] ତଥା ହାୱାଇର କେକ୍-୨ (Keck II - W. M. Keck Observatory) ଦୂରବିକ୍ଷଣରୁ ମିଳିଥିଲା । କ୍ୟାରେନ୍ ଜ୍ୟନ୍ ମିଶ୍, ରବର୍ଟ୍ ୱେରିକ୍ ଓ ସେମାନଙ୍କ ସହଯୋଗୀମାନେ ଏସମସ୍ତ ତଥ୍ୟ ସଂଗ୍ରହ କରି ୨୦୧୭ ନଭେମ୍ବର ୨୦ରେ ପ୍ରକାଶିତ “ନେଚର୍” ଜର୍ଣ୍ଣାଲ୍ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ ।[୩୦][୩୧] ଏହି ଘୋଷଣା ପରେ ହବ୍ୱଲ୍ ମହାକାଶ ଦୂରବିକ୍ଷଣ ଓ ସ୍ପିଟ୍‍ଜର୍ ଦୂରବିକ୍ଷଣ ମଧ୍ୟ ଓମୁଆମୁଆ ସମ୍ପର୍କୀୟ ତଥ୍ୟ ସଂଗ୍ରହରେ ନିୟୋଜିତ ହୋଇଥିଲେ ।[୩୨]

୨୦୨୦ ମସିହା ବେଳକୁ ଓମୁଆମୁଆର ମାନ ୩୪ ଗୁଣ ହୋଇଯାଇଥିବ

ଓମୁଆମୁଆ କ୍ଷୁଦ୍ରାକୃତି ଏବଂ ଅନ୍ଧକାରମୟ । ଏହାର ଉଜ୍ଜ୍ୱଳତାର ମାନ ପ୍ରାୟ ୧୩.୫ ମ୍ୟାଗ୍ ହୋଇଥିବାରୁ ୨୦୧୭ ସେପ୍ଟେମ୍ବର ୯ ତାରିଖରେ ଷ୍ଟିରିଓ ଏଚ୍. ଆଇ. – ୧ଏଦ୍ୱାରା ଏହାର ନିରୀକ୍ଷଣ କରାଯାଇପାରି ନଥିଲା ।[୧୭] ଅକ୍ଟୋବର ମାସର ଶେଷ ଆଡ଼କୁ ଓମୁଆମୁଆର ଆପେକ୍ଷିକ ଉଜ୍ଜ୍ୱଳତା ୨୩[୩୩] ଓ ୨୦୧୭ ଡିସେମ୍ବର ବେଳକୁ ଏହାର ବେଗ ବହୁମାତ୍ରାରେ ବଢ଼ିଯାଇ ଉଜ୍ଜ୍ୱଳତା କମିଯିବାରୁ ପୃଥିବୀ ପୃଷ୍ଠରେ ଥିବା କୌଣସି ଦୂରବିକ୍ଷଣଦ୍ୱାରା ଏହା ଦେଖାଗଲା ନାହିଁ ।[୨୯]

ସୌରମଣ୍ଡଳର ବାହ୍ୟ ଜଗତରୁ ଏହି ମହାଜାଗତିକ ବସ୍ତୁର ଉତ୍ସ ହୋଇଥିବାରୁ ଏହାକୁ ପରାଜୀବଙ୍କ (alien) କାଳ୍ପନିକ ମହାକାଶଯାନ “ରାମ” ସହିତ ତୁଳନା କରାଯାଇଥିଲା । ସଂଯୋଗ କ୍ରମେ ଓମୁଆମୁଆ ଓ କାଳ୍ପନିକ ରାମ ମହାକାଶଯାନ ଆକାରରେ ଛୋଟ ତଥା ଲମ୍ବାଳିଆ ।[୩୪] କିନ୍ତୁ ଏକ କ୍ଷୁଦ୍ର ଗ୍ରହ ପରି ଓମୁଆମୁଆର ରଙ୍ଗ ଈଷତ୍ ଲାଲ୍ ଏବଂ ଏହାର ପ୍ରଜ୍ଜ୍ୱଳତା ପରିବର୍ତ୍ତନଶୀଳ ।[୩୫][୩୬][୩୭]

SETI ଅନୁଷ୍ଠାନର ରେଡ଼ିଓ ଟେଲିସ୍କୋପ୍, “ଆଲେନ୍ ଟେଲିସ୍କୋପ୍ ଆରେ” ପରି ଦୂରବିକ୍ଷଣ ଯନ୍ତ୍ର ମଧ୍ୟ ଓମୁଆମୁଆର ସର୍ବେକ୍ଷଣ କରିଥିଲେ କିନ୍ତୁ କୌଣସି ପ୍ରକାରର ଭିନ୍ନ ଧରଣର ରେଡ଼ିଓ ବିକିରଣ ଚିହ୍ନଟ କରିପାରିନଥିଲେ ।[୩୮] ପରେ ବ୍ରେକ୍-ଥ୍ରୁ ହାର୍ଡୱେର୍ ଓ ଗ୍ରୀନ୍ ବ୍ୟାଙ୍କ ଦୂରବିକ୍ଷଣ ବ୍ୟବହାର କରି ଅଧିକ ପରୀକ୍ଷଣ କରାଯାଇଥିଲା[୩୪][୩୮][୩୯] କିନ୍ତୁ କୌଣସି ନ୍ୟାରୋବ୍ୟାଣ୍ଡ୍ (Narrowband) ସିଗ୍ନାଲ୍ ବା ସଙ୍କେତ ମିଳିନଥିଲା । ଓମୁଆମୁଆର ଅବସ୍ଥିତି ଅତି ନିକଟରେ ଥିବାରୁ ଟ୍ରାନ୍ସମିଟର୍‍ମାନଙ୍କ କ୍ଷମତା ୦.୦୮ ୱାଟ୍ ପରି ନିମ୍ନମାନରେ ରଖାଯାଇ ପରୀକ୍ଷଣ କରାଯାଇଥିଲା ।[୪୦]

ଗତିପଥ[ସମ୍ପାଦନା]

ପୃଥିବୀରୁ ଦୃଶ୍ୟମାନ ଆପେକ୍ଷିକ ଗତିପଥ ଯାହା ଲାଇରା ତାରକାପୁଞ୍ଜ ପଟରୁ ଆରମ୍ଭ ହୋଇ ପେଗାସସ୍ ନକ୍ଷତ୍ରପୁଞ୍ଜ ପଟକୁ ଯାଇଛି
ଓମୁଆମୁଆର ଆମ ସୌରମଣ୍ଡଳ ଦେଇ ଯାଇଥିବା ହାଇପର୍ବୋଲାକାର ଗତିପଥ

ଓମୁଆମୁଆ ଲାଇରା ନକ୍ଷତ୍ରପୁଞ୍ଜର ୱେଗା ତାରକା ଦିଗରୁ ଆମ ସୌରମଣ୍ଡଳକୁ ଆସିଥିବା ପରି ମନେହୁଏ ।[୩୫][୩୬][୪୧][୪୨] ଅନ୍ୟ ନକ୍ଷତ୍ରଙ୍କ ସହିତ ସୂର୍ଯ୍ୟର ଆପେକ୍ଷିକ ଗତିର ଦିଗ ଓ ଓମୁଆମୁଆର ସୌରମଣ୍ଡଳକୁ ଆଗମନର ଦିଗ ପରସ୍ପର ପ୍ରତି ୬° କୋଣ ସୃଷ୍ଟି କରନ୍ତି । ସୌରମଣ୍ଡଳର ବାହ୍ୟ ଜଗତର ବସ୍ତୁମାନେ ବୋଧହୁଏ ଏହି ଦିଗରୁ ପ୍ରବେଶ କରିପାରିବେ ।[୪୧][୪୩] ୨୬ ଅକ୍ଟୋବର ତାରିଖରେ କ୍ୟାଟାଲିନା ସ୍କାଇ ସର୍ଭେ ନିରୀକ୍ଷଣାଗାରର ତଥ୍ୟାବଳୀରେ ୧୪ ଓ ୧୭ ଅକ୍ଟୋବର ତାରିଖର ଦୁଇଟି ଓମୁଆମୁଆ ନିରୀକ୍ଷଣ ସମ୍ପର୍କିତ ତଥ୍ୟ ମିଳିଥିଲା ।[୪୪][୩୩] ଦୁଇ ସପ୍ତାହର ନିରୀକ୍ଷଣରୁ ଓମୁଆମୁଆର ଗତିପଥ ହାଇପର୍ବୋଲାକାର ବୋଲି ଜଣା ପଡ଼ିଲା ।[୬][୩୦] ମହାକାଶରେ ଓମୁଆମୁଆର ସୂର୍ଯ୍ୟ ସହିତ ଆପେକ୍ଷିକ ପରିବେଗ ପ୍ରାୟ ୨୬.୩୩ କି.ମି. ପ୍ରତି ସେକେଣ୍ଡ୍ (୯୪୮୦୦ କି.ମି. ପ୍ରତି ଘଣ୍ଟା) ।[Note ୩]

ସୂର୍ଯ୍ୟ ସହ ଓମୁଆମୁଆର ଆପେକ୍ଷିକ ବେଗ[୪୫]
ଦୂରତା ତାରିଖ ପରିବେଗ
କି.ମି./ଘଣ୍ଟା
୨୩୦୦ AU ୧୬୦୫ ୨୬.୩୪
୧୦୦୦ AU ୧୮୩୯ ୨୬.୩୫
୧୦୦ AU ୨୦୦୦ ୨୬.୬୭
୧୦ AU ୨୦୧୬ ୨୯.୫୦
୧ AU ୯ ଅଗଷ୍ଟ ୨୦୧୭ ୪୯.୬୭
ଉପସୌର ୯ ସେପ୍ଟେମ୍ବର ୨୦୧୭ ୮୭.୭୧[୯]
୧ AU ୧୦ ଅକ୍ଟୋବର ୨୦୧୭ ୪୯.୬୭[Note ୪]
୧୦ AU ୨୦୧୯ ୨୯.୫୧
୧୦୦ AU ୨୦୩୪ ୨୬.୬୫
୧୦୦୦ AU ୨୧୯୬ ୨୬.୩୬
୨୩୦୦ AU ୨୪୩୦ ୨୬.୩୨

ଓମୁଆମୁଆ ଏକ ମହାଜାଗତିକ ବସ୍ତୁ ବୋଲି ମଧ୍ୟ ନଭେମ୍ବର ସୁଦ୍ଧା ମହାକାଶ ବିଜ୍ଞାନୀମାନେ ମତ ଦେଇସାରିଥିଲେ ।[୪୬] ୩୪ ଦିନ ଧରି ଚାଲିଥିବା ନିରୀକ୍ଷଣରୁ ଓମୁଆମୁଆର କକ୍ଷୀୟ ବିକେନ୍ଦ୍ରତା ୧.୨୦ ବୋଲି ଜଣା ପଡ଼ିଲା ଯାହା କୌଣସି ବସ୍ତୁ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ୍ କରାଯାଇଥିବା ସର୍ବାଧିକ ମାନ ।[୪୭][୯] ୧.୦ରୁ ଅଧିକ ବିକେନ୍ଦ୍ରତାର ଅର୍ଥ ଏହି ବସ୍ତୁର ବେଗ ସୂର୍ଯ୍ୟର ମୁକ୍ତିବେଗଠାରୁ (escape velocity) ଅଧିକ, ତେଣୁ ଏହି ବସ୍ତୁଟି ସୌର ମଣ୍ଡଳ ଅତିକ୍ରମ କରି ବାହ୍ୟ ମହାକାଶକୁ ପଳାୟନ କରିବ । ସୌରମଣ୍ଡଳର କୌଣସି ଗ୍ରହର ନିକଟବର୍ତ୍ତୀ ହେଲେ ବିକେନ୍ଦ୍ରତା ବୃଦ୍ଧି ପାଏ (ଯେପରି C/୧୯୮୦ E୧ କ୍ଷେତ୍ରରେ ଘଟିଥିଲା) ଓ ୧.୦ରୁ ଅଧିକ ହୋଇଯାଏ,[୪୭][୪୮][Note ୫] କିନ୍ତୁ ଓମୁଆମୁଆର ବିକେନ୍ଦ୍ରତା ଅତ୍ୟଧିକ ଯାହା ସୌରମଣ୍ଡଳର କୌଣସି ଗ୍ରହ ପ୍ରଭାବରୁ ହୋଇନପାରେ । ଆମ ସୌରମଣ୍ଡଳରେ ଯଦିଓ କୌଣସି ଅଜ୍ଞାତ ଗ୍ରହ ରହିଥାଏ ତାହା ମଧ୍ୟ ଓମୁଆମୁଆର ବେଗ ଏତେମାତ୍ରାରେ ବଢ଼ାଇବା ସମ୍ଭବ ନୁହେଁ । ତେଣୁ ନିଶ୍ଚିତ ରୂପେ ଓମୁଆମୁଆର ଉତ୍ସ ସୌରମଣ୍ଡଳ ବାହାରର ମହାକାଶରୁ ।[୪୯][୫୦]

ଓମୁଆମୁଆ ସୌରମଣ୍ଡଳ ଦେଇ ଯିବାର ଏକ ଏନିମେସନ୍ ଚିତ୍ର
ସୂର୍ଯ୍ୟରୁ ୨୦୦ AU ଦୂରତାରେ ଆଗମନ ପରିବେଗ
ଓ ଅନ୍ୟ Oort cloud ବସ୍ତୁଙ୍କ ସହ ତୁଳନାତ୍ମକ ତଥ୍ୟ[୪୫]
Object ପରିବେଗ
କି.ମି./ସେ.
# ପରୀକ୍ଷଣ ସଂଖ୍ୟା[Note ୬]
୯୦୩୭୭ ସେଡ୍‍ନା 1.୯୯ ୯୨୪୦ ଦିନରେ ୧୯୬
C/୧୯୮୦ E୧ (ବୋୱେଲ୍) ୨.୯୬ ୨୫୧୪ ଦିନରେ ୧୭୯
C/୧୯୯୭ P2 (ସ୍ପେସ୍ ୱାଚ୍) ୨.୯୬ ୪୯ ଦିନରେ ୯୪
C/୨୦୧୦ X୧ (ଏଲେନିନ୍) ୨.୯୬ ୨୩୫ ଦିନରେ ୨୨୨୨
C/୨୦୧୨ S୧ (ISON) ୨.୯୯ ୭୮୪ ଦିନରେ ୬୫୧୪
C/୨୦୦୮ J୪ (ମ୍ୟାକ୍‍ନଟ୍) ୪.୮୮ ୧୫ ଦିନରେ ୨୨[Note ୭]
୧I/୨୦୧୭ U୧ (ଓମୁଆମୁଆ) ୨୬.୫ ୩୪ ଦିନରେ ୧୨୧


ଅନ୍ୟ ମହାଜାଗତିକ ବସ୍ତୁ[ସମ୍ପାଦନା]

ମହାକାଶ ବିଜ୍ଞାନୀମାନଙ୍କ ମତରେ ଓମୁଆମୁଆ ପରି ବାହ୍ୟ ମହାକାଶର ଅନେକ ବସ୍ତୁ ପ୍ରତିବର୍ଷ ପୃଥିବୀର କକ୍ଷପଥରେ ପାଖ ଦେଇ ଗତି କରନ୍ତି[୫୧] ଓ ନେପ୍‍ଚ୍ୟୁନ୍‍ର କକ୍ଷପଥକୁ ପ୍ରତିଦିନ ଏପରି ପ୍ରାୟ ୧୦ ହଜାର ବସ୍ତୁ ପ୍ରବେଶ କରନ୍ତି ।[୫୨] ଯଦି ଏହି ତଥ୍ୟ ସଠିକ ହୋଇଥାଏ ତେବେ ବାହ୍ୟ ମହାକାଶର ବସ୍ତୁଙ୍କ ବିଷୟରେ ପରୀକ୍ଷଣ କରିବା ପାଇଁ ଅଧିକରୁ ଅଧିକ ସୁଯୋଗ ମିଳିବ । କିନ୍ତୁ ବର୍ତ୍ତମାନ ମାନବ ଜାତି ପାଖରେ ରହିଥିବା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସ୍ତର ଏପରି ତୀବ୍ର ବେଗବାନ୍ ବସ୍ତୁମାନଙ୍କ ବିଷୟରେ ଜ୍ଞାନ ଆହରଣରେ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ ।[୫୩]

ଆହୁରି ଦେଖନ୍ତୁ[ସମ୍ପାଦନା]

  • A/2017 U7 ଧୂମକେତୁ
  • A/2018 C2 ଧୂମକେତୁ
  • (514107) 2015 BZ509 କ୍ଷୁଦ୍ରଗ୍ରହ

ଟୀକା[ସମ୍ପାଦନା]

  1. Objects on hyperbolic trajectories have negative semimajor axis, giving them a positive orbital energy.
  2. Range at which the object is expected to be observable. Brightness peaked at 19.7 mag on 18 October 2017, and fades below 27.5 mag (the limit of Hubble Space Telescope for fast-moving objects) around 1 January 2018. By late 2019, it should dim to 34 mag.
  3. For comparison, comet C/1980 E1 will only be moving 4.2 km/s when it is 500 AU from the Sun.
  4. The solar escape velocity from Earth's orbit (1 AU from the Sun) is 42.1 km/s. For comparison, even 1P/Halley moves at 41.5 km/s when 1 AU from the Sun, according to the formula v = 42.1219 ଛାଞ୍ଚ:Radic, where r is the distance from the Sun, and a is the major semi-axis. Near-Earth asteroid 2062 Aten only moves at 29 km/s when 1 AU from the Sun because of the much smaller major semi-axis.
  5. Unlike ʻOumuamua, C/1980 E1's orbit got its high eccentricity of 1.057 due to a close encounter with Jupiter. Its inbound-orbit eccentricity was less than 1.[୪୧]
  6. Orbits computed with only a handful of observations can be unreliable. Short arcs can result in computer generated orbits rejecting some data unnecessarily.
  7. Other orbital solutions show C/2008 J4 entering the Solar System @ 3.5 ± 1.3 km/s. JPL #10 shows that on 1855-Mar-24 C/2008 J4 was moving 4.88 ± 1.8 km/s.

ଆଧାର[ସମ୍ପାଦନା]

  1. "Small Asteroid or Comet 'Visits' from Beyond the Solar System". NASA. 26 October 2017. Retrieved 29 October 2017.
  2. ୨.୦ ୨.୧ "MPEC 2017-U181: COMET C/2017 U1 (PANSTARRS)". Minor Planet Center. International Astronomical Union. 25 October 2017. Retrieved 25 October 2017. (CK17U010)
  3. ୩.୦ ୩.୧ ୩.୨ ୩.୩ ୩.୪ "MPEC 2017-V17 : New Designation Scheme for Interstellar Objects". Minor Planet Center. International Astronomical Union. 6 November 2017. Retrieved 6 November 2017.
  4. "MPEC 2017-U183: A/2017 U1". Minor Planet Center. International Astronomical Union. 25 October 2017. Retrieved 25 October 2017. (AK17U010)
  5. Antier, K. "A/2017 U1, first interstellar asteroid ever detected!". International Meteor Organization. Retrieved 7 November 2017.
  6. ୬.୦ ୬.୧ ୬.୨ ୬.୩ "JPL Small-Body Database Browser: ʻOumuamua (A/2017 U1)". JPL Small-Body Database. Jet Propulsion Laboratory. Archived from the original on 25 October 2017. Retrieved 25 October 2017.
    JPL 1 (Solution date: 2017-Oct-24)
    JPL 10 (Solution date: 2017-Nov-03)
    JPL 14 (Solution date: 2017-Nov-21) Archived 22 November 2017 at the Wayback Machine.
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; ARX-20180920 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. ଆଧାର ଭୁଲ: ଅଚଳ <ref> ଚିହ୍ନ; QM-20181010 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. ୯.୦ ୯.୧ ୯.୨ ୯.୩ "Pseudo-MPEC for A/2017 U1 (FAQ File)". Bill Gray of Project Pluto. 26 October 2017. Retrieved 26 October 2017. (Orbital elements)
  10. ୧୦.୦ ୧୦.୧ Cofield, Calia (14 November 2018). "NASA Learns More About Interstellar Visitor 'Oumuamua". NASA. Retrieved 14 November 2018.
  11. Watzke, Megan (20 October 2018). "Spitzer Observations of Interstellar Object ʻOumuamua". SciTechDaily.com. Retrieved 20 October 2018.
  12. Harvard-Smithsonian Center for Astrophysics (22 October 2018). "ʻOumuamua one year later". Phys.org. Retrieved 22 October 2018.
  13. ୧୩.୦ ୧୩.୧ ୧୩.୨ ୧୩.୩ ୧୩.୪ ୧୩.୫ Jewitt, D.; Luu, J.; Rajagopal, J.; Kotulla, R.; Ridgway, S.; Liu, W.; Augusteijn, T. (30 November 2017). "Interstellar Interloper 1I/2017 U1: Observations from the NOT and WIYN Telescopes". The Astrophysical Journal Letters. 850 (2): L36. arXiv:1711.05687. Bibcode:2017ApJ...850L..36J. doi:10.3847/2041-8213/aa9b2f.
  14. ୧୪.୦ ୧୪.୧ "A Familiar-Looking Messenger from Another Solar System" (Press release). National Optical Astronomy Observatory. 15 November 2017. NOAO 17-06. Retrieved 15 November 2017.
  15. ଆଧାର ଭୁଲ: ଅଚଳ <ref> ଚିହ୍ନ; Fraser2018a ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  16. Bolin, B.T.; et al. (2017). "APO Time Resolved Color Photometry of Highly-Elongated Interstellar Object 1I/ʻOumuamua". The Astrophysical Journal. 852 (1): L2. arXiv:1711.04927. Bibcode:2018ApJ...852L...2B. doi:10.3847/2041-8213/aaa0c9.
  17. ୧୭.୦ ୧୭.୧ ୧୭.୨ ୧୭.୩ ୧୭.୪ ୧୭.୫ Bannister, M.T.; Schwamb, M.E. (2017). "Col-OSSOS: Colors of the Interstellar Planetesimal 1I/2017 U1 in Context with the Solar System". The Astrophysical Journal. 851 (2): L38. arXiv:1711.06214. Bibcode:2017ApJ...851L..38B. doi:10.3847/2041-8213/aaa07c. As its albedo is unknown, we do not describe 1I/‘Oumuamua as consistent with Tholen (1984) P type.
  18. Feng, F.; Jones, H.R.A. (23 November 2017). "ʻOumuamua as a messenger from the Local Association". The Astrophysical Journal. 852 (2): L27. arXiv:1711.08800. Bibcode:2018ApJ...852L..27F. doi:10.3847/2041-8213/aaa404.
  19. Meech, Karen; et al. (8 November 2017). "Proposal 15405 – Which way home? Finding the origin of our Solar System's first interstellar visitor" (PDF). STScI – Space Telescope Science Institute. Retrieved 15 November 2017.
  20. ଆଧାର ଭୁଲ: ଅଚଳ <ref> ଚିହ୍ନ; UT-230181031 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  21. ଆଧାର ଭୁଲ: ଅଚଳ <ref> ଚିହ୍ନ; ARX-20181101 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  22. ଆଧାର ଭୁଲ: ଅଚଳ <ref> ଚିହ୍ନ; SA-201809287 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  23. Pukui, M.K.; Elbert, S.H. (2003). "Hawaiian Dictionary". Ulukau: Hawaiian Electronic Library. University of Hawaiʻi Press. Retrieved 21 November 2017.
  24. Kesh, Johnathan (8 November 2017). "Our Solar System's First Interstellar Asteroid is Named ʻOumuamua'". Outer Places. Retrieved 23 November 2017.
  25. Gal, Roy (20 November 2017). "An interstellar visitor unmasked". University of Hawaiʻi System News (in ଇଂରାଜୀ). Retrieved 22 November 2017.
  26. Wall, Mike (16 November 2017). "Meet ʻOumuamua, the First-Ever Asteroid from Another Star". Scientific American (in ଇଂରାଜୀ) – via Space.com.
  27. "The first visitor from another solar system has just been spotted: Rendezvous with Rama?". The Economist. 2 November 2017.
  28. Morrison, David (March–April 2018). "Interstellar Visitor: The Strange Asteroid from a Faraway System". Skeptical Inquirer. 42 (2): 5–6.
  29. ୨୯.୦ ୨୯.୧ "First Known Interstellar Visitor is an 'Oddball'". Gemini Observatory (Press release). 20 November 2017. Retrieved 28 November 2017.
  30. ୩୦.୦ ୩୦.୧ Meech, K.J.; et al. (20 November 2017). "A brief visit from a red and extremely elongated interstellar asteroid". Nature. 552 (7685): 378–381. Bibcode:2017Natur.552..378M. doi:10.1038/nature25020. PMID 29160305.
  31. ଛାଞ୍ଚ:Cite newspaper
  32. ଆଧାର ଭୁଲ: ଅଚଳ <ref> ଚିହ୍ନ; jpl-news ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  33. ୩୩.୦ ୩୩.୧ "1I/ʻOumuamua = A/2017 U1 Orbit". Minor Planet Center. International Astronomical Union. Retrieved 9 November 2017.
  34. ୩୪.୦ ୩୪.୧ Koren, Marina (11 December 2017). "Astronomers to Check Mysterious Interstellar Object for Signs of Technology". The Atlantic.
  35. ୩୫.୦ ୩୫.୧ Wenz, John (22 November 2017). "The first discovered interstellar asteroid is a quarter-mile long red beast". Astronomy.
  36. ୩୬.୦ ୩୬.୧ Overbye, Dennis (22 November 2017). "An Interstellar Visitor Both Familiar and Alien". The New York Times. Retrieved 23 November 2017.
  37. Shostak, Seth (14 December 2017). "Is this mysterious space rock actually an alien spaceship?". NBC News. Retrieved 20 December 2017.
  38. ୩୮.୦ ୩୮.୧ Billings, Lee (11 December 2017). "Alien Probe or Galactic Driftwood? SETI Tunes In to ʻOumuamua". Scientific American. Retrieved 12 December 2017. So far limited observations of ‘Oumuamua, using facilities such as the SETI Institute’s Allen Telescope Array, have turned up nothing.
  39. Beall, Abigail (12 December 2017). "It isn't an alien spacecraft, but we should still study ʻOumuamua". Wired UK. Retrieved 12 December 2017.
  40. Enriquez, J. E. (9 January 2018). "Breakthrough Listen Observations of 1I/ʻOumuamua with the GBT". arXiv:1801.02814 [astro-ph.EP]. 
  41. ୪୧.୦ ୪୧.୧ ୪୧.୨ Beatty, Kelly (25 October 2017). "Astronomers Spot First-Known Interstellar Comet". Sky & Telescope. Retrieved 25 October 2017.
  42. Seidel, Jamie (26 October 2017). "'Alien' object excites astronomers. Is it a 'visitor' from nearby star?". The New Zealand Herald.
  43. Hein, A.M.; Perakis, N.; Long, K.F.; Crowl, A.; Eubanks, M.; Kennedy, R.G., III; Osborne, R. (2017). "Project Lyra: Sending a Spacecraft to 1I/ʻOumuamua (former A/2017 U1), the Interstellar Asteroid". arXiv:1711.03155 [physics.space-ph]. 
  44. "MPEC 2017-U185: A/2017 U1". Minor Planet Center. International Astronomical Union. 26 October 2017. Retrieved 26 October 2017.
  45. ୪୫.୦ ୪୫.୧ "Horizons Web-Interface". Solar System Dynamics Group. JPL. Results produced with JPL Horizons On-Line Ephemeris System using Soln.date: 2017-Nov-21. Observer Location: "@sun" / Table settings: "20. Observer range & range-rate", "22. Speed wrt Sun & observer". At perihelion deldot=0.0 km/s and VmagSn=87 km/s
  46. ଛାଞ୍ଚ:Cite newspaper
  47. ୪୭.୦ ୪୭.୧ "JPL Small-Body Database Search Engine – Constraints: e > 1". JPL Small-Body Database. Jet Propulsion Laboratory. Retrieved 26 October 2017.
  48. de la Fuente Marcos, C.; de la Fuente Marcos, R.úl (1 November 2017). "Pole, Pericenter, and Nodes of the Interstellar Minor Body A/2017 U1". Research Notes of the AAS. 1 (1): 5. arXiv:1711.00445. Bibcode:2017RNAAS...1a...5D. doi:10.3847/2515-5172/aa96b4.
  49. Wright, Jason T.; Jones, Hugh R.A. (2018). "On Distinguishing Interstellar Objects Like ʻOumuamua From Products of Solar System Scattering". Research Notes of the AAS. 1 (1): 38. arXiv:1712.06044. Bibcode:2017RNAAS...1a..38W. doi:10.3847/2515-5172/aa9f23.
  50. de la Fuente Marcos, Carlos; de la Fuente Marcos, Raúl; Aarseth, Sverre J. (2018). "Where the Solar system meets the solar neighbourhood: patterns in the distribution of radiants of observed hyperbolic minor bodies". Monthly Notices of the Royal Astronomical Society Letters. 476 (1): L1–L5. arXiv:1802.00778. Bibcode:2018MNRAS.476L...1D. doi:10.1093/mnrasl/sly019.
  51. "Interstellar Asteroid FAQs". NASA. 20 November 2017. Retrieved 21 November 2017.
  52. Fraser, Wesley (11 Feb 2018). "The Sky at Night: The Mystery of 'Oumuamua" (Interview). Interviewed by Chris Lintott. BBC.
  53. ଆଧାର ଭୁଲ: ଅଚଳ <ref> ଚିହ୍ନ; ARX-20180412 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।

ଆଧାର ଭୁଲ: <references>ରେ ଦିଆଯାଇଥିବା "Mamajek2017" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "PortegiesZwartetal2017" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "Gaidos2017" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "Ye2017" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "ESO2017" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "Guarddian2017-12-11" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "WHT" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "eso1820June2018Oumuamua" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "Nature 27-6-2018" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "NAT-20180627" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।

ଆଧାର ଭୁଲ: <references>ରେ ଦିଆଯାଇଥିବା "NASA-20180627nasa" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।

External links[ସମ୍ପାଦନା]