ଓଡିସିଅସ

ଉଇକିପିଡ଼ିଆ‌ରୁ

ଓଡିସିଅସ ଅଥବା ଇଉଲିସିସ( ଗ୍ରିକ:Ὀδυσσεύς,ଅଡିସିଅସ; ଲାଟିନ: Ulixes,ଇଉଲିସିସ) ଏକଜନ ଉପକଥାରେ ଗ୍ରୀସର ଇଥାକାର ରାଜା ଥିଲେ । ତାଙ୍କୁ ଗ୍ରିକ ପୁରାଣ ଗୁଡ଼ିକରେ ଅନ୍ୟତମ ସାହସୀ,କୌଶଳୀ ବୀର, ବାଗ୍ମୀ ଏବଂ କୂଟନୀତିଜ୍ଞ ଭାବେ ବର୍ଣ୍ଣନା କରଯାଇଅଛି ।

ଇତିହାସ[ସମ୍ପାଦନା]

ହେଲେନଙ୍କ ସ୍ୱୟମ୍ବର ସଭାରେ ଅଡିସିଅସ୍ ମଧ୍ୟ ଥିଲେ । କିନ୍ତୁ ମେନାଲାଉସ, ହେଲେନଙ୍କୁ ପସନ୍ଦ କରୁଛନ୍ତି ଜାଣିବା ପରେ ସେ ହେଲେନଙ୍କ ବିବାହ ତାଙ୍କ ସଙ୍ଗେ କରିଦେଲେ ଏବଂ ନିଜେ ହେଲେନଙ୍କ ଆତ୍ମୀୟା ପେନିଲୋପଙ୍କୁ ବିବାହ କଲେ । ଅଡିସିଅସଙ୍କ କୂଟକୌଶଳ ଫଳରେ ହେଲେନଙ୍କ ସ୍ୱଯମ୍ବର ସଭାରେ ଯୋଗ ଦେଇଥିବା ସମସ୍ତ ରାଜକୁମାର ହେଲେନଙ୍କୁ ବିପଦ ସମୟରେ ରକ୍ଷା ହେତୁ ପ୍ରତିଜ୍ଞାବଦ୍ଧ ହେଲେ । ବିବାହର କିଛି ବର୍ଷ ପରେ ଥରେ ଟ୍ରୟ ରାଜକୁମାର ପ୍ୟାରିସ ସ୍ପାର୍ଟା ବୁଲିବାକୁ ଆସିଥିଲେ । ପ୍ୟାରିସଦ୍ୱାରା ହେଲେନ ଅପହୃତ ହେବାରୁ ସମସ୍ତ ଗ୍ରିକବୀର ଟ୍ରୟ ଆକ୍ରମଣ ପାଇଁ ଏକତ୍ରିତ ହେଲେ । ଅଡିସିଅସଙ୍କ ବିଚକ୍ଷଣ ବୁଦ୍ଧି ଏବଂ ଦୁଃସାହସ ପାଇଁ ସୁଦୀର୍ଘ ଟ୍ରୟ ଯୁଦ୍ଧର ଅବସାନ ଘଟିଥିଲା । ତାଙ୍କ ପରାମର୍ଶରେ ଟ୍ରୋଜାନ ଲୋକମାନଙ୍କୁ ପ୍ରତାରିତ କରିବା ପାଇଁ ବିଖ୍ୟାତ ଟ୍ରୟର ଘୋଡ଼ା ନିର୍ମିତ ହେଲା । ଯୁଦ୍ଧଶେଷ ହେଲା ପରେ ସ୍ୱଦେଶ ଫେରିଲା ସମୟରେ ସମୁଦ୍ର ଦେବତା ପୋସାଇଡେନର କୋପରେ ପଥଭ୍ରଷ୍ଟ ହେଲେ । ଅନେକ ଦୁଃଖ ସହି ଶେଷରେ ତାଙ୍କ ରାଜ୍ୟ ଇଥାକାରେ ପହଞ୍ଚିଥିଲେ । [୧]

ଆଧାର[ସମ୍ପାଦନା]

  1. "Odysseus on Birtanica".