ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
"ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଓଡ଼ିଶା"
ପ୍ରତିଷ୍ଠା୨୦୧୫
ପ୍ରକାରସାର୍ବଜନୀନ ପ୍ରତିଷ୍ଠାନ
ଅବସ୍ଥାନସମ୍ବଲପୁର, ଓଡ଼ିଶା, ଭାରତ
ପରିସରସମଗ୍ର ଓଡ଼ିଶା
Acronymଓଏସ୍‌ଓୟୁ, ଓଡ଼ିଶା
ୱେବସାଇଟhttp://osou.ac.in
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଓଡ଼ିଶା

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ Odisha State Open University ଓଡ଼ିଶା ସରକାରଙ୍କଦ୍ୱାରା ପ୍ରତିଷ୍ଠିତ ରାଜ୍ୟର ପ୍ରଥମ ଏବଂ ଏକମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ। ଏହାର ମୁଖ୍ୟାଳୟ ସମ୍ବଲପୁରଠାରେ ରହିଛି। ଦୂର ନିରନ୍ତର ଶିକ୍ଷା ପ୍ରଦାନ ନିମେନ୍ତ ଦେଶର ଏହା ୧୫ତମ ମୁକ୍ତ ବିଶ୍ୱବିଦ୍ୟାଳୟ।

  1. ସଂଖ୍ୟା ଦିଆ ତାଲିକା ବସ୍ତୁ

ବିଶ୍ୱବିଦ୍ୟାଳୟ ସଂପର୍କିତ ତଥ୍ୟ[ସମ୍ପାଦନା]

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୨୦୧୫ରୁ ପାଠ୍ୟଦାନ ଆରମ୍ଭ କରିଛି। ଏହାର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୨୦୧୫ ଡିେସମ୍ବର ମାସରେ ନାମଲେଖାଇ ଥିଲେ। ସେହି ସମୟରେ ୬ଟି ବିଭାଗରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ସମସ୍ତ ବିଷୟ କେୌଶଳ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲା। ୨୦୧୬ ମସିହାରେ ବିଷୟ ସଂଖ୍ୟା ବଢି ଆସି ୧୩ ଛୁଇଁଲା। ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଗ୍ରହଣ କରୁଥିଲେ। ସବୁଠାରୁ ଅଧିକ ଛାତ୍ରଛାତ୍ରୀ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ରହିଥିଲେ। ୨୦୧୭ରେ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ ପିଜି ଡିପ୍ଳୋମା ପାଠ୍ୟକ୍ରମ ଆରମ୍ଭ କଲା। ଏହାଛଡ଼ା ସାର୍ଟିଫିକେଟ୍, ଡିପ୍ଲୋମା ଆଦିକୁ ମିଶାଇ ୨୩ଟି ଭିନ୍ନ ଭିନ୍ନ ବିଭାଗରେ ଶିକ୍ଷାଦାନ କରାଯାଉଛି। ବିଶ୍ୱବିଦ୍ୟାଳୟରେ ଥିବା ବିଭାଗଗୁଡ଼ିକ ହେଲା- ୧. ସାମ୍ବାଦିକତା ଓ ଗଣ ଯୋଗାଯୋଗ ୨. ଗ୍ରାମ୍ୟ ଉନ୍ନୟନ ୩. ଓଡ଼ିଆ ୪. ହିନ୍ଦୀ ୫. ମ୍ୟାନେଜମେଣ୍ଟ ୬. ଆକାଉଣ୍ଟିଂ ୭. ଅନୁବାଦ

କୁଳପତି[ସମ୍ପାଦନା]

ଡ. ଶ୍ରୀକାନ୍ତ ମହାପାତ୍ର ବର୍ତ୍ତମାନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ଦୂର ନିରନ୍ତର ଶିକ୍ଷୋକ୍ଷତ୍ରରେ ତାଙ୍କର ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଡ. ମହାପାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି । ୨୦୧୫ରେ ସେ ଓଏସ୍‌ଡି ଭାବେ ଯୋଗ ଦେଇଥିଲେ। ପରେ ୨୦୧୬ ମସିହା ମଇ ୧୭ ତାରିଖରେ କୁଳପତି ଭବେ ସେ ଦାୟିତ୍ୱ ନେଇଥିଲେ । ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ [୧]ରେ ସେ ପ୍ରଶାସନିକ ପଦପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି । [୧]

ଅଧିକାରୀଗଣ[ସମ୍ପାଦନା]

ଡ. ଜୟନ୍ତ କରଶର୍ମା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଜ୍ୟୋତି ପ୍ରକାଶ ମହାପାତ୍ର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଅଛନ୍ତି । ଦିଲ୍ଲୀପ ନାୟକ ଓଡ଼ିଆ ଅଧ୍ୟାପକ ଭାବେ କାମ କରୁଥିବା ବେଳେ ସୁଶାନ୍ତ କୁମାର ମହାରଣା ମ୍ୟାନେଜମେଣ୍ଟ ବିଭାଗ ଦାୟିତ୍ୱରେ ରହିଛନ୍ତି । ସେହିପରି ଶିବାନନ୍ଦ ପଣ୍ଡା କମ୍ପ୍ୟୁଟର ସେଲ୍‌ ଦାୟିତ୍ୱରେ ରହିଛନ୍ତି। [୨]

ଷ୍ଟଡ଼ି ସେଣ୍ଟର[ସମ୍ପାଦନା]

ଦୂର ନିରନ୍ତର ଶିକ୍ଷାକୁ ଆଗେଇ ନେବା ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟଡ଼ି ସେଣ୍ଟର ଖୋଲିଛି । ଏହା ସରକାରୀ, ସ୍ୱୟଂଶାସିତ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଖୋଲାଯାଇଛି । ମାଲକାନଗିରିଠାରୁ ଆରମ୍ଭ କରି ମୟୁରଭଞ୍ଜ ପ୍ରତି ଜିଲ୍ଲାରେ ମୁକ୍ତ ବିଶ୍ୱିଦ୍ୟାଳୟର ୩୮ଟି ଷ୍ଟଡ଼ି ସେଣ୍ଟର ରହିଛି । ଏହାକୁ ୧୦୦ରେ ପହଞ୍ଚାଇବା ପାଇଁ ବିଶ୍ୱଦ୍ୟାଳୟ ଲକ୍ଷ୍ୟ ରଖିଛି ।

ନୂତନ ପଦ୍ଧତି ଶିକ୍ଷା[ସମ୍ପାଦନା]

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ ସଭିଙ୍କ ପାଖରେ ଅଳ୍ପ ଖଚ୍ଚ'ରେ ଓ ନିରନ୍ତର ଭାବେ ପହଞ୍ଚାଇବା ଲକ୍ଷ୍ୟରେ କାଯ୍ୟ' କରୁଛି। ଏହା ଶିକ୍ଷାକ୍ଷେତ୍ରରେ ରାଜ୍ୟର ପ୍ରଥମ ଇଣ୍ଟରନେଟ୍‌ ରେଡ଼ିଓ ପ୍ରଜ୍ଞାବାଣୀ ଆରମ୍ଭ କରିଛି। ସେହିପରି ସମସ୍ତ ପାଠ୍ୟ ପୁସ୍ତକ ଓ୍ବେବସାଇଟ୍‌ରେ ସଭିଙ୍କ ପାଇଁ ମାଗଣାରେ ଉପଲବ୍ଧ ରହିଛି। ଏହାର ନିଜର ଏକ ଆପ୍‌ ରହିଛି। ଭିଡ଼ିଓ ଲେସନ୍ସ ମଧ୍ୟ ସଭିଙ୍କ ପାଇଁ ଉପଲବ୍ଧ। [୩]

  1. http://osou.ac.in/vice-chancellor.html
  2. http://osou.ac.in/staff.html
  3. http://www.pragynavani.com/