ଏ. ଭି. କୁଟ୍ଟିମାଲୁ ଆମ୍ମା

ଉଇକିପିଡ଼ିଆ‌ରୁ
ଏ. ଭି. କୁଟ୍ଟିମାଲୁ ଆମ୍ମା
ଜନ୍ମ(1905-04-23)୨୩ ଅପ୍ରେଲ ୧୯୦୫
ଆନାକରା, ପାଲକ୍କଡ଼ ଜିଲ୍ଲା
ମୃତ୍ୟୁ୪ ଅପ୍ରେଲ ୧୯୮୫(1985-04-04) (ବୟସ ୭୯)
ରାଜନୈତିକ ଦଳକେରଳ ପ୍ରଦେଶ କଂଗ୍ରେସ କମିଟି
ଅଖିଳ ଭାରତୀୟ କଂଗ୍ରେସ କମିଟି
ଆନ୍ଦୋଳନଭାରତ ଛାଡ଼ ଆନ୍ଦୋଳନ, ସ୍ୱଦେଶୀ ଆନ୍ଦୋଳନ
ବୈବାହିକ-ସାଥୀକେ. ମାଧବ ମେନନ
ପରିବାରଅନାକ୍କର ବଡ଼କ୍କାଠୁ

ଏ. ଭି. କୁଟ୍ଟିମାଲୁ ଆମ୍ମା (୧୯୦୫ – ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବୀ ଓ ରାଜନେତ୍ରୀ ଥିଲେ । ସେ ନାଗରିକ ଅମାନ୍ୟ ଆନ୍ଦୋଳନର (ଲବଣ ସତ୍ୟାଗ୍ରହ) ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ।[୧]

ଜୀବନୀ[ସମ୍ପାଦନା]

ସେ ୧୯୦୫ ମସିହାର ଅପ୍ରେଲ ୨୩ ତାରିଖରେ ପାଲକ୍କଡ଼ ଜିଲ୍ଲାର ଆନାକରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ପେରୁମ୍ବିଲାଭିଲ ଗୋବିନ୍ଦ ମେନନ ଓ ମାଆଙ୍କ ନାମ ଥଲା ମାଧାବିୟାମ୍ମା ।

୨୫ ଅପ୍ରେଲ ୧୯୩୧ରେ ସେ ମାର୍ଗରେଟ ପଦ୍ମମଣିଙ୍କ ସହିତ ଥ୍ରୀସୁର ସହରେ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କୁ ନେଇ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ ।[୩] ନାଗରିକ ଅମାନ୍ୟ ଆନ୍ଦୋଳନରେ ତାଙ୍କ ଯୋଗଦାନର ପରିଣାମ ସ୍ୱରୂପ ସେ ୧୯୩୨ ମସିହାରେ ତାଙ୍କର ୨ ମାସର ଶିଶୁ ସହିତ କାରାଗାରରେ ଥିଲେ । ଏଠାରୁ ମୁକ୍ତ ହେବା ପରେ ସେ ୧୯୩୬ ମସିହାରେ ମାଡ୍ରାସ ବିଧାନ ସଭାରେ ମନୋନୀତ ହୋଇଥିଲେ । ଭାରତ ଛାଡ଼ ଆନ୍ଦୋଳନ (୧୯୪୨) ସମୟରେ ସେ ଅମରାବତୀସ୍ଥିତ ପ୍ରେସିଡେନ୍ସି ଜେଲରେ ପୁଣି ଦୁଇ ବର୍ଷ କାରାବାସରେ ଥିଲେ । ସେ ମାଲାବାର ରେଜେନ୍ସିରେ କଂଗ୍ରେସର ବିଭିନ୍ନ ସଭା ଆୟୋଜନ କରିବାରେ ଜଣେ ପ୍ରମୁଖ ବ୍ୟକ୍ତି ଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ କମିଟିର ଜଣେ ସକ୍ରିୟ ସଦସ୍ୟା ଥିଲେ ।[୪] ସେ ହିନ୍ଦୀ ପ୍ରଚାର ସଭାର ସଭାପତି ଥିଲେ ଏବଂ ଜଣେ ହିନ୍ଦୀ ପ୍ରଚାରିକା ଥିଲେ । ୧୯୪୬ ମସିହାରେ ସେ ପୁନର୍ବାର ମାଡ୍ରାସ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେ ମାଲବାରରେ ଅନେକ ଅନାଥ ଆଶ୍ରମର ସ୍ଥାପନ କରିଥିଲେ । ସେ ମାଡ୍ରାସ ପ୍ରେସିଡେନ୍ସିର ମାଲାବାର ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ କୋଜିପୁରଥ ମାଧବ ମେନନଙ୍କୁ ବିବାହ କରିଥିଲେ ।

ଆଧାର[ସମ୍ପାଦନା]

  1. Gandhi and the Mass Movements (in ଇଂରାଜୀ). Atlantic Publishers & Distri.
  2. "Directory of Madras Legislature 1950" (PDF).
  3. "Political Participation of Women in Malabar" (PDF). shodhganga.inflibnet.ac.in. Retrieved 2019-03-08.
  4. Kumar, Ravindra (1992). Selected Works Of Maulana Abul Kalam AzadVol. 11 Vol# 11 (in ଇଂରାଜୀ). Atlantic Publishers & Dist. ISBN 9788171563111.