ଏସିଆଟିକ ସୋସାଇଟି , କଲିକତା

ଉଇକିପିଡ଼ିଆ ରୁ
Jump to navigation Jump to search

ଏସିଆଟିକ ସୋସାଇଟି , କଲିକତା
Logo of the Asiatic Society of Bengal in 1905 depicting Sir William Jones.png
ସ୍ଥାପିତ1784
ଅବସ୍ଥାନ1 Park Street
Kolkata – 700016
West Bengal, India
ପ୍ରକାରମିଉଜିଆମ
ନିର୍ଦେଶକMihir Kumar Chakrabarti
ସଭାପତିBiswanath Banerji
ୱେବସାଇଟasiaticsocietycal.com
The Asiatic Society building. April 2013.

ଏସିଆଟିକ ସୋସାଇଟି ସୈର ୱିଲିୟମ ଜୋନ୍ସଙ୍କଦ୍ୱାରା 1784ରେ ବ୍ରିଟିଶ ରାଜଦ୍ୱାରା ସୁପ୍ରିମ କୋଟର ମୁଖ୍ୟ ବିଚାରପତିଙ୍କ ସଭାପତିତ୍ୱରେ ନିଷ୍ପତ୍ତି ନିଆଯାଇ ଫୋର୍ଟ ୱିଲିୟମଠାରେ ସ୍ଥାପିତ ହେଇଥିଲା ।  ଏହାଦ୍ୱାରା ଏସିୟ ଦେଶ ସମୂହରେ ଗବେଷଣାର ଉନ୍ନତି ପାଇଁ କାର୍ଯ୍ୟ ହେବାର ବ୍ୟବସ୍ଥା ରହିଥିଲା । 1832 ମସିହାରେ ଏହାର ନାମ ଏସିଆଟିକ ସୋସାଇଟି ଅଫ ବେଙ୍ଗଲ ନାମ ଥିବା ବେଳେ 1936ରେ ତାହା ' ରୟାଲ ଏସିଆଟିକ ସୋସାଇଟି ଅଫ ବେଙ୍ଗଲ"କୁ ପରିବର୍ତନ ହେଲା । ତେବେ ସ୍ୱାଧୀନତା ପରେ ଏହା ପୁନର୍ବାର "ଏସିଆଟିକ ସୋସାଇଟି" ରହିଲା । ଏବେ ଏହା ପାର୍କ ଷ୍ଟ୍ରିଟ କଲିକତାରେ ରହିଛି । ଏହା ସହ ମେଡିକାଲ ଓ ଫିଜିକାଲ ସୋ ସାଇଟି ମଧ୍ୟ 1823ରୁ ସ୍ଥାପିତ ହେଇ ରହିଛି । 

ଇତିହାସ [ସମ୍ପାଦନା]

 ଜାନୁଆରୀ 15 , 1784ରେ ସାର ୱିଲିୟମ ଜୋନ୍ସଙ୍କ ଉଦ୍ୟମରେ କଲିକତାର ଫୋର୍ଟ ୱିଲିୟମଠାରେ ଥିବା ସୁପ୍ରିମ କୋର୍ଟର ସଭା ଗୃହରେ ମୁଖ୍ୟ ବିଚାରପତିଙ୍କ ସଭାପତିତ୍ୱରେ ହେଇଥିବା ସଭାରେ ଏହାର ମେମୋରାଣ୍ଡମ ଅଫ ଆର୍ଟିକିଲ୍ ପ୍ରକାଶ ହେଇ ଏହାର ସ୍ଥାପନ ହେଲା [୧]

ଏହାର ଏକ ପଂକ୍ତି ଏହିପରି ଥିଲା , 
"The bounds of investigations will be the geographical limits of Asia, and within these limits its enquiries will be extended to whatever is performed by man or produced by nature."
ଏସିଆଟିକ ସୋସାଇଟିର ପ୍ରାଚୀନ ଗୃହ 

ପ୍ରଥମେ ସେହି ସୁପ୍ରିମ କୋର୍ଟ ଘରେ ଏହାର ଦପ୍ତର ରହିଥିଲା । ପରେ 1808 ମସିହାରେ ଫରାଶି ସ୍ଥପତ୍ୟବିଦ ଜିନ ଜାକୁଆସ ପିଚନଙ୍କ ନକଷା ଅନୁସାରେ ପାର୍କ ଷ୍ଟ୍ରିଟଠାରେ ଏହାର ସ୍ଥାୟୀ ଦୁଇ ମହଲା ଗୃହ ନିର୍ମିତ ହେଇଥିଲା ।  held at its new building on 3 February 1808.[୧]

ସ୍ଥାପନ ଠାରୁ କେବଳ ଉରୋପୀୟ ମାନେ ସଦସ୍ୟ ନିର୍ବାଚିତ ହଉଥିବାବେଳେ 1829 ମସିହାରେ ପ୍ରଥମେ ଭାରତୀୟ ମାନଙ୍କୁ ସେଥିରେ ନିଆଗଲା । ରବୀନ୍ଦ୍ରନାଥ ଠାକୁରଙ୍କ ପିତା ଦ୍ୱାରକାନାଥ ଠାକୁର , ମହାରାଜା ବୈଦ୍ୟନାଥ ରାୟଙ୍କ ପରି ଭାରତୀୟ ମାନେ ବିଭିନ୍ନ ସମୟରେ ସଭ୍ୟ ରହିଥିଲେ । 1885 ମସିହାରେ ପ୍ରଥମ କରି ଜଣେ ଭାରତୀୟ ଭାବେ ରାଜେନ୍ଦ୍ରଲାଲ ମିତ୍ର ଏହାର ପ୍ରେସିଡେଣ୍ଟ ହେଇଥିଲେ । .[୧]

ଲାଇବ୍ରେରୀ [ସମ୍ପାଦନା]

 ଏହି ସୋସାଇଟି ଏକ ମୁଖ୍ୟ  ଉଦେଶ୍ୟ ହେଲା ପୁରାତନ ପାଣ୍ଡୁଲିପି ଗୁଡିକ ସଂଗ୍ରହ କରି ତାହାକୁ ନିରାପଦରେ ରଖିବା ।  [୨] ଏଠାରେ ଅଗଣିତ ସଂଖ୍ୟାରେ ପୁରାତନ ସଂସ୍କୃତ ପାଣ୍ଡୁଲିପି ରକ୍ଷା ଯାଇଛି ।  [୨] ବର୍ତମାନ ଏହି ଲାଇବ୍ରେରୀରେ ବିଶ୍ୱର ପ୍ରାୟ ସବୁ ଭାଷାର ଦୁର୍ଲଭ 117,000 ପୁସ୍ତକ ଓ 79,000 ଜର୍ନାଲ ରହିଛି ।293ଟି ମେପ , 48,000 ଗବେଷଣା କାର୍ଯ୍ୟର ଦଲିଲ , 387,003 ମାଇକ୍ରୋ ଫିଲ୍ମ , 182ଟି ପେଣ୍ଟିଙ୍ଗ, 2500 ପାମ୍ପଲେଟ ଓ 2150 ଫୋଟୋ ରହିଛି ।1499ରେ ମୁଦ୍ରିତ " Astronomicorum Libri" ନାମକ ପୁସ୍ତକ ସର୍ବ ପୁରାତନ ପ୍ରିଣ୍ଟ ହେଇଥିବା ପୁସ୍ତକ ଏଠାରେ ରହିଛି । [୧] 18 ତମ ଓ 19 ତମସତାବ୍ଦୀରେ ଭାରତରେ ଛପା ହେଇଥିବା ଦୁର୍ଲଭ ପୁସ୍ତକ ସମୂହ , ସହଜହନଙ୍କ ହସ୍ତଲିପି ଥିବା ଦଲିଲ ପଦଶାହ ନାମା  , କୋରାନ , ଓ ଅନନ୍ୟ ମୁଲ୍ଯବନ ପୁସ୍ତକ ଓ ପାଣ୍ଡୁଲିପି ରହିଛି । 

Museum[ସମ୍ପାଦନା]

ଭାରତୀୟ ମିଉଜିଆମ , କଲିକତା 

 ସୋସାଇଟିର ମିଉଜିଆମ 1814 ମସିହାରେ ଖୋଲି ଥିଲା । ଏହାର ପ୍ରଥମ କଟାଳଗ 1849ରେ ପ୍ରକାଶିତ ହେଇଥିଲା । ଏଠାରେ ପାଣ୍ଡୁଲିପି ସମେତ ବିଭିନ୍ନ ପ୍ରତ୍ନତତ୍ୱିକ ଯଥା ପୁରାତନ ମୁଦ୍ରା , ପ୍ରସ୍ତର , ଧାତୁ , ସଂସ୍କୃତ ପାଣ୍ଡୁଲିପି ଆଦି  ରହିଛି ।  [୨]

1814ରେ କଲିକତା ମିଉଜିଆମ ପ୍ରତିଷ୍ଠା ହେଲା ପରେ ଏହି ମିଉସିଆମକୁ ଅନେକ ଦ୍ରବ୍ଯ ପ୍ରଦାନ କରାଯାଇଥିଲା । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Asiatic Society of Bombay
  • Asiatic Society of Bangladesh
  • Francis Wilford
  • List of Presidents of The Asiatic Society
  • Panchanan Mitra
  • Société Asiatique
  • South Asian Studies

କାର୍ଯ୍ୟ ସମୂହ [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Chakrabarty, R. (2008).
  2. ୨.୦ ୨.୧ ୨.୨ Saraswati, H.D Swami Prakashanand.
ଆଧାର 
  • Mitra, S.K. (1974). The Asiatic Society, Calcutta: The Asiatic Society.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]