ଏମ. ଲୀଳାବତୀ

ଉଇକିପିଡ଼ିଆ‌ରୁ
ଏମ. ଲୀଳାବତୀ‌
ଜନ୍ମ (1927-09-16) ୧୬ ସେପ୍ଟେମ୍ବର ୧୯୨୭ (ବୟସ ୯୬)
ଶିକ୍ଷାPhD
ବୃତ୍ତିCritic, Teacher
ଜୀବନସାଥୀC. Purushothama Menon
ସନ୍ତାନVinayakumar
Jayakumar
ପିତାମାତାKazhunkampilli Kunjunni Nambidi
Mundanat Nangayya Maandal
ପୁରସ୍କାର(ଗୁଡ଼ିକ)

ମୁଣ୍ଡନାତ ଲୀଳାବତୀ (ଜନ୍ମ ୧୬ ସେପ୍ଟେମ୍ବର ୧୯୨୭) ଜଣେ ମାଲାୟାଲମ ଲେଖିକା, ସାହିତ୍ୟିକ ସମାଲୋଚକ ଏବଂ ଶିକ୍ଷାବିତ ଅଟନ୍ତି ।[୧] ସେ ଥଲାସେରୀ ସରକାରୀ ବ୍ରେନେନ କଲେଜରୁ ପ୍ରିନ୍ସିପାଲ ଭାବରେ ଅବସର ନେବା ପୂର୍ବରୁ କେରଳର ବିଭିନ୍ନ କଲେଜରେ ଶିକ୍ଷାଦାନ କରିଥିଲେ । ତାଙ୍କର ଦୀର୍ଘ ସାହିତ୍ୟିକ ଜୀବନ କାଳରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନେକ ପୁରସ୍କାର ଜିତିଥିଲେ । ସେ ମାଲାୟାଲମରେ କେ.ଏମ ଜର୍ଜ, ଏସ ଗୁପ୍ତନ ନାୟର, ଏନ କୃଷ୍ଣ ପିଲ୍ଲାଇ, ପି.କେ ବାଲାକ୍ରିଷ୍ଣନ, ଏମ. ସାନୁ ଏବଂ ସୁକୁମାର ଆଜିକୋଡେଙ୍କ ପରି ଜଣାଶୁଣା ସମାଲୋଚକଙ୍କ ସମସାମୟିକ ଅଟନ୍ତି।[୨] ସେ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ।[୩]

ଶିକ୍ଷା ଏବଂ ବୃତ୍ତି[ସମ୍ପାଦନା]

ଲୀଳାବତୀଙ୍କ ଜନ୍ମ ୧୫ ସେପ୍ଟେମ୍ବର ୧୯୨୭ ମସିହାରେ ତ୍ରିସୁର ଜିଲ୍ଲାର ଗୁରୁବାୟୁର ନିକଟସ୍ଥ କୋଟାପଡ଼ିରେ ହୋଇଥିଲା । ସେ ନିଜର ବି.ଏ ଡିଗ୍ରୀ ପାଇଁ ଏର୍ନକୁଲ୍ଲମର ମହାରାଜା କଲେଜରେ ଯୋଗଦେବା ପୂର୍ବରୁ ସେ କୁନ୍ନମକୁଲମ ସ୍କୁଲରେ ଉପସ୍ଥିତ ହୋଇଥିଲେ । ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ହାସଲ କରିଥିଲେ । ୧୯୪୯ ମସିହାରେ ଲୀଳାବତୀ ସେଣ୍ଟ ମେରୀ କଲେଜ, ତ୍ରିସୁରରେ ଏକ ଅଧ୍ୟାପକ ଭାବେ ନିଜର ଶିକ୍ଷାଦାନ ଆରମ୍ଭ କରିଥିଲେ । ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜରେ କିଛି ଦିନ କାର୍ଯ୍ୟ କରିବା ପରେ ସେ ୧୯୫୨ ମସିହାରେ ପଲକ୍କଡ଼ର ଭିକ୍ଟୋରିଆ କଲେଜରେ ଯୋଗଦାନ କରିଥିଲେ ଏବଂ ପରେ ମହାରାଜା କଲେଜ ଏବଂ ସରକାରୀ ବ୍ରେନନ କଲେଜ, ଥାଲାସେରୀରେ ଶିକ୍ଷାଦାନ କରିଥିଲେ । ୧୯୭୨ ମସିହାରେ କେରଳ ବିଶ୍ୱ ବିଦ୍ୟାଳୟରୁ ତାଙ୍କୁ ପିଏଚଡ଼ି ଡିଗ୍ରୀରେ ସମ୍ମାନିତ କରାଯାଇଥିଲା ।[୪] କିଛି ସମୟ ପାଇଁ ସେ କାଲିକଟ ବିଶ୍ୱବିଦ୍ୟାଳୟରେ ଭ୍ରମଣକାରୀ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଲୀଳାବତୀ ୧୯୮୩ ମସିହାରେ ବ୍ରେନନ କଲେଜରୁ ଅବସର ନେଇଥିଲେ ସେ ବର୍ତ୍ତମାନ ଏର୍ନକୁଲ୍ଲମ ଜିଲ୍ଲାର ତ୍ରୀକ୍କକାରାରେ ରହୁଛନ୍ତି ।

ଆଧାର[ସମ୍ପାଦନା]

  1. "Nayar award for M. Leelavathy". The Hindu. 2 October 2009. Archived from the original on 6 October 2009. Retrieved 2 May 2010.
  2. Paniker, Ayyappa (1992). K. M. George (ed.). Modern Indian Literature, An Anthology. Vol. 2. Sahitya Akademi. pp. 254–255. ISBN 9788172013240.
  3. "Padma Shri Awardees". india.gov.in. Retrieved 2 May 2010.
  4. "Labour India - Our Experts". labourindia.com. Archived from the original on 25 December 2009. Retrieved 2 May 2010.