ଏପିଡର୍ମଏଡ ସିଷ୍ଟ

ଉଇକିପିଡ଼ିଆ‌ରୁ
Epidermoid cyst
Epidermal cyst, epidermal inclusion cyst, keratin cyst, infundibular cyst[୧]
ଫାଇଲ:Gardner syndrome (DermNet NZ lesions-cyst4).jpg
Epidermoid cyst
ବିଭାଗDermatology
ଲକ୍ଷଣPainless, unless ruptured or infected, central blackhead[୨]
ଆକ୍ରାନ୍ତ ସମୟ30s and 40s[୩]
ଅବଧିLong-term[୩]
କାରଣRandom, Gardner syndrome, Gorlin syndrome, cyclosporine[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୧]
ସଠିକ ରୋଗ ନିର୍ଣ୍ଣୟLipoma, dermoid cyst, acne, trichilemmal cyst, milia[୧][୩]
ଚିକିତ୍ସାNone, incision and drainage, surgical removal[୧]
ପୁନଃପୌନିକRelatively common[୩]

ଏପିଡର୍ମଏଡ ସିଷ୍ଟ ସାଧାରଣତଃ ଅଗମ୍ଭୀର ଚର୍ମ ସିଷ୍ଟ ।[୩] ସାଧାରଣତଃ ରୋଗୀମାନେ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ, ଯେପର୍ଯ୍ୟନ୍ତ ଏକ ପୁଞ୍ଜିତ ପୂଯ ତିଆରି ହୋଇନଥାଏ କିମ୍ବା ଆଭ୍ୟନ୍ତରୀଣ ଭାବରେ ଫାଟି ନଥାଏ ।[୨] ଏକ ଅନ୍ଧାରୁଆ ଗାତ ଉପସ୍ଥିତ ଥାଇପାରେ ।[୩] ସେଗୁଡ଼ିକ ମୁହଁ, ବେକ ଏବଂ ଦେହରେ ଅଧିକ ଦେଖାଯାଏ; ଯଦିଓ ଯେ କୌଣସି ସ୍ଥାନରେ ସୃଷ୍ଟି ହୋଇପାରେ ।[୩] ବର୍ଷ ବର୍ଷ ଧରି ସେମାନେ ଧୀରେ ଧୀରେ ବଢ଼ନ୍ତି [୩] ବିରଳ ଜଟିଳତା ମଧ୍ୟରେ କର୍କଟ ହୋଇପାରେ ।[୩]

ସାଧାରଣତ ସେଗୁଡ଼ିକ ଅନିୟମିତ ଭାବରେ ସୃଷ୍ଟି ହୁଏ ଯଦିଓ ଗାର୍ଡନର୍ ସିଣ୍ଡ୍ରୋମ, ଗୋର୍ଲିନ୍ ସିଣ୍ଡ୍ରୋମ ଏବଂ ଔଷଧ ସାଇକ୍ଲୋସ୍ପୋରିନ ସହିତ ଜଡିତ ହୋଇପାରେ ।[୩] ସେଗୁଡିକ ଏପିଡର୍ମିସ୍ (ଚର୍ମର ଉପର ସ୍ତର) ତଳେ ଘଟିଥାଏ ଏବଂ ସେଥିରେ କେରାଟିନ ଭର୍ତି ହୋଇଥାଏ । [୩] ଲକ୍ଷଣ ଏବଂ ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[୧]

ଲକ୍ଷଣ ନଥିବା ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନାହିଁ ।[୧] କ୍ୟାପସୁଲକୁ ହଟାଇବା ପାଇଁ ପ୍ରୟାସ ସହିତ ବଡ଼ ସିଷ୍ଟ ଥିଲେ ଅସ୍ତ୍ରୋପଚାର କରି ଅପସାରଣ କରାଯାଇପାରେ ।[୧] ସଂକ୍ରମିତ ହୋଇଥିଲେ ଆଣ୍ଟିବାୟୋଟିକ ସହିତ ଇନସାଇଜ ଓ ନିଷ୍କାସନ କରାଯାଇପାରେ ।[୧]

ସେଗୁଡ଼ିକ ହେଉଛି ସାଧାରଣ ପ୍ରକାରର ସିଷ୍ଟ ।[୩] ଏହି ରୋଗ ୩୦ ଓ ୪୦ ଦଶକରେ ଦେଖାଯାଏ ।[୩] ସେମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ମହିଳାଙ୍କୁ ପ୍ରଭାବିତ କରନ୍ତି ।[୩] ସେବମ ନ ଥିବାରୁ ସେମାନଙ୍କୁ ଭୁଲ୍ ଭାବରେ "ସେବାସିସ୍ ସିଷ୍ଟ" ଭାବରେ ସମ୍ବୋଧିତ କରାଯାଇଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Epidermoid cyst | DermNet NZ". dermnetnz.org (in ଇଂରାଜୀ). Archived from the original on 18 August 2022. Retrieved 11 August 2022.
  2. ୨.୦ ୨.୧ "Cutaneous Cysts - Dermatologic Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 8 June 2022. Retrieved 11 August 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Zito, PM; Scharf, R (January 2022). "Epidermoid Cyst". PMID 29763149. {{cite journal}}: Cite journal requires |journal= (help)