ଏଣ୍ଟାମିବା ହିଷ୍ଟୋଲିଟିକା

ଉଇକିପିଡ଼ିଆ‌ରୁ

ଏଣ୍ଟାମିବା ହିଷ୍ଟୋଲିଟିକା
Entamoeba histolytica trophozoite
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
Unrecognized taxon (fix): Entamoeba
ଜାତି: Template:Taxonomy/EntamoebaE. histolytica
ବାଇନୋମିଆଲ ନାମ
Template:Taxonomy/EntamoebaEntamoeba histolytica
Schaudinn, 1903
Life-cycle of Entamoeba histolytica

ଏଣ୍ଟାମିବା ହିଷ୍ଟୋଲିଟିକା ଏକ ଅଣବାୟୁଜୀବୀ ‘ଆମେବୋଜୋଆ’ ଯାହା ‘ଜେନସ ଏଣ୍ଟାମିବା’ର  ଏକ ଅଂଶ ।[୧] ପୃଥିବୀ ବ୍ୟାପୀ ମୁଖ୍ୟତଃ ଏହା ମାନବ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ମଧ୍ୟରୁ ପ୍ରାୟ ୩୫-୫୦% ଜଣଙ୍କୁ ସଂକ୍ରମିତ କରିଥାଏ ।[୧] ପ୍ରତି ବର୍ଷ ଏହି ରୋଗ ଯୋଗୁ ପ୍ରାୟ ୫୫,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି ।[୨] ପୃଥିବୀର ୧୦% ଲୋକ ଏହି ରୋଗ ଭୋଗୁଥିବା ଧାରଣା ପୂର୍ବରୁ ଥିଲା କିନ୍ତୁ ପରେ ଜଣାଗଲା ଏମାନଙ୍କ ମଧ୍ୟରୁ ୯୦% ଅନ୍ୟ ଏକ ସ୍ପେସି ‘ଇ ପାର’ (E. dispar) ଯୋଗୁ ହୋଇଥାଏ ।[୩]  

ଏହାର ସକ୍ରିୟ ଆକାର ‘ଟ୍ରୋଫୋଜଏଟ’ କେବଳ ହୋଷ୍ଟ ଦେହରେ ଓ ସଦ୍ୟ ପରିତ୍ୟକ୍ତ ମଳରେ ଥାଏ; ଏହା ବ୍ୟତୀତ ଏହାର ଶିଷ୍ଟ ଆକାର ଜଳ, ମାଟି ଓ ଖାଦ୍ୟରେ ଥାଏ ବିଶେଷତଃ ଓଦା ଖାଦ୍ୟରେ ରହେ । ସଂକ୍ରମିତ ଲୋକର ମଳ ସ୍ପର୍ଶରେ ଥିବା କୌଣସି ପଦାର୍ଥ ପାଟିରେ ଲାଗିଲେ, ସଂକ୍ରମିତ ଜଳ ଓ ଖାଦ୍ୟ ଖାଇଲେ, ବା ଆଙ୍ଗୁଠି  ଓ କୌଣସି ସ୍ଥାନରେ ଥିବା ଶିଷ୍ଟ ଖାଇଲେ ସୁସ୍ଥ ଲୋକ ସଂକ୍ରମିତ ହୋଇଯାଏ ।[୪] .[୫] ଅଧିକ ଉତ୍ତାପ ଓ ଥଣ୍ଡାରେ ଶିଷ୍ଟ ନଷ୍ଟ ହୋଇଯାଏ । [୬] ଖାଇଥିବା ଶିଷ୍ଟ ଖାଦ୍ୟନଳୀରେ ନଷ୍ଟ ହୋଇ ତାହାର ଟ୍ରୋଫୋଜଏଟ ଆକାର ବାହାରକୁ ଆସେ । ଫ୍ୟୋଲେଶ ପ୍ରଥମେ ଏହାର ରୋଗ ସମ୍ପର୍କ ଥିବା ପ୍ରକାଶ କରିଥିଲେ । ଇ ହିଷ୍ଟୋଲିଟିକା (ତନ୍ତୁ ନଷ୍ଟକାରକ) ଶବ୍ଦ ଏକ ଧାରଣା ଦିଏ; ଏହା ଲକ୍ଷଣ ବିହୀନ ରହିପାରେ ବା ଆମିବିକ ଡିସେଣ୍ଟେରି ବା ଯକୃତ ଆବସେସ କରିପାରେ । [୭][୮] ଏହାର ଲକ୍ଷଣରେ ନାଳ ରକ୍ତ ଝାଡ଼ା, ଓଜନ ହ୍ରାସ, ଥକାପଣ, ଉଦର ଯନ୍ତ୍ରଣା ଓ ଆମିବୋମା ହୋଇପାରେ ଓ ଏହା ଯକୃତକୁ ଆକ୍ରମଣ କରିଥାଏ କିନ୍ତୁ ଫୁସଫୁସ, ମସ୍ତିଷ୍କ ଓ ପ୍ଳୀହାକୁ ଯାଇ ସେଠାରେ ମଧ୍ୟ ରୋଗ ସୃଷ୍ଟି କରିପାରେ । ଆମିବୋମା ଅନ୍ତନଳୀ ଫୁଟେଇ ରକ୍ତରେ ମିଶିପାରେ । ଯକୃତ ସଂକ୍ରମିତ ହୋଇ ଆବସେସ ହେଲେ ରୋଗ ସାଂଘାତିକ ହୋଇପାରେ ।[୯][୮] ଏହାର ଲକ୍ଷଣରେ ନାଳ ରକ୍ତ ଝାଡ଼ା, ଓଜନ ହ୍ରାସ, ଥକାପଣ, ଉଦର ୟନ୍ତ୍ରଣା ଓ ଆମିବୋମା ହୋଇପାରେ ଓ ଏହା ଯକୃତକୁ ଆକ୍ରମଣ କରିଥାଏ କିନ୍ତୁ ଫୁସଫୁସ, ମସ୍ତିଷ୍କ ଓ ପ୍ଳୀହାକୁ ଯାଇ ସେଠାରେ ରୋଗ ସୃଷ୍ଟି କରିପାରେ ।  ଆମିବୋମା ଅନ୍ତନଳୀ ଫୁଟେଇ ରକ୍ତରେ ମିଶିପାରେ । ଯକୃତ ସଂକ୍ରମିତ ହେଲେ ଆବସେସ ହୋଇ ସାଂଘାତିକ ହୋଇପାରେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Rawat A, Singh P, Jyoti A, Kaushik S, Srivastava VK (August 2020). "Averting transmission: A pivotal target to manage amoebiasis". Chemical Biology & Drug Design. 96 (2): 731–744. doi:10.1111/cbdd.13699. PMID 32356312. S2CID 218475533.
  2. Shirley DT, Farr L, Watanabe K, Moonah S (July 2018). "A Review of the Global Burden, New Diagnostics, and Current Therapeutics for Amebiasis". Open Forum Infectious Diseases. 5 (7): ofy161. doi:10.1093/ofid/ofy161. PMC 6055529. PMID 30046644.
  3. "Amoebiasis" (PDF). Relevé Épidémiologique Hebdomadaire. 72 (14): 97–99. April 1997. PMID 9100475.
  4. "Entamoeba histolytica". cdc.govPrevention. Center for Disease Control & Prevention. Retrieved 24 October 2017.
  5. "Entamoeba histolytica". cdc.govPrevention. Center for Disease Control & Prevention. Retrieved 24 October 2017.
  6. American Water Works Association (June 2006). Waterborne Pathogens. American Water Works Association. ISBN 978-1-58321-403-9.
  7. Ryan KJ, Ray CG, eds. (2004). Sherris Medical Microbiology (4th ed.). McGraw Hill. pp. 733–8. ISBN 978-0-8385-8529-0.
  8. ୮.୦ ୮.୧ Nespola B, Betz V, Brunet J, Gagnard JC, Krummel Y, Hansmann Y, et al. (2015). "First case of amebic liver abscess 22 years after the first occurrence". Parasite. 22: 20. doi:10.1051/parasite/2015020. PMC 4472968. PMID 26088504. open access publication – free to read
  9. Ryan KJ, Ray CG, eds. (2004). Sherris Medical Microbiology (4th ed.). McGraw Hill. pp. 733–8. ISBN 978-0-8385-8529-0.