ଏଇଲିନ କୋଲ୍ଲୀନସ

ଉଇକିପିଡ଼ିଆ‌ରୁ
Eileen Collins
ନାସା ମହାକାସ ବିଜ୍ଞାନୀ
Statusଅବସରପ୍ରାପ୍ତ
ଜନ୍ମ (1956-11-19) ୧୯ ନଭେମ୍ବର ୧୯୫୬ (ବୟସ ୬୭)
ଏଲମିରା, ନିଉ ୟୋର୍କ, U.S.
ଅନ୍ୟ ଜୀବିକାTest pilot
Rank Colonel, USAF
Selection1990 NASA Group 13
Mission insignia

ଏଇଲ୍ଲିନ ମେରି କୋଲ୍ଲୀନ୍ସ ହେଉଛନ୍ତି ଜଣେ ଅବସରପ୍ରାପ୍ତ ନାସା ମହାଲସ ବିଜ୍ଞାନୀ ଏବଂ ୟୁନାଇଟେଡ଼ ଷ୍ଟେଟ ଆକାଶବହିନୀର କର୍ଣ୍ଣଲ ,ଜଣେ ଟେଷ୍ଟ ପାଇଲଟ । ସେ ୧୯୫୬ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।କୋଲ୍ଲୀନ ଥିଲେ ପ୍ରଥମ ମହିଳା ପାଇଲଟ ଏବଂ ମହାକାଶ ଶଟଲର ମହିଳା ସେନାପତି।ତାଙ୍କର କାମ ପାଇଁ ସେ ଅନେକ ପଦବୀର ଅଧିକାରୀ ହୋଇଛନ୍ତି।ସେ ୩୮ ଦିନ ୮ଘଣ୍ଟା ଏବଂ ୧୦ ମିନିଟ ମହାକାଶରେ ଯାତ୍ରା କରିଥିଲେ । ସେ ୨୦୦୬ ମସିହା ମେ ୧ ତାରିଖରେ ତାଙ୍କ କାର୍ଯ୍ୟରୁ ଅବସର ନେଇଥିଲେ । ଏବଂ ଏହା ପରେ ସେ ୟୁଏସ୍ଏଏର ବୋର୍ଡ଼ ସଦସ୍ୟ ଭାବେ ନିଯୁକ୍ତ ହେଇଥଲେ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କୋଲ୍ଲୀନ ନ୍ୟୁ ୱାର୍କର ଏଲମୀରା ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା ଜେମ୍ସ ଇ ଏବଂ ମାତାଙ୍କ ନାମ ଥିଲା ରୋଜ ମେରି କୋଲ୍ଲୀନ୍ସ ।ତାଙ୍କର ୩ଟି ଭାଇ ଭଉଣି ଥିଲେ ।ସେ ବାଲ୍ୟ କାଳରେ ବାଳିକା ସ୍କାଉଟରେ ଭାଗନେଇଥିଲେ।ସେ ମହାକାଶ ଯାନରେ ବିମାନଚାଳକ ହେବାରେ ନିଜର ଇଛା ପ୍ରକାଶ କରିଥିଲେ ।