ଋଷଭଦେବ

ଉଇକିପିଡ଼ିଆ ରୁ
Jump to navigation Jump to search
ଋଷଭଦେବ
Rishabhanatha
ଋଷଭଦେବଙ୍କ ପ୍ରତିମା, କୁଣ୍ଡଳପୁର, ମଧ୍ୟପ୍ରଦେଶ
First Tirthankara
Other namesAdinatha, Adish Jina (first conqueror), Adi Purush (first Perfect Man), Ikshvaku
SymbolBull
ColorGolden
Children100 sons including Bharata and Bahubali, and 2 daughters: Sundari, Brahmi[୧]
ଋଷଭଦେବ ଭଗବାନ

ଋଷଭଦେବ ଜୈନ ଧର୍ମର ପ୍ରଥମ ତୀର୍ଥକର ଅଟନ୍ତି । ତୀର୍ଥକର ଅର୍ଥ ହେଲା ଯିଏ ତୀର୍ଥର ରଚନା କରନ୍ତି । ଯିଏ ସଂସାର ସାଗର (ଜନ୍ମ - ମୃତ୍ୟୁର ଚକ୍ର)ରୁ ମୋକ୍ଷ ପର୍ଯ୍ୟନ୍ତ ତୀର୍ଥର ରଚନା କରନ୍ତି, ସେମାନଙ୍କୁ ତୀର୍ଥକର କୁହାଯାଏ । ଋଷଭଦେବଙ୍କୁ ଆଦିନାଥ ମଧ୍ୟ କୁହାଯାଏ । ଭଗବାନ ଋଷଭଦେବ ବର୍ତ୍ତମାନ ଅବସର୍ପିଣୀ କାଳର ପ୍ରଥମ ଦିଗମ୍ବର ଜୈନ ମୁନୀ ଥିଲେ ।[୨]

ଜୀବନ ଚରିତ୍ର[ସମ୍ପାଦନା]

ଜୈନ ପୁରାଣ ଅନୁସାରେ ଅନ୍ତିମ କୂଳର ରାଜା ନାଭିରାଜଙ୍କ ପୁତ୍ର ଋଷଭଦେବ ଥିଲେ । ଋଷଭଦେବଙ୍କ ବିବାହ ୟଶାବତୀ ଦେବୀ ଏବଂ ସୁନନ୍ଦାଙ୍କ ସହ ହୋଇଥିଲା । ଋଷଭଦେବଙ୍କ ୧୦୦ ପୁତ୍ର ଏବଂ ଦୁଇ ପୁତ୍ର ଥିଲେ ।[୩] ସେଥିରୁ ଭରତ ଚକ୍ରବର୍ତ୍ତୀ ସବୁଠାରୁ ବଡ଼ଥିଲେ ଏବଂ ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟ ହେଲେ , ଯାହାର ନାମରେ ଏହି ଦେଶର ନାମ ଭାରତ ହେଲା । ଦ୍ୱିତୀୟ ପୁତ୍ର ବାହୁବଳୀ ମଧ୍ୟ ଜଣେ ମହାନ ରାଜା ଏବଂ କାମଦେବ ପଦରେ ବିଭୂଷିତ ଥିଲେ । ଏହାଛଡା ଋଷଭଦେବଙ୍କ ବୃଷଭସେନ, ଅନନ୍ତବିଜୟ, ଅନନ୍ତବିଜୟ, ଅନନ୍ତବିର୍ଯ୍ୟ, ଅଚ୍ୟୁତ, ବୀର, ବରବୀର ଆଦି ୯୯ ପୁତ୍ର ତଥା ବ୍ରାହ୍ମୀ ଓ ସୁନ୍ଦରୀ ନାମକ ଦୁଇ ପୁତ୍ରୀ ହେଲେ । ଯାହାଙ୍କୁ ଋଷଭଦେବ ସର୍ବପ୍ରଥମ ଯୁଗର ଆରମ୍ଭରେ କ୍ରମଶଃ ଲିପିବଦ୍ଧା (ଅକ୍ଷର ବିଦ୍ୟା) ଏବଂ ଅଙ୍କ ବିଦ୍ୟାର ଜ୍ଞାନ ଦେଲେ ।[୪][୫] ବାହୁବଳୀ ଏବଂ ସୁନ୍ଦରୀଙ୍କ ମାତାଙ୍କ ନାମ ସୁନନ୍ଦା ଥିଲା । ଭରତ ଚକ୍ରବର୍ତ୍ତୀ, ବ୍ରାହ୍ମୀ ଏବଂ ଅନ୍ୟ ୯୮ ପୁତ୍ରଙ୍କ ମାତାଙ୍କ ନାମ ସୁମଙ୍ଗଳା ଥିଲା । ଋଷଭଦେବଙ୍କ ଆୟୁ ୮୪ ଲକ୍ଷ ପୂର୍ବର ଥିଲା ଯେଉଁଥିରୁ ୨୦ ଲକ୍ଷ ପୂର୍ବ କୁମାର ଅବସ୍ଥାରେ ବ୍ୟତୀତ ହେଲା ଏବଂ ୬୩ ଲକ୍ଷ ପୂର୍ବ ରାଜାଙ୍କ ପରି ।[୬]

କେବଳ ଜ୍ଞାନ[ସମ୍ପାଦନା]

ଜୈନ ଗ୍ରନ୍ଥ ଅନୁସାରେ ପାଖାପାଖି ୧୦୦୦ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିବା ପରେ ଋଷଭଦେବଙ୍କୁ କେବଳ ଜ୍ଞାନର ପ୍ରାପ୍ତି ହୋଇଥିଲା । ଋଷଭଦେବଙ୍କୁ ସମବଶରଣରେ ନିମ୍ନଲିଖିତ ବ୍ରତୀ ଥିଲା :[୭]

  • ୮୪ ଗଣଧର
  • ୨୨ ହଜାର (କେବଳୀ)
  • ୧୨,୭୦୦ ମୁନୀ ମନଃ ପର୍ଯ୍ୟଜ୍ଞାନରେ ବିଭୂଷିତ [୮]
  • ୯୦୦୦ ମୁନୀ ଅବଧି ଜ୍ଞାନରେ
  • ୪୭୫୦ ସୃତ କେବଳୀ
  • ୨୦୬୦୦ ଶୁଦ୍ଧିଧାରୀ ମୁନୀ
  • ୬,୫୦,୦୦୦ ଆର୍ଯ୍ୟିକା ମାତା ଜୀ[୯]
  • ୩,୦୦,୦୦୦ ଶ୍ରାବକ

ହିନ୍ଦୁ ଗ୍ରନ୍ଥରେ ବର୍ଣ୍ଣନା[ସମ୍ପାଦନା]

ବୈଦିକ ଧର୍ମରେ ଋଷଭଦେବଙ୍କ ସଂସ୍ଥାପନା କରାଯାଇଛି । ଭଗବତରେ ଅହର୍ନ ରାଜାଙ୍କ ରୂପରେ ତାଙ୍କର ବିସ୍ତୃତ ବର୍ଣ୍ଣନା ରହିଛି । ଏଥିରେ ଭରତ ଆଦି ୧୦୦ ପୁତ୍ର ମାନଙ୍କ କଥନ ଜୈନ ଧର୍ମ ପରି କରାଯାଇଛି ।

ହିନ୍ଦୁ ପୁରାଣ ଶ୍ରୀମଦ ଭଗବତ ଗୀତାର ପଞ୍ଚମ ସ୍କନ୍ଧ ଅନୁସାରେ ମନୁଙ୍କ ପୁତ୍ର ପ୍ରିୟବ୍ରତଙ୍କ ପୁତ୍ର ଅଗ୍ନୀଧ୍ର ଥିଲେ , ଯାହାଙ୍କ ପୁତ୍ର ରାଜା ନାଭି (ଜୈନ ଧର୍ମରେ ନାଭିରାୟ ନାମରେ ଉଲ୍ଲିଖିତ) ଥିଲା । ରାଜା ନାଭିଙ୍କ ପୁତ୍ର ଋଷଭଦେବ ଥିଲେ ଯିଏ ମହାନ ପ୍ରତାପୀ ସମ୍ରାଟ ଥିଲେ । ଭାଗବତ ପୁରାଣ ଅନୁସାରେ ଭଗବାନ ଋଷଭଦେବଙ୍କ ବିବାହ ଇନ୍ଦ୍ରଙ୍କ ପୁତ୍ରୀ ଜୟନ୍ତୀଙ୍କ ସହ ହୋଇଥିଲା । ତାଙ୍କର ୧୦୦ ପୁତ୍ର ସନ୍ତାନ ଥିଲେ । ସେମାନଙ୍କ ମଧ୍ୟରୁ ଭରତ ଚକ୍ରବର୍ତ୍ତୀ ସବୁଠାରୁ ବଡ ଏବଂ ଗୁଣବାନ ପୁତ୍ର ଥିଲେ ।[୧୦] ତାଙ୍କଠାରୁ ଛୋଟ କୁଶାବର୍ତ , ଇଲାବର୍ତ, ବ୍ରହ୍ମାବର୍ତ, ମଳୟ, କେତୁ, ଭଦ୍ରାସେନ, ଇନ୍ଦ୍ରସ୍ପୃକ, ବିଦର୍ଭ ଏବଂ କିକଟ , ଏହି ୯ ରାଜକୁମାର ଶେଷ ୯୦ ଜଣ ଭାଈ ମାନଙ୍କ ଠାରୁ ବଡ ଏବଂ ଶ୍ରେଷ୍ଠ ଥିଲେ । ତାଙ୍କଠାରୁ ଛୋଟ କବି, ହରି, ଅନ୍ତରୀକ୍ଷ, ପ୍ରବୁଦ୍ଧ, ପିପ୍ପଳୟନ, ଅବିର୍ହୋତ୍ର, ଦୃମିଳ, ଚମସ ଏବଂ କରଭାଜନ, ଏହି ୯ ପୁତ୍ର ରାଜକୁମାର ଭାଗବତ ଧର୍ମର ପ୍ରଚାର କରୁଥିବା ଭଗବତ-ଭକ୍ତ ଥିଲେ । ତାଙ୍କଠାରୁ ଛୋଟ ୮୧ ପୁତ୍ର ପିତାଙ୍କ ଆଜ୍ଞା ପାଳନ କରି ପୁଣ୍ୟ କର୍ମର ଅନୁଷ୍ଠାନ କରି ଶୁଦ୍ଧ ହୋଇ ବ୍ରାହ୍ମଣ ହୋଇଗଲେ ।[୧୧]

ପ୍ରତିମା[ସମ୍ପାଦନା]

ଋଷଭଦେବଙ୍କ ଏକ ବିଶାଳ ପ୍ରତିମା ମଧ୍ୟପ୍ରଦେଶ, ଭାରତ ପାଖେ ବାବନଗଜାରେ ରହିଛି । ସେହି ପ୍ରତିମା ୮୪ ଫୁଟର ଅଟେ । ମାଙ୍ଗି ତୁଗ୍ନି (ମହାରାଷ୍ଟ୍ର)ରେ ଭଗବାନ ଋଷଭଦେବଙ୍କ ୧୦୮ଫୁଟର ବିଶାଳ ପ୍ରତିମା ରହିଛି ।

ଆଧାର[ସମ୍ପାଦନା]

  1. Dalal 2010, p. 311.
  2. ब.क. जैन २०१३, p. 31.
  3. Sangave 2001, p. 105.
  4. जैन 1998, p. 47-48.
  5. ଆଦିନାଥ ପୁରାଣ ଏବଂ ଚୌବିସ ତୀର୍ଥକର-ପୁରାଣ
  6. ଜୈନ ୨୦୧୫, p. 181.
  7. Champat Rai Jain 2008, p. 126-127.
  8. Champat Rai Jain 2008, p. 126.
  9. Champat Rai Jain 2008, p. 127.
  10. ଶ୍ରୀମଦ ଭଗବତ ପଞ୍ଚମ ସ୍କନ୍ଧ, ଚତୁର୍ଥ ଅଧ୍ୟାୟ, ଶ୍ଳୋକ ୯
  11. ଶ୍ରୀମଦ ଭାଗବତ, ପଞ୍ଚମ ସ୍କନ୍ଧ, ଚତୁର୍ଥ ଅଧ୍ୟାୟ, ଶ୍ଳୋକ ୧୩

ପୁରାଣରେ ଋଷଭଙ୍କ ଉପରେ ଟିପ୍ପଣୀ ସଂସ୍କୃତ

ଆଧାର ଗ୍ରନ୍ଥ[ସମ୍ପାଦନା]

  • ଜୈନ, ବିଜୟ କୁମାର (୨୦୧୫), Acarya Samantabhadra’s Svayambhustotra: Adoration of The Twenty-four Tirthankara, Vikalp Printers, ISBN 9788190363976, Non-Copyright Check date values in: |year= (help)
  • Jain, Babu Kamtaprasad (2013), ଦିଗାମ୍ବରତ୍ୱ ଏବଂ ଦିଗମ୍ବର ମୁନୀ, ଭାରତୀୟ ଜ୍ଞାନପୀଠ, ISBN 81-263-5122-5
  • ଜୈନ, ଶାନ୍ତି ଲାଲ (1998), ABC of Jainism, Bhopal (M.P.): Jnanodaya Vidyapeeth, ISBN 81-7628-0003
  • Champat Rai Jain (2008), Risabha Deva (Second ed.), India: Bhagwan Rishabhdeo Granth Mala, ISBN 9788177720228