ଉର୍ବଶୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଉର୍ବଶୀ
ଉର୍ବଶୀ
ରାଜା ରବି ବର୍ମାଙ୍କ ଅଙ୍କିତ ଚିତ୍ରରେ ଉର୍ବଶୀ ଓ ପୁରୁରବା
ସୁନ୍ଦରତମ ଅପ୍ସରା
Affiliationଅପ୍ସରା
ସନ୍ତାନଗଣ

ଉର୍ବଶୀ (ସଂସ୍କୃତ: उर्वशी) ହିନ୍ଦୁ କିମ୍ବଦନ୍ତୀରେ ଏକ ଅପ୍ସରା । ସେ ଇନ୍ଦ୍ର ଦରବାରରେ ଜଣେ ମହାକାଶ କନ୍ୟା ଥିଲେ ଏବଂ ତାଙ୍କୁ ସମସ୍ତ ଅପ୍ସରାମାନଙ୍କମଧ୍ୟରୁ ସବୁଠାରୁ ସୁନ୍ଦର ଭାବରେ ବିବେଚନା କରାଯାଉଥିଲା । ସେ ଚିରସ୍ଥାୟୀ ଯୌବନ ଏବଂ ଅସୀମ ଆକର୍ଷଣୀୟ କିନ୍ତୁ ତାଙ୍କୁ ଖୋଜି ପାଇବା କଷ୍ଟ ଥିଲା ।[୧] ସେ ଏକ ଆନନ୍ଦର ଉତ୍ସ ଯେତିକି ଶୋକଦାୟକ ମଧ୍ୟ ସେତିକି ।[୨]

କିମ୍ବଦନ୍ତୀ[ସମ୍ପାଦନା]

ଦେବୀ ଭାଗବତରେ ଉଲ୍ଲେଖ ହୋଇଥିବା କିମ୍ବଦନ୍ତୀ ଅନୁସାରେ ସତ୍ୟଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟାମାନଙ୍କ ମଧ୍ୟରୁ ମୂର୍ତ୍ତି ନାମ୍ନୀ କନ୍ୟା ଧର୍ମକୁ ବିବାହ କରିଥିଲେ। ତାଙ୍କ ଗର୍ଭରୁ ନରନାରାୟଣ ଦୁଇପୁତ୍ର ବିଷ୍ଣୁଅଂଶୀ ଜନ୍ମ ହୋଇଥିଲେ। ଜନ୍ମ ପରେ ହିମାଳୟର ବଦ୍ରିକା ଆଶ୍ରମ(ବରଫ ଉପରେ ଗୋଟିଏ ବଦରୀ ବା ବରକୋଳି ଗଛ ରହିଥିବାରୁ ବଦ୍ରିକାଶ୍ରମ)ରେ ଘୋର ତପସ୍ୟାରେ ମଗ୍ନ ହୋଇଗଲେ ଯଦ୍ୱାରା ଦେବରାଜ ଇନ୍ଦ୍ର ଡରିଗଲେ କାଳେ ତପସ୍ୟା ବଳରେ ଏ ଦୁଇଜଣ ତାଙ୍କ ରାଜଗାଦି ଦଖଲ କରିନେବେ। ସେଥିପାଇଁ ସେ ଭୟଭୀତ ହୋଇ ନରନାରାୟଣଙ୍କ ତପସ୍ୟା ଭଗ୍ନ କରିବା ନିମନ୍ତେ କନ୍ଦର୍ପକୁ ପଠାଇଲେ ଓ ତାଙ୍କ ସହିତ ବସନ୍ତ ଗୁରୁପବନକୁ ମଧ୍ୟ ବଦ୍ରିକାଶ୍ରମ ପଠାଇବାରୁ କନ୍ଦର୍ପ ତାଙ୍କ ପଞ୍ଚଶର ମାରିଥିଲେ ଓ ମନ୍ଦମନ୍ଦ ପବନ ବହିବାକୁ ଲାଗିବାରୁ ପ୍ରେରିତ ଅପ୍‌ସରୀମାନେ ନୃତ୍ୟ ଆରମ୍ଭ କରିଦେଲେ ଯେପରି ସେମାନଙ୍କ ତପସ୍ୟା ଭାଙ୍ଗୁ। ହେଲେ ଯେତେବେଳେ ବିଷ୍ଣୁ ଏକଥା ଜାଣିପାରିଲେ ଯେ, ଇନ୍ଦ୍ର ତାଙ୍କ ତପସ୍ୟାରେ ବିଘ୍ନ ଘଟାଇବା ପାଇଁ ଏସବୁ ଭିଆଇଛନ୍ତି ସେ ତତ୍‌କ୍ଷଣାତ୍‌ ଚକ୍ଷୁ ଖୋଲି କହିଲେ- ହେ ଇନ୍ଦ୍ର ପ୍ରେରିତ ଅନୁଚରମାନେ, ତୁମ୍ଭେମାନେ ଇନ୍ଦ୍ରଙ୍କୁ ଡରି ଏଠାରେ ପହଞ୍ଚିଅଛ ଯାହା ଦେଖି ମୁଁ ଆନନ୍ଦିତ ହେଲି। କହିବା କ୍ଷଣି ଅଭିଷାପ ନପାଇବା ଭାବି କନ୍ଦର୍ପ, ପବନ ଓ ଅପ୍‌ସରାମାନେ ପ୍ରଭୁଙ୍କୁ ସ୍ତୁତି କରି ସନ୍ତୁଷ୍ଟ କରାଇଲେ ଓ ନାରାୟଣ ତାଙ୍କ ଉରୁ ବାଡ଼େଇବାରୁ ଗୋଟିଏ ଦିବ୍ୟସୁନ୍ଦର ନାରୀ ତାଙ୍କ ଜଙ୍ଘରୁ ଉତ୍ପନ ହେଲା । ଉରୁରୁ ସୃଷ୍ଟି ହୋଇଥିବାରୁ ସେ ନାରୀ ନାମ ଉର୍ବଶୀ ହେଲା। ସେହି ଦିବ୍ୟସୁନ୍ଦରୀ ନାରୀକୁ ଦେଖି ସମସ୍ତେ ଏକ ନୟନରେ ତାକୁ ହିଁ ଚାହିଁ ରହିବାରୁ ଭଗବାନ୍‌ କହିଲେ- ‘ୟାଙ୍କୁ ନେଇ ଇନ୍ଦ୍ରଙ୍କୁ ଦେଇ କହିବ କି ଏ ନାରୀର ସେବା କରି ଖୁସିରେ ତୁମ୍ଭେମାନେ ଆଣିଛ ବୋଲି ଓ ନରନାରାୟଣ ଉର୍ବଶୀ ନାମ୍ନୀ ଏ ଦିବ୍ୟନାରୀକୁ ଆପଣଙ୍କ ଚିତ୍ତ ବିନୋଦନ ନିମନ୍ତେ ଆମ ସହିତ ପଠାଇଛନ୍ତି, ତାହା ସାଦରେ ଗ୍ରହଣ କରନ୍ତୁ ’। ଦେବରାଜ ଇନ୍ଦ୍ର ସେହି ଦିବ୍ୟ ପରମ ସୁନ୍ଦରୀ ନାରୀକୁ ଦେଖି ସବୁ ଭୁଲିଗଲେ ଓ ନିଜ ଆସନ ଟଳିବନାହିଁ ବୋଲି ଭାବି ବିଷ୍ଣୁଙ୍କୁ ପ୍ରଣାମ ଜଣାଇଲେ। ସେହିଦିନଠାରୁ ଉର୍ବଶୀ ଅପ୍‌ସରାମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ନାମିତ ହେଲେ ତଥା ଇନ୍ଦ୍ରଙ୍କର ଆଜ୍ଞାକାରିଣୀ ଓ ଶ୍ରେଷ୍ଠ ନୃତ୍ୟାଙ୍ଗନା ହୋଇ ଦେବସଭାରେ ରହି ତାଙ୍କର ମନ ତୃପ୍ତ କଲେ ।

ଉର୍ବଶୀଙ୍କ ଅଭିଶାପ[ସମ୍ପାଦନା]

ଦ୍ୱାପର ଯୁଗରେ ଅର୍ଜୁନ ପିତା ଇନ୍ଦ୍ର ଙ୍କଠାରୁ ଅସ୍ତ୍ରଶସ୍ତ୍ର ମହାଭାରତ ଯୁଦ୍ଧରେ ବିଜୟ ଓ ଆଶୀର୍ବାଦ ପ୍ରାପ୍ତି ପାଇଁ ସ୍ୱର୍ଗଲୋକକୁ ଯାଇଥିଲେ। ସେଠାରେ ଉର୍ବଶୀ ତାଙ୍କୁ ପ୍ରୀତି ଭିକ୍ଷା କରିନ୍ତେ, ଅର୍ଜୁନ ମା' ବୋଲି ସମ୍ବୋଧନ କରିବାରୁ ଶାପଗ୍ରସ୍ତ ହେଲେ କି ସେ ଏକବର୍ଷ କାଳ ନଂପୁସକ(ବୃହନ୍ନଳା) ହୋଇ ରହିବେ -ଯାହା ତାଙ୍କୁ ଏକବର୍ଷ ଅଜ୍ଞାତବାସ କାଳରେ ଆର୍ଶୀବାଦ ସ୍ୱରୂପ ପ୍ରାପ୍ତହେଲା।[୩]

ଆଧାର[ସମ୍ପାଦନା]

  1. George (ed.), K.M. (1992). Modern Indian Literature, an Anthology. Sahitya Akademi. ISBN 978-81-7201-324-0.CS1 maint: extra text: authors list (link)
  2. George (ed.), K.M. (1992). Modern Indian Literature, an Anthology. Sahitya Akademi. ISBN 978-81-7201-324-0.CS1 maint: extra text: authors list (link)
  3. ଡା ଗୌରାଙ୍ଗ ଚରଣ ତ୍ରିପାଠୀ, ପ୍ରଗତିବାଦୀ, ପୃଷ୍ଠା-୪,୧୬।୭।୧୯୧୩