ଉମା ଭଟ୍ଟ

ଉଇକିପିଡ଼ିଆ‌ରୁ

ଉମା ଭଟ୍ଟ (ଜନ୍ମ ୧୯୫୨) ଜଣେ ଭାରତୀୟ ଶିକ୍ଷାବିତ୍, ଲେଖିକା ଏବଂ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦିକା । ସେ ତାଙ୍କ ଉତ୍ତରାଖଣ୍ଡର ବିଭିନ୍ନ ପ୍ରକାରର ରାଜନୈତିକ ପ୍ରସଙ୍ଗ ସହ ଜଡ଼ିତ ଅଛନ୍ତି ।

ପତ୍ରିକା[ସମ୍ପାଦନା]

୧୯୯୦ ମସିହାରେ ସେ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ପତ୍ରିକା, ଉତ୍ତରାର ପ୍ରତିଷ୍ଠା କରିଥିଲେ ।[୧] ଏହି ପତ୍ରିକାଟିରେ କବିତା ଏବଂ କାଳ୍ପନିକ କଥାବସ୍ତୁ ପ୍ରକାଶ ପାଇବା ସହିତ ଉତ୍ତରାଖଣ୍ଡର ବିଭିନ୍ନ ସାମାଜିକ ସମସ୍ୟା ପ୍ରକାଶ ପାଇଥାଏ । ଏଥିରେ ପ୍ରକାଶ ପାଇବା ପରେ କିଛି ସମସ୍ୟାର ସମାଧାନ ହେବା ନଜିର ରହିଛି । ସମାଜିକ ଚାପକୁ ଆଡ଼େଇ ସମାଜରେ ଆଗକୁ ବଢ଼ୁଥିବା ସାଧାରଣ ମହିଳାମାନଙ୍କର କାହାଣୀ ମଧ୍ୟ ଏହି ପତ୍ରିକାରେ ବିଶେଷ ଭାବରେ ସ୍ଥାନିତ କରାଯାଇଥାଏ ।[୧] ଉମା ଏହି ପତ୍ରିକାଟିର ସମ୍ପାଦିକା ଭାବରେ ନିଜେ କାର୍ଯ୍ୟ କରୁଛନ୍ତି ।[୧]

ରାଜନୀତି[ସମ୍ପାଦନା]

୧୯୮୦ ଦଶକରେ ସେ ଏକ ନାରୀବାଦୀ ପତ୍ରିକା ମାନୁଷି ପାଇଁ ଏକ ଛଅ ପୃଷ୍ଠା ବିଶିଷ୍ଟ ସନ୍ଦର୍ଭ ରଚନା କରିଥିଲେ, ଯାହାର ଶୀର୍ଷକ ଥିଲା ଆଣ୍ଟି ଲିକର୍ ମୁଭ୍‌ମେଣ୍ଟ ଇନ ଉତ୍ତରାଖଣ୍ଡ । ଏହି ପ୍ରସଙ୍ଗରେ ସେ ଉତ୍ତରାଖଣ୍ଡରେ ମଦଦ୍ୱାରା ସମାଜ, ବେପାର ବଣିଜ, ଆର୍ଥିକ ସ୍ଥିତି ଏବଂ ମହିଳାମାନଙ୍କ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ ।[୨] ଏହି ଲୋକପ୍ରିୟ ଅଭିଯାନରୁ ମହିଳାମାନେ ପ୍ରେରିତ ହୋଇ ୧୯୯୦ ଦଶକରେ ଉତ୍ତରପ୍ରଦେଶଠାରୁ ଅଲଗା ହେବାକୁ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ସମୟକ୍ରମେ ଅଲଗା ହୋଇ ଏକବିଂଶ ଶତାବ୍ଦୀର ଆରମ୍ଭରେ ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ଗଠନ ହୋଇଥିଲା । ନୂତନ ରାଜ୍ୟ ଗଠନ ପରେ ମହିଳାମାନଙ୍କୁ ରାଜନୀତିରେ ଅଗ୍ରାଧିକାର ନ ମିଳିବାରୁ ସେ ଏହାକୁ ଖୋଲାଖୋଲି ସମାଲୋଚନା କରିଥିଲେ ।[୩]

ଶିକ୍ଷକତା[ସମ୍ପାଦନା]

ସେ ନୈନିତାଲସ୍ଥିତ କୁମାୟୁଁ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗରେ ଜଣେ ଭାଷାବିତ୍ ହିମାଳୟି ଭାଷା ବିଶେଷଜ୍ଞ ଭାବରେ କାର୍ଯ୍ୟରତ । ସେ ପିପୁଲ୍ସ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆର ଜଣେ ସଭ୍ୟା ଭାବରେ ଦି ଲାଙ୍ଗୁଏଜସ୍ ଅଫ୍ ଉତ୍ତରାଖଣ୍ଡ (ଉତ୍ତରାଖଣ୍ଡର ଭାଷାଗୁଡ଼ିକ) ପାଇଁ ସହ-ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ ।[୪][୫] ସେ ତାଙ୍କ ପତିଙ୍କ ସହ ଏକବିଂଶ ଶତାବ୍ଦୀର ଗବେଷକ ନୈନ ସିଂହଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି ।[୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଉମା ୧୯୫୨ ମସିହାରେ ଅବିଭକ୍ତ ଉତ୍ତରପ୍ରଦେଶ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ସେ ଐତିହାସିକ ଶେଖର ପାଠକଙ୍କୁ ବିବାହ କରିଛନ୍ତି ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ An equal gender, The Hindu, 13 March 2014
  2. "Uma Bhatt, "Give Us Employment, Not Liquor", Manushi Vol 24" (PDF). Archived from the original (PDF) on 2016-08-21. Retrieved 2023-02-09.
  3. Telegraph of India, 4 Feb 2002
  4. "The Languages of Uttarakhand, Volume 30, 2015". Archived from the original on 2017-09-22. Retrieved 2023-02-09.
  5. "People's Linguistic Survey of India (PLSI)". Archived from the original on 2019-06-08. Retrieved 2023-02-09.
  6. Pundit Nain Singh Rawat (1830-1895): Life, Explorations and Writings, 2007
  7. List of PLSI volumes