ଉବଲିଟୁକ୍ସିମାବ
| Monoclonal antibody | |
|---|---|
| Type | Whole antibody |
| Source | Chimeric (mouse/human) |
| Target | CD20 |
| Clinical data | |
| Trade names | Briumvi |
| Synonyms | ublituximab-xiiy |
| AHFS/Drugs.com | monograph |
| data |
|
| Routes of administration | Intravenous |
| Legal status | |
| Legal status | |
| Chemical and physical data | |
| Formula | C6418H9866N1702O2006S48 |
| Molar mass | ୧,୪୪,୫୦୪.୩୧ g·mol−1 |
| (verify) | |
ଉବଲିଟୁକ୍ସିମାବ (ଇଂରାଜୀ ଭାଷାରେ Ublituximab), ବ୍ରିଆମ୍ଭି ଏହାର ଏକ ବିକ୍ରୟ ନାମ, ହେଉଛି ଏକାଧିକ ସ୍କ୍ଲେରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା କ୍ଲିନିକାଲି ଆଇସୋଲେଟେଡ ସିଣ୍ଡ୍ରୋମ, ରିଲୋପସିଙ୍ଗ-ରେମିଟିଙ୍ଗ ରୋଗ ଏବଂ ସକ୍ରିୟ ଦ୍ୱିତୀୟକ ପ୍ରଗତିଶୀଳ ରୋଗ ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ ପ୍ରତିକ୍ରିୟା ଏବଂ ଉପର ଶ୍ୱାସକ୍ରିୟା ନଳୀ ସଂକ୍ରମଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ କମ୍ ଇମ୍ୟୁନୋଗ୍ଲୋବୁଲିନ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ସିଡି୨୦ (CD20) ବିରୁଦ୍ଧରେ ନିର୍ଦ୍ଦେଶିତ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ।[୧]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଉବଲିଟୁକ୍ସିମାବ ଅନୁମୋଦିତ ହୋଇଛି । [୧] ୨୦୨୩ରେ ଏହା ୟୁରୋପରେ ନିୟନ୍ତ୍ରକମାନଙ୍କଦ୍ୱାରା ଏକ ସକରାତ୍ମକ ମତ ଗ୍ରହଣ କରିଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୬୪,୦୦୦ ଡଲାର ଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Briumvi- ublituximab injection, solution, concentrate". DailyMed. 19 January 2023. Archived from the original on 21 January 2023. Retrieved 21 January 2023.
- ↑ "Briumvi: Pending EC decision". European Medicines Agency (in ଇଂରାଜୀ). 28 March 2023. Archived from the original on 8 April 2023. Retrieved 11 April 2023.
- ↑ "Ublituximab-Xiiy". Archived from the original on 11 April 2023. Retrieved 11 April 2023.