ଉଦାରବାଦ

ଉଇକିପିଡ଼ିଆ ରୁ
Jump to navigation Jump to search

ଅର୍ଥ ଓ ପୃଷ୍ଠଭୂମି[ସମ୍ପାଦନା]

ଉଦାରବାଦ ଏକ ସମ୍ବନ୍ଧ ମତବାଦ ବା ଦର୍ଶନ ନୁହେଁ।ଏହା ହେଉଛି ଏମିତି ଏକ ନୀତି ଯାହାକୁ କି ସରକାର ତାଙ୍କର ଆଇନି ଅଧିନସ୍ଥ କରିପାରିବେ ନାହିଁ।ମୋଟ ଉପରେ କହିବାକୁ ଗଲେ ଏହା କୌଣସି ସାମାଜିକ, ରାଜନୈତିକ କିମ୍ବା ଅର୍ଥନୈତିକ ଆଇନି ବା ନୀତିର ଅନ୍ତର୍ଭୁକ୍ତ ନୁହେଁ। ଏହା ମଣିଷର ମୁକ୍ତିକାମୀ ଏକ ପ୍ରବହମାନ ଧାରା ଯାହା କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଦ୍ୱାରା କିମ୍ବା ଏକ ନିର୍ଦ୍ଧିଷ୍ଟ ସମୟରେ ସୃଷ୍ଟି ହୋଇନାହିଁ। ଏହା ଏକ ବିଶ୍ୱାସ ମାନର ଏକ ଭାବନା କିମ୍ବା ଏକ ବୌଦ୍ଧିକ ମନବୃତି। ଏହାର କେନ୍ଦ୍ରବିନ୍ଦୁ ଓ ମୂଳମନ୍ତ୍ର ହେଉଛି 'ସ୍ୱତନ୍ତ୍ରତା' ଯାହା ଲାଟିନ ଶବ୍ଦ ଲିବର(liber)ରୁ ଅନୀତ। ଯୁକ୍ତିଯୁକ୍ତତା, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ଅନୁସନ୍ଧାନ ଯାହାର ମୁଖ୍ୟ ଆଧାର। ଏହା ବ୍ୟକ୍ତିର ସାର୍ବଭୌମ୍ୟତ୍ୱ ବା ସାୟତ୍ତତା ପ୍ରତିଷ୍ଠା କରିବାକୁ ଚାହେଁ।ରାକ୍ଷଣସିଳତାର ବିରୋଧାଭାଷ ରୂପେ ଉଦାରବାଦ ପରମ୍ପରାରେ ବିଶ୍ୱାସୀ ନୁହେଁ। ସେହି କାରଣରୁ ଏହା ପ୍ରଚଳିତ ପ୍ରଥା, ପରମ୍ପରା ଅନୁଷ୍ଠାନ ମାନଙ୍କର ପରିବର୍ତନ ଚାହେଁ ଏବଂ ଆବଶ୍ୟକ ହେଲେ ବୈପ୍ଲବୀକ ପରିବର୍ତନ ପାଇଁ କୁଣ୍ଠାବୋଧ କରେନାହିଁ।ଉଦାରବାଦ କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ସିମିତ ନହୋଇ ବ୍ୟକ୍ତି କାର୍ଯ୍ୟର ବିଭିନ୍ନ ଦିଗକୁ ସ୍ପର୍ଶ କରେ। ଅର୍ଥାତ୍ ଏହା ଧର୍ମ,ନୈତିକତା,ଶିକ୍ଷା,ଅର୍ଥନୀତି ଓ ରାଜନୀତି କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥାଏ। ସାମାଜିକ କ୍ଷେତ୍ରରେ ଏହା ଧର୍ମ ସ୍ୱାଧୀନତା ଓ ବିବେକର ସ୍ୱାଧୀନତା ଚାହେଁ। ବ୍ୟକ୍ତି ସ୍ୱତନ୍ତ୍ରତା ଉପରେ ସମସ୍ତ କୁତ୍ରିମ ଚାପକୁ ଏହା ବିରୋଧ କରେ। ଅର୍ଥନୀତି କ୍ଷେତ୍ରରେ ଏହା ମୁକ୍ତ ବାଣିଜ୍ୟ ଓ ମୁକ୍ତ ଅର୍ଥନୀତିରେ ବିଶ୍ୱାସୀ। ରାଜନୈତିକ କ୍ଷେତ୍ରରେ ଏହା ବ୍ୟକ୍ତିବାଦ ଓ ଗଣତନ୍ତ୍ରର ମୂଲ୍ୟକୁ ପ୍ରାଧାନ୍ୟ ଦିଏ। ସୀମିତ ଓ ସାମ୍ବିଧାନିକ ସରକାର,ଆଇନିର ଶାସନ,ବ୍ୟକ୍ତି ସ୍ୱତନ୍ତ୍ରତା ଓ କ୍ଷମତାର ବିକେଂଦ୍ରୀ କରଣ ଉପରେ ଏହା ଗୁରୁତ୍ୱାରୋପ କରେ। ଉଦାରବାଦର ସଂଜ୍ଞା ନିରୂପଣ କରିବାକୁ ଯାଇ ସାର୍ଟୋରି(sartori) କହିଛନ୍ତି, "ଅତି ସରଲାଭବରେ ଉଦରବାଦ ହେଉଛି ବ୍ୟକ୍ତି ସ୍ୱତନ୍ତ୍ରତା,ନ୍ୟାୟିକ ପ୍ରତିରକ୍ଷା ଓ ସାମ୍ବିଧାନିକ ରାଷ୍ଟ୍ରର ତତ୍ୱ ଓ ବାସ୍ତବତା"। ବରଟ୍ରାଣ୍ଡ ରାସେଲ(bertrand rasel)ଙ୍କ ମତରେ "ଉଦାରବାଦୀ ମତ ବାସ୍ତବUରେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା, ସର୍ବସାଧାରଣ ଶୃଙ୍ଖଳାର ଅନୁମତି ପର୍ଯ୍ୟନ୍ତ ସହନସିଳତା ଓ ସ୍ୱାଧୀନତା ଏବଂ ରାଜନୈତିକ ବିଷୟରେ ଧର୍ମାନ୍ଧତାର ଅନୁପସ୍ଥିତିକୁ ବୁଝାଏ"। ପ୍ରଫେସର ଲାସ୍କି(professor laski)ଙ୍କ ବିଚାରରେ, “ଉଦାରବାଦ ସ୍ୱଭାବ ଅପେକ୍ଷା ମତର କମ ଅଭିବ୍ୟକ୍ତି। ଏହା ସ୍ୱତନ୍ତ୍ରତା ପାଇଁ ଅବେଗର ସୂଚନା ଦିଏ ; ଏବଂ ଆବେଗ ବାଧ୍ୟକାରୀ ହେବାର ସମ୍ଭାବନା ଥିବାରୁ ବିପଜ୍ଜନକ ମତ ଓ ପ୍ରବୃତ୍ତି ପ୍ରତି ମଧ୍ୟ ଏହା ସହନଶୀଳ ଓ ସନ୍ଦିହାନ ହେବାପାଇଁ ଶକ୍ତି ଦିଏ ଯାହାକି ଏକ ବିରଳ ମାନବିକ ଗୁଣ”।

ଉଦାରବାଦ ସପ୍ତଦଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଚାରି ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ପାଶ୍ଚାତ୍ୟ ଦର୍ଶନକୁ ପ୍ରଭାବିତ କରିଆସିଛି। କିନ୍ତୁ ଉନବିଂଶ ସତାବ୍ଧିର ପ୍ରାରମ୍ଭରେ ହିଁ 'ଉଦାରବାଦ' ଶବ୍ଦର ସୃଷ୍ଟି ଓ ପ୍ରୟୋଗ ହୋଇଥିଲା।ଷୋଡ଼ଶ ସତବ୍ଧିରେ ରାଷ୍ଟ୍ର,ଗିର୍ଜା ଓ ସାମନ୍ତବାଦୀ ପ୍ରଭୁ ମାନଙ୍କର ନିରଙ୍କୁଶ କ୍ଷମତା ବିରୁଦ୍ଧରେ ପ୍ରତିକ୍ରିୟା ସ୍ୱରୂପ ଉଦାରବାଦର ଉନ୍ମେଷ ହୋଇଥିଲା ଯାହା ସପ୍ତଦଶ ଶତାବ୍ଦୀରେ ଓ ତା'ପରେ ବିକଶିତ ହେଲା। ଉଦାରବାଦ ମୁଖ୍ୟତଃ ନବଜଗରଣ ଓ ସଂସ୍କାରବାଦୀ ଆନ୍ଦୋଳନ ପରିଣାମ। ବୈଜ୍ଞାନିକ ଚେତନା, ବ୍ୟକ୍ତିବାଦୀ ବିଚାର ଓ ମଧ୍ୟବିତ ଶ୍ରେଣୀର ଉଦ୍ଭବ ତତ୍କାଳୀନ ସାମାଜିକ ଚିନ୍ତନ ଓ ପରମ୍ପରାରେ ପରିବର୍ତନ ଆଣିବାକୁ ବାଧ୍ୟ କଲା ଷୋଡ଼ଶ ସତବ୍ଧିରେ ଇଟାଲୀୟ ଦାର୍ଶନିକ ନିକୋଲୋ ମାକିଆଭେଲି ରାଷ୍ଟ୍ର ଓ ରାଜନୀତିକୁ ଧର୍ମଠାରୁ ପୃଥକ କରିଥିଲେ।ସପ୍ତଦଶ ସତବ୍ଧିରେ ଇଂରେଜ ଦାର୍ଶନିକ ଜନ ଲକ ସୀମିତ ଓ ସାମ୍ବିଧାନିକ ସରକାର ଉପରେ ଗୁରୁତ୍ୱ ଆରୋପ କଲେ। ତାଙ୍କ ମତରେ ରାଷ୍ଟ୍ର ପୂର୍ବରୁ ବ୍ୟକ୍ତିର ସୃଷ୍ଟି ହୋଇଛି। ତେଣୁ ଲକଙ୍କୁ ରାଜନୈତିକ ଉଦାରବାଦର ଜଣକ ବୋଲି କୁହାଯାଏ। ଅଷ୍ଟାଦଶ ଶତାବ୍ଦୀରେ ମଣ୍ଟେସ୍କୁ କ୍ଷମତା ପୃଥକିକରଣ ତତ୍ୱ ଓ ରୁଷୋ ଜନପ୍ରିୟ ସର୍ବଭୌମତ୍ୱ ବିଷୟରେ ଅବତାରଣା କରି ଉଦାରବାଦକୁ ପ୍ରୋତ୍ସାହିତ କରିଥିଲେ।ଉନବିଂଶ ଶତାବ୍ଦୀରେ ଜନ ଷ୍ଟୁଆର୍ଟ ମିଲ ବ୍ୟକ୍ତି ସ୍ୱତନ୍ତ୍ରତା ଓ ଉଦାରବାଦୀ ଗଣତନ୍ତ୍ର ଉପରେ ଜୋର ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗ୍ରୋଚେ,ବୋଦାଂ,ଥୋମାସ ପେନ୍, ହବସ୍,ଜେରେମି ବେଂଥାମ ଇତ୍ୟାଦି ଉଦାରବାଦ ସପକ୍ଷରେ ନିଜନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ।୧୭୭୬ରେ ଆମେରିକାର ସ୍ୱାଧୀନତା ଘୋଷଣାନାମା ଓ ୧୭୮୯ରେ ଫ୍ରାନ୍ସର ମାନବାଧିକାର ଘୋଷଣାନାମାଦ୍ୱାରା ଉଦାରବାଦ ବସ୍ତାବରୁପ ନେଲା।

ଉଦାରବାଦକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ। ସେଗୁଡିକ ହେଲା- (୧) ଶାସ୍ତ୍ରୀୟ ବା ନକାରାତ୍ମକ ଉଦାରବାଦ ଓ (୨) ଆଧୁନିକ ବା ସକାରାତ୍ମକ ଉଦାରବାଦ। ସେଗୁଡିକ ବିଷୟରେ ନିମ୍ନରେ ଆଲୋଚନା କରାଗଲା।

ଶାସ୍ତ୍ରୀୟ ବା ନକାରାତ୍ମକ ଉଦାରବାଦ[ସମ୍ପାଦନା]

ସପ୍ତଦଶ,ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀର ଉଦାରବାଦ ବ୍ୟକ୍ତିର ସ୍ୱତନ୍ତ୍ରତା, ମର୍ଯ୍ୟାଦା, ବ୍ୟକ୍ତିତ୍ୱ ଓ ଯୁକ୍ତିଯୁକ୍ତତା ଉପରେ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ ସାର୍ବଜନୀନ ନଥିଲା; ବରଂ ଏହା କେବଳ ପୁଞ୍ଜିବାଦୀ ଶ୍ରେଣୀ ମଧ୍ୟରେ ସୀମିତ ଥିଲା।ଏହା ବ୍ୟକ୍ତି ସ୍ୱତନ୍ତ୍ରତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନକରୁଥିଲା ଏବଂ ବ୍ୟକ୍ତିକୁ ସମସ୍ତପ୍ରକାର ଅତ୍ୟାଚାର ଓ ନିରଙ୍କୁଶ କ୍ଷମତା କବଳରୁ ମୁକ୍ତ ରଖିବାକୁ ଚାହୁଁଥିଲା। ସେହି କାରଣରୁ ଏହା ରାଷ୍ଟ୍ରକୁ ମଧ୍ୟ ଏକ ଆବଶ୍ୟକ ମନ୍ଦ ଅନୁଷ୍ଠାନ ବୋଲି ବିଚାରୁଥିଲା। ଏହା ମତରେ "ସେହି ରାଷ୍ଟ୍ର ହିଁ ଶ୍ରେଷ୍ଠ ଯିଏ ସର୍ବନିମ୍ନ ସସନକରେ"।ରାଷ୍ଟ୍ର ଏକ କୁତ୍ରିମ ଅନୁଷ୍ଠାନ ଯାହା ବ୍ୟକ୍ତିମାନଙ୍କର ସମତି ବଳରେ ସୃଷ୍ଟି ହୋଇଛି।ଉଦାରବାଦର ଏହିରୂପ ବ୍ୟକ୍ତି ସ୍ୱାଧୀନତାରେ ରାଷ୍ଟ୍ରର ହସ୍ତକ୍ଷେପକୁ ବାରଣ କରୁଥିବାରୁ ଓ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହୋଇନଥିବାରୁ ଏହାକୁ ନକାରାତ୍ମକ ଉଦାରବାଦକୁହାଯାଏ।ଏହାକୁ ମଧ୍ୟ କେତକ ମୂଳ ଉଦାରବାଦ ବ୍ୟକ୍ତିବାଦ ଆଦିନମରେ ପରିଚୟ କରାନ୍ତି।ଏହାର ପ୍ରବକ୍ତା ମାନଙ୍କ ମଧ୍ୟରେ ଅଛନ୍ତି ଜନ ଲକ, ମାକିଆଭେଲି, ଥମାସ ମୁର, ରୁଷୋ, ଆଡାମ ସ୍ମିଥ୍ ଇତ୍ୟାଦି।

ଆଧୁନିକ ବା ସକାରାତ୍ମକ ଉଦାରବାଦ[ସମ୍ପାଦନା]

ଉନବିଂଶ ଶତାବ୍ଦୀର ଶେଷଭାଗରେ ଶାସ୍ତ୍ରୀୟ ବା ନକାରାତ୍ମକ ଉଦାରବାଦର ରୂପାନ୍ତର ଘଟି ଆଧୁନିକ ବା ସକାରାତ୍ମକ ଉଦାରବାଦ ସୃଷ୍ଟିହେଲା। ନକରାତ୍ମକ ଉଦାରବାଦ ବ୍ୟକ୍ତି କୈନ୍ଦ୍ରୀକ ଥିଲା ଓ ତାହା ମୁଖ୍ୟତଃ ପୁଞ୍ଜିବାଦର ରାକ୍ଷକବଚ ରୂପେ କାମ କରୁଥିଲା। ତାହା ସାର୍ବଜନୀନ ନଥିବାରୁ ଦରିଦ୍ର ଓ ଅସହାୟ ଜନତାଙ୍କ ଦୁଃଖ ଦୂର କରିବାରେ ସହାୟକ ହୋଇପାରୁନଥିଲା।ବ୍ୟକ୍ତି ସ୍ୱତନ୍ତ୍ରତା ଏହି ଶ୍ରେଣୀର ଲୋକ ମାନଙ୍କ ପାଇଁ ଅର୍ଥହୀନ ହୋଇପଡିଲା। ମାତ୍ର ଅବାଧ ସ୍ୱତନ୍ତ୍ରତାର ଉପଯୋଗ କରି ପଯ ପୁଞ୍ଜିବାଦୀ ମାନେ ଶ୍ରମିକ ଶ୍ରେଣୀର ଲୋକ ମାନଙ୍କୁ ଶୋଷଣ କରିଚାଲିଥିବା ବେଳେ ନକାରାତ୍ମକ ରାଷ୍ଟ୍ର ନିରବଦ୍ରଷ୍ଠା ସଜିଥିଲାକାରଣ ରାଷ୍ଟ୍ରର କ୍ଷମତା କେବଳ ସର୍ବନିମ୍ନ ଓ ସୁରକ୍ଷାତ୍ମକ ଥିଲା। ତେଣୁ ସମାଜବାଦୀ ଓ ମାର୍କସବାଦୀମାନେ ପ୍ରଚଳିତ ସାମାଜିକ,ଅର୍ଥନୈତିକ, ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଦାବି କଲେ। ମାନବିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଯଥେଷ୍ଟ ସମର୍ଥନ ମିଳିବାରୁ ନକାରାତ୍ମକ ଉଦାରବାଦ ସକାରାତ୍ମକ ଉଦାରବାଦରେ ପରିଣତ ହେଲା।ଉଦାରବାଦର ଏହି ରୂପାନ୍ତର ସର୍ବପ୍ରଥମେ ଉନବିଂଶ ଶତାବ୍ଦୀର ଦାର୍ଶନିକ ଜେରେମି ବେଂଥାମ(jeremy bentham)ଙ୍କ ଲେଖାରେ ପ୍ରକଟିତ ହୋଇଥିଲା ଯେଉଁଥିରେ କି ସେ ବ୍ୟକ୍ତି ସ୍ୱତନ୍ତ୍ରତା ସହ ସର୍ବସାଧାରଣ ସୁଖର ଏକତ୍ର ମିଳନ କରାଇଥିଲେ।ବ୍ୟକ୍ତି ସ୍ୱତନ୍ତ୍ରତାର ଦୃଢ଼ ସମର୍ଥକ ଜନ ଷ୍ଟୁଆର୍ଟ ମିଲ ମଧ୍ୟ ଜନମଂଗଳ ରାଷ୍ଟ୍ର ସପକ୍ଷରେ ମତବ୍ୟକ୍ତ କରାଇଥିଲେ। ଟି ଏଚ ଗ୍ରୀନ ନୈତିକ, ଆଦର୍ଶ ଓ ମଂଗଳ ମୟ ସମାଜ ଗଠନ ନିମନ୍ତେ ରାଷ୍ଟ୍ରର ସିଧାସଳଖ ହସ୍ଥକ୍ଷେପକୁ ସମର୍ଥନ କରିଥିଲେ। ସକାରାତ୍ମକ ଉଦାରବାଦ ରଅନ୍ୟ ପ୍ରବର୍ତା ମାନଙ୍କ ମଧ୍ୟରେ ଥିଲେ ଏଲଟି ହବହାଉସ, ଜି ଦି ଏଚ କୋଲ, ବାର୍କର, ଲାସ୍କି,ଜେନ୍ସ ଇତ୍ୟାଦି।

ଆଧୁନିକ ଉଦାରବାଦ ସାର୍ବଜନୀନ ଭାବେ ପ୍ରଯୁର୍ଯ୍ୟ। ରାଷ୍ଟ୍ରକୁ ସକାରାତ୍ମକ ଭୂମିକା ପ୍ରଦାନ କରୁଥିବାରୁ ଏହାକୁ ସକାରାତ୍ମକ ଉଦାରବାଦ କଉହାଯାଏ।ଏହାକୁ ମଧ୍ୟ କେତକ ଜନ ମଂଗଳ ଉଦାରବାଦ ବୋଲି କହନ୍ତି।ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ସକାରାତ୍ମକ ଉଦାରବାଦର ବ୍ୟାପକ ପ୍ରସାର ଘଟିଲା।ରାଷ୍ଟ୍ରକୁ ଏକ ଆବଶ୍ୟକ ମନ୍ଦ ଅନୁଷ୍ଠାନ ରୂପେ ବିବେଚନା କରାନଯାଇ ତାହାକୁ ଏକ ସକାରାତ୍ମକ ମଂଗଳ ରୂପେ ଗଣନା କରାଗଲା।ରାଷ୍ଟ୍ର ଏକ ନୈତିକ ଅନୁଷ୍ଠାନ ହିସାବରେ ସମାଜର ସର୍ବବିଧ ମଂଗଳ ସାଧନ ନିମନ୍ତେ ବହୁବିଧ କ୍ଷମତା ଓ କାର୍ଯ୍ୟଭାର ଗ୍ରହଣ କରିଥାଏ।ବ୍ୟକ୍ତି ସ୍ୱତଂତ୍ରତାର ସଂପୂଣ୍ଣ ଉପଲବ୍ଧି ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବା ଓ ବ୍ୟକ୍ତି ସ୍ୱତଂତ୍ରତା ଯେପରି ସମାଜର ଅନ୍ୟମାନଙ୍କ ସ୍ୱାର୍ଥହାନି ନକରେ ତାହା ଦେଖିବା ସଂଗେ ସଂଗେ ସେଥିପାଇଁ ଆବଶ୍ୟକ ନିୟନ୍ତ୍ରଣ କରିବା ରାଷ୍ଟ୍ରର କାର୍ଯ୍ୟ।ରାଷ୍ଟ୍ର ଅର୍ଥନୈତିକ କାର୍ଯ୍ୟକ୍ରମର ନିୟନ୍ତ୍ରଣ ଓ ସୁପରିଚାଳନା ମାଧ୍ୟମରେ ସମାଜରୁ ଦାରିଦ୍ର୍ୟ, ଶୋଷଣ, ଅଜ୍ଞତା, ଅସ୍ୱାସ୍ଥ୍ୟ, କ୍ଷୁଧା ଆଦି ଦୂର କରିବା ସଂଗେ ସଂଗେ ସାମାଜିକ ସମୃଦ୍ଧି ଓ ଜନ ମଂଗଳ ଦାଇତ୍ୱ ବହନ କରିଥାଏ। ଉଭୟ ବ୍ୟକ୍ତି ଓ ସମାଜର ନୈତିକ,ବୌଦ୍ଧିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ମଂଗଳ ସାଧନ କରିବା ଏବଂ ବ୍ୟକ୍ତି ସ୍ୱତଂତ୍ରତା ସହ ସମୂହ କଲ୍ୟାଣ ଓ ଜାତୀୟ ସଂହତି ପ୍ରତିଷ୍ଠା କରିବା ପାଇଁ ରାଷ୍ଟ୍ର ଗୁରୁ ଦାଇତ୍ୱ ବହନ କରେ।ବସ୍ତୁତଃ ଏହା ଏକ ଜନ ମଂଗଳ ରାଷ୍ଟ୍ର।

ସମସାମୟିକ ଉଦାରବାଦ[ସମ୍ପାଦନା]

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସକାରାତ୍ମକ ଉଦାରବାଦରେ ମଧ୍ୟ କେତେକ ପରିବର୍ତନ ଦେଖା ଦେଲା।ଉଦାରବାଦର ଏହି ପରିବର୍ତିତ ରୂପକୁ ସମସାମୟିକ ଉଦାରବାଦ କଉହାଯାଏ।ମୁଖ୍ୟତଃ ସର୍ବଧିକାରବାଦୀ ବ୍ୟବସ୍ଥାର ଅତ୍ୟାଚାରରୁ ମାନବଜାତିକୁ ରକ୍ଷା କରିବା ନିମନ୍ତେ ସମସାମୟିକ ଉଦାରବାଦର ସୃଷ୍ଟି ହୋଇଥିଲା ।ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ତାହାର ସାମାଜିକ ଗୋଷ୍ଠୀ ଗୁଡିକ ଉପରେ ଏହା ଅଧିକରୁ ଅଧିକ ଗୁରୁତ୍ୱ ଆରୋପ କରେ।ଏହା ରାଷ୍ଟ୍ରର ଏକାଧିକାର ଓ ପ୍ରାଧାନ୍ୟ ହ୍ରାସକରେ। କାରଣ ସମସାମୟିକ ଉଦରବାଦୀଙ୍କ ମତରେ ରାଷ୍ଟ୍ର ହେଉଛି ଗୋଷ୍ଠୀ ବା ବର୍ଗମାନଙ୍କର ମହା ସଂଘ ବା ସଂଘ ମାନଙ୍କର ସଂଘ। ରାଷ୍ଟ୍ର ସେହି ଗୋଷ୍ଠୀ, ବର୍ଗ ବା ସଂଘ ମାନଙ୍କ କାର୍ଯ୍ୟକଳାପର ସମନ୍ୱୟ ରାକ୍ଷକରେ ଓ ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରେ।ସମସାମୟିକ ଉଦାରବାଦର ପ୍ରବକ୍ତାମାନଙ୍କ ମଧ୍ୟରେ ଅଛନ୍ତି ସୁମ୍ପେଟର, ରବର୍ଟ ଡ଼ଲ ,ଚାପମ୍ୟାନ ରଲସ,ଜନ ଡିବେ ଇତ୍ୟାଦି।ସମସାମୟିକ ଉଦାରବାଦ ଡହେଉଛି ଉଭୟ ଏକ ମନୋବୃତି ଓ ଏକ କାର୍ଯ୍ୟକ୍ରମ।ମନୋବୃତି ହିସାବରେ ସାମାଜିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହା ଯୁକ୍ତି ବା ହେତୁ ଓ ବୈଜ୍ଞାନିକ ପଦ୍ଧତିକୁ ପଥ ପ୍ରଦର୍ଶକ ରୂପେ ଗ୍ରହଣକରେ।କାର୍ଯ୍ୟକ୍ରମ ରୂପେ ଏହା ତିନୋଟି ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରେ-

(୧) ମୁକ୍ତ ଓ ପର୍ଯ୍ୟାପ୍ତ ଯୋଗାଯୋଗ ବ୍ୟବସ୍ଥା, ରାଜନୈତିକ ଦଳ ଗଠନ ଓ ନିର୍ବାଚନରେ ଅଂଶ ଗ୍ରହଣର ସ୍ୱାଧୀନତା, ଗୋଟିଏ ବର୍ଗ ଅନ୍ୟ ଗୋଟିଏ ବର୍ଗକୁ ଦମନ କରିବାର ଅଧିକାର ବିରୋଧ।

(୨)ବୃହତ ଶିଳ୍ପ ମାନଙ୍କ ରାଷ୍ଟ୍ରାୟତ ନିୟନ୍ତ୍ରଣଦ୍ୱାରା ସମାଜର ଅର୍ଥନୈତିକ ସମସ୍ୟା ସମାଧାନ ଓ ବିଶ୍ୱ ଅର୍ଥନୈତିକ ସମ୍ଭଳର ସଂଯୋଗୀକରଣ।

(୩) ଅର୍ଥନୈତିକ ବାସ୍ତବତା ହାସଲ ନିମନ୍ତେ ଜଣଶିକ୍ଷା ପ୍ରଦାନ ନିମନ୍ତେ ଜଣଶିକ୍ଷା ପ୍ରଦାନ କରୁଥିବା ରାଜନୈତିକ ବ୍ୟବସ୍ଥାର ପ୍ରଚଳନ।ଜନ ରଲସଙ୍କ ମତରେ ପ୍ରତ୍ୟେକ ସମାଜରେ ଅସମତା ଅବସ୍ୟମଭାବି ଏବଂ ନ୍ୟାୟ ଦାବି କରେ ଯେ ଏକ ଶ୍ରେଣୀ ବିଭାଜିତ ସମାଜରେ ଅଧିକାର ଓ ଆୟବଣ୍ଟନର ନୈତିକ ମୂଲ୍ୟାୟନ ହେବା ଆବଶ୍ୟକ।

ଚାପମ୍ୟାନଙ୍କ ମତରେ ଉପଭୋକ୍ତାର ସାର୍ବଭୌମତ୍ୱ ନୀତି ଅନୁସାରେ ବଣ୍ଟନ ନ୍ୟାୟ ସର୍ବାଧିକ ଫାଇଦା ପ୍ରଦାନ କରେ।ତେଣୁ ନ୍ୟାୟ କେବଳ ଅସମତାକୁ ସୁଯୋଗ ଦିଏନାହି, ତାହା ମଧ୍ୟ ଆବଶ୍ୟକ କରେ।ରବର୍ଟ ଡଲ୍ଙ୍କ ବିଚାରରେ ଗଣତନ୍ତ୍ର ହେଉଛି କେବଳ ମାତ୍ର ଏକ ସଂକ୍ରିୟା ଯାହା ବଣ୍ଟନ ନ୍ୟାୟରେ ବିଘ୍ନ ନ ଘଟାଇବା ପାଇଁ ଭାରସାମ୍ୟ ରକ୍ଷା କରେ।