Jump to content

ଉତ୍ତରା ବାଓକର

ଉଇକିପିଡ଼ିଆ‌ରୁ
ଉତ୍ତରା ବାଓକର
उत्तरा बाओकर
Director, Unni Vijayan Producer Prince Thampi at the presentation of film " Lesson in Forgetting", at the 43rd International Film Festival of India (IFFI-2012), in Panaji, Goa on November 25, 2012.jpg
୨୦୧୨ ମସିହାର ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ବାଓକର (ଡାହାଣ)
ଜନ୍ମ(1944-08-05)୫ ଅଗଷ୍ଟ ୧୯୪୪
କୋହ୍ଲାପୁର, ବ୍ରିଟିଶ ଭାରତ
ମୃତ୍ୟୁ୧୨ ଅପ୍ରେଲ ୨୦୨୩(2023-04-12) (ବୟସ ୭୮)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୮–୨୦୨୩

ଉତ୍ତରା ବାଓକର (୫ ଅଗଷ୍ଟ ୧୯୪୪ – ୧୨ ଅପ୍ରେଲ ୨୦୨୩)[୧] ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ହିନ୍ଦୀ ଓ ମରାଠୀ କଥାଚିତ୍ର, ଧାରାବାହିକ ଓ ମଞ୍ଚରେ ଅଭିନୟ କରନ୍ତି । ମୁଖ୍ୟମନ୍ତ୍ରୀରେ ପଦ୍ମାବତୀ, ମେନା ଗୁର୍ଜରୀରେ ମୀନା ଆଦି ଚରିତ୍ର ପାଇଁ ସେ ଜଣାଶୁଣା ।[୨] ୧୯୭୮ ମସିହାରେ, ସେ ଜୟୱନ୍ତ ଦଲାବୀଙ୍କ ନାଟକ ସନ୍ଧ୍ୟା ଛାୟାର ନିର୍ଦ୍ଦେଶନା ଦେଇଥିଲେ ।[୩]

୧୯୮୪ ମସିହାରେ, ସେ ହିନ୍ଦୀ ଥିଏଟରରେ ଅଭିନୟ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।[୪] ସେ ଦୋଘି (୧୯୯୫), ଉତ୍ତରାୟଣ (୨୦୦୫), ଶେବରୀ (୨୦୦୬), ଓ ରେଷ୍ଟୁରାଣ୍ଟ (୨୦୦୬) ଆଦି ମରାଠୀ କଥାଚିତ୍ରରେ ଅଭିନୟ କରିଥିଲେ ।[୫]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଉତ୍ତରା ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢ଼ୁଥିଲେ ।[୬] ଇବ୍ରାହିମ ଅଲ୍‌କାଜୀଙ୍କ ଅଧିନରେ[୭] ସେ ପ୍ରଶିକ୍ଷଣ ନେଇଥିଲେ ଏବଂ ୧୯୬୮ ମସିହାରେ ସ୍ନାତକ ହାସଲ କରିଥିଲେ ।[୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୟାତ୍ରା (୧୯୮୬)
  • ତମାସ (୧୯୮୭)
  • ଏକ୍ ଦିନ୍ ଅଚାନକ୍ (୧୯୮୯)
  • ଉଡ଼ାନ୍ (ଟିଭି ଧାରାବାହିକ) (୧୯୯୦–୧୯୯୧)
  • ରୁକମାବତୀ କି ହାବେଲୀ (୧୯୯୧)
  • ଦି ବର୍ନିଂ ସିଜିନ୍ (୧୯୯୩)
  • ଦୋଘି (୧୯୯୫) (ମରାଠୀ)
  • ସର୍ଦ୍ଦାରୀ ବେଗମ (୧୯୯୬)
  • ତକ୍ଷକ (୧୯୯୯)
  • ଅନ୍ତରାଳ (ଟିଭି ଧାରାବାହିକ) (୨୦୦୦)
  • ଜିନ୍ଦେଗୀ ଜିନ୍ଦାବାଦ (୨୦୦୦)
  • କୋରା କାଗଜ (୨୦୦୨)
  • ବାସ୍ତୁପୁରୁଷ (୨୦୦୨) (ମରାଠୀ)
  • ନଜରାନା (୨୦୦୨) (ଟିଭି ଧାରାବାହିକ)
  • ଉତ୍ତରାୟଣ (୨୦୦୩) (ମରାଠୀ)
  • ଜସ୍ସି ଜୈସି କୋଇ ନାହିଁ (ଟିଭି ସିରିଜ୍) (୨୦୦୩–୨୦୦୬)
  • ଶେବରୀ (ମରାଠୀ କଥାଚିତ୍ର) (୨୦୦୬)
  • କଶମକଶ ଜିନ୍ଦଗୀ କି (ଟିଭି ସିରିଜ୍) (୨୦୦୬–୨୦୦୯)
  • ଜବ୍ ଲଭ୍ ହୁଆ (ଟିଭି ସିରିଜ୍) (୨୦୦୬–୨୦୦୭)
  • ରେଷ୍ଟୁରାଣ୍ଟ[୯] (୨୦୦୬) (ମରାଠୀ)
  • ରିସ୍ତେ (ଟିଭି ସିରିଜ୍) (ସିଜିନ୍ ୨)
  • ସିନ୍‌ସ୍ (୨୦୦୫)
  • ହମ୍ କୋ ଦୀୱାନା କର୍ ଗୟେ (୨୦୦୬)
  • ଦୂର୍ (୨୦୦୬)
  • ଆଜା ନାଚ୍‌ଲେ (୨୦୦୭)
  • ୮ x ୧୦ ତସ୍‌ବୀର୍ (୨୦୦୯)
  • ହା ଭାରତ ମାଜା (୨୦୧୧) (ମରାଠୀ)
  • ସଂହିତା (୨୦୧୩) (ମରାଠୀ)

ପୁରସ୍କାର[ସମ୍ପାଦନା]

  • ୧୯୮୪: ଅଭିନୟ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (ହିନ୍ଦୀ ଥିଏଟର୍)[୪]
  • ୧୯୮୮: ଏକ୍ ଦିନ୍ ଅଚାନକ୍ ପାଇଁ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ୧୯୯୫: ଦୋଘି ପାଇଁ ନ୍ୟାସ୍‌ନାଲ୍ ଫିଲ୍ମ ଆୱାର୍ଡ଼ - ସ୍ପେଶାଲ୍ ମେନ୍ସନ୍ (ଫିଚର୍ ଫିଲ୍ମ)

ଆଧାର[ସମ୍ପାଦନା]

  1. "National Award-winning actress Uttara Baokar passes away at 79". The Times of India. 12 Apr 2023. Archived from the original on 13 April 2023. Retrieved 13 Apr 2023.
  2. "Of days that were..." The Hindu. 30 June 2005. Archived from the original on 6 November 2012.
  3. "Those lonely sunset days". The Hindu. 23 April 2010. Archived from the original on 12 March 2014. Retrieved 26 June 2013.
  4. ୪.୦ ୪.୧ "SNA: List of Akademi Awardees". Sangeet Natak Akademi Official website. Archived from the original on 17 February 2012. Retrieved 17 February 2012.
  5. "Marathi cinema gets the sensitive and intelligent film-lover". The Economic Times. 3 May 2008. Archived from the original on 30 June 2018. Retrieved 11 June 2010.
  6. "'A remarkable human being': Neena Kulkarni, Manoj Joshi remember late actress Uttara Baokar on social media". The Economic Times. 13 Apr 2023. Archived from the original on 13 April 2023. Retrieved 13 Apr 2023.
  7. "Theatre is revelation". The Hindu. 24 February 2008. Archived from the original on 2 March 2008.
  8. "Alumni List For The Year 1968". National School of Drama Official website. Archived from the original on 6 December 2010. Retrieved 11 June 2010.
  9. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 77–. ISBN 978-1-136-77284-9. Retrieved 4 May 2013.

ବାହାର ଲିଙ୍କ୍[ସମ୍ପାଦନା]