ଉତ୍କଳ ଟ୍ୟାନେରୀ
ଦେଖଣା
ଉତ୍କଳ ଟ୍ୟାନେରୀ (Utkal Tannery) ହେଉଛି ମଧୁବାବୁଙ୍କ ଦ୍ବାରା ନିର୍ମିତ ଚମଡ଼ା ଯୋତା କାରଖାନା । ଯାହାକି କଟକରେ ଅବସ୍ଥିତ ଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ଯିଏକି ଓଡ଼ିଆ ମାଟିର ପ୍ରଥମ ବି.ଏ ଏବଂ ବାରିଷ୍ଟର । ବହୁ ସମୟରେ ସେ ବଳକା ଚମଡ଼ା ଏବଂ ଯୋତା ଖରାପ ହେବା କାରଣରୁ ପୋଡ଼ିଦେଉଥିଲେ । ଏହା ତାଙ୍କର ସଚ୍ଚୋଟପଣର ଏକ ନିଦର୍ଶନ । ସେ ଅଳ୍ପ ଖରାପ ହେଉ କିମ୍ବା ଖରାପ ଯୋତା ବଜାରକୁ ବିକ୍ରି ପାଇଁ ନଛାଡ଼ି ନଷ୍ଟ କରି ଦେଉଥିଲେ । ଫଳରେ ତାଙ୍କ ଅନେକ କ୍ଷତି ସହିବାକୁ ପଡ଼ୁଥିଲା ଏବଂ ଶେଷରେ ଏହା ବନ୍ଦ ହୋଇଯାଇଥିଲା ।