ଉଗାଡ଼ି ପର୍ବ

ଉଇକିପିଡ଼ିଆ ରୁ
Jump to navigation Jump to search
ଉଗାଡ଼ି
A Happy Ugadi puja tray Telugu Hindu New Year Vaisakhi.jpg
ନୂଆବର୍ଷ ପାଇଁ ଉଗାଡ଼ି ପୂଜା
ଅନ୍ୟ ନାମୟୁଗାଡ଼ି
ପାଳନକାରୀଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା
ପ୍ରକାରହିନ୍ଦୁ ସଂସ୍କୃତି
ପାଳନKolam-Rangoli, visiting Temples, Feast with Ugadi pachadi
ଆରମ୍ଭଚୈତ୍ର ପ୍ରଥମ ଦିନ
ତାରିଖସାଧାରଣ (ମାର୍ଚ୍ଚ), ବେଳେବେଳେ (ଏପ୍ରିଲ)
୨୦୧୮ ତାରିଖରବିବାର, 18 ମାର୍ଚ୍ଚ
୨୦୧୯ ତାରିଖଶନିବାର, ୬ ଏପ୍ରିଲ
ପୌନଃପୁନିକତାବର୍ଷୀୟ
ସମ୍ପର୍କିତGudi Padwa and other regional Hindu new year day

ଉଗାଡ଼ି (Ugādi, Samvatsarādi, Yugadi) ଭାରତରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ରାଜ୍ୟର ହିନ୍ଦୁ ମାନଙ୍କ ପାଇଁ ନୂଆବର୍ଷ ଅଟେ । [୨] ଚୈତ୍ର ମାସ, ହିନ୍ଦୁ ଲିନିସୋଲର କ୍ୟାଲେଣ୍ଡରର ପ୍ରଥମ ଦିନରେ ଏହି କ୍ଷେତ୍ର ମାନଙ୍କରେ ଉତ୍ସବ ପୂର୍ବକ ପାଳନ କରାଯାଏ ।[୩]ଏହା ସାଧାରଣତଃ ଗ୍ରେଗୋରୀୟନ କ୍ୟାଲେଣ୍ଡରର ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଡିଥାଏ ।[୩]

ଏହିଦିନରେ "କଲାମ" (କନ୍ନଡ଼: ରଙ୍ଗୋଲି) ନାମକ ଚଟାଣରେ ରଙ୍ଗୀନ ଚିତ୍ର (ଝୋଟି) ଆଙ୍କି ପାଳନ କରାଯାଏ । "ତୋରନାଲୁ" (କନ୍ନଡ଼: ତୋରଣଗଲୁ) ନାମକ କବାଟରେ ଆମ୍ବ ପତ୍ରରେ ସଜାଯାଏ । ନୂଆ ବସ୍ତ୍ର ଯେପରି ଉପହାର କିଣିବା ଏବଂ ଦେବା, ଗରିବ ମାନଙ୍କୁ ଦାନ ଦେବା, ତେଲ ଉପଚାର, "ପଚାଡି" ନାମକ ବିଶେଷ ଭୋଜନର ପ୍ରସ୍ତୁତି ଓ ଭୋଜନ ଦାନ ଏବଂ ହିନ୍ଦୁ ମନ୍ଦିରର ଭ୍ରମଣ କରିବା ।[୪] "ପଚାଡି" ଏକ ଉଲ୍ଲେଖନୀୟ ଉତ୍ସବ ପୂର୍ଣ୍ଣ ଭୋଜନ ଅଟେ ଯାହା ସବୁପ୍ରକାର ସ୍ୱାଦକୁ ଯୋଡ଼ିଥାଏ - ମିଠା, ଖଟା, ଲୁଣି ଏବଂ କସା । ତେଲୁଗୁ ଓ କନ୍ନଡ଼ ହିନ୍ଦୁ ପରମ୍ପରାରେ , ଏହା ପ୍ରତୀକାତ୍ମକ ଅନୁସ୍ମାରକ ଅଟେ ।

ଉଗାଡ଼ି ହିନ୍ଦୁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଏବଂ ଐତିହାସିକ ପର୍ବ ଅଟେ, ଯାହା ମଧ୍ୟଯୁଗୀୟ ଗ୍ରନ୍ଥ ଏବଂ ଶିଳ ଲେଖ ସହିତ ଏହି ଦିନ ହିନ୍ଦୁ ମନ୍ଦିର ଏବଂ ସମୁଦାୟିକ କେନ୍ଦ୍ରରେ ପ୍ରମୁଖ ଧର୍ମାର୍ଥ ଦାନର ରେକର୍ଡିଙ୍ଗ କରିଥାଏ ।[୫] ସେହିଦିନ ଭାରତର ବହୁ ଅନ୍ୟ ସ୍ଥାନରେ ହିନ୍ଦୁ ମାନଙ୍କଦ୍ୱାରା ନବବର୍ଷ ରୂପେ ପାଳନ କରାଯାଏ । ଉଦାହରଣ: ଏହାକୁ ମହାରାଷ୍ଟ୍ରରେ ଗୁଡ଼ି ପଡୱା କୁହାଯାଏ, କିନ୍ତୁ କେବେ କେବେ ଏକ ଗ୍ରେଗୋରୀ ଦିନ ପୂର୍ବରୁ ହିଁ ପାଳନ କରାଯାଉଥିଲା, କାରଣ ଚନ୍ଦ୍ରମା ଦିନ ଚନ୍ଦ୍ରମାର ସ୍ଥିତି ଅନୁସାରେ ହିନ୍ଦୁ କ୍ୟାଲେଣ୍ଡରରେ ଆରମ୍ଭ ହୋଇଥାଏ ଏବଂ ସମାପ୍ତ ହୋଇଥାଏ । କର୍ଣ୍ଣାଟକରେ ପର୍ବ ମାନଙ୍କୁ ୟୁଗଡୀ ରୂପେ ପାଳନ କରାଯାଏ ।

ଶବ୍ଦାବଳୀ[ସମ୍ପାଦନା]

ଉଗାଡ଼ିକୁ ସଂସ୍କୃତରେ "ଯୁଗ" (ଆୟୁ) ଏବଂ "ଆଦି" (ଆରମ୍ଭ)ରୁ ନିଆଯାଇଛି । ଏହାର ଅର୍ଥ : ଏକ ନୂଆ ଯୁଗର ଆରମ୍ଭ । ଉଗାଡ଼ି ପର୍ବ "ଚୈତ୍ର ଶୁଧଧା ପଦ୍ୟମି" କିମ୍ବା ଚୈତ୍ର ମାସର ଅଧାରେ ପଡିଥାଏ । ଏହା ସାଧାରଣତଃ ମାର୍ଚ୍ଚର ଶେଷରେ କିମ୍ବା ଗ୍ରେଗୋରୀୟ କ୍ୟାଲେଣ୍ଡରର ଏପ୍ରିଲ ପ୍ରମ୍ଭରେ ପଡିଥାଏ । [୩][୬]

ତେଲେଙ୍ଗାନା ରାଜ୍ୟ ଏବଂ ଆନ୍ଧ୍ରପ୍ରଦେଶର ଲୋକ ଉଗାଡ଼ି (ఉగాది) ଏବଂ କର୍ଣ୍ଣାଟକ ଶବ୍ଦର ପ୍ରୟୋଗ କରିଥାନ୍ତି । ଏଥିପାଇଁ ଶବ୍ଦ ୟୁଗାଡ଼ି (ಯುಗಾದಿ) ର ବ୍ୟବହାର କରାଯାଏ ।

ଆଧାର[ସମ୍ପାଦନା]

  1. Ugadi Official Holiday Date, Government of Andhra Pradesh (2017)
  2. Karen-Marie Yust (2006). Nurturing Child and Adolescent Spirituality: Perspectives from the World's Religious Traditions. Rowman & Littlefield. pp. 228–229. ISBN 978-0-7425-4463-5.
  3. ୩.୦ ୩.୧ ୩.୨ Roshen Dalal (2010). Hinduism: An Alphabetical Guide. Penguin Books. p. 427. ISBN 978-0-14-341421-6.
  4. Jeaneane D. Fowler (1997). Hinduism: Beliefs and Practices. Sussex Academic Press. pp. 72–73. ISBN 978-1-898723-60-8.
  5. K.V. Raman (2003). Sri Varadarajaswami Temple, Kanchi: A Study of Its History, Art and Architecture. Abhinav Publications. pp. 97–98. ISBN 978-81-7017-026-6.
  6. Maithily Jagannathan (2005). South Indian Hindu Festivals and Traditions. Abhinav Publications. pp. 77–78. ISBN 978-81-7017-415-8.