ଉଇକିପିଡ଼ିଆ ଆଲୋଚନା:ଭିଜୁଆଲ ଏଡ଼ିଟର

Page contents not supported in other languages.
ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆ ପ୍ରସଙ୍ଗ ଲିଙ୍କ କଲାବେଳେ ଭିଜୁଆଲ ଏଡିଟରରେ ର, ଙ୍କର, ମାନଙ୍କ, ମାନଙ୍କର ଆଦି ଅଚିହ୍ନା[ସମ୍ପାଦନା]

ଭିଜୁଆଲ ଏଡିଟର ବ୍ୟବହାର କରି ପ୍ରସଙ୍ଗଟିଏ ସମ୍ପାଦନା କଲାବେଳେ ଅନେକେ ହୁଏତ ଏ ଅସୁବିଧାଟି ଭୋଗିଥିବେ । ପ୍ରସଙ୍ଗର ନାମ ପରେ ର, ଙ୍କର, ମାନଙ୍କ, ମାନଙ୍କର, ରୁ, ଠାରୁ, ମାନଙ୍କରୁ, ମାନଙ୍କଠାରୁ, ରେ, ଠାରେ, ମାନଙ୍କରେ, ମାନଙ୍କଠାରେ, ଦ୍ୱାରା, ମାନଙ୍କଦ୍ୱାରା, ଗୁଡ଼ିକଦ୍ୱାରା, ସ୍ଥିତ, ଦେଇ ଆଦି ପ୍ରତ୍ୟୟ ଯୋଗ ହେଲେ <nowiki> ଆପେଆପେ ଯୋଡ଼ିହୋଇଯାଉଛି । ତେବେ ମୂଳ ଅସୁବିଧା ହେଲା ପ୍ରସଙ୍ଗରେ ଲେଖା ଯୋଡ଼ିବା ବେଳେ ଉଇକିପିଡ଼ିଆରେ ଆଗରୁ ଥିବା ଏକ ପ୍ରସଙ୍ଗ ଖୋଜିଲା ବେଳେ ପ୍ରତ୍ୟୟ ଯୋଗ ହେଲେ ଖୋଜି ହେଉନାହିଁ । ଯଥା: ଓଡ଼ିଶା ସର୍ଚ କଲେ ଖୋଜି ହେଉଛି । କିନ୍ତୁ "ଓଡ଼ିଶାର" ଟାଇପ ହୋଇଥିଲେ ଖୋଜିହେଉନି । ଯାହା ଆପେଆପେ ଦେଖାଇବା କଥା ତାହା ଦେଖଉନାହିଁ । ଏଣୁ ମୁଁ ଫାବ୍ରିକେଟରରେ ଏହା ଯୋଡ଼ିବା ପାଇଁ ଏକ ଅନୁରୋଧ କରିବାକୁ ଯାଉଛି । ଦୟାକରି ନିଜ ନିଜ ମତ ତଳେ ଜଣାଇବେ । ସୁଭ (ଆଳାପ) ୦୫:୨୬, ୭ ଅଗଷ୍ଟ ୨୦୨୨ (IST)[reply]