ଉଇକିପିଡ଼ିଆ:ଭିଜୁଆଲ ଏଡ଼ିଟର

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:VisualEditorରୁ ଲେଉଟି ଆସିଛି)

ଭିଜୁଆଲ ଏଡ଼ିଟର ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ଏକ ସଫ୍ଟ୍ୱାର ଯାହା ଉଇକିପିଡ଼ିଆ (ତ‌ଥା ମିଡ଼ିଆଉଇକି ବ୍ୟବ‌ହାର କରୁଥିବା ଅନ୍ୟାନ୍ୟ ପ୍ରକଳ୍ପ) ନିମନ୍ତେ ଏକ ଭିଜୁଆଲ ସମ୍ପାଦକ (ଭିଜୁଆଲ ଏଡ଼ିଟର) । ଉଇକିଟେକ୍ଟ ସିଣ୍ଟାକ୍ସ (Wikitext syntax) ବ୍ୟବ‌ହାର ନ‌କରି ମଧ୍ୟ ସମ୍ପାଦକମାନେ ଉଇକିପିଡ଼ିଆ ସମ୍ପାଦନା କରିପାରିବେ । ଭିଜୁଆଲ ଏଡ଼ିଟରରେ ଏକ ୱାର୍ଡ଼ ପ୍ରସେସରରେ ଲେଖିବା ଭଳି ହୋଇଥାଏ, ଏଥିରେ ଟାଇପ କରିବା ସଙ୍ଗେ ସଙ୍ଗେ ସଜାଣି ହୋଇଯାଇଥାଏ ।

ଉଇକିମିଡ଼ିଆ ଫାଉଣ୍ଡେସନ "ବିଟା" ସଂସ୍କରଣ‌ଟି ସମସ୍ତ ବ୍ୟବ‌ହାରକାରୀଙ୍କ (ଲଗ ଆଉଟ କରିଥିବା ଓ ଅଜଣା ସଭ୍ୟଙ୍କ ପାଇଁ ମଧ୍ୟ‌) ପାଇଁ ଜୁଲାଇ ୨୦୧୩ ସୁଦ୍ଧା ଭିଜୁଆଲ ଏଡ଼ିଟରଟିକୁ ସକ୍ରିୟ କରିବାର ଲକ୍ଷ ରଖିଛନ୍ତି ।[୧] ଭିଜୁଆଲ ଏଡ଼ିଟରର ଏକ A/B ଟେଷ୍ଟ କରିବା ଆମର ଆଗାମୀ ଲକ୍ଷ । ଅଧିକ ଜାଣିବା ପାଇଁ ଏଠାରେ ପଢ଼ିପାରିବେ ।

ନିଜର ମତ-ଅଭିମତ ଦେବାପାଇଁ ଆଲୋଚନା ପୃଷ୍ଠାକୁ ଯାଆନ୍ତୁ ।