ଉଇକିପିଡ଼ିଆ:IRC/11-07-2014

ଉଇକିପିଡ଼ିଆ‌ରୁ

ସମୟ ନିର୍ଘଣ୍ଟ[ସମ୍ପାଦନା]

IRC ବିବରଣୀ: Channel: #Wikimedia-or
Date: ଜୁଲାଇ ୧୧, ୨୦୧୪ (ଶୁକ୍ରବାର)
Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ

ଯୋଗଦବାକୁଥିବା ଉଇକିଆଳି[ସମ୍ପାଦନା]

ଯୋଗଦେଇଥିବା ଉଇକିଆଳି[ସମ୍ପାଦନା]

ଆଲୋଚନାର ବିଷୟ[ସମ୍ପାଦନା]

  1. ଉଇକି କ୍ଲବପାଇଁ ଆଗାମୀ ଯୋଜନା
  2. ଭୁବନେଶ୍ଵର, ଢେଙ୍କାନାକ ଓ ବାକି ଜାଗାମାନଙ୍କରେ କର୍ମଶାଳା ପାଇଁ ଯୋଜନା

ଆଲୋଚିତ ବିଷୟ[ସମ୍ପାଦନା]

ବିସ୍ତୃତ କଥାବାର୍ତ୍ତା ବିବରଣୀ[ସମ୍ପାଦନା]

[21:25] <subha> ଭାଇମାନେ କିଏ କିଏ ଅଛ?
[21:25] <subha> ମୁଁ ଟିକେ ଟ୍ରାଫିକରେ ଅଟକି ରହିଯାଇଥିଲି
[21:25] <subha> ଏବେ ସାଙ୍ଗେ ସାଙ୍ଗେ ଆସି ଲଗ ଇନ କଲି
[21:26] <MKar_> କେବଳ ୪ ଜଣ
[21:27] <subha> ହଁ ଚଳିବ
[21:27] <subha> ଆଛା, ଆମେ ମାନେ କଥାବାର୍ତ୍ତା ଆରମ୍ଭ କରିବା ଆଗରୁ ଗୋଟେ ସୂଚନା
[21:28] <subha> କିସ ତରଫରୁ ମୋର ୩ ମାସ ଓଡ଼ିଶାରେ ରହିବା ବ୍ୟବସ୍ଥା ହୋଇଛି ଓ ସେମାନେ ଅନୁରୋଧ କରିଛନ୍ତି ସେଠାରେ ସେମାନଙ୍କ ଶିକ୍ଷକମାନଙ୍କୁ ସହଯୋଗ କରିବା ପାଇଁ ଉଇକିପାଠାଗାର କାମରେ
[21:28] <subha> ତେଣୁ ମୁଁ ବୋଧେ ୨୦-୨୫ ଭିତରେ ଓଡ଼ିଶା ଆସିବି :)
[21:30] <subha> ଭାଇମାନେ ଏବେ ଆଲୋଚନା ଆରମ୍ଭ ହେଉ ତାହେଲେ
[21:30] <Sipun> ମୁଁ ଭୁବନେଶ୍ଵର ଛାଡୁଛି ଏଇ ମାସରେ :(
[21:31] <subha> କେଉଁଠି ଆଡମିସନ ହେଲା?
[21:31] <Sipun> ରାଉରକେଲା
[21:32] <subha> ବଧାଇ ଶିତି ଭାଇ :)
[21:32] <subha> ଏବେ ରାଉରକେଲାରେ ଓଡ଼ିଆ ଉଇକି ଟୁଙ୍ଗିଟେ ଆରମ୍ଭ କରିବ ଆଉ!
[21:32] <Sipun> :)
[21:32] <Sipun> ବିଷୟ - ୧.ଉଇକି କ୍ଲବପାଇଁ ଆଗାମୀ ଯୋଜନା ୨.ଭୁବନେଶ୍ଵର, ଢେଙ୍କାନାକ ଓ ବାକି ଜାଗାମାନଙ୍କରେ କର୍ମଶାଳା ପାଇଁ ଯୋଜନା ?
[21:32] <Sipun> ହଁ ନିଶ୍ଚୟ
[21:33] == MKar_ [75cbda64@gateway/web/freenode/ip.117.203.218.100] has quit [Quit: Page closed]
[21:34] <subha> ଭୁବନେଶ୍ୱର: ସୁବାସ ସାର କେବଳ ଏବେ ସକ୍ରିୟ, ଜ୍ଞାନ ଭାଇ ଟିକେ ନିରବି ଯାଇଛନ୍ତି ଆଉ ଏମିତି ଆଉ କିଛି ଦିନ ରହିବ
[21:34] <subha> ତେଣୁ ଶିତି ଭାଇ ଆଉ ଦୀପ୍ତି ଭାଇ, ତମମାନଙ୍କ ମନରେ କଣ ଅଛି କିହ
[21:34] <subha> କୁହ*
[21:34] <Sipun> ଆଜି ସୁବାସ ସାର କହନ୍ତି ?
[21:35] <Sipun> *କାହାନ୍ତି ?
[21:36] <subha> ସାରଙ୍କ ଫୋନ ଲାଗୁନି
[21:37] <Sipun> ମୋ ମତ ହେଲା.... ସୁବାସ ସାରଙ୍କ ସହ ସେ ଆଇଆଇଏମସି ପିଲାଙ୍କୁ ପରିଚୟ କରେଇଦିଅ
[21:37] <Sipun> ଆଉ ସୁବାସ ସାରଙ୍କୁ କେମିତି ଗ୍ରାଣ୍ଟ ପାଇଁ ଆପ୍ଳାଏ କରିବାକୁ ହେବ କହିଦିଅ
[21:37] <subha> ହଁ
[21:38] <subha> ମୁଁ ଓଡ଼ିଶା ଆସିଲେ ତାଙ୍କୁ ସେ କାମରେ ସାହାଯ୍ୟ କରିବି
[21:38] <Sipun> ସେ ଛୋଟ ମେଳଣ କରିପାରିବେ ଓ ଖାର୍ଚ୍ଚ ପାଇଁ ବି ଆପ୍ଳାଏ କରିପାରିବେ
[21:39] <subha> ହଁ, ଆଉ ସବୁ ମାସ ଯେମିତି ମେଳଣ ହୁଏ ଆମ ସମସ୍ତଙ୍କୁ ତା ପାଇଁ ଚେଷ୍ଟା କରିବାକୁ ପଡ଼ିବ
[21:39] <Sipun> ଆଉ ନାଲ୍ କୋ କଥା ମୃତ୍ୟୁଞ୍ଜୟ ଭାଇ ବୁଝିବେ
[21:40] <subha> ହଁ
[21:40] <subha> ଶଶାଙ୍କ ଭାଇ ଏବେ ଟିକେ ଘର ବଦଳ ପାଇଁ ନିରବି ଯାଇଛନ୍ତି ଆଉ ସେ ବି କିଛି ଦିନ ପରେ ଆସିଯିଏ
[21:40] <subha> ଆସିଯିବେ*
[21:41] <Sipun> ତୁମେ ଯେତିକି ଦିନ ରହିବ ସବୁ ଜୋର ସୋର ରେ ଚଳେଇପାରିବ (ଅତିକମରେ)
[21:41] <subha> ଆଉ ସେଠି ସେମାନେ ବିଧିବଦ୍ଧ ଭାବେ ମେଳଣ କରିପାରୁନାହାନ୍ତି । ମୁଁ ଆସିଲେ ଜୋର କରି ସେ କାମଟା କରିବାକୁ ପଡ଼ିବ
[21:41] <Sipun> ଆଉ ତୁମର ଯୋଜନା କିଛି କୁହ ...
[21:41] <subha> ହଁ :)
[21:41] <subha> ମୋର ମନ ଯାଇ ଏବେ ରାଉରକେଲାରେ :)
[21:42] <Sipun> :)
[21:42] <subha> ତମର କେହି ସାଙ୍ଗ ସେଠି ଅଛନ୍ତି?
[21:42] <Sipun> ବେଶି ଆଡେ ନଜର ଦିଅନି :P
[21:42] <Sipun> ହଁ ଅଛନ୍ତି
[21:42] <subha> ତାଙ୍କୁ ନେଇ ତମେ ଗୋଟେ ମେଳଣ କର ଆଗେ
[21:42] <Sipun> କିନ୍ତୁ କେତେଦୂର ଆଗ୍ରହୀ କହିପାରିବିନି
[21:42] <subha> ମୁଁ ଓଡ଼ିଶାରେ ଥିଲା ବେଳେ ଥରୁଟେ ଆସିବି
[21:43] <subha> ଆରେ ତମେ ଦାନା ବୁଣ, ଫଳ ମିଠା କି ଖଟା ହବ ସେକଥା ଭାବନି :)
[21:45] == subha1 [6f5dc91a@gateway/web/freenode/ip.111.93.201.26] has joined #wikipedia-or
[21:46] <Sipun1> ଭାଇ ଲାଇନ ଚାଲିଯାଇଥିଲା
[21:46] <subha1> ମୁଁ ବି କଟିଯାଇଥିଲି
[21:46] <Sipun1> "ମୁଁ ଓଡ଼ିଶାରେ ଥିଲା ବେଳେ ଥରୁଟେ ଆସିବି" ଏହି ବାକ୍ୟ ଠାରୁ ଆଗକୁ କିଛି ପଢିନି
[21:47] == subha [6f5dc91a@gateway/web/freenode/ip.111.93.201.26] has quit [Ping timeout: 246 seconds]
[21:47] == Sipun [7113d3ca@gateway/web/freenode/ip.113.19.211.202] has quit [Ping timeout: 246 seconds]
[21:47] <subha1> ମୁଁ କହୁଥିଲି କି ତମେ ରାଉରକେଲା ଯାଇ ଟିକେ ରହିଯାଅ ଆଉ ଆମେ ମିଶି ମେଳଣଟେ କରିବା
[21:47] <subha1> ହେଲେ କିଛି ଓଡ଼ିଆ ପିଲାଙ୍କୁ ତମେ ଯୁଟାଇବ
[21:48] <Sipun1> ହଁ ନିଶ୍ଚୟ
[21:48] <Sipun1> ମୁଁ ଅଲଗା ଯୋଜନା ରଖିଛି
[21:48] <subha1> ସେଠି କିଛି ଚିହ୍ନା ଜଣା ଥିଲେ, ତାଙ୍କୁ ଜଣାଇଲେ ସେ କିଛି ଓଡ଼ିଆ ସଙ୍ଗଠନଙ୍କୁ ବି ଯୋଡ଼ିବେ
[21:48] <subha1> କୁହ ଅବିଳମ୍ବେ
[21:48] <subha1> କି କି ଯୋଜନା?।
[21:49] <subha1> ଶିତି ଭାଇ?
[21:49] <Sipun1> ଆଗ ଭଳି ଆଉ ପିଲାଙ୍କୁ/ ସଙ୍ଗଙ୍କୁ ସିଧା ସଳଖ ନକହି
[21:49] <Sipun1> ପରୋକ୍ଷରେ ବୁଝେଇବି
[21:51] <subha1> ହଁ ଏସବୁ ପରଖ କର, ଭଲ ଆଇଡିଆ । ହେଲେ ତା ସାଙ୍ଗକୁ ମୁହାଁମୁହିଁ ଭେଟି ମେଳଣ ଆଉ କର୍ମଶାଳା ବି କରିବା । ଆଉ ସେଠି ଗୋଟେ ଓଡ଼ିଆ ଦଳ ତିଆରି ଯେମିତି ହେଲେ କର ।
[21:52] <Sipun1> ହଁ ଦେଖିବୀ... ଆଗ ଯାଏ
[21:52] <Guguly> ଆସିଗଲି
[21:53] <subha1> ତମେ ଯିବା ଆଗରୁ ଆମେ ସବୁ ଫାଇନାଲ କରିଦଉଛୁ ଏଠି
[21:53] <subha1> ଗୁଗୁଲି ଭାଇ ଜୁହାର! :)
[21:53] <Sipun1> କଣ ?
[21:53] <Guguly> ଓଳିଗି
[21:53] <subha1> @Sipun1: ତମେ କି କି କାମ ସେଠି ଆରମ୍ଭ କରିବ
[21:53] <subha1> @Guguly: ହଁ ଭାଇ ଓଳଗି
[21:54] <Sipun1> ସାଙ୍ଗ ମାନଙ୍କୁ ତାଙ୍କ ଗାଁ ବିଷୟରେ ପଚାରିବି
[21:54] <Guguly> ମୁଁ ଉପର ଚାଟ ପଢୁଛି
[21:54] <subha1> ଆମ ଶିତି ଭାଇଙ୍କର ଏମଟେକ ହେଇଗଲା ରାଉରକେଲାରେ, ସେଠି ସେ କଣ କଣ କରିବେ ସେ ବାବଦରେ ଆଲୋଚନା କରୁଥିଲୁ
[21:54] <Sipun1> ସେମାନେ ପଚାରିବେ କାହିଁକି ଦରକାର - ତା'ପରେ ବୁଝେଇବି
[21:54] <subha1> ବଢ଼ିଆ ଆଇଡିଆ
[21:55] <subha1> ଶିତି ଭାଇ, ମୋ ମନକୁ ବି ପାଉଛି । ହେଲେ ଛୋଟ ଛୋଟ ଦଳରେ ଏ କାମ ଆରମ୍ଭ କରିବ
[21:55] <Sipun1> @Guguly ଭାଇ ତୁମେ ଏତେ ସମୟ ଅନଲାଇନ କେମିତି ରହିଲ ?
[21:56] <Guguly> ମୁଁ ଅନଲାଇନ ଥାଇକି ବାହାରକୁ ପଳେଇଥିଲି
[21:56] <Sipun1> ଜମାରୁ ଦୁଇଟି ସାଙ୍ଗ ଅଛନ୍ତି । ନୂଆ ସାଙ୍ଗ ହେଲା ପରେ ଯାଇ ଜୋଊ କଥା
[21:56] <Sipun1> ଓଃ
[21:56] <Guguly> ରାଉରକେଲା ରେ ଉଇକି ଗୋଠ ଆରମ୍ଭ କରିବାର ଭଲ ସୁଯୋଗ
[21:57] <Sipun1> ଆଜି ଆଉ କିଛି ଆଲୋଚନା କରିବାର ଅଛି କି ? ମୋତେ ଲାଗୁଛି ଆଉ କେହି ଆସିବେନି । ଏଇଠି ସ୍ଥଗିତ କରିବା ?
[21:58] <Guguly> ମତେ ଭୁବନେଶ୍ଵର ଗୋଠ ରୁ ଅଲଗା କରିଦିଅ
[21:58] <subha1> ଆରେ ଅଲଗା କଣ?
[21:58] <subha1> ତମେ ଥରେ ରହିଲ ମାନେ ସବୁଦିନ ରହିଲ
[21:59] <subha1> ଯେବେ ଫେରିବ ଭୁବନେଶ୍ୱର ପୁଣି ଆସିବ ଭାଗନବ
[21:59] <Guguly> ଆରେଆଉ ବର୍ଷେ ଦେଢ ବର୍ଷ ଯାଏଁ ଭୁବନେଶ୍ଵର ରେ ମୁଁ ମାତ୍ର 5 6 ଦିନିଆ ଛୁଟି ରେ ଜୀବି
[21:59] <Sipun1> ତୁମ ଘର ଭୁବନେଶ୍ବର.... ସାରଙ୍କ ନିୟମ ଅନୁସାରେ ଯାହା ଘର ସେଠି ସେ ନିଶ୍ଚୟ ରହିବ
[21:59] <subha1> ତେଣୁ ଏ ଅଲଗା କରିବା କଥା ଆଉ ତୁଣ୍ଡରେ ଧରିବନି
[21:59] <subha1> ଚଳିବ :)
[22:00] <subha1> ଆଛା ଗୁଗୁଲି ଭାଇ, ତମେ ଯେହେତୁ ଏବେ ଆସିଲ ତମେ କୁହ ଆମେ ଶୁଣିବୁ
[22:00] <subha1> କିଛି ଯୋଜନା ଅଛି, ଆଇଡିଆ ଅଛି ଯଦି କୁହ
[22:00] <subha1> ଆଉ ତା ପାରେ ଆଜି ପାଇଁ ସାଙ୍ଗ କରିବୁ
[22:01] <Guguly> ଶୁଭ ଭାଇ..॥ମୋ ସ୍କୁଲ ରେ ଜୋ କଥା ହେଇଥିଲେ
[22:02] <Guguly> ଭୁବନେଶ୍ଵର ଗଲେ ଟିକେ କଥା ହେଇଯାଅ
[22:02] <subha1> ସେଠି ପରା ଇଣ୍ଟରନେଟ ନାହିଁ, ସେ ଗୋଟେ ଅସୁବିଧ
[22:02] <subha1> ଅସୁବିଧା*
[22:02] <subha1> ଅଫଲାଇନ କେମିତି କଣ କରାଯିବ ଭାବୁଛି
[22:02] <Guguly> ସେମାନେ ଲେଖନ୍ତୁ
[22:03] <Sipun1> ୱାଇ ଫାଇ ଦେବେ ନାହିଁ କି ସେମାନେ ?
[22:04] <Guguly> ନିଜେ ବ୍ୟବସ୍ଥା କରିବାକୁ ପଡିବ
[22:04] <Sipun1> ଏବେ ସରକାରୀ ସ୍କୁଲରେ ଇଣ୍ଟର୍ନେଟ ବ୍ୟବସ୍ଥା ଚାଲିଛି... ଭୁବନେଶ୍ଵରରେ ବୋଧେ ହେଇଯିବଣି
[22:04] <subha1> ହେଲେ ପିଲାମାନେ ବାକି ଦିନ କେମିତି କାମ କରିବେ?
[22:04] <Guguly> ଯେଉଁମାନେ ଲେଖିବେ ସେମାନଙ୍କ ନାଁ ରେ ଆମେ ଖାତା ଖୋଲିଲେ କିଛି ଅସୁବିଧା ହବ କି?
[22:05] <Guguly> ସେମାନେ ଲେଖିଚାଲନ୍ତୁ
[22:05] <Guguly> ଆମେ ତାଙ୍କ ଖାତା ରେ ଯୋଡି ଯୋଡି ଚାଲିବା
[22:05] <subha1> ନାଁ କିଛି ଅସୁବିଧା ନାହିଁ, ହେଲେ ସେମାନେ ତାର ପାସୱାର୍ଡ଼ ବଦଳାଇ ନିଜେ ଲେଖିବେ
[22:05] <Guguly> ସେମାନେ କାଫେ ରେ ଯାଇକି ନିଜ ଲେଖା ଦେଖିପାରିବେ
[22:06] <subha1> ପିଲାମେ କାଫେକୁ ଯିବେ?
[22:06] <subha1> ପିଲାମାନେ*
[22:06] <Sipun1> ସେମାନେ ପଠେଇବେ କେମିତି ?
[22:06] <Guguly> ଶିଶୁ ମନ୍ଦିର ରେ ମଧ୍ୟବିତ୍ତ ପରିବାର ର ପିଲା ପ୍ରାୟ ପଢନ୍ତି
[22:07] <Guguly> ଅଧିକାଂଶ ପିଲାଙ୍କ ଘରେ ଇଣ୍ଟର୍ନେଟ ନଥାଏ
[22:07] <Guguly> ସେମାନଙ୍କଠୁ ଆମେ ସଫ୍ଟକପି ନେଇଆସିବା
[22:07] <Guguly> ପିଲାମାନେ କାଫେ କୁ ଯାଉଛନ୍ତି
[22:07] <Guguly> ଗେମ ଖେଳିବା ପାଇଁ
[22:07] <Sipun1> ହଁ ସେମାନଙ୍କ ଲେଖା ନେଟ ବାହାରୁଛି ଶୁଣିଲେ ବାପ ମା ମାନେ ବି ଲାଗିପଡିବେ କମ୍ପିତେସନ ରେ
[22:07] <Guguly> କାଉଣ୍ଟର ଷ୍ଟ୍ରାଇକ
[22:08] <Guguly> ଆଇଜିଆଇ
[22:08] <Sipun1> :P
[22:08] <subha1> ହେଲେ ସଫ୍ଟ କପି ଆଇଡିଆଟାରେ ମୁଁ ଏକମତ ହେଇପାରୁନି
[22:08] <subha1> କାହିଁକି ନାଁ ସେମାନେ ନିଜେ ନ ଶିଖିଲେ ଆଗକୁ ବଢ଼ିବନି
[22:09] <Guguly> ନହେଲେ ସେମାନେ ଲେଖିକି ସେଠି କମ୍ପୁଟର ରେ ରଖିଦିଅନ୍ତୁ
[22:09] <Guguly> ସେଠି କିଏ ଉଇକିଆଳି ଥିବେ...
[22:09] <subha1> ତମେ କେବେ ଘରକୁ ଆସୁଛ?
[22:09] <Guguly> ସେମାନେ ଠାରେ ସ୍କୁଲ କୁ ଯିବେ
[22:09] <Sipun1> ଅଫଲାଇନରେ ଲେଖିବା ବ୍ୟବସ୍ଥା କରିହେବା କି ?
[22:09] <Guguly> 2 3 ଟା dongle
[22:10] <subha1> ଅଫଲାଇନରେ କେମିତି କରାଯିବ?
[22:11] <Sipun1> ଖାଲି ଯେଉଁ ଲେଖିବା ପାଇଁ କରାଯାଇଛି ତାକୁ ଉଇକି ଏନଭାଇରଂମେଣ୍ଟ ଭଳି କରିବା କଥା କହୁଥିଲି
[22:11] <subha1> ମାନେ ମିଡ଼ିଆଉଇକି ଲୋକାଲରେ ଇନଷ୍ଟଲ କରି?
[22:11] <Sipun1> ଯେମିତିକି ସିଂଟାକ୍ସ ଗୁଡିକ କାମ କରିବ ଓ ଠିକ ଠାକ ଦେଖାଯିବ
[22:12] <Sipun1> ହଁ ସେମିତି କିଛି କିନ୍ତୁ ବିନା ନେଟରେ
[22:12] <subha1> ହଁ ଯେ, ହେଲେ ଯେଉଁଠି ଅନଲାଇନରେ ପିଲାଙ୍କୁ ଅଡ଼ୁଆ ହେଉଛି ଅଫଲାଇନରୁ ଅନଲାଇଙ୍କୁ ରୂପାନ୍ତର କରିବା କଷ୍ଟ
[22:12] <Sipun1> ହଁ ଯଦି ଲୋକାଲ ହୋଷ୍ଟରେ ଠିକ ଠାକ କାମ କରିବ ?
[22:12] <subha1> ପିଲା ଏତେ ଜଟିଳ ଜିନିଷ ତମ ଆମ ଭଳି ଧରିପାରିବେ ତ?
[22:13] <Sipun1> ନା ନା ସପ୍ତାହକୁ ଠାରେ କଲେଜ ହେଡ ତରଫରୁ ସେଗୁଡିକୁ ପଠେଇ ଦିଆଯିବ
[22:13] <Sipun1> *ଥରେ
[22:14] == Guguly [01baeca5@gateway/web/freenode/ip.1.186.236.165] has quit [Ping timeout: 246 seconds]
[22:14] <Sipun1> ମୁଁ ଗୋଟିଏ ମିଡିଆ ଉଇକି ଇନସ୍ତଳ କରିଥିଲି ସେଇଟା ବି ଠିକ ସେମିତି ହିଁ ଦେଖାଯାଉଛି
[22:14] == guguly [01baeca5@gateway/web/freenode/ip.1.186.236.165] has joined #wikipedia-or
[22:14] <Sipun1> ଖାଲି ଇଂରାଜୀରେ ଅଛି ... ତୁମେ କେହି ଟେକନିକାଲ ଲୋକଙ୍କ ସହ ସେ ବିଷୟରେ କଥା ହୁଅ ନା
[22:15] <subha1> ହଁ, ସେଇଟା ମୋ ରାଡାରରେ ରହିଲା
[22:15] <subha1> ଭୁବନେଶ୍ୱର ଆସିଲେ ଯବି
[22:15] <guguly> ସେଠି ଯଦି ଆମେ ପ୍ରକଳ୍ପ ଆରମ୍ଭ କରୁଛେ ତାହେଲେ ଖର୍ଚ ପାଇଁ 2 3 ଟା dongle ର ବ୍ୟବସ୍ଥା କରାଯାଉ
[22:16] <guguly> ମୁଁ ଭୁବନେଶ୍ଵର କେବେ ଜୀବି ଠିକ ନାହି
[22:16] <subha1> ହଁ ସେଇଟା ହେଇଯିବ
[22:17] <Sipun1> ଭାଇ ମୋତେ ଭୋକ ହେଲାଣି । ଖାଇବି ଯାଉଛି ।
[22:17] <guguly> ସେମାନେ ଆଗ ଲେଖିଦିଅନ୍ତୁ, ଲେଖିସାରିଲା ପରେ ସେଇଠି ହି ଜଣ ଜଣ କରି ପ୍ରତି ଶିଷ୍ଟେମ ରେ ଲେଖା ଉଇକିପିଡିଆ ରେ ଅପଡେଟ କରିଦବା
[22:17] <subha1> ହଁ, ସେ କାମଟା ଟିକେ ଚ୍ୟାଲେଞ୍ଜିଙ୍ଗ ହବ, ହେଲେ ଆରମ୍ଭ କରିବା
[22:18] <subha1> ହଉ ତାହେଲେ ଆଜି ପାଇଁ ସାଙ୍ଗ କରିବା ଆମ ଆଲୋଚନା, ଆର ସପ୍ତାହ ଛାଡ଼ି ତା ପର ସପ୍ତାହରେ ଆଉଥରେ କରିବା ଆଉ ସମସ୍ତେ ଯେମିତି ଭାଗ ନେବେ ତାର ବ୍ୟବସ୍ଥା କରିବା
[22:19] <guguly> dongle ରେ ବେଶୀ ଖର୍ଚ୍ଚ ହବ ନା ସେଠି ଆମେ ଯଦି ପରମାନେଣ୍ଟ wi-fi hub କରିଦବା ସେଥିରେ ଖର୍ଚ୍ଚ ହବ?
[22:20] <guguly> ହଉ ଠିକ ଅଛି
[22:20] <subha1> ସେକଥା ଆମେ କାମ ଆରମ୍ଭ କଲେ ଦେଖିବା :) ଆଉ ଅଧିକ ବିଳମ୍ବ କଲେ ଶିତି ଭାଇ ମୋତେ ଅଭିଶାପ ଦେବେ :)
[22:21] <guguly> ତମେ ନାସ୍ତିକ ଲୋକ...ତମକୁ ଅଭିଶାପ କାଟୁ କରିବନି
[22:21] <guguly> :P
[22:21] <guguly> ହଉ ଚାଲ ସବୁ
[22:21] <guguly> ପରେ ଆଲୋଚନା କରିବା
[22:21] <subha1> ହା ହା
[22:22] <guguly> ଏଥର ଆଇଆରସି ମାର୍କେଟିଂଗ ପୁରା ଫେଲ ମାରିଲା
[22:22] <subha1> ନାଁ ନାଁ, ଚଳିବ
[22:22] <subha1> ଫେଲ କଣ
[22:23] <guguly> ହଉ ଛାଡ
[22:23] <guguly> ସାଙ୍ଗ କରାଯାଉ
[22:23] <subha1> ହଉ ମେଲାଣି ତାହେଲେ :)
[22:23] <guguly> ଜୁହାର