ଉଇକିପିଡ଼ିଆ:ମାସର ବଛା ଲେଖା/ମାର୍ଚ୍ଚ ୨୦୨୦

ଉଇକିପିଡ଼ିଆ‌ରୁ

ଆନି ବେସାନ୍ତ

ଆନି ବେସାନ୍ତ (୧ ଅକ୍ଟୋବର ୧୮୪୭ – ୨୦ ସେପ୍ଟେମ୍ବର ୧୯୩୩) ବ୍ରିଟେନର ଜଣେ ପ୍ରମୁଖ ଜାତୀୟତାବାଦୀ, ବ୍ରହ୍ମ‌ବିଦ୍ୟା ବିଶେଷଜ୍ଞ, ଲେଖିକା ଏବଂ ବକ୍ତା ଥିଲେ। ସେ ସମାଜରେ ମହିଳା ମାନ‌ଙ୍କ ଅଧିକାର ରକ୍ଷା ନିମନ୍ତେ ଅତ୍ୟନ୍ତ କ୍ରିୟାଶୀଳ ଥିଲେ। ସେ ମଧ୍ୟ ଆୟର୍‌ଲ୍ୟାଣ୍ଡ୍ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୃଢ଼ ସମର୍ଥକ ଥିଲେ।

୧୮୬୭ ମସିହାରେ ଆନି ୨୦ବର୍ଷ ବୟସରେ ଫ୍ରାଙ୍କ୍ ବେସାନ୍ତ ନାମକ ଜଣେ ପାଦ୍ରୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଥିଲେ। କିନ୍ତୁ ଆନିଙ୍କ ମନରେ ବୃଦ୍ଧି ପାଉଥିବା ଧର୍ମ ବିରୋଧି ଚିନ୍ତାଧାରା ୧୮୭୩ ମସିହାରେ ଆନି ଏବଂ ଫ୍ରାଙ୍କ୍‌ଙ୍କ ବିବାହ ବିଚ୍ଛେଦର କାରଣ ହୋଇଥିଲା। ଏହା ପରେ ସେ ଜାତୀୟ ଧର୍ମନିରପେକ୍ଷ ସମାଜ ନାମକ ସଂଘ ବା National Secular Society (NSS)ର ଜଣେ ପ୍ରମୁଖ ବକ୍ତା, ଲେଖିକା ଏବଂ ଚାର୍ଲସ୍ ବ୍ରାଡ୍‌ଲାଫ୍‌ (Charles Bradlaugh) ଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଭା‌ବେ ପରିଚିତି ଲାଭ କରିଥିଲେ। ୧୮୭୭ ମସିହାରେ ଏକ ବ‌ହି ପ୍ରକାଶନ କରିଥିବା ଯୋଗୁଁ ପରିବାର ନିୟନ୍ତ୍ରଣ ଉପରେ ଅଭିଯାନ ଚଳାଇଥିବା ଚାର୍ଲସ୍ ନଲ୍‌ଟନ୍ (Charles_Knowlton) ସେମାନ‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅପବାଦ ସେମାନ‌ଙ୍କୁ ପ୍ରସିଦ୍ଧ କରିଥିଲା ଏବଂ ବ୍ରାଡ୍‌ଲାଫ୍ ୧୮୮୦ ମସିହାରେ ନର୍ଥମ୍ପଟନର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ପୁରା ପଢନ୍ତୁ...