ଉଇକିପିଡ଼ିଆ:ଭିଡିଓୱିକି/ଯକ୍ଷ୍ମା

ଉଇକିପିଡ଼ିଆ ରୁ
Jump to navigation Jump to search
ଭିଡିଓୱିକି/ଯକ୍ଷ୍ମା (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ଯକ୍ଷ୍ମା.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଉପକ୍ରମ[ସମ୍ପାଦନା]

ଯକ୍ଷ୍ମା ଏକ ସଂକ୍ରାମକ ରୋଗ ଯାହା ମାଇକୋବ୍ୟାକ୍ଟେରିଅମ ଟ୍ୟୁବରକୁଲୋସିସ ନାମକ ଏକ ଜୀବାଣୁ ଦ୍ୱାରା ହୁଏ ।[୧] ଏହା ସାଧାରଣତଃ ଏହା ଏକ ଫୁସଫୁସ ରୋଗ ହେଲେ ମଧ୍ୟ ଅନ୍ୟାନ୍ୟ ଅଙ୍ଗମାନଙ୍କୁ ଆକ୍ରମଣ କରିପାରେ । [୧]

Tuberculosis-x-ray-1.jpg

ଲକ୍ଷଣ[ସମ୍ପାଦନା]

ଯକ୍ଷ୍ମା ଜୀବାଣୁଦ୍ୱାରା ସଂକ୍ରମିତ ହୋଇଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ଦେହରେ କୌଣସି ଲକ୍ଷଣ ପ୍ରକାଶିତ ହୁଏନି । ଏହାକୁ ପ୍ରଚ୍ଛନ୍ନ ଯକ୍ଷ୍ମା କୁହାଯାଏ ।[୧] ପ୍ରଚ୍ଛନ୍ନ ଯକ୍ଷ୍ମାରୁ ପ୍ରାୟ ୧୦% ଲୋକଙ୍କର ସକ୍ରିୟ ଯକ୍ଷ୍ମା ରୋଗ ହୁଏ ଓ ଅଣଚିକିତ୍ସିତ ହେଲେ ପ୍ରାୟ ଅର୍ଦ୍ଧେକ ଲୋକଙ୍କର ମୃତ୍ୟୁ ହୁଏ । [୧]

Mycobacterium tuberculosis.jpg

ଦୀର୍ଘକାଳୀନ କାଶ[ସମ୍ପାଦନା]

ଯକ୍ଷ୍ମାର ପାରମ୍ପରିକ ଲକ୍ଷଣ ମଧ୍ୟରେ ଦୀର୍ଘକାଳୀନ କାଶ, ରକ୍ତ ମିଶ୍ରିତ କଫ, ଜ୍ୱର, ରାତ୍ରୀକାଳୀନ ଝାଳ ଓ ଓଜନ ହ୍ରାସ ହେବା ଦେଖାଯାଏ ।[୧]

Medicon cough.svg

ଓଜନ ହ୍ରାସ[ସମ୍ପାଦନା]

ଏହି ରୋଗରେ ଓଜନ ହ୍ରାସ ଏଭଳି ପ୍ରମୁଖ ଲକ୍ଷଣ ହୁଏ ଯେ ଏହାର ଐତିହାସିକ କ୍ଷୟ ରୋଗ ନାମ ରଖା ଯାଇଥିଲା ।[୨]

Starving-woman-africa-biafra-nigeria-conflict-famine.jpg

ଅନ୍ୟାନ୍ୟ ସଂକ୍ରମଣ[ସମ୍ପାଦନା]

ଅନ୍ୟାନ୍ୟ ଅଙ୍ଗମାନଙ୍କରେ ଯକ୍ଷ୍ମା ସଂକ୍ରମଣ ହେଲେ ବିଭିନ୍ନ ଲକ୍ଷଣ ସ‌ହିତ ଦୁର୍ବଳତା, ରାତିରେ ଝାଳ ବୋହିବା ଓ ଲସିକା ଗ୍ରନ୍ଥି ଫୁଲା ଆଦି ଦେଖାଯାଏ ।[୩]

Cervical lymphadenopathy right neck.png

କାରଣ[ସମ୍ପାଦନା]

ଫୁସଫୁସର ସକ୍ରିୟ ଯକ୍ଷ୍ମା ରୋଗ ଅତୀବ ସଂକ୍ରାମକ ହୋଇଥାଏ । ସାମାନ୍ୟ କାଶ, ଛିଙ୍କ, କଥାବାର୍ତ୍ତା ବା ଛେପ ପକେଇଲେ ଏହା ବାୟୁ ମାଧମରେ ବ୍ୟାପିଯାଏ ।[୧][୪]

TB poster.jpg

ସକ୍ରିୟ ସଂକ୍ରମଣ[ସମ୍ପାଦନା]

ଏଚଆଇଭି, ଇମ୍ମ୍ୟୁନିଟି ଅଭାବ ଓ ଧୁମ‌ପାନ କରୁଥିବା ଲୋକଙ୍କର ସକ୍ରିୟ ସଂକ୍ରମଣ ଆଶଙ୍କା ଅଧିକ ଥାଏ ।[୧]

0365-0596-abd-90-03-0407-gf02.jpg

ପ୍ରଚ୍ଛନ୍ନ ଯକ୍ଷ୍ମା[ସମ୍ପାଦନା]

ଅନ୍ୟ ପକ୍ଷରେ ପ୍ରଚ୍ଛନ୍ନ ଯକ୍ଷ୍ମା ଥିଲେ ମଧ୍ୟ ରୋଗ ବ୍ୟାପେନାହିଁ ।[୧]

Mantoux Test 48h.jpeg

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଛାତି ଏକ୍ସ-ରେ, ଅଣୁବୀକ୍ଷଣ ପରୀକ୍ଷା ଓ ଶରୀରର ତରଳ ପଦାର୍ଥମାନଙ୍କର ସୁକ୍ଷ୍ମ ଜୈବିକ କଲଚର କରି ସକ୍ରିୟ ରୋଗ ନିର୍ଣ୍ଣୟ କରାଯାଏ ।[୫]

PulmonaryTBCor.png

ପ୍ରଚ୍ଛନ୍ନ ଯକ୍ଷ୍ମା ରୋଗ ନିର୍ଣ୍ଣୟ[ସମ୍ପାଦନା]

ମାଣ୍ଟୁକ୍ସ ବା ଟ୍ୟୁବରକୁଲିନ ପରୀକ୍ଷା ଓ ରକ୍ତ ପରୀକ୍ଷା କରି ପ୍ରଚ୍ଛନ୍ନ ଯକ୍ଷ୍ମା ନିର୍ଣ୍ଣୟ କରାଯାଇପାରେ ।[୫]

Mantoux tuberculin skin test.jpg

ପ୍ରତିଷେଧ[ସମ୍ପାଦନା]

ଅଧିକ ଯକ୍ଷ୍ମା ସଙ୍କଟ ଥିବା ସ୍ଥାନରେ ଲୋକଙ୍କର ସ୍କ୍ରୀନିଙ୍ଗ, ବିସିଜି ଟିକା, ପ୍ରାକ୍ ଚିହ୍ନଟ ଓ ଉପ‌ଯୁକ୍ତ ଚିକିତ୍ସା କଲେ ଏହି ରୋଗ ପ୍ରତିଷେଧ ହୋଇପାରେ । [୬][୭][୮] ଗୃହ, କର୍ମସ୍ଥାନ ଓ ସାମାଜିକ ମିଳାମିଶା ସ୍ଥାନରେ ସକ୍ରିୟ ରୋଗୀ ଥିଲେ ଯକ୍ଷ୍ମାର ଉଚ୍ଚ ସଙ୍କଟ ରହେ । [୮]

N95 mask while visiting a TB case.jpg

ଚିକିତ୍ସା[ସମ୍ପାଦନା]

ଏହି ରୋଗ ପାଇଁ ଏକାଧିକ ଦୀର୍ଘ ସମୟର ଆଣ୍ଟିବାୟୋଟିକ ଚିକିତ୍ସା ଆବଶ୍ୟକ ହୁଏ ।[୧] ଏହି ଚିକିତ୍ସାରେ ଔଷଧ ପ୍ରତିରୋଧ ଏକ ମୂଖ୍ୟ ସମସ୍ୟା ହୋଇ ଠିଆ ହେଉଛି ଯାହାକୁ ଏମଡିଆର ଯକ୍ଷ୍ମା ବା ଏକ୍ସଡିଆର ଯକ୍ଷ୍ମା କୁହାଯାଉଛି ।[୧]

Multidrug therapy (MDT) for the treatment of leprosy.jpg

ରୋଗାନୁଶୀଳନ[ସମ୍ପାଦନା]

ଅଧୁନା ପୃଥିବୀ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଯକ୍ଷ୍ମା ରୋଗରେ ସଂକ୍ରମିତ ଅଛନ୍ତି । [୯] ପ୍ରତି ବର୍ଷ ଜନସଂଖ୍ୟାର ୧% ନୂଆ ସଂକ୍ରମଣ ହେଉଛି । [୧୦]

Tuberculosis world map-Deaths per million persons-WHO2012.svg

ମୃତ୍ୟୁ ହାର[ସମ୍ପାଦନା]

ସଂକ୍ରାମକ ରୋଗ ମୃତ୍ୟୁର ଏହା ପ୍ରଥମ କାରଣ ରୂପେ ବିବେଚିତ ହୋଇଛି ।[୧୧] ସମୁଦାୟ ମୃତ୍ୟୁ ସଂଖାର ୫୦% କେବଳ ଭାରତ, ଚୀନ, ଇଣ୍ଡୋନେସିଆ, ପାକିସ୍ଥାନ ଓ ଫିଲିପାଇନସରେ ହୁଏ ।[୧୧]

Munch Det Syke Barn 1885-86.jpg

ଯକ୍ଷ୍ମାର କମ୍ ହାର[ସମ୍ପାଦନା]

ସନ ୨୦୦୦ ପରଠାରୁ ପ୍ରତି ବର୍ଷ ନୂଆ ଯକ୍ଷ୍ମା ରୋଗୀ ସଂଖ୍ୟା କମୁଛି । [୧] ଆଫ୍ରିକା ଓ ଏସିଆ ଦେଶର ଲୋକଙ୍କ ମଧ୍ୟରୁ ପ୍ରାୟ ୮୦% ଓ ଯୁକ୍ତରାଷ୍ଟ୍ର ଆମେରିକା ଲୋକଙ୍କ ମଧ୍ୟରୁ ପ୍ରାୟ ୫-୧୦% ଲୋକଙ୍କର ପ୍ରଚ୍ଛନ୍ନ ଯକ୍ଷ୍ମା ପରୀକ୍ଷାରେ ଯୁକ୍ତାତ୍ମକ ଫଳ ଆସୁଛି ।[୧୨]

Tuberculosis in the USA 1861-2014.png

ଇତିହାସ[ସମ୍ପାଦନା]

ପୁରାତନ ସମୟରେ ମଧ୍ୟ ଏହି ରୋଗରେ ଲୋକ ଆକ୍ରାନ୍ତ ହେଉଥିଲେ ଓ ବ୍ରିଟିଶ ସଂଗ୍ରହାଳୟରେ ଥିବା ପୁରାତନ ମମି ନମୁନାରେ ଏହା ଦେଖାଯାଉଛି । [୧୩]

Mummy at British Museum.jpg

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Tuberculosis Fact sheet N°104". WHO. October 2015. Archived from the original on 23 August 2012. Retrieved 11 February 2016.
  2. The Chambers Dictionary. New Delhi: Allied Chambers India Ltd. 1998. p. 352. ISBN 978-81-86062-25-8. Archived from the original on 6 September 2015.
  3. Dolin, [edited by] Gerald L. Mandell, John E. Bennett, Raphael (2010). Mandell, Douglas, and Bennett's principles and practice of infectious diseases (7th ed.). Philadelphia, PA: Churchill Livingstone/Elsevier. p. Chapter 250. ISBN 978-0-443-06839-3.CS1 maint: Extra text: authors list (link)
  4. "Basic TB Facts". CDC. 13 March 2012. Archived from the original on 6 February 2016. Retrieved 11 February 2016.
  5. ୫.୦ ୫.୧ Konstantinos A (2010). "Testing for tuberculosis". Australian Prescriber. 33 (1): 12–18. doi:10.18773/austprescr.2010.005. Archived from the original on 4 August 2010.
  6. Hawn TR, Day TA, Scriba TJ, Hatherill M, Hanekom WA, Evans TG, Churchyard GJ, Kublin JG, Bekker LG, Self SG (December 2014). "Tuberculosis vaccines and prevention of infection". Microbiology and Molecular Biology Reviews. 78 (4): 650–71. doi:10.1128/MMBR.00021-14. PMC 4248657. PMID 25428938.
  7. Harris, Randall E. (2013). Epidemiology of chronic disease: global perspectives. Burlington, MA: Jones & Bartlett Learning. p. 682. ISBN 978-0-7637-8047-0.
  8. ୮.୦ ୮.୧ Organization, World Health (2008). Implementing the WHO Stop TB Strategy: a handbook for national TB control programmes. Geneva: World Health Organization. p. 179. ISBN 978-92-4-154667-6.
  9. "Tuberculosis (TB)". World Health Organization. 16 February 2018. Retrieved 15 September 2018.
  10. "Tuberculosis". World Health Organization. 2002. Archived from the original on 17 June 2013.
  11. ୧୧.୦ ୧୧.୧ "Global tuberculosis report". World Health Organization (in ଇଂରାଜୀ). Retrieved 2017-11-09.
  12. Kumar V, Abbas AK, Fausto N, Mitchell RN (2007). Robbins Basic Pathology (8th ed.). Saunders Elsevier. pp. 516–22. ISBN 978-1-4160-2973-1.
  13. Lawn SD, Zumla AI (July 2011). "Tuberculosis". Lancet. 378 (9785): 57–72. doi:10.1016/S0140-6736(10)62173-3. PMID 21420161.