ଉଇକିପିଡ଼ିଆ:ଭିଡିଓୱିକି/ମଲ୍ଟିପ୍ଲ ସ୍କ୍ଲେରୋସିସ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ମଲ୍ଟିପ୍ଲ ସ୍କ୍ଲେରୋସିସ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ମଲ୍ଟିପ୍ଲ ସ୍କ୍ଲେରୋସିସ ବା ଏମଏସ ଏକ ଡିମାୟେଲିନେଟିଙ୍ଗ ରୋଗ ଯେଉଁଥିରେ ମସ୍ତିଷ୍କ ଓ ମେରୁଦଣ୍ଡରେ ଥିବା ସ୍ନାୟୁ ଜୀବକୋଷମାନଙ୍କର ଆସ୍ତରଣ ବା ମାୟେଲିନ ସିଥ ନଷ୍ଟ ହୋଇଯାଏ । [୧]

ଲକ୍ଷଣ[ସମ୍ପାଦନା]

ଏହି ନଷ୍ଟ ଯୋଗୁ ସ୍ନାୟୁ ମଣ୍ଡଳର ଯୋଗାଯୋଗ ଶକ୍ତି ଭଙ୍ଗ ହେବା ଫଳରେ ମସ୍ତିଷ୍କର ବୋଧ ଶକ୍ତି, ମାନସିକ ରୋଗ ଓ ଶାରୀରିକ ସମସ୍ୟା ସୃଷ୍ଟି ହୁଏ । [୨][୩][୪]

ସ୍ଥାନିକ ଲକ୍ଷଣ[ସମ୍ପାଦନା]

ନିର୍ଦ୍ଦିଷ୍ଟ ଲକ୍ଷଣ ମଧ୍ୟରେ ଯୁଗ୍ମ ଦୃଷ୍ଟି, କଣା ଦୋଷ, ମାଂସପେଶୀ ଦୁର୍ବଳତା, ସ୍ପର୍ଶ ଓ ନିୟନ୍ତ୍ରଣ ସମସ୍ୟା ଦେଖାଯାଇପାରେ । [୧]

ଏମଏସ ବର୍ଗୀକରଣ[ସମ୍ପାଦନା]

ବିଭିନ୍ନ ପ୍ରକାର ଏମଏସ ରୋଗ ଦେଖାଯାଏ ଯଥା:- ପୁନଃପୌନିକ ବା ପ୍ରଗତିଶୀଳ । [୫] ଏ ରୋଗ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ ଓ ମହିଳାମାନେ ପୁରୁଷଙ୍କ ଅପେକ୍ଷା ୨ ଗୁଣ ଆକ୍ରାନ୍ତ ହୁଅନ୍ତି । [୬]

ଉପଶମ[ସମ୍ପାଦନା]

ପୁନଃପୌନିକ ରୋଗ ମଧ୍ୟବର୍ତ୍ତୀ କାଳରେ ଲକ୍ଷଣ ସମ୍ପୁର୍ଣ୍ଣ ରୂପେ ମୁକ୍ତ ହୋଇଯାଏ; କିନ୍ତୁ ସ୍ଥାୟୀ ସ୍ନାୟୁ ସମସ୍ୟା ଅଧିକାଂଶ ସମୟରେ ରହିଯାଏ ବିଶେଷତଃ ରୋଗର ଅଗ୍ରଗତି ହୋଇଥଲେ । [୫]

କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଅଟୋଇମ୍ମ୍ୟୁନିଟି ରୋଗ ବା ମାୟେଲିନ-ଉତ୍ପାଦନ‌କାରୀ ଜୀବକୋଷ ଅକ୍ଷମତା ଯୋଗୁ ଏହା ହେଉଥିବା ସମ୍ଭାବନା ଥାଏ । [୭]

ଜିନ ସମନ୍ଧୀୟ ଓ ପରିବେଶ[ସମ୍ପାଦନା]

ରୋଗ ଆରମ୍ଭ ପ୍ରକ୍ରିୟା କିପରି ହୁଏ ତାହା ଅନିଶ୍ଚିତ ଅଛି କିନ୍ତୁ ଜେନେଟିକ ଓ ଭୂତାଣୁ ସଂକ୍ରମଣ ଭଳି ପରିବେଶ ଟ୍ରିଗର କରୁଥାଇପାରେ । [୩][୮]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଉପସ୍ଥାପିତ ଲକ୍ଷଣ ଓ ଚିହ୍ନ ଦେଖି ଓ ସାହାଯ୍ୟକାରୀ ଡାକ୍ତରୀ ପରୀକ୍ଷା କରି ଏମଏସ ନିର୍ଣ୍ଣୟ କରାଯାଏ । [୯] ନିଉରୋଇମେଜିଙ୍ଗ ଭଳି ନିର୍ଣ୍ଣୟକାରୀ ଟୁଲ ଓ ସିଏସଏଫ ବିଶ୍ଳେଷଣ ସାହାଯ୍ୟରେ ସାଧାରଣତଃ ଏମଏସ ନିଶ୍ଚିତ କରାଯାଏ । ମସ୍ତିଷ୍କ ଓ ମେରୁଦଣ୍ଡର ଏମଆରଆଇ ଚିତ୍ରରେ ଦାଗ ବା ଚକତା ଦେଖିଲେ ଡିମାୟେଲିନେସନ ହୋଇଥିବା ଜଣାଯାଏ । [୧୦][୧୧][୧୨]

ଚିକିତ୍ସା[ସମ୍ପାଦନା]

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । [୧] ରୋଗ ଆକ୍ରମଣ ପରେ କର୍ମକୁଶଳ କରିବାକୁ ଓ ନୁଆ ଆକ୍ରମଣ‌କୁ ପ୍ରତିରୋଧ କରିବାକୁ ଚିକିତ୍ସା କରାଯାଏ । [୩] ଚିକିତ୍ସା ପାଇଁ ଦିଆଯାଉଥିବା ଔଷଧରେ ବ‌ହୁତ ପାର୍ଶ୍ୱ ପ୍ରତିକ୍ରିୟା ଥାଏ ଓ ବିଶେଷ ସ‌ହନ କରିହୁଏନି । [୧]

ଫିଜିଓ ଥେରାପି[ସମ୍ପାଦନା]

ରୋଗୀର କର୍ମ କୁଶଳତା ବୃଦ୍ଧି କରିବାରେ ଫିଜିଓ ଥେରାପି ସାହାଯ୍ୟ କରେ । [୧] ଅନ୍ୟାନ୍ୟ ଚିକିତ୍ସା ପଦ୍ଧତିରେ ଉପକାର ମିଳିବା ପ୍ରମାଣ ନଥିଲେ ମଧ୍ୟ କେତେକ ଲୋକ ସେମାନଙ୍କର ସାହାଯ୍ୟ ନିଅନ୍ତି । [୧୩]

ଫଳାଫଳ[ସମ୍ପାଦନା]

ଏହାର ଦୀର୍ଘକାଳୀନ ପରିଣାମର ଭବିଷ୍ୟବାଣୀ କରିବା କଷ୍ଟକର କିନ୍ତୁ ଏହି ରୋଗୀମାନେ ଅନ୍ୟ ନିରୋଗୀମାନଙ୍କ ଅପେକ୍ଷା ପ୍ରାୟ ୫ରୁ ୧୦ ବର୍ଷ କମ୍ ବଞ୍ଚନ୍ତି । [୨] ମହିଳା ରୋଗୀ, ରୋଗର ପୁନରାବୃତି ହେଉଥିବା, ଜୀବନରେ ରୋଗ ଶୀଘ୍ର ଆରମ୍ଭ ହୋଇଥିବା ଓ ଅଳ୍ପ ରୋଗ ଅନୁଭବ କରିଥିବା ରୋଗୀର ପରିଣାମ ଅପେକ୍ଷାକୃତ ଭଲ ହୁଏ । [୧୪]

ରୋଗାନୁଶୀଳନ[ସମ୍ପାଦନା]

କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳର ଇମ୍ମ୍ୟୁନ ପ୍ରଭାବିତ ରୋଗମାନଙ୍କ ମଧ୍ୟରେ ଏମଏସ ଏକ ରୋଗ ସାଧାରଣ ରୋଗ । [୧୫]

ବିଶ୍ୱବ୍ୟାପୀ ବୋଝ[ସମ୍ପାଦନା]

ସାରା ବିଶ୍ୱରେ ସନ ୨୦୧୫ରେ ୨.୩ ନିୟୁତ ଲୋକଙ୍କର ଏ ରୋଗ ହୋଇଥଲା କିନ୍ତୁ ବିଭିନ୍ନ ସ୍ଥାନ ଓ ଜନସଂଖ୍ୟା ଅନୁସାରେ ରୋଗ ହାର ଭିନ୍ନ ଭିନ୍ନ ରହୁଥିଲା । [୧୬][୧୭] ସନ ୧୯୯୦ରେ ଏହି ରୋଗରେ ୧୨,୦୦୦ ମୃତ୍ୟୁ ହୋଇଥିବା ବେଳେ ୨୦୧୫ରେ ୧୮,୦୦୦ ମୃତ୍ୟୁ ହୋଇଥିଲା । [୧୮][୧୯]

ଇତିହାସ[ସମ୍ପାଦନା]

ସନ ୧୮୬୮ରେ ଜିନ-ମାର୍ଟିନ ସାର୍କୋ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ ।[୨୦] ମସ୍ତିଷ୍କର ଶ୍ୱେତ ମାଟରରେ ଅନେକ ଗୁଡ଼ିଏ ଦାଗ ଓ ପ୍ଲେକ ରହୁଥିବାରୁ ମଲ୍ଟିପ୍ଲ ସ୍କ୍ଲେରୋସିସ‌ ନାମ ଦିଆଯାଇଛି ।[୨୦]

  1. ୧.୦ ୧.୧ ୧.୨ ୧.୩ ୧.୪ "NINDS Multiple Sclerosis Information Page". National Institute of Neurological Disorders and Stroke. 19 November 2015. Archived from the original on 13 February 2016. Retrieved 6 March 2016.
  2. ୨.୦ ୨.୧ Compston A, Coles A (October 2008). "Multiple sclerosis". Lancet. 372 (9648): 1502–17. doi:10.1016/S0140-6736(08)61620-7. PMID 18970977.
  3. ୩.୦ ୩.୧ ୩.୨ Compston A, Coles A (April 2002). "Multiple sclerosis". Lancet. 359 (9313): 1221–31. doi:10.1016/S0140-6736(02)08220-X. PMID 11955556.
  4. Murray ED, Buttner EA, Price BH (2012). "Depression and Psychosis in Neurological Practice". In Daroff R, Fenichel G, Jankovic J, Mazziotta J (eds.). Bradley's neurology in clinical practice (6th ed.). Philadelphia, PA: Elsevier/Saunders. ISBN 1-4377-0434-4.
  5. ୫.୦ ୫.୧ Lublin FD, Reingold SC (April 1996). "Defining the clinical course of multiple sclerosis: results of an international survey. National Multiple Sclerosis Society (USA) Advisory Committee on Clinical Trials of New Agents in Multiple Sclerosis". Neurology. 46 (4): 907–11. doi:10.1212/WNL.46.4.907. PMID 8780061.
  6. Milo R, Kahana E (March 2010). "Multiple sclerosis: geoepidemiology, genetics and the environment". Autoimmunity Reviews. 9 (5): A387-94. doi:10.1016/j.autrev.2009.11.010. PMID 19932200.
  7. Nakahara J, Maeda M, Aiso S, Suzuki N (February 2012). "Current concepts in multiple sclerosis: autoimmunity versus oligodendrogliopathy". Clinical Reviews in Allergy & Immunology. 42 (1): 26–34. doi:10.1007/s12016-011-8287-6. PMID 22189514.
  8. Ascherio A, Munger KL (April 2007). "Environmental risk factors for multiple sclerosis. Part I: the role of infection". Annals of Neurology. 61 (4): 288–99. doi:10.1002/ana.21117. PMID 17444504.
  9. Tsang BK, Macdonell R (December 2011). "Multiple sclerosis- diagnosis, management and prognosis". Australian Family Physician. 40 (12): 948–55. PMID 22146321.
  10. McDonald WI, Compston A, Edan G, Goodkin D, Hartung HP, Lublin FD, McFarland HF, Paty DW, Polman CH, Reingold SC, Sandberg-Wollheim M, Sibley W, Thompson A, van den Noort S, Weinshenker BY, Wolinsky JS (July 2001). "Recommended diagnostic criteria for multiple sclerosis: guidelines from the International Panel on the diagnosis of multiple sclerosis". Annals of Neurology. 50 (1): 121–7. doi:10.1002/ana.1032. PMID 11456302.
  11. Polman CH, Reingold SC, Edan G, Filippi M, Hartung HP, Kappos L, Lublin FD, Metz LM, McFarland HF, O'Connor PW, Sandberg-Wollheim M, Thompson AJ, Weinshenker BG, Wolinsky JS (December 2005). "Diagnostic criteria for multiple sclerosis: 2005 revisions to the "McDonald Criteria"". Annals of Neurology. 58 (6): 840–6. doi:10.1002/ana.20703. PMID 16283615.
  12. Rashid W, Miller DH (February 2008). "Recent advances in neuroimaging of multiple sclerosis". Seminars in Neurology. 28 (1): 46–55. doi:10.1055/s-2007-1019127. PMID 18256986.
  13. Huntley A (January 2006). "A review of the evidence for efficacy of complementary and alternative medicines in MS". International MS Journal. 13 (1): 5–12, 4. PMID 16420779.
  14. Weinshenker BG (1994). "Natural history of multiple sclerosis". Annals of Neurology. 36 Suppl (Suppl): S6-11. doi:10.1002/ana.410360704. PMID 8017890.
  15. Berer K, Krishnamoorthy G (November 2014). "Microbial view of central nervous system autoimmunity". FEBS Letters. 588 (22): 4207–13. doi:10.1016/j.febslet.2014.04.007. PMID 24746689.
  16. GBD 2015 Disease and Injury Incidence and Prevalence Collaborators (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |author= has generic name (help)CS1 maint: numeric names: authors list (link)
  17. World Health Organization (2008). Atlas: Multiple Sclerosis Resources in the World 2008 (PDF). Geneva: World Health Organization. pp. 15–16. ISBN 92-4-156375-3. Archived (PDF) from the original on 4 October 2013.
  18. GBD 2015 Mortality and Causes of Death Collaborators (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |author= has generic name (help)CS1 maint: numeric names: authors list (link)
  19. "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. January 2015. doi:10.1016/S0140-6736(14)61682-2. PMC 4340604. PMID 25530442.
  20. ୨୦.୦ ୨୦.୧ Clanet M (June 2008). "Jean-Martin Charcot. 1825 to 1893" (PDF). International MS Journal. 15 (2): 59–61. PMID 18782501.
    * Charcot, J. (1868). "Histologie de la sclerose en plaques". Gazette des hopitaux, Paris. 41: 554–5.