Jump to content

ଉଇକିପିଡ଼ିଆ:ଭିଡିଓୱିକି/ପ୍ରମୁଖ ଅବସାଦ ବେମାରୀ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ପ୍ରମୁଖ ଅବସାଦ ବେମାରୀ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଉପକ୍ରମ

[ସମ୍ପାଦନା]

ପ୍ରମୁଖ ଅବସାଦ ବେମାରୀ ବା କେବଳ ଅବସାଦ ଏକ ମାନସିକ ରୋଗ ଯେଉଁଥିରେ ଅଧିକାଂଶ ପରିସ୍ଥିତିରେ ଅତି କମ୍‌ରେ ୨ ସପ୍ତାହ ପର୍ଯ୍ୟନ୍ତ ଅବସାଦ ରହେ । []

ଲକ୍ଷଣ

[ସମ୍ପାଦନା]

ଏହା ସ‌ହିତ ନିଜର ହୀନମନ୍ୟତା, ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ, ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ । []

ଅନ୍ୟାନ୍ୟ ଲକ୍ଷଣ

[ସମ୍ପାଦନା]

ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ବା ଶୁଣା ନ ଯାଉଥିବା କଥା ଦେଖାଯାଏ ଓ ଶୁଣାଯାଏ ।[] କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ପ୍ରାୟ ସର୍ବଦା ଅବସାଦ ରହେ । []

ପରିଣାମ

[ସମ୍ପାଦନା]

ଏହି ରୋଗ ଯୋଗୁ ଲୋକର ବ୍ୟକ୍ତିଗତ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ଇତ୍ୟାଦି ପ୍ରଭାବିତ ହୁଏ ।[][]

ଆତ୍ମହତ୍ୟା

[ସମ୍ପାଦନା]

ଏହା ଯୋଗୁ ୨-୮% ବୟଃପ୍ରାପ୍ତ ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରନ୍ତି,[][] ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୫୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି ମିଜାଜ ବେମାରୀ ଥାଏ । []

ଜେନେଟିକ, ପରିବେଶ ଓ ମନସ୍ତ‌ତ୍ତ୍ୱ କାରକମାନଙ୍କ ମିଶ୍ରିତ ପ୍ରଭାବ ଏହି ରୋଗର କାରଣରୁପେ ବିବେଚନା କରାଯାଏ । []

ଡାଏଥେସିସ-ସ୍ଟ୍ରେସ ମଡେଲ

[ସମ୍ପାଦନା]

ଅବସାଦର ଆନୁବଂଶିକ ଲିଙ୍କ ଥିଲେ ଚାପଗ୍ରସ୍ତ ଜୀବନ ଯୋଗୁ ସକ୍ରିୟ ହୋଇଯାଏ ଓ ଏହାକୁ ଡାଏଥେସିସ-ସ୍ଟ୍ରେସ ମଡେଲ ଥିଓରୀ କୁହାଯାଏ । []

ସଙ୍କଟ କାରକ

[ସମ୍ପାଦନା]

ପାରିବାରିକ ରୋଗ ଇତିହାସ, ମୁଖ୍ୟ ଜୀବନ‌ଧାରାର ପରିବର୍ତ୍ତନ, କେତେକ ଔଷଧ, ସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ଓ ଡ୍ରଗ ଅପବ୍ୟବ‌ହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ । [][]

ଜେନେଟିକ

[ସମ୍ପାଦନା]

ପ୍ରାୟ ୪୦% ରୋଗ ସଙ୍କଟ ଜେନେଟିକ କାରଣରୁ ହୋଇଥାଏ । []

ରୋଗ ନିର୍ଣ୍ଣୟ

[ସମ୍ପାଦନା]

ଲୋକର ବ୍ୟକ୍ତିଗତ ଅନୁଭୁତି ରିପୋର୍ଟ ଓ ମାନସିକ ସ୍ଥିତି ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । []

ପରୀକ୍ଷା

[ସମ୍ପାଦନା]

ଏହି ରୋଗ ପାଇଁ କୌଣସି ଲାବୋରେଟୋରୀ ପରୀକ୍ଷା ନାହିଁ । [] ଏକା ଭଳି ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କର ସମ୍ଭାବନା ନିମନ୍ତେ ପରୀକ୍ଷା କରିବାକୁ ହୁଏ । [] ସାଧାରଣ ଜୀବନରେ ହେଉଥିବା ନିରାଶା ଅପେକ୍ଷା ଏହି ରୋଗ ଅତ୍ୟନ୍ତ ସାଂଘାତିକ । []

ସ୍କ୍ରୀନିଙ୍ଗ

[ସମ୍ପାଦନା]

ବାର ବର୍ଷ ବୟସରୁ ଅଧିକ ଲୋକର ସ୍କ୍ରୀନିଙ୍ଗ କରିବାକୁ କେତେକ ଲୋକ ଉପଦେଶ ଦିଅନ୍ତି । [][] କିନ୍ତୁ ରୋଗ ଚିହ୍ନଟ ବା ଚିକିତ୍ସାରେ ନିୟମିତ ସ୍କ୍ରୀନିଙ୍ଗ ପ୍ରଶ୍ନାବଳୀର କିଛି ପ୍ରଭାବ ଥିବା କ‌କ୍ରେନ ଅନୁଶୀଳନରେ ମିଳୁନି । [୧୦]

ଚିକିତ୍ସା

[ସମ୍ପାଦନା]

ଅବସାଦ ଚିହ୍ନଟ ହେଲେ ଚିକିତ୍ସା ସାଧ୍ୟ ହୋଇପାରେ । ସାଧାରଣତଃ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଫିଜିଓଥେରାପି, ସାଇକୋଥେରାପି ଓ ଇଲେକ୍ଟ୍ରୋକନଭଲସିଭ ଥେରାପି ଦିଆଯାଏ । ଅଠର ବର୍ଷ ବୟସ ତଳକୁ ସାଇକୋଥେରାପି ଏକ ପସନ୍ଦ ଯୋଗ୍ୟ ଚିକିତ୍ସା । [୧୧].

ସାମାନ୍ୟ ଅବସାଦ

[ସମ୍ପାଦନା]

ଅଠର ବର୍ଷ ବୟସରୁ ଅଧିକ ସାମାନ୍ୟ ଅବସାଦରେ ମଧ୍ୟ ଉପକାର ଅପେକ୍ଷା ସଙ୍କଟ ଅଧିକ ଥିବାରୁ ଆରମ୍ଭରୁ ଆଣ୍ଟିଡିପ୍ରେସାଣ୍ଟ ଦେବା ଉଚିତ ନୁହେଁ । [୧୨].

ବ୍ୟାୟାମ ଓ କାଉନସେଲିଙ୍ଗ

[ସମ୍ପାଦନା]

ଅଧିକ ବ୍ୟାୟାମ,[୧୩], ଧୂମ‌ପାନ ବନ୍ଦ,[୧୪] କଗନିଟିଭ ବିହେଭିଅରାଲ ଥେରାପି ଓ ଇଣ୍ଟରପରସନାଲ ଥେରାପି ଭଳି ସାଇକୋଥେରାପି ଦେବାକୁ ଉପଦେଶ ଦିଆଯାଏ । [][୧୫].

ଆଣ୍ଟିଡିପ୍ରେସାଣ୍ଟ ଓ ସାଇକୋସୋସିଆଲ କାଉନସେଲିଙ୍ଗ ଚିକିତ୍ସା ନିମ୍ନ ଲିଖିତ ସ୍ଥଳରେ ଦିଆଯାଏ

ମଧ୍ୟମ ଧରଣର ଇତିହାସ ବା ସାଂଘାତିକ ଅବସାଦ ଥିଲେ,

ଦୀର୍ଘ କାଳ ଧରି ସାମାନ୍ୟ ଅବସାଦ ଥଲେ,

ଚିକିତ୍ସା ସତ୍ୱେ ସାମାନ୍ୟ ଅବସାଦ ଲାଗିରହିଲେ,

ବା ମଧ୍ୟମ ଓ ସାଂଘାତିକ ରୋଗରେ ପ୍ରଥମ ଧାଡ଼ିର ଚିକିତ୍ସା ଭାବରେ ଦିଆଯାଏ ।

ଔଷଧ ସୀମା

[ସମ୍ପାଦନା]

ଅତି ସାଂଘାତିକ ଅବସାଦ ରୋଗରେ ଔଷଧ ପ୍ରଭାବଶାଳୀ ହୋଇପାରେ । [୧୬][୧୭] କିନ୍ତୁ ଆତ୍ମହତ୍ୟା ସଙ୍କଟ ନିମନ୍ତେ ଏହାର ପ୍ରଭାବ ଅସ୍ପଷ୍ଟ ଅଛି । [୧୮]

ଇସିଟି ଓ ଡାକ୍ତରଖାନା ଆଡମିଶନ

[ସମ୍ପାଦନା]

ଅନ୍ୟାନ୍ୟ ଚିକିତ୍ସା ଫଳପ୍ରଦ ନହେଲେ ଇଲେକ୍ଟ୍ରୋକନଭଲସିଭ ଥେରାପି ବା ଇସିଟି ଦିଆଯାଏ । [] ରୋଗୀର ଅନିଚ୍ଛା ସତ୍ୱେ ନିଜକୁ ନିଜେ ଆଘାତ ଦେବା ସଙ୍କଟ ଯୋଗୁ ଡାକ୍ତରଖାନାରେ ଆଡମିଶନ କରାଯାଏ । [୧୯]

ରୋଗାନୁଶୀଳନ

[ସମ୍ପାଦନା]

ସନ ୨୦୧୫ରେ ପୃଥିବୀର ୩% ଲୋକ ପ୍ରମୁଖ ଅବସାଦ ବେମାରୀ‌ର ଶିକାର ହୋଇଥିଲେ । [୨୦] ୨୧% ଲୋକ ଜୀବନର ଯେ କୌଣସି ସମୟରେ ଆକ୍ରାନ୍ତ ହୋଇଥିଲେ । [୨୧]

ବୟସ ଓ ଲିଙ୍ଗ

[ସମ୍ପାଦନା]

କୋଡ଼ିଏ ଓ ତିରିଶ ଦଶକରେ ସାଧାରଣତଃ ରୋଗ ଆରମ୍ଭ ହୁଏ । [][୨୧] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଦୁଇ ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । [][୨୧]

ଇତିହାସ

[ସମ୍ପାଦନା]

ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଣ୍ଟ ଆବ୍ରାହମ ଲିଙ୍କନ ଆକ୍ରାନ୍ତ ହୋଇଥିବା ମେଲାଙ୍କୋଲିଆ ରୋଗ ବର୍ତ୍ତମାନର ଅବସାଦ ରୋଗ ହୋଇପାରେ । [୨୨]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Depression". NIMH. May 2016. Archived from the original on 5 August 2016. Retrieved 31 July 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 160–68, ISBN 978-0-89042-555-8, archived from the original on 31 July 2016, retrieved 22 July 2016
  3. Richards, C. Steven; O'Hara, Michael W. (2014). The Oxford Handbook of Depression and Comorbidity. Oxford University Press. p. 254. ISBN 978-0-19-979704-2. {{cite book}}: Unknown parameter |name-list-format= ignored (|name-list-style= suggested) (help)
  4. Strakowski, Stephen; Nelson, Erik (2015). Major Depressive Disorder. Oxford University Press. p. PT27. ISBN 978-0-19-026432-1. {{cite book}}: Unknown parameter |name-list-format= ignored (|name-list-style= suggested) (help)
  5. Bachmann, S (6 July 2018). "Epidemiology of Suicide and the Psychiatric Perspective". International Journal of Environmental Research and Public Health. 15 (7): 1425. doi:10.3390/ijerph15071425. PMC 6068947. PMID 29986446. Half of all completed suicides are related to depressive and other mood disorders{{cite journal}}: CS1 maint: unflagged free DOI (link)
  6. Caspi A, Sugden K, Moffitt TE, Taylor A, Craig IW, Harrington H, McClay J, Mill J, Martin J, Braithwaite A, Poulton R (July 2003). "Influence of life stress on depression: moderation by a polymorphism in the 5-HTT gene". Science. 301 (5631): 386–89. Bibcode:2003Sci...301..386C. doi:10.1126/science.1083968. PMID 12869766.
  7. ୭.୦ ୭.୧ Patton, Lauren L. (2015). The ADA Practical Guide to Patients with Medical Conditions (2 ed.). John Wiley & Sons. p. 339. ISBN 978-1-118-92928-5. {{cite book}}: Unknown parameter |name-list-format= ignored (|name-list-style= suggested) (help)
  8. Siu AL, Bibbins-Domingo K, Grossman DC, Baumann LC, Davidson KW, Ebell M, García FA, Gillman M, Herzstein J, Kemper AR, Krist AH, Kurth AE, Owens DK, Phillips WR, Phipps MG, Pignone MP (January 2016). "Screening for Depression in Adults: US Preventive Services Task Force Recommendation Statement". JAMA. 315 (4): 380–87. doi:10.1001/jama.2015.18392. PMID 26813211.
  9. Siu AL (March 2016). "Screening for Depression in Children and Adolescents: U.S. Preventive Services Task Force Recommendation Statement". Annals of Internal Medicine. 164 (5): 360–66. doi:10.7326/M15-2957. PMID 26858097.
  10. Gilbody S, House AO, Sheldon TA (October 2005). "Screening and case finding instruments for depression". The Cochrane Database of Systematic Reviews (4): CD002792. doi:10.1002/14651858.CD002792.pub2. PMID 16235301.
  11. NICE (2005). NICE guidelines: Depression in children and adolescents. London: NICE. p. 5. ISBN 978-1-84629-074-9. Archived from the original on 24 September 2008. Retrieved 16 August 2008.
  12. "Depression". National Institute for Health and Care Excellence. December 2004. Archived from the original on 15 November 2008. Retrieved 20 March 2013.
  13. "Management of depression in primary and secondary care" (PDF). National Clinical Practice Guideline Number 23. National Institute for Health and Clinical Excellence. 2007. Archived (PDF) from the original on 17 December 2008. Retrieved 4 November 2008.
  14. Taylor G, McNeill A, Girling A, Farley A, Lindson-Hawley N, Aveyard P (February 2014). "Change in mental health after smoking cessation: systematic review and meta-analysis". BMJ. 348 (feb13 1): g1151. doi:10.1136/bmj.g1151. PMC 3923980. PMID 24524926.
  15. Driessen E, Hollon SD (September 2010). "Cognitive behavioral therapy for mood disorders: efficacy, moderators and mediators". The Psychiatric Clinics of North America. 33 (3): 537–55. doi:10.1016/j.psc.2010.04.005. PMC 2933381. PMID 20599132.
  16. Fournier JC, DeRubeis RJ, Hollon SD, Dimidjian S, Amsterdam JD, Shelton RC, Fawcett J (January 2010). "Antidepressant drug effects and depression severity: a patient-level meta-analysis". JAMA. 303 (1): 47–53. doi:10.1001/jama.2009.1943. PMC 3712503. PMID 20051569.
  17. Kirsch I, Deacon BJ, Huedo-Medina TB, Scoboria A, Moore TJ, Johnson BT (February 2008). "Initial severity and antidepressant benefits: a meta-analysis of data submitted to the Food and Drug Administration". PLoS Medicine. 5 (2): e45. doi:10.1371/journal.pmed.0050045. PMC 2253608. PMID 18303940.{{cite journal}}: CS1 maint: unflagged free DOI (link)
  18. Braun C, Bschor T, Franklin J, Baethge C (2016). "Suicides and Suicide Attempts during Long-Term Treatment with Antidepressants: A Meta-Analysis of 29 Placebo-Controlled Studies Including 6,934 Patients with Major Depressive Disorder". Psychotherapy and Psychosomatics. 85 (3): 171–79. doi:10.1159/000442293. PMID 27043848.
  19. American Psychiatric Association (2006). American Psychiatric Association Practice Guidelines for the Treatment of Psychiatric Disorders: Compendium 2006. American Psychiatric Pub. p. 780. ISBN 978-0-89042-385-1.
  20. GBD 2015 Disease and Injury Incidence and Prevalence Collaborators (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |author= has generic name (help)CS1 maint: numeric names: authors list (link)
  21. ୨୧.୦ ୨୧.୧ ୨୧.୨ Kessler RC, Bromet EJ (2013). "The epidemiology of depression across cultures". Annual Review of Public Health. 34: 119–38. doi:10.1146/annurev-publhealth-031912-114409. PMC 4100461. PMID 23514317.
  22. Wolf, Joshua "Lincoln's Great Depression" Archived 20 October 2011 at WebCite, The Atlantic, October 2005, Retrieved 10 October 2009