Jump to content

ଉଇକିପିଡ଼ିଆ:ଭିଡିଓୱିକି/ଜେ ଆର ଡି ଟାଟା

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଜେ ଆର ଡି ଟାଟା (Tutorial)
ଫାଇଲ:Or.ଉଇକିପିଡ଼ିଆ-ଭିଡିଓୱିକି-ଜେ ଆର ଡି ଟାଟା.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ପରିଚୟ

[ସମ୍ପାଦନା]

ଜାହାଙ୍ଗିର୍ ରତନଜୀ ଦାଦାଭୋୟ ଟାଟା (ଜେ. ଆର. ଡି. ଟାଟା - - J. R. D. Tata) ଭାରତୀୟ ଉଦ୍ୟୋଗପତି ଥିଲେ । ଟାଟା ବ୍ୟବସାୟିକ ଗଠନ ଓ ବିକାଶରେ ତାଙ୍କର ମୁଖ୍ୟ ଭୂମିକା ଓ ଅବଦାନ ଥିଲା ।

ପ୍ରାକ୍-ଜୀବନ

[ସମ୍ପାଦନା]

ଜେ. ଆର୍. ଡି. ଟାଟା ୨୯ ଜୁଲାଇ ୧୯୦୪ ମସିହାରେ ଏକ ପାରସି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପିତା ରତନଜୀ ଦାଦାଭୋୟ ଟାଟା (ଆର୍. ଡି. ଟାଟା) ଓ ମାତା ସୁଜେନ୍ "ସୂନି" ବ୍ରିଏଙ୍କ ଦ୍ୱିତୀୟ ସନ୍ତାନ ଥିଲେ । []

ଫ୍ରାନ୍ସ

[ସମ୍ପାଦନା]

ସୁଜେନ୍ ଫ୍ରାନ୍ସବାସୀ ଥିବା ଯୋଗୁଁ ତାଙ୍କର ବାଲ୍ୟଜୀବନ ଫ୍ରାନ୍ସରେ ବିତିଥିଲା । ଫ୍ରେନ୍ଚ ତାଙ୍କ ପ୍ରଥମ ଭାଷା ଥିଲା । ସେ ଜାନସନ ଦ ସେଲି ହାଇସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । []

ସୈନ୍ୟ ସେବା

[ସମ୍ପାଦନା]

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସେ ଗୋଟିଏ ବର୍ଷ ସ୍ପାହି ରେଜିମେନ୍ଟରେ ମଧ୍ୟ କାମ କରୁଥିଲେ । []

ଭାରତ ଆଗମନ

[ସମ୍ପାଦନା]

ଗୋଟିଏ ବର୍ଷ ଫ୍ରାନ୍ସ ସେନାରେ କାର୍ଯ୍ୟ କରିବା ପରେ ସେ ଉଚ୍ଚଶିକ୍ଷା ସକାଶେ କେମ୍ବ୍ରିଜ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ତାଙ୍କ ପିତା ତାଙ୍କୁ ଭାରତ ନେଇଆସି ଟାଟା କମ୍ପାନୀରେ ଭର୍ତ୍ତି କରିଥିଲେ । []

ବ୍ୟବସାୟ

[ସମ୍ପାଦନା]

୧୯୨୯ ମସିହାରେ ଜେ ଆର ଡ଼ି ତାଙ୍କ ଫ୍ରାନ୍ସ ନାଗରିକତା ଫେରାଇ ଦେଇ ଭାରତୀୟ ନାଗରିକ ହୋଇଥିଲେ ଓ ଟାଟା କମ୍ପାନୀର କାର୍ଯ୍ୟଭାର ସମ୍ଭାଳି ଥିଲେ । ୧୯୩୦ ମସିହାରେ ଥେଲମା ଭିକାଜିଙ୍କ ସ‌ହ ତାଙ୍କର ବିବାହ ହୋଇଥିଲା । []

ପାଇଲଟ୍ ଲାଇସେନ୍ସ

[ସମ୍ପାଦନା]

ସେ ଥରେ ଯାତ୍ରା କରିବା ସମୟରେ ତାଙ୍କ ସାଙ୍ଗର ପିତା ଲୁଇସ୍ ବ୍ଲେରିଓଟଙ୍କ ଦ୍ୱାରା ପ୍ରେରିତ ହୋଇ ପାଇଲଟ୍ ହେବାକୁ ଇଚ୍ଛା କରିଥିଲେ । ୧୦ ଫେବୃଆରି ୧୯୨୯ରେ ତାଙ୍କୁ ଭାରତର ପ୍ରଥମ ପାଇଲଟ ଲାଇସେନ୍ସ ମିଳିଥିଲା । []

ଟାଟା ଏୟାରଲାଇନସ୍

[ସମ୍ପାଦନା]

ତାଙ୍କୁ ପରେ ଭାରତର ଉଡ଼୍ଡୟନର ପିତା କୁହାଗଲା । ସେ ନେଭିଲ ଭିନ୍ଟସେନ୍ଟଙ୍କ ସ‌ହିତ ମିଶି ୧୯୩୨ ମସିହାରେ ଭାରତର ପ୍ରଥମ ବାଣିଜ୍ୟ ଏୟାରଲାଇନ୍ସର ଆରମ୍ଭ କରିଥିଲେ, ଯାହାକି ପରେ, ୧୯୪୬ ମସିହାରେ, ଏୟାର ଇଣ୍ତିଆ ନାମରେ ପ୍ରକାଶ ହେଲା । ଏହା ବର୍ତ୍ତମାନ ଭାରତର ରାଷ୍ଟ୍ରୀୟ ଏୟାରଲାଇନ ଭାବେ ପରିଚିତ । []


ଏୟାର ଇଣ୍ତିଆ

[ସମ୍ପାଦନା]

୧୯୫୩ ମସିହା ପର୍ଯ୍ୟନ୍ତ ଟାଟା ଏହାର ଭରଣ ପୋଷଣ କରିଥିଲେ, ଜବ‌ହାରଲାଲ ନେହୁରୁଙ୍କ ସରକାର ସମୟରେ, ଏୟାର ଇଣ୍ତିଆକୁ ରାଷ୍ଟ୍ରିୟ ଘୋଷିତ କରାଯାଇଥିଲା। । []

ଟାଟା ସନ୍ସ

[ସମ୍ପାଦନା]

ସେ ୧୯୨୫ ମସିହାରେ ଟାଟା ସନ୍ସରେ ବିନା ବେତନରେ ଭର୍ତ୍ତି ହୋଇଥିଲେ । ୧୯୩୮ ମସିହାରେ, ୩୪ ବର୍ଷ ବୟସରେ, ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଏବଂ ଏହି ଭାରତୀୟ ଅଦ୍ୟୋଗିକ ସମୁହର ମୁଖିଆ ଭାବେ ନିଯୁକ୍ତ କରାଗଲା । ତାଙ୍କ ଅଧ୍ୟକ୍ଷତାରେ ଟାଟା ସମୂହର ସମ୍ପତ୍ତି ୧୦ କୋଟି ଡ଼ଲାର ରୁ ବଢ଼ି ୫ ଅରବ ଡ଼ଲାର ହୋଇଥିଲା । []

ଟାଟା ସନ୍ସର ଉଦୟ

[ସମ୍ପାଦନା]

ପ୍ରଥମେ ତାଙ୍କ ଅଧ୍ୟକ୍ଷତାରେ ୧୪ ଟି ଉଦ୍ୟୋଗ ଆରମ୍ଭ ହୋଇଥିଲା । ତାହା ୫୦ ବର୍ଷ ପରେ,୨୬ ଜୁଲାଇ ୧୯୮୮ମସିହାରେ ୯୫ଟି କମ୍ପାନୀ ସମୁହରେ ପରିଣତ ହୋଇଥିଲା । ସେହି ସମୁହ ମଧ୍ୟରୁ କିଛି ଟାଟା ସନ୍ସ ନିଜେ ଆରମ୍ଭ କରିଥିଲା ଓ କିଛି ନିୟନ୍ତ୍ରଣ କରିଥିଲେ । []

ଏନ ସି ଏ ଇ ଆର

[ସମ୍ପାଦନା]

ସେ ୧୯୫୬ ମସିହାରେ ନେସନାଲ କାଉନସିଲ ଅଫ ଆପଲାଇଡ଼ ଇକୋନୋମିକ ରିସର୍ଚ(ଏନ ସି ଏ ଇ ଆର-National Council of Applied Economic Research), ସ୍ୱତନ୍ତ୍ର ଆର୍ଥିକ ନୀତି ସଂସ୍ଥାନର ମଧ୍ୟ ସଂସ୍ଥାପକ ଅଟନ୍ତି । ଯାହା ଭାରତର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ।

[]

ଟି ସି ଏସ

[ସମ୍ପାଦନା]

୧୯୬୮ରେ ସେ ଟାଟା କନ୍ସଲଟେନ୍ସି ସରଭିସେସ୍‌ର (ଟି ସି ଏସ୍) ସ୍ଥାପନା କରିଥିଲେ । []

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ଭାରତୀୟ ଶିଳ୍ପୋଦ୍ୟୋଗ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ବିଭୂଷଣ, ୧୯୮୩ ମସିହାରେ ଫ୍ରାନ୍ସ ଲିଜିନ୍ ଅଫ୍ ଅନର୍ ଓ ୧୯୯୨ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଅଳଙ୍କୃତ କରାଯାଇଥିଲା । []

ମୃତ୍ୟୁ

[ସମ୍ପାଦନା]

୨୯ ନଭେମ୍ବର୍ ୧୯୯୩ ମସିହାରେ ଜେ ଆର ଡ଼ି ଟାଟାଙ୍କର ତିରୋଧାନ ଜେନେଭା, ସୁଇଜରଲାଣ୍ତରେ ହୋଇଥିଲା । ସେତେବେଳେ ତାଙ୍କ ବୟସ ୮୯ ଥିଲା । [୧୦]

ସମାଧି

[ସମ୍ପାଦନା]

ତାଙ୍କ ସମାଧି ପ୍ୟାରୀଲେଚିସୀ କବ୍ରସ୍ଥାନ, ପ୍ୟାରୀସରେ ଅବସ୍ଥିତ । [୧୦]


  1. "J.R.D. TATA". Tata Central Archives. Archived from the original on 29 October 2013. Retrieved 7 October 2015.
  2. Pai, Anant. JRD Tata: The Quiet Conqueror. India Book House. p. 6. ISBN 8175084200.
  3. "29 NOVEMBER 1993..." unitedstatesofindia.com. Retrieved 10 April 2014.
  4. 1 2 3 R.M. Lala : Beyond the last Blue Mountains, Life of J.R.D Tata
  5. "Bombay Flying Club First Annual Report". Flight Global. 1 August 1929. Retrieved 16 September 2011.
  6. "Air India : The History of The Aircraft Fleet". airwhiners.net. Archived from the original on 24 July 2016. Retrieved 15 July 2016.
  7. 1 2 Guha, Ramachandran (25 July 2013). The glory of J. R. D (2007 ed.). India: Pan Books. p. 110. ISBN 978-0-330-54022-3.
  8. 1 2 "The glory of J. R. D", UN Global Compact Cities Programme, retrieved 25 July 2013
  9. "Industrialists:JRD Tata – Made Tatas the largest Business House in India of his times". ewritersportal.com. 20 November 2010. Archived from the original on 13 April 2014. Retrieved 10 April 2014.
  10. 1 2 Pai, Anant. JRD Tata: The Quiet Conqueror. India Book House. p. 32. ISBN 8175084200.