ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/କାର୍ଯ୍ୟକ୍ରମ/ଜଗନ୍ନାଥ ମହାନ୍ତିଙ୍କ ପୁସ୍ତକ ଉନ୍ମୋଚନ

ଉଇକିପିଡ଼ିଆ‌ରୁ

ଜଗନ୍ନାଥ ମହାନ୍ତିଙ୍କ "ତୁମ ପରି ଛୋଟ ପିଲାଟିଏ" କବିତା ବୋଧେ ଓଡ଼ିଶାର ସବୁ ଶିଶୁ ପଢ଼ିଥିବେ । ତାଙ୍କର ଶିଶୁସାହିତ୍ୟ କୃତି ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ । ତାଙ୍କର ଅନେକ ସାହିତ୍ୟ ରଚନା ଯୁଗ ଯୁଗ ପାଇଁ ଶିଶୁ, କିଶୋର, ଶିକ୍ଷକ ଓ ଶିକ୍ଷାବିଦମାନଙ୍କ ପାଇଁ ଉପଯୋଗୀ ହୋଇ ରହିବ । ଏହି ଉତ୍ସବରେ ଓଡ଼ିଆ ଉଇକି ସଂଘ ତାଙ୍କର ୧୧ ଗୋଟି ରଚନାକୁ କ୍ରିଏଟିଭ କମନ୍ସ ସେଆର ଏଲାଇକ ଲାଇସେନ୍ସରେ ବିତରଣ କରିବାର ଏକ ନୂତନ ପ୍ରତିଜ୍ଞା କରୁଛି । ଏହା ତାଙ୍କର ଓଡ଼ିଆ ଭାଷା ପାଇଁ ଅବଦାନ‌କୁ ସାରା ଜଗତରେ ଇଣ୍ଟରନେଟ ମାଧ୍ୟମରେ ପ‌ହଞ୍ଚାଇବ । ଓଡ଼ିଆ ଉଇକିପାଠାଗାର ପ୍ରକଳ୍ପର ଶୁଭାରମ୍ଭ ଡଃ ମହାନ୍ତିଙ୍କ ୧୧ ଗୋଟି ବ‌ହିରୁ ଆରମ୍ଭ ହେବ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମତିନ୍ୟାସ ଅଧୁନା ଲେଖକ‌ଙ୍କର ଅନେକ ବ‌ହିର ସ୍ୱତ୍ୱ ପ୍ରକାଶକଙ୍କ ନିକଟରୁ ଆଣି ତାହାସବୁକୁ ମୁକ୍ତ ଲାଇସେନ୍ସରେ ବିତରଣ କରିବାର ଉଦ୍ୟମ କରୁଅଛନ୍ତି । କଳିଙ୍ଗ ଇନଷ୍ଟିଚ୍ୟୁଟ ତରଫରୁ କିଶୋରମାନଙ୍କ ଦ୍ୱାରା ଏହି ବ‌ହିଗୁଡ଼ିକ ଡିଜିଟାଲ ସଂସ୍କରଣ ତିଆରି କରା‌ଯାଇ ଉଇକି ପାଠାଗାର ଦେଇ ଏହାର ବିତରଣର ବ୍ୟବସ୍ଥା କରା‌ଯିବ । ଡଃ ମହାନ୍ତିଙ୍କ ଧର୍ମ‌ପ‌ତ୍ନୀ ଶ୍ରୀମତୀ ଆହ୍ଲାଦମୋହିନୀ ମହାନ୍ତିଙ୍କ କରକମଳରେ ମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମତିନ୍ୟାସ, ଭୁବନେଶ୍ୱରର ଆନୁକୁଲ୍ୟରେ ଏହି ପୁସ୍ତକର ଉନ୍ମୋଚନ ହେବ ।

ତଳେ ବ‌ହିଗୁଡ଼ିକର ତାଲିକା ପ୍ରଦାନ କରାଗଲା:

କ୍ରମିକ ବ‌ହିର ନାମ ପ୍ରକାଶକ ପ୍ରକାଶ କାଳ
ଭାରତ ଭ୍ରମଣ ତକ୍ଷଶିଳା, କଟକ ୧୯୯୭
କାଉଁରୀ ରାମଚଣ୍ଡୀର ଦେଶ ପ୍ରାଚୀ ପ୍ରକାଶନ, ଭୁବନେଶ୍ୱର ୧୯୯୯
କୃତ୍ରିମ ଉପଗ୍ରହର ଜୟଯାତ୍ରା ପ୍ରାଚୀ ପ୍ରକାଶନ, ଭୁବନେଶ୍ୱର ୧୯୯୧
ଆମରି ଜାତିର ଆଗୁଆ ନେତା ସାଲୁଜା ପ୍ରକାଶନ, ନୂଆଦିଲ୍ଲୀ ୧୯୯୪
ମାଟିର ଚାକ୍ଷୀଜାତିର ପଦ୍ମଶ୍ରୀ ସାଥୀମହଲ, କଟକ ୧୯୭୨
ଆମରି ମାଟିର ଅମର ଶହୀଦ କଟକ ପବ୍ଲିସିଂ ହାଉସ, କଟକ ୧୯୮୩
ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷା କଟକ ଟ୍ରେଡିଂ କମ୍ପାନୀ, କଟକ ୨୦୦୦
ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ ୨୦୦୦
ମୋ ଜୀବନ କ‌ଥା କଟକ ଟ୍ରେଡିଂ କମ୍ପାନୀ, କଟକ ୨୦୦୧
୧୦ ନ‌ବ ଦିଗନ୍ତ ଅଗ୍ନି, ଭୁବନେଶ୍ୱର ୨୦୦୪
୧୧ ଜୀବନ ଗୀତି ମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମତିନ୍ୟାସ, ଭୁବନେଶ୍ୱର ୨୦୧୦