ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/କାର୍ଯ୍ୟକ୍ରମ/ଉଚ୍ଚତର କର୍ମଶାଳା/ନୂତନ ବିଷୟ
ମୁଁ ଆଧାର ବିଷୟରେ ଅଧିକ ଜାଣିବାକୁ ଚାହୁଁଛି
ଓଡିଆ ଉଇକିପିଡିଆରେ ବେଳେ ବେଳେ କିଛି ପ୍ରସଙ୍ଗ ପାଇଁ ଆଧାର ଖୋଜିବା କଷ୍ଟ ହେଇ ପଡେ ଯେହେତୁ ଅନଲାଇନରେ ଓଡିଆର କମ ବ୍ୟବହାର ସେଥିପାଇଁ ସେମିତି କିଛି ବିଶେଷ ତଥ୍ୟ ମିଳେନାହିଁ । ତାଛଡା ବେଳେ ବେଳେ କିଛି ଲେଖାମାନଙ୍କ ପାଇଁ ବହି ଖବରକାଗଜ ଇତ୍ୟାଦିରେ ମଧ୍ୟ କିଛି ତଥ୍ୟ ମିଳେ ନାହିଁ ଯେମିତିକି ଗଉଣୀ । ଏହି ପରିସ୍ଥିତିରେ ଆମେ କଣ କରିବା ? ଏହା ଛଡା କିଛି ଆଞ୍ଚଳିକ ବିଷୟବସ୍ତୁ, ଲୋକମାନଙ୍କ ଉପରେ ମଧ୍ୟ ଲେଖା ନାହି । ଯେମିତିକି ଗୋଟେ ଗାଁରେ ଜଣେ ସୁନାମଧନ୍ୟ ପାଲାଗାୟକ ଥିଲେ । ଲୋକମାନେ ଜାଣିଛନ୍ତି ହେଲେ ଆଧାର ନାହିଁ । ସେ ବାବଦରେ କଣ ସବୁ କରିହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୦୫, ୨୪ ମାର୍ଚ୍ଚ ୨୦୧୪ (UTC)
ଉଇକିଡାଟା ଓ ରେଜୋନେଟର
ମୁଁ ଉଇକିଡାଟାକୁ ସାଧାରଣ ଭାବେ ବ୍ୟବହାର କରି ଆସୁଛି - କେବଳ ନୂଆ ପ୍ରସଙ୍ଗର ଲିଙ୍କ ଯୋଡିଦିଏ । କିନ୍ତୁ ସେଥିରେ ଆହୁରି ଅନେକ ଜିନିଷ ଅବୁଝା ରହିଯାଇଛି । ମୁଁ ଭାବୁଛି ଅନ୍ୟ କିଛି ଉଇକିଆଳିବି ମୋ ଭଳି ଏମିତି ଅସୁବିଧାର ସମ୍ମୁଖୀନ ହେଉଥିବେ । ତେବେ ଉଇକିଡାଟା ସମ୍ପର୍କରେ ଅଭିଜ୍ଞ କୌଣସି ଉଇକିଆଳି ଏହି ବିଷୟରେ ଆଗାମୀ ଉଚ୍ଚତର କାର୍ମଶାଳାରେ ଆଲୋକପାତ କରିବାପାଇଁ ଅନୁରୋଧ । --ଶିତିକଣ୍ଠ (ଆଲୋଚନା) ୧୦:୩୯, ୨୫ ମାର୍ଚ୍ଚ ୨୦୧୪ (UTC)