Jump to content

ଉଇକିପିଡ଼ିଆ:ଉଇକିମାନିଆ ଭୁବନେଶ୍ୱର ୨୦୨୨

ଉଇକିପିଡ଼ିଆ‌ରୁ
ତାରିଖ ଓ ସମୟ: ଅଗଷ୍ଟ ୧୩-୧୪, ସକାଳ ୧୦:୦୦ରୁ ସନ୍ଧ୍ୟା ୫:୩୦ (ଉଭୟ ଦିନ)
ସ୍ଥାନ: ଇକ୍ସଲେନ୍ସି ରିଜର୍ଟ, ଝୁନ୍‌ଝୁଲ୍‌ବାଲା ଗାର୍ଡ଼େନ୍, ଅଶୋକ ନଗର, ଭୁବନେଶ୍ୱର ।

କୋଭିଡ-୧୯ ଯୋଗୁଁ ଆନ୍ତର୍ଜାତୀୟ ଉଇକିମାନିଆ ବିଗତ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଛି, ତେଣୁ ୨୦୨୨ ମସିହାରେ ଏହାକୁ ଆଞ୍ଚଳିକ ସ୍ତରରେ କରିବାର ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆ ଦ୍ୱାରା ଭୁବନେଶ୍ୱରରେ ଦୁଇ ଦିନିଆ ମେଳନର ଆୟୋଜନ କରାଯାଇଛି ।

ସମ୍ୟକ ସୂଚନା

[ସମ୍ପାଦନା]

୨୦୦୨ ଜୁନ ୩ ତାରିଖରେ ପ୍ରଥମ ସମ୍ପାଦନା ହୋଇଥିଲେ ହେଁ ୨୦୧୧ରୁ ସକ୍ରିୟତା ଆରମ୍ଭ ହୋଇଥିଲା । ଏଯାବତ କେଇ ହଜାର ସଭ୍ୟ ଏହି ପ୍ରକଳ୍ପରେ ଯୋଗଦାନ କରିସାରିଛନ୍ତି ଓ ୧୫,୮୮୬ ଗୋଟି ପ୍ରସଙ୍ଗ ତିଆରି ହୋଇଛି । ୨୦୧୬ ମସିହାରେ ଚଣ୍ଡୀଗଡ଼ରେ ଆୟୋଜିତ ଉଇକିକନଫରେନ୍ସ ଇଣ୍ଡିଆରେ ସେତେବେଳେ ୧୫ ବର୍ଷ ପୁରୁଣା ଉଇକିମିଡ଼ିଆ ଅଭିଯାନରେ ୧୪ ବର୍ଷ ଧରି ରହିଥିବା ଓଡ଼ିଆ ଉଇକିମିଡ଼ିଆ ସମୂହକୁ ଉଇକିମିଡ଼ିଆ ଫାଉଣ୍ଡେସନର ସେତେବେଳର ଏକ୍ସେକ୍ୟୁଟିଭ ଡାଇରେକ୍ଟର କ୍ୟାଥରିନ ମେହେର ଭୁରି ଭୁରି ପ୍ରଶଂସା କରିଥିଲେ

୨୦୧୧ ଅପ୍ରେଲ ୪ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ବିଧିବଦ୍ଧ କର୍ମଶାଳା ଆରମ୍ଭ ହୋଇ ଏଯାଏ ଅନେକ କର୍ମଶାଳା ଭାରତର ୭ଟି ସହର/ନଗରରେ ହୋଇସାରିଛି । ଅନେକ ଶିକ୍ଷାନୁଷ୍ଠାନ ସହ ମିଳିତ ଭାବେ "ଉଇକିପିଡ଼ିଆ ଏଜୁକେସନ ପ୍ରୋଗ୍ରାମ" ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆ ସମ୍ପାଦନା ତାଲିମ ଦେଇ ସେମାନଙ୍କୁ ଉଇକିପିଡ଼ିଆ ପରିସର ଭିତରକୁ ଅଣାଯାଇଛି ।

ଓଡ଼ିଆ ଉଇକିପିଡ଼ିଆ ସମୂହ ନେତୃତ୍ୱରେ ଓ ସିଆଇଏସ-ଏଟୁକେ ଓ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ୨୦୧୭ ମସିହାରେ ଓଡ଼ିଶା ସରକାର ତାଙ୍କର ଆଠଗୋଟି ସୋସିଆଲ ମିଡ଼ିଆ ଓ କେତେକ ୱେବସାଇଟକୁ କ୍ରିଏଟିଭ କମନ୍ସ ଲାଇସେନ୍ସରେ ବିତରଣ କରିଥିଲେ । ଏଭଳି ପଦଃକ୍ଷେପ ନେବାରେ ଓଡ଼ିଶା ସରକାର ଭାରତରେ ପ୍ରଥମ ଓ କୌଣସି ସରକାରଙ୍କୁ ନୀତିଗତ ଭାବେ ଏହି ଭଳି ପ୍ରଭାବିତ କରିବାରେ ଓଡ଼ିଆ ଉଇକିପିଡ଼ିଆ ବାକି ଭାରତୀୟ ଭାଷା ଭିତରୁ ପ୍ରଥମ ।

ସାଧାରଣ ଜନତାଙ୍କ ପାଇଁ ଅତି ଉପାଦେୟ ଜ୍ଞାନର ଭଣ୍ଡାର ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ଉଚ୍ଚମାନର ପ୍ରସଙ୍ଗ ଥିବା ବିଶ୍ୱସ୍ତରୀୟ ଉଇକିପିଡ଼ିଆଗୁଡ଼ିକ ଭିତରୁ ଓଡ଼ିଆ ଅନ୍ୟତମ ।

ନିର୍ଘଣ୍ଟ

[ସମ୍ପାଦନା]

ଏଥିରେ ହୋଇଥିବା ସମସ୍ତ ଆଲୋଚନା ଏହି ପୃଷ୍ଠାରେ ରହିଛି

ମୂଳ ଲକ୍ଷ୍ୟ ଶ୍ରେଣୀ
ସମୂହ (କମ୍ୟୁନିଟି) ଉଇକିମିଡ଼ିଆ ପ୍ରକଳ୍ପ ସମ୍ବନ୍ଧିତ
ବୈଷୟିକ (ଟେକନିକାଲ) ନୀତି ଓ ଆଇନଗତ
ଅଧିବେଶନ ଚିହ୍ନ
- କର୍ମଶାଳା - ଭିଜୁଆଲ ସହ ପ୍ରେଜେଣ୍ଟେସନ
- ଆଲୋଚନା - ମୌଖିକ ପ୍ରେଜେଣ୍ଟେସନ
ଅଗଷ୍ଟ ୧୩
ପୂର୍ବ ଆଲୋଚିତ ଅସୁବିଧା ଓ ନୂଆ ଅସୁବିଧାଗୁଡ଼ିକର ଆଲୋଚନା ଓ ସମାଧାନ • ଆଗାମୀ ବର୍ଷ ପାଇଁ ଯୋଜନା • ଆଲୋଚନା: ଉଇକିପିଡ଼ିଆ ପ୍ରସଙ୍ଗ ମାନ ଉନ୍ନତି • ବୈଷୟିକ ଅଧିବେଶନ
ସମୟଶିରୋନାମଜଣଙ୍କ ପିଛା ସମୟସୀମା
ସକାଳ ୧୦:୦୦–୧୧:୦୦

ସବୁ ଉଇକିଆଳି କହିବେ:

  • ନିଜର ପରିଚୟ
  • କେବେଠୁ ଉଇକିପିଡ଼ିଆ ବା ଆଉ କେଉଁ ଉଇକିମିଡ଼ିଆ ପ୍ରକଳ୍ପରେ ଜଡ଼ିତ
(୨ ମିନିଟ ଭିତରେ)
୧୧:୦୦-୧୧:୧୫

ଉଇକିମାନିଆ କ'ଣ ଆଉ ଏହାର ଲକ୍ଷ୍ୟ କ'ଣ
୧୧:୧୫-୧୧:୩୦ବିରତି
୧୧:୩୦ - ୧୨:୦୦

* କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି
  • ଉଇକିଆଳିଙ୍କ ଗୋଟିଏ-ଦୁଇଟି ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ଶିକ୍ଷା
ମଧ୍ୟାହ୍ନ ୧୨:୦୦ – ଅପରାହ୍ନ ୧:୦୦କେକ୍ କାଟିବା, ମନୋଜ କୁମାର ମିଶ୍ରଙ୍କ (IT Secretary) ସହିତ ଆଲୋଚନା
ଅପରାହ୍ନ ୧:୦୦ – ଅପରାହ୍ନ ୨:୦୦ମଧ୍ୟାହ୍ନ ଭୋଜନ
୨:୦୦ - ୩:୩୦

MCDC & Wikimedia Strategy 2030 and how Odia Wiki involve with this

୩:୩୦ - ୩:୪୫ଚା' ବିରତି
୩:୪୫ - ୪:୩୦ପରିଚାଳକଙ୍କର ଭୂମିକା ଓ ଓଡ଼ିଆ ଉଇକିପିଡ଼ିଆରେ ପରିଚାଳକଙ୍କ ଭୂମିକା
୪:୩୦ - ୫:୩୦ମିଳିତ ଗଣ-ସମ୍ପାଦନା
୫:୩୦ - ୬:୦୦ଅନ୍‌ଲାଇନ୍ ଯୋଗାଯୋଗ
ଅଗଷ୍ଟ ୧୪
ବୈଷୟିକ ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ • •
ସମୟଶିରୋନାମସୂଚନା
ସକାଳ ୧୦:୦୦–୧୦:୩୦

ପରିଚୟ ପ୍ରଦାନ ପର୍ବ
୧୦:୩୦-୧୨:୩୦

ଉଇକିପିଡ଼ିଆ ନୀତି

  • ଲିଖନଶୈଳୀ
  • ଆଧାର
ପ୍ରେଜେଣ୍ଟେସନ ଓ ତା'ପରେ କର୍ମଶାଳା ସହିତ ଆଲୋଚନା - ସଭିଙ୍କୁ କମ୍ପ୍ୟୁଟର (ବା ମୋବାଇଲ/ଟ୍ୟାବଲେଟରୁ ସମ୍ପାଦନା କରୁଥିଲେ ମୋ/ଟ୍ୟା) ଆଣିବାକୁ ଅନୁରୋଧ
୧୨:୩୦ - ୧୨:୩୫Happy B'day Wikidata Video
୧୨:୩୫ - ୧:୦୦JWB
୧:୦୦ - ୨:୦୦ ମଧ୍ୟାହ୍ନ ଭୋଜନ
୨:୦୦ - ୨:୩୦ ଗଣ-ସମ୍ପାଦନାର ପ୍ରଭାବ (ଆବଶ୍ୟକ/ଅନାବଶ୍ୟକ)
୨:୩୦ - ୩:୦୦ ଓଡ଼ିଆ ଉଇକିପିଡ଼ିଆର ସଫଳତାର କାହାଣୀ
୩:୦୦ - ୩:୩୦ ସନ୍ତାଳୀ ଉଇକିପଡ଼ିଆର ଇତିହାସ ଓ ସଫଳତା
୩:୩୦ - ୪:୩୦ ଉଇକିଡାଟା ଓ ଲେକ୍ସିମ୍
୪:୩୦ - ୪:୪୫ଚା' ବିରତି
୪:୪୫ - ୫:୦୦କେକ୍ କାଟିବା

ଅଂଶଗ୍ରହଣ

[ସମ୍ପାଦନା]

ଅଂଶଗ୍ରହଣ କରିଥିବା ଉଇକିଆଳିମାନେ

  1. ମୃତ୍ୟୁଞ୍ଜୟ କର
  2. ଶଶାଙ୍କ ଶେଖର ଦାସ
  3. ନସୀମ ଅଲ୍ଲୀ
  4. ଚିନ୍ମୟୀ ମିଶ୍ର
  5. ସଂଗ୍ରାମ କେଶରୀ ସେନାପତି
  6. ଶୈଳେଶ ପଟ୍ଟନାୟକ
  7. ପ୍ରତୀକ ପଟ୍ଟନାୟକ
  8. ଅଲିଭା ସାହୁ
  9. ଗାୟତ୍ରୀ ତ୍ରିପାଠୀ
  10. ସୌମେନ୍ଦ୍ର କୁମାର ସାହୁ
  11. ରାମଜିତ ଟୁଡୁ
  12. ଦୁର୍ଗା ସୋରେନ
  13. ମାନବପ୍ରୀତ୍ କୌର (WMF)
  14. ସୁବାସ ଚନ୍ଦ୍ର ରାଉତ
  15. ଶିତିକଣ୍ଠ ରାଉତ
  16. ବିକାଶ ରଞ୍ଜନ ଓଝା
  17. ଆଦିତ୍ୟ ମାହାର

ଇଥରପ୍ୟାଡ୍ ଲିଙ୍କ୍

[ସମ୍ପାଦନା]

ରିପୋର୍ଟ

[ସମ୍ପାଦନା]

ପ୍ରକାଶିତ ଖବର

[ସମ୍ପାଦନା]
  • "Two-day Wikimania event held". Sambad English (in English). Bhubaneswar: sambadenglish.com. 17 August 2022. Archived from the original on 18 August 2022. Retrieved 18 August 2022.{{cite news}}: CS1 maint: unrecognized language (link)