Jump to content

ଇରମ ଚାନୁ ଶର୍ମିଳା

ଉଇକିପିଡ଼ିଆ‌ରୁ

ଇରମ ଚାନୁ ଶର୍ମିଳା (ଜନ୍ମ ୧୪ ମାର୍ଚ୍ଚ ୧୯୭୨)[୧] "ଲୌହ ନାରୀ" ବା "ମେଙ୍ଗୁବି" ("ଗୋରୀ") ନାମରେ ଜଣା ଓ ଭାରତୀୟ ରାଜ୍ୟ ମଣିପୁରର ଜଣେ ନାଗରିକ ଅଧିକାର କର୍ମୀ, ରାଜନୀତିକ କର୍ମୀ ଓ କବି । ସେ ୨୦୦୦ ମସିହା ନଭେମ୍ବର ୨ ତାରିଖରେ[୨] ଆମରଣ ଅନଶନ ଆରମ୍ଭ କରି ୧୬ ବର୍ଷ ପରେ ୨୦୧୬ ଅଗଷ୍ଟ ୯ ତାରିଖରେ ସାରିଥିଲେ । ୫୦୦ ସପ୍ତାହରୁ ଅଧିକ କାଳ ଖାଦ୍ୟ ଓ ପାଣି ମନାକରି ସେ "ବିଶ୍ୱର ସର୍ବାଧିକ କାଳ ଆମରଣ ଅନଶନ" କରିଥିଲେ ।[୩] ୨୦୧୪ ମସିହାର ବିଶ୍ୱ ନାରୀ ଦିବସରେ ସେ MSN ଭୋଟ ଅନୁସାରେ ସେ ଭାରତର ଶ୍ରେଷ୍ଠ ନାରୀ ଚରିତ୍ର ଭାବେ ବଛାଯାଇଥିଲେ ।[୪][୫]

୨୦୧୪ ମସିହାରେ ଭାରତୀୟ ଜାତୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦୁଇ ରାଜନୀତିକ ଦଳ କଂଗ୍ରେସ ଓ ଭାରତୀୟ ଜନତା ଦଳ ଇରମଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ମନାକରିଦେଇଥିଲେ । ତା'ପରେ ନିୟମ ଅନୁସାରେ ଜେଲରେ ଥିବାରୁ କୌଣସି ନାଗରିକଙ୍କୁ ଭୋଟ ଦେବାର ଅଧିକାର ନ ଥିବାରୁ ତାଙ୍କୁ ଭୋଟଦାନ ପାଇଁ ମନାକରାଯାଇଥିଲା । ।[୬][୭][୮] କୌଣସି ଆଧାର ନଥିବାରୁ ୨୦୧୨ ଅଗଷ୍ଟ ୧୯ରେ ତାଙ୍କୁ ନ୍ୟାୟାଳୟ ତରଫରୁ ପୁଲିସ ହେପାଜତରୁ ବାହାରିବା ଲାଗି ଅନୁମତି ମିଳିଥିଲା । ତାଙ୍କୁ ୨୦୧୪ ଅଗଷ୍ଟ ୨୨ରେ ଆଗର ଗିରଫ ଭଳି ସମାନ ଆଧାରରେ ଆଉଥରେ ଗିରଫ କରାଯାଇ ୧୫ ଦିନ ହେପାଜତରେ ରଖାଯାଇଥିଲା ।[୯] ଆମେନ୍‌ଷ୍ଟି ଇଣ୍ଟରନ୍ୟାସନାଲ ତାଙ୍କୁ ଜଣେ ରାଜନୀତିକ ବନ୍ଦୀ ଘୋଷଣା କରିଥିଲା ।

  • ଫ୍ରାଗ୍ରାନ୍ସ ଅଫ ପିସ (୨୦୧୦)
  1. ↑ Mehrotra, Deepti Priya (2012). "The Making of an Activist". Burning Bright: Irom Sharmila and the Struggle for Peace in Manipur. Penguin Books India. ISBN 9788184751536.
  2. ↑ Bagchi, Suvojit (19 September 2006). "Manipur woman's marathon fast". BBC News, Manipur. Retrieved 11 November 2013. {{cite news}}: More than one of |accessdate= and |access-date= specified (help)
  3. ↑ Andrew Buncombe (4 November 2010). "A decade of starvation for Irom Sharmila". The Independent. Archived from the original on 9 August 2011. Retrieved 8 May 2011. {{cite news}}: More than one of |accessdate= and |access-date= specified (help)
  4. ↑ {{cite web}}: Empty citation (help)
  5. ↑ {{cite web}}: Empty citation (help)
  6. ↑ {{cite web}}: Empty citation (help)
  7. ↑ {{cite web}}: Empty citation (help)
  8. ↑ {{cite web}}: Empty citation (help)
  9. ↑ "Irom Chanu Sharmila charged with attempted suicide, sent to judicial custody again". The Times of India. 22 August 2014. Retrieved 22 August 2014. {{cite news}}: More than one of |accessdate= and |access-date= specified (help)