ଇଭାନ୍ ପାଭ୍ଲଭ୍

ଉଇକିପିଡ଼ିଆ ରୁ
Jump to navigation Jump to search
ଇଭାନ୍ ପେଟ୍ରୋୱିସ୍ ପାଭ୍ଲଭ୍
Иван Петрович Павлов
ଜନ୍ମ ୨୬ ସେପ୍ଟେମ୍ବର ୧୮୪୯(1849-09-26)
ରିୟାଯାନ, ଋଷ୍
ମୃତ୍ୟୁ ୨୭ ଫେବୃଆରୀ ୧୯୩୬ (୮୬ ବର୍ଷ)
ଲେନିନ୍ ଗାର୍ଡ଼, ସୋଭିୟେତ୍ ଋଷ୍
ବାସସ୍ଥାନ ଋଷ୍, ସୋଭିୟେତ୍ ଋଷ୍
ଜାତୀୟତା ଋଷୀ, ସୋଭିୟେତ୍
କ୍ଷେତ୍ର ଦେହତତ୍ତ୍ୱ, ଚିକିତ୍ସକ
ସଂସ୍ଥାନ ସାମରୀକ ଚିକିତ୍ସା ଏକାଡ଼େମୀ
ମାତୃ ସଂସ୍ଥାନ ସେନ୍ଟ ପିଟେର୍ସବର୍ଗ ବିଶ୍ୱବିଦ୍ୟାଳୟ
ଜଣାଶୁଣା ସ୍ଵୟଂଚାଳିତ ସ୍ନାୟବିକ ପ୍ରତିକ୍ରିୟା
ଆଚରଣ ପରିବର୍ତ୍ତନ
ଉଲ୍ଲେଖନୀୟ ପୁରସ୍କାର ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର (୧୯୦୪)
କୋପ୍ଲେ ମେଡ଼ାଲ୍ (୧୯୧୪)

ରୁଷୀୟ ବୈଜ୍ଞାନିକ ଇଭାନ୍ ପେତ୍ରୋଭିସ୍ ପାଭ୍ଲଭ୍ (୨୬ ସେପ୍ଟେମ୍ବର ୧୮୪୯-୨୭ ଫେବ୍ରୁଆରୀ ୧୯୩୬) ୧୯୦୪ ମସିହାରେ ଶରୀରତତ୍ତ୍ଵ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର ପାଇଥିଲେ । ଜୀବ ପାଚକ କ୍ରିୟାରେ ଲାଳ ବୋହିବା ଘଟଣା ସହିତ ମନର ସମ୍ପର୍କ ବିଷୟରେ ଆବିଷ୍କାର କରିଥିବା ତଥ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।

ବାଲ୍ୟକାଳ ଓ ଶିକ୍ଷା[ସମ୍ପାଦନା]

ପାଭ୍ଲଭ୍ ରୁଷିୟାର ରିୟାଯାନ ସହରରେ ଜନ୍ମ ଗ୍ରହଣ କରିଥିଲେ । ପିତା ପିଟର ମିଟ୍ରିଭିଚ୍ ପାଭ୍ଲଭ ଓ ମାତା ବାର୍ବାରା ଇଭାନୋଭା ଉସ୍ପେନସ୍କାଙ୍କ ସୁପୁତ୍ର ହେଉଛନ୍ତି ଇଭାନ୍ | ସାତ ବର୍ଷ ବୟସରେ, ଗୋଟିଏ ଉଚ୍ଚ କାନ୍ଥ ଉପରୁ ପଡ଼ି ସେ ଗୁରୁତର ଆହତ ହୋଇଯାଇଥିଲେ | ସେଥିପାଇଁ ସେ ୧୧ ବର୍ଷ ବୟସ ଯାଏଁ ବିଦ୍ୟାଳୟ ଶିକ୍ଷା ପ୍ରାରମ୍ଭ କରିପାରିନଥିଲେ | ପାଭ୍ଲଭ ରିୟାଯାନ ଚର୍ଚ ସ୍କୁଲରେ ପଢ଼ୁଥିଲେ ।

ପରିବାରର କୌଳିକ ବୃତ୍ତି ଥିଲା ଧର୍ମଯାଜକ | ମାତ୍ର କୌଳିକ ବ୍ରୁତ୍ତି ପାଇଁ ଉଦ୍ଦିଷ୍ଟ ଶିକ୍ଷାରୁ ଅବ୍ୟାହତ ନେଇ ସେଣ୍ଟ୍ ପିଟର଼ବର୍ଗ୍ ବିଶ୍ଵବିଦ୍ୟାଳୟରେ ପ୍ରାକ୍ରୁତିକ ବିଗ୍ୟାନରେ ପଢ଼ିବା ପାଇଁ ନାମ ଲେଖାଇଲେ । ୧୮୭୫ରେ ବିଶ୍ଵ ବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ତାଙ୍କର ପାଠ ପଢା ସମାପ୍ତ ହୋଇନଥିଲା । ତାଙ୍କର ଅହେତୁକ ଆଗ୍ରହ ଥିଲା ଜୀବକ୍ରିୟା ବିଗ୍ୟାନରେ । ତେଣୁ ସେ ଏକାଡେମୀ ଅଫ୍ ମେଡିକାଲ୍ ସର୍ଜରୀ ଅନୁଷ୍ଠାନରେ ପଢ଼ା ଆରମ୍ଭ କରିଥିଲେ । ୧୮୭୮ ମସିହାରେ ଆୟୁର୍ବିଜ୍ଞାନ ଡିଗ୍ରୀ ପାଇଥିଲେ । ପାଠ୍ୟକ୍ରମର ଅଧିକରୁ ଅଧିକ ବିଷୟ ଅଧ୍ୟୟନ କରି ସେ ସ୍ଵର୍ଣ ପଦକ ଲାଭ କରିଥିଲେ ।

ବୃତ୍ତି ପାଇ ପାଭ୍ଲଭ୍ ଏକ ଗବେଷଣାଗାରରେ କାର୍ଯ୍ୟ କରିବା ସହିତ ନିଜର ଡକ୍ଟରେଟ୍ ଡିଗ୍ରୀ ପାଇଁ ଗବେଷଣା ନିବନ୍ଧ ଲେଖିଥିଲେ ଓ ୧୮୮୩ ମସିହାରେ ଡକ୍ଟରେଟ୍ ଡିଗ୍ରୀରେ ଭୂଷିତ ହୋଇଥିଲେ । ସେ ଏହି ଗବେଷଣା ମାଧ୍ୟମରେ ଦର୍ଶାଇଥିଲେ ଯେ ହୃତ୍ପିଣ୍ଡର କେତେକ ସ୍ନାୟୁ ସଂସ୍ଥାଦ୍ୱାରା ମଣିଷ ଓ ପଶୁମାନଙ୍କ ଜୀବନକ୍ରିୟା ହୋଇଥାଏ ଯାହାକୁ ସିଏ ନର୍ଭିସିମ୍ ତଥ୍ୟ ଭାବେ ପରିଚିତ କରାଇଥିଲେ । ୧୮୯୧ ମସିହାରେ ପାଭ୍ଲଭ୍ ଏକ୍ସପେରିମେଣ୍ଟାଲ୍ ମେଡିସିନ୍ର ଅନୁଷ୍ଠାନକୁ ନିମନ୍ତ୍ରିତ ହୋଇ ଯାଇଥିଲେ। ସେଠାରେ ସେ ଡିପାର୍ଟମେଣ୍ଟ ଅଫ୍ ଫିଜିଓଲୋଜିକୁ ୪୫ ବର୍ଷ ସୁଚାରୁ ରୂପେ ଚଳାଇଥିଲେ।

ଗବେଷଣା[ସମ୍ପାଦନା]

ପାଭ୍ଲଭ୍ଙ୍କ କୁକୁର, ପାଭ୍ଲଭ୍ ସଂଗ୍ରହାଳୟ, ରିୟାଯାନ, ରୁଷ୍

ପାଭ୍ଲଭ୍ ଯେଉଁ ଗବେଷଣା ପାଇଁ ଅଧିକ ପ୍ରସିଦ୍ଧ ଥିଲେ, ତାହା ହେଉଛି ଅର୍ଜିତ ପ୍ରତିବର୍ତ୍ତ ବା ସ୍ଵୟଂଚାଳିତ ସ୍ନାୟବିକ ପ୍ରତିକ୍ରିୟା ([୧])। ପାଭ୍ଲଭ୍ ତାଙ୍କ କୁକୁରମାନଙ୍କୁ ଘଣ୍ଟି ବଜାଇବା ପରେ ଖାଦ୍ୟ ଦେଉଥିଲେ। ଖାଦ୍ୟ ପାଇବା ପରେ କୁକୁରମାନଙ୍କ ପାଟିରୁ ଲାଳ ବୋହୁଥିଲା। ଏହିଭଳି କିଛି ଦିନ ଅଭ୍ୟାସ ହେବା ପରେ ଘଣ୍ଟି ବଜାଇ ଖାଦ୍ୟ ନ ଦିଆଗଲେ ମଧ୍ୟ କୁକୁରମାନଙ୍କ ପାଟିରୁ ଲାଳ ଗଡୁଥିବାର ଦେଖାଗଲା। ଏଥିରୁ ପାଭ୍ଲଭ୍ ପ୍ରମାଣ କରିଥିଲେ ଯେ ଲାଳ ବୋହିବା ଏକ ମନସ୍ତ୍ତତ୍ତ୍ଵ କ୍ରିୟା ଯାହା ଜୀବ ଆସୁଥିବା ଘଟଣାକୁ ମନରେ ଉପଲବ୍ଧ କରି ଶରୀରକ୍ରିୟା ସମ୍ପାଦନ କାରିଥାଏ। ଏହାକୁ କୁହାଯାଏ ଅର୍ଜିତ ପ୍ରତିବର୍ତ୍ତ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ବିଜ୍ଞାନକୁ ତାଙ୍କର ଏହି ବୃହତ୍ ଅବଦାନ ପାଇଁ ତାଙ୍କୁ ୧୯୦୪ରେ ନୋବେଲ୍ ପୁରସ୍କାର ସହିତ ସମ୍ମାନ କରାଯାଇଥିଲା। ୧୯୦୭ ମସିହାରେ ତାଙ୍କୁ ରୁଷିୟ ବିଗ୍ୟାନ ଏକାଡେମୀର ଏକାଡେମିସିଆନ ଭାବେ ନିର୍ବାଚିତ କରାଯାଇଥିଲା। ୧୯୧୨ ମସିହାରେ ତାଙ୍କୁ କ୍ୟାମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟ ତରଫରୁ ଅନରାରୀ ଡକ୍ଟରେଟ ପ୍ରଦାନ କରାଯାଇଥିଲା। ୧୯୧୫ ମସିହାରେ ମେଡିକାଲ୍ ଏକାଡେମୀ ଅଫ୍ ପ୍ୟାରିସ୍ ତାଙ୍କୁ 'ଅର୍ଡର ଅଫ୍ ଦ ଲେଜିୟନ୍ ଅପ୍ ଅନର' (Order of the Legion of Honour [୨]) ପାଇଁ ମନୋନିତ କରିଥିଲା। ସୋଭିଏତ୍ ସରକାର ମଧ୍ୟ ତାଙ୍କୁ ଖୁବ୍ ସମ୍ମାନ ଦେଇଥିଲା।

ମୃତ୍ୟୁ[ସମ୍ପାଦନା]

ପାଭ୍ଲଭ୍ ବିଜ୍ଞାନ ପାଇଁ ଏଭଳି ପାଗଳ ଥିଲେ ଯେ ମୃତ୍ୟୁ ଶଯ୍ୟାରେ ଥିବା ସମୟରେ ତାଙ୍କର ଜଣେ ପ୍ରିୟ ଛାତ୍ରକୁ ତାଙ୍କ ପାଖରେ ବସାଇଥିଲେ ଓ ମରିବା ସମୟରେ କ'ଣ ଘଟଣା ବା ଜୀବକ୍ରିୟା ଘଟୁଛି ତାହା ଲିପିବଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇଭାନ୍ ପାଭ୍ଲଭ୍ ୧୯୩୬ ମସିହା ଫେବୃଆରୀ ୨୭ ତାରିଖରେ ସୋଭିଏତ୍ ୟୁନିୟନ୍ର ଲେନିନ୍ ଗ୍ରାଡ୍ ସହରରେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ।

ଆଧାର[ସମ୍ପାଦନା]

  1. [୩]https://en.wikipedia.org/wiki/Legion_of_Honour
  2. [୪]http://www.biography.com/people/ivan-petrovich-pavlov-9435332#synopsis
  3. [୫]https://en.wikipedia.org/wiki/Ivan_Pavlov
  4. [୬]https://en.wikipedia.org/wiki/Classical_conditioning