ଇବ ଉପତ୍ୟକା କୋଇଲାଖଣି

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox mine

ଇବ ଉପତ୍ୟକା କୋଇଲାଖଣି , ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ମହାନଦୀର ଉପନଦୀ ଇବ ନଦୀର ଉପତ୍ୟକା ଅବଚଳରେ ଥିବା କୋଇଲାଖଣି ସମୂହ । 

ଇତିହାସ [ସମ୍ପାଦନା]

 1900 ମସିହାରେ ବେଙ୍ଗଲ ନାଗପୁର ରେଳବାଇ ତାହାର ଲାଇନ ସଂଯୋଗ ପାଇଁ ଇବ ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ନଦୀ ତଟରେ ଖନନ କଲାବେଳେ ସେଠାରେ ବିପୁଳ ପରିମାଣର କୋଇଲା ଥିବାର ଦେଖାଗଲା । ଏହା ପରେ ଅଧିକ ନିରୀକ୍ଷ୍ୟା କାର୍ଯ୍ୟ କରାଯାଇ 1909 ମସିହାରେ ହିମଗିରି ରାମପୁର କୋଇଲା  କମ୍ପାନୀ 2003ଗଠନ କରାଯାଇ ସେହି ବର୍ଷ ରାମପୁରଠାରେ ମୁକ୍ତ କୋଇଲାଖଣି ଆରମ୍ଭ ହେଇଥିଲା । ଏହା ନିକଟରେ ବେସରକାରୀ ଉଦ୍ଯୋଗ ମାନଙ୍କଦ୍ୱାରା ଭୂତଳ କୋଇଲାଖଣି ମାନ ଆରଭ ହେଇଥିଲା । 1973ରେ ଭାରତର ସମସ୍ତ କୋଇଲାଖଣି ଜାତୀୟ କରଣ ହେଲା । ଏଥିପାଇଁ ଏହି କୋଇଲାଖଣି ସମୂହକୁ ପଶ୍ଚିମାଞ୍ଚଳ କୋଇଲାଖଣି ଅଧୀନରେ ରଖାଯାଇଥିଲା । 1986ରେ ଏହା ଦକ୍ଷିଣ ପୂର୍ବ କୋଇଲାଖଣି ଲିମିଟେଡ ଅଧୀନକୁ ଯାଇ ପରେ 1992ରେ ଓଡ଼ିଶାର ଅନନ୍ୟ କୋଇଲା ଖଣିକୁ ନେଇ ଗଠିତ ମହାନଦୀ କୋଇଲାଖଣି ଲିମିଟେଡ ଅଧୀନକୁ ଗଲା । ଇବ ଉପତ୍ୟକାରେ ଥିବା କୋଇଲାଖଣି ଅଞ୍ଚଳରେ 3ଟି ଓପନ କାଷ୍ଟ ସହ ଭୂତଳ ଖଣି ସବୁ ରହିଛି । ଏଠାରେ 2003 ମସିହାରେ 15.51 ମିଲିୟନ ଟନ କୋଇଲା ଉତ୍ତୋଳିତ ହେଇଥିଲା । .[୧][୨][୩]

କୋଇଲାଖଣି ଅବସ୍ଥିତି [ସମ୍ପାଦନା]

ଇବ ଉପତ୍ୟକା କୋଇଲାଖଣିର ଭୌଗୋଳିକ ଅବସ୍ଥିତି  21° 41′N and 22° 06′N and longitudes 83° 30′E and 84° 08′E . ଏହାର ଆୟତନ 1,375 ବର୍ଗକିଲୋମିଟର .[୪]

ଭୂ- ସମ୍ପଦ ବିଭାଗ ତରଫରୁ ସର୍ଭେ ଅନୁସାରେ ଓଡ଼ିଶାର ତାଳଚେର କୋଇଲା ଖଣିଅଞ୍ଚଳରେ ସମୁଦାୟ 38.65 ବିଲିଅନ ଟନ କୋଇଲା ଗଚ୍ଛିତ ଥିବା ବେଳେ ଇବ ଉପତ୍ୟକାରେ 22.3 ବିଲିଅନ ଟନ ରହିଥିବାର ଜଣା ଯାଏ । ତାଳଚେରରେ ଦେଶର ସର୍ବାଧିକ କୋଇଲା  ଥିବା ବେଳେ ଇବ ଉପତ୍ୟକାର ସ୍ଥାନ ତୃତୀୟ । .[୫]

ଏହି ଅଞ୍ଚଳ ପ୍ରାଚୀନ ଗଣ୍ଡୱାନା ବେସିନର ଏକ ଅଂଶ । [୨]

ଯାତାୟତ ଓ ପରିବହନ [ସମ୍ପାଦନା]

ଏହି ଅଞ୍ଚଳ ଦେଇ  ଦକ୍ଷିଣ -ପୂର୍ବ-କେନ୍ଦ୍ର ରେଳବାଇର ଲାଇନ ଯାଇଛି । ବ୍ରଜରାଜନଗର ରେଳ ଷ୍ଟେସନ ଓ ଇବ ଉପତ୍ୟକା ଷ୍ଟେସନଠାରୁ ଏଠାରୁ କୋଇଲା ଅନନ୍ୟ ଅଞ୍ଚଳକୁ ପରିବହନ କରା ଯାଇ ଥାଏ । ଏଠାରେ ଭାରତୀୟ ଜାତୀୟ ରାଜପଥ 200 ମଧ୍ୟ ଯାଇଛି । area links to NH 200.[୪]

ଅଧିକ ରେଳ ପରିବହନ ନିମନ୍ତେ ମହାନଦୀ କୋଇଲାଖଣିର ଆର୍ଥିକ ସହଯୋଗିତାଦ୍ୱାରା ଝାରସୁଗୁଡା-ବରପାଲି ରେଳ ଲାଇନ ନିର୍ମାଣ ପାଇଁ ଉଦ୍ୟମ ଚାଲିଛି । .[୬]

ଆଧାର [ସମ୍ପାଦନା]