ଇନ୍ଦ୍ରାବତୀ ଜାତୀୟ ପାର୍କ

ଉଇକିପିଡ଼ିଆ‌ରୁ
ଇନ୍ଦ୍ରାବତୀ ଜାତୀୟ ପାର୍କ
Indravati Tiger Reserve
IUCN Category II (National Park)
Map showing the location of ଇନ୍ଦ୍ରାବତୀ ଜାତୀୟ ପାର୍କ.
Map showing the location of ଇନ୍ଦ୍ରାବତୀ ଜାତୀୟ ପାର୍କ.
ଅବସ୍ଥାନBijapur district, Chhattisgarh, India
ପାଖ ସହରJagdalpur
କ୍ଷେତ୍ରଫଳ1258.37 sq.km.
ସ୍ଥାପିତ1978
ପରିଚାଳନାConservator of Forest (Field Director)
Official website

ଇନ୍ଦ୍ରାବତୀ ଜାତୀୟ ପାର୍କ ବ୍ହରତୀୟ ରାଜ୍ୟ ଛତିଶଗଦର ବିଜାପୁର ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ ।  ଇନ୍ଦ୍ରାବତୀ ନଦୀ ଅନୁସାରେ ଏହାର ନାମକରଣ ଏହିପରି ହେଇଛି । ଏଠାରେ ବର୍ତ୍ତମାନ ବିରଳ ହେଇ ଯାଉଥିବା ଆରଣ୍ୟ ମହିଷୀ ମାନଙ୍କର ବାସସ୍ଥାନ । 

Iଏହି ପାର୍କ ଛତିଶଗଦ ରାଜ୍ୟରେ ଥିବା ସମସ୍ତ ବନ୍ୟପ୍ରାଣୀ ପାର୍କଠାରୁ ସର୍ବୋତ୍ତମ ଓ ପ୍ରସିଦ୍ଧ । ଏହା ଛତିଶଗଦରେ ଥିବା 2ଟି ବ୍ୟାଧର ରିଜର୍ଭ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।ଅନନ୍ୟଟି ଉରଣ୍ଡୀ-ସିତଣ୍ଡି ନାମରେ ପରିଚିତ । ଇନ୍ଦ୍ରାବତୀ ନଦୀ ଏହି ପାର୍କର ପୂର୍ବ ଅଞ୍ଚଳରୁ ପଶ୍ଚିମ ଅଞ୍ଚଳ ଯାଇ ପ୍ରବାହିତ ଓ ଏହା ସେ ପଟରେ ପ୍ରାଚୀର ପରି କାର୍ଯ୍ୟ କରିଥାଏ ।ଏହି ପାର୍କର ଆୟତନ 2799.08 ବର୍ଗ କିଲୋମିଟର । ଏହା 1978ରେ ଜାତୀୟ ପାର୍କ ଓ 1983ରେ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା   ପାଇଥିଲା । ଏହାକୁ ଭାରତର ସର୍ବଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ କୁହାଯାଏ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ପାର୍କ ସାଧାରଣତଃ 177ରୁ 599 ମିଟର ସମୁଦ୍ରପତ୍ତାନ ଉପରେ  ରହିଛି । ମୁଖ୍ଯତଃ ପାର୍ବତ୍ଯ ଆରଣ୍ୟରେ ପୂର୍ଣ ଏହି ପାର୍କରେ ବହୁବିଧ ପ୍ରକାର ବନ୍ୟ ପ୍ରାଣୀ ଓ ପକ୍ଷୀ ରହନ୍ତି । ସେଥିମଧ୍ୟରୁ କେତେକ ଅବଲୁପ୍ତ ଅବସ୍ଥାକୁ ଆସୁଥିବା ବିରଳ ପ୍ରଜାତିର ଜୀବ ଜନ୍ତୁ ମଧ୍ୟ ଅନ୍ତର୍ଭୁକ୍ତ ।ଚିର ସବୁଜ ତଥା ଘ୍ଯଞ୍ଚ ଆରଣ୍ୟରେ ପରିପୂର୍ଣ ଏହି ପାର୍କ ପର୍ଯ୍ୟଟକଙ୍କୁ ବହୁ ସଂଖ୍ୟା  ରେ ଆକର୍ଷିତ କରେ ।  

ବୃକ୍ଷରାଜି [ସମ୍ପାଦନା]

ଏଠାରେ ଟ୍ରାପିକାଳ ଜାତୀୟ ଆର୍ଦ୍ର ଭୂ7ମି ଜଙ୍ଗଲରେ ହଉଥିବା ଶାଲ , ପିଆଶାଳ , ଓ ବାଉଶ ବୃକ୍ଷ ବହୁଳ ପରିମାଣରେ ଦେଖାଯାଇଥାଏ । ଏହି ଜଙ୍ଗଲ ମଧ୍ୟରେ ଉତ୍କୃଷ୍ଟ ତୃଣଭୂମିଗୁଡ଼ିକ ମଧ୍ୟ ରହିଥିବାରୁ ତାହା ଆରଣ୍ୟ ମହିଷୀ ଓ ଚିତଳ , ସଂବର , ହରିଣ ନୀଳଗାଇ , ଗୌର ଆଦି ଜନ୍ତୁଙ୍କ ପାଇଁ ଆହାର ଦେଇଥାଏ । 

ବନ୍ୟପ୍ରାଣୀ [ସମ୍ପାଦନା]

ଅସିଆ ଆରଣ୍ୟ ମହିଷୀ ଏହି ପାର୍କରେ ବହୁ ସଂଖ୍ୟାରେ ଏବେ ଯାଏ ରହିଛନ୍ତି । ଯଦିଓ ସେମାନେ ଅନନ୍ୟ ସ୍ଥାନରେ ବିଲୁପ୍ତ ହେଇ ଗଲେଣି । ଭାରତୀୟ ବାଇଶନ , ( ଗୌର) ସଂଭର , ଚିତଳ ଚାରି ଶ୍ରୁଙ୍ଗ ବିଶିଷ୍ଟ ହରିଣ , ଜଙ୍ଗଲି ଶ୍ୱାନ , ଉଡନ୍ତା ନେଉଳ ପୋର୍କୁପାଇନ ଆଦି ଏହାର ମୂଲ୍ଯବାନ ପ୍ରନିସମ୍ପଦ ଭିତରେ ଅଛନ୍ତି । ଏହା ଚ୍ଯହାଡ ବହୁ ସହନ୍ୟାରେ କୋବରା , ପାଇଥନ ଜାତୀୟ ସରୀସୃପ ମଧ୍ୟ ଦେଖାଯାଇଥାନ୍ତି । 

ଯାତାୟତ [ସମ୍ପାଦନା]

ଜଗଦଳପୁର  ଠାରୁ ଏଠାକୁ ସହଜରେ ରାସ୍ତା ପଥ ଦେଇ ଆସି ହୁଏ । ଏଠାରୁ ନିକଟତମ ଗ୍ରାମ କୁଟୃଇଠାରୁ 22.4 କିଲୋମିଟର ଜଗଦଳ ପୁର - ଭୋପାଲପଟ୍ଟନାମ ରାସ୍ତାରେ ଆସିଲେ ପହଞ୍ଚି ହୁଏ । ଜଗଦଳପୁରଠାରୁ 145.6 କିଲୋମିଟର ଆସିଲେ କୁଟୃଇ ଲିଙ୍କ ରୋଡ ପହଞ୍ଚି ହୁଏ । ଏହାର ନିକଟତମ ରେଳ ଷ୍ଟେସନ ଓ ବିମାନ ବନ୍ଦର ଜଗଦଳପୁରଠାରେ ଅବସ୍ଥିତ । 

ଗସ୍ତ ସମୟ [ସମ୍ପାଦନା]

ଡିସେମ୍ବର 15ରୁ ଜୁନ 15 ଯାଏ ପାର୍କକୁ ପାରଦର୍ଶନ ପାଇଁ ଆସିବାର ଉପଯୁକ୍ତ ସମୟ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]