ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର

ଉଇକିପିଡ଼ିଆ‌ରୁ
ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର‌
ସ୍ଥାପିତ୨୦୧୫
ଅବସ୍ଥାନସମ୍ବଲପୁର, ଓଡ଼ିଶା, ଭାରତ India
ପରିସରସହରାଞ୍ଚଳ
ୱେବସାଇଟiimsambalpur.ac.in


ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର‌(ଇଂରାଜୀ : Indian Institute of Management Sambalpur) , ଏକ ସ୍ୱୟଂଶାସିତ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନ ।[୧] ଏହା ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁରଠାରେ ଅବସ୍ଥିତ । ୨୦୧୮-୨୦ ବ୍ୟାଚରେ ଗୋଟିଏ ମଧ୍ୟ ଝିଅ ଏହି ଅନୁଷ୍ଠାନରେ ନାମ ଲେଖାଇ ନଥିବା ବେଳେ, ୨୦୧୯-୨୧ ବ୍ୟାଚରେ ୯୮ଟି ସିଟ ମଧ୍ୟରୁ ୫୦ ଜଣ ଝିଅ ଥିଲେ । ଭାରତର ସମସ୍ତ ଆଇଆଇଏମ ମଧ୍ୟରୁ ଏହ ହାର ସର୍ବାଧିକ ।[୨]

ପ୍ରତିଷ୍ଠା[ସମ୍ପାଦନା]

ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ସମ୍ବଲପୁର‌ , ଭାରତର ଉନବିଂଶତମ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନ । ଏଠାରେ ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମ(PGP) ୨୩ ସେପ୍ଟେମ୍ବର ୨୦୧୫ରେ ଆରମ୍ଭ ହୋଇଥିଲା । [୩]ବର୍ତ୍ତମାନ ଏହି ଅନୁଷ୍ଠାନ ଅସ୍ଥାୟୀ ଭାବରେ ସମ୍ବଲପୁର ସନ୍ନିକଟ ଶାସନଠାରେ ଥିବା ସିଲିକନ ଇନଷ୍ଟିଚୁଟରେ ଚାଲିଛି । 

ତତ୍ତ୍ୱାବଧାନ[ସମ୍ପାଦନା]

ଏହି ଅନୁଷ୍ଠାନ ବର୍ତ୍ତମାନ ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ ଇନ୍ଦୋରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି । ସମ୍ବଲପୁର ସହର ରାୟପୁର, ଭୁବନେଶ୍ୱର ଓ କଲିକତା ସହ ସଡ଼କ ପଥ ଓ ରେଳପଥଦ୍ୱାରା ଏବଂ ଭୁବନେଶ୍ୱର ସହ ଆକାଶପଥଦ୍ୱାରା ସଂଯୁକ୍ତ ହେଇଥିବାରୁ ଏହି ଅନୁଷ୍ଠାନ ପାଇଁ ଉପଯୁକ୍ତ ସ୍ଥାନ ବୋଲି ବିଚାର କରା ଯାଇଥିଲା । ୨୦୧୪ରେ ଏହି ଅନୁଷ୍ଠାନ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପ୍ରାପ୍ତ ହେଇଥିଲା । 

ସ୍ଥାୟୀ କ୍ୟାମ୍ପସ[ସମ୍ପାଦନା]

ଏଥିପାଇଁ ସ୍ଥାୟୀ ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବସନ୍ତପୁର ଗ୍ରାମ ସନ୍ନିକଟରେ ୨୩୭ ଏକର ଜମି ଚିହ୍ନଟ କରାଯାଇଛି । 

ଆଧାର[ସମ୍ପାଦନା]

  1. "Newer IIMs score on gender diversity front". economictimes.indiatimes.com. ଇକୋନୋମିକ ଟାଇମ୍ସ. Retrieved 31 July 2019.
  2. "IIM Sambalpur Records Over 50% Female Enrollment". www.ndtv.com. ndtv. Retrieved 31 July 2019.
  3. http://timesofindia.indiatimes.com/city/bhubaneswar/Classes-begin-at-IIM-Sambalpur/articleshow/49085313.cms