ଇଣ୍ଟ୍ରାସେରେବ୍ରାଲ ହେମୋରେଜ

ଉଇକିପିଡ଼ିଆ ରୁ
Jump to navigation Jump to search
ଇଣ୍ଟ୍ରାସେରେବ୍ରାଲ ହେମୋରେଜ
cerebral haemorrhage, cerebral hemorrhage, intra-axial hemorrhage, cerebral hematoma, cerebral bleed
Intracerebral hemorrage (CT scan).jpg
CT scan of a spontaneous intracerebral bleed, leaking into the lateral ventricles
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିNeurosurgery
ଆଇସିଡ଼ି-୧୦I61., P10.1
ଆଇସିଡ଼ି-୯-ସିଏମ୍431
MeSHD002543

ଇଣ୍ଟ୍ରାସେରେବ୍ରାଲ ହେମୋରେଜ ବା ପ୍ରମସ୍ତିଷ୍କାଭ୍ୟନ୍ତର ରକ୍ତସ୍ରାବ (ଇଂରାଜୀ ଭାଷାରେ Intracerebral hemorrhage ବା ଆଇସିଏଚ/ICH ବା cerebral bleed) ଏକ ପ୍ରକାର ଖପୁରୀ ଅଭ୍ୟନ୍ତର ରକ୍ତସ୍ରାବ ଯାହା ମସ୍ତିଷ୍କ ତନ୍ତୁ (brain tissue|) ଭିତରେ ବା ଭେଣ୍ଟ୍ରିକ୍ଲ (ventricles) ଭିତରେ ହୋଇପାରେ । [୧] ଏହି ରୋଗର ଲକ୍ଷଣ: ମୁଣ୍ଡବଥା, ଏକ ପାଖିଆ ଦୁର୍ବଳତା, ବାନ୍ତି, ଅପସ୍ମାର ବାତ, ସ୍ୱଳ୍ପ ସ୍ତରର ଚେତନା (decreased level of consciousness) ଓ ଶକ୍ତ ବେକ (neck stiffness) ।[୨] ସମୟ କ୍ରମେ ଲକ୍ଷଣ ଖରାପ ଦିଗକୁ ଯାଏ । ସାଧାରଣତଃ ଜ୍ୱର ମଧ୍ୟ ହୁଏ । ଅନେକ କେଶ୍‌ରେ ଉଭୟ ମସ୍ତିଷ୍କ ତନ୍ତୁ ଓ ଭେଣ୍ଟ୍ରିକ୍ଲ ମଧ୍ୟରେ ରକ୍ତସ୍ରାବ ହୁଏ ।[୩]

ମସ୍ତିଷ୍କ ଆଘାତ (brain trauma), ମସ୍ତିଷ୍କ ଆନିଉରିଜ୍ମ (aneurysm), ଆର୍ଟେରିଓଭେନସ ମାଲଫର୍ମେସନ (arteriovenous malformation), ଓ ମସ୍ତିଷ୍କ ଅର୍ବୁଦ (brain tumors) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ ।[୩] ଉଚ୍ଚ ରକ୍ତଚାପ (high blood pressure) ଓ ଆମିଲଏଡୋସିସ (amyloidosis) ଆଲକୋହୋଲିଜ୍ମ (alcoholism), ସ୍ୱଳ୍ପ କୋଲେସ୍ଟେରୋଲ (low cholesterol), ରକ୍ତ ପତଳାକାରୀ ଔଷଧ (blood thinners) ଓ କୋକେନ (cocaine) ଇତ୍ୟାଦି ଯୋଗୁ ସ୍ୱତଃ ରକ୍ତସ୍ରାବ ସଙ୍କଟ ସୃଷ୍ଟି ହୁଏ ।[୨] ସିଟି ସ୍କାନ (‌CT scan) ଅନୁଶୀଳନ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଇସକେମିକ ସ୍ଟ୍ରୋକ (ischemic stroke) ରୋଗରେ ମଧ୍ୟ ସମ ଲକ୍ଷଣ ଦେଖାଯାଏ ।[୩]

ଆଇସିୟୁରେ (intensive care unit) ଏହି ରୋଗର ଚିକିତ୍ସା କରାଯାଏ । ସିସ୍ଟୋଲିକ ରକ୍ତଚାପ ୧୪୦ମିମିପାରଦରୁ କମେଇବା ଆବଶ୍ୟକ । ରକ୍ତ ଶର୍କରା ସ୍ତର ସାଧାରଣ ମାତ୍ରାରେ ରଖାଯାଏ, ଆବଶ୍ୟକତା ଅନୁସାରେ ରକ୍ତ ପତଳାକାରୀ ଔଷଧ ଦେବା ବନ୍ଦ ବା ବଦଳ କରିଦିଆଯାଏ । ହାଇଡ୍ରୋସେଫାଲସ ଥିଲେ ଭେଣ୍ଟ୍ରିକୁଲାର ଡ୍ରେନ (ventricular drain) ଦିଆଯାଏ, କର୍ଟିକୋସ୍ଟିରଏଡ (corticosteroids) ଆଦୌ ଦିଆଯାଏ ନାହିଁ । କେତେକ କେଶ୍‌ରେ ଅପରେଶନ କରି ରକ୍ତ ବାହାର କରିବାକୁ ଆବଶ୍ୟକ ହୁଏ ।[୩]

ପ୍ରତି ୧୦,୦୦୦ ଲୋକରେ ବାର୍ଷିକ ୨.୫ ଜଣକୁ ଏହି ରୋଗ ଆକ୍ରମଣ କରେ । ପୁରୁଷ ଓ ବ‌ୟସ୍କ ଲୋକଙ୍କୁ ଅଧିକ ରୋଗ ହୁଏ । ରୋଗ ହେବାର ଏକ ମାସ ମଧ୍ୟରେ ପ୍ରାୟ ୪୪% ଲୋକ ମୃତ୍ୟୁ ବରଣ କରନ୍ତି । ରୋଗାକ୍ରାନ୍ତ ଲୋକଙ୍କ ମଧ୍ୟରୁ କେବଳ ୨୦% ଲୋକଙ୍କର ଫଳାଫଳ ଭଲ ହୁଏ ।[୨] ସ୍ଟ୍ରୋକ‌କୁ (Stroke) ସନ ୧୮୨୩ ମସିହାପରଠାରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ରକ୍ତସ୍ରାବ ଓ ସ୍ୱଳ୍ପ ରକ୍ତ ପ୍ରବାହ ।[୪]

ଆଧାର[ସମ୍ପାଦନା]

  1. Naidich, Thomas P.; Castillo, Mauricio; Cha, Soonmee; Smirniotopoulos, James G. (2012). Imaging of the Brain ,Expert Radiology Series,1: Imaging of the Brain (in ଇଂରାଜୀ). Elsevier Health Sciences. p. 387. ISBN 1416050094.
  2. ୨.୦ ୨.୧ ୨.୨ Caceres, JA; Goldstein, JN (August 2012). "Intracranial hemorrhage". Emergency medicine clinics of North America. 30 (3): 771–94. PMID 22974648.
  3. ୩.୦ ୩.୧ ୩.୨ ୩.୩ Hemphill JC, 3rd; Greenberg, SM; Anderson, CS; Becker, K; Bendok, BR; Cushman, M; Fung, GL; Goldstein, JN; Macdonald, RL; Mitchell, PH; Scott, PA; Selim, MH; Woo, D; American Heart Association Stroke, Council; Council on Cardiovascular and Stroke, Nursing; Council on Clinical, Cardiology (July 2015). "Guidelines for the Management of Spontaneous Intracerebral Hemorrhage: A Guideline for Healthcare Professionals From the American Heart Association/American Stroke Association". Stroke; a journal of cerebral circulation. 46 (7): 2032–60. doi:10.1161/str.0000000000000069. PMID 26022637.
  4. Hennerici, Michael (2003). Imaging in Stroke (in ଇଂରାଜୀ). Remedica. p. 1. ISBN 9781901346251.