ଆସମା ବଦର

ଉଇକିପିଡ଼ିଆ‌ରୁ
ଆସମା ବଦର
ଜନ୍ମ (1988-01-11) ୧୧ ଜାନୁଆରୀ ୧୯୮୮ (ବୟସ ୩୬)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିସସୁରାଲ୍ ସୀମର୍ କା

ଆସମା ବଦର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି । ସେ ସସୁରାଲ୍ ସୀମର୍ କା ଧାରାବାହିକ ପାଇଁ ଜଣାଶୁଣା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୯୮୮ ମସିହାର ଜାନୁଆରୀ ୧୧ ତାରିଖରେ ସେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

୨୦୧୧ ମସିହାରେ ସେ ସାହାରା ୱାନ୍‌ରେ ପ୍ରସାରିତ ଧାରାବାହିକ ଗଙ୍ଗା କି ଧିଜରେ ଅଭିନୟ ପାଇଁ ବଛାଯାଇଥିଲେ, ମାତ୍ର ପରେ ଏଥିରେ ବାଦ୍ ପଡ଼ିଥିଲେ ।[୨] କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ସସୁରାଲ୍ ସୀମର୍ କାରେ ସେ ନୈନା ଭୂମିକାରେ ଅଭିନୟ ପାଇଁ ଲୋକଲୋଚନକୁ ଆସିଥିଲେ । ସେ ଟିଭି ଧାରାବାହିକ ଲାପତାଗଞ୍ଜ,[୩] ତୁଝ ସଙ୍ଗ ପ୍ରୀତ[୪] ଏବଂ ଯୋଦ୍ଧା ଆକବର ଆଦିରେ ଅଭିନୟ କରିଛନ୍ତି ।

୨୦୧୪ ମସିହାରେ ସେ କନ୍ନଡ଼ କଥାଚିତ୍ର ପୁଙ୍ଗି ଦାସାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୫ ମସିହାରେ ଏମ୍‌ଟିଭି ବିଗ୍ ଏଫ୍‌ରେ କାମ କରିଥିଲେ, ଯେଉଁଠି ସେ ତାଙ୍କ ସହ-ଅଭିନେତ୍ରୀ ମଧୁରା ନାଏକଙ୍କୁ ଚୁମ୍ବନ ଦେଇଥିଲେ ଏବଂ ଏହା ଭାରତୀୟ ଦୂରଦର୍ଶନ ଇତିହାସରେ ପ୍ରଥମ ଥିଲା ।[୫][୬] ୨୦୧୯ ମସିହାରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ତୁଝ୍ ସେ ହୈ ରାବତାରେ ଅଭିନୟ କରିଥିଲେ ।[୭]

ଆଧାର[ସମ୍ପାଦନା]

  1. "Asma Badar". Tvtalks.in. Archived from the original on 2015-04-14. Retrieved 2015-05-22.
  2. "ASMA BADAR An Ex Student From K C Debut In GANGA KI DHEEJ On Sahara One". Kreating Charakters Acting Institute. Retrieved 2016-07-10.
  3. "Asma Badar in Mrs. Kaushik Ki Paanch Bahuein". Timesofindia.indiatimes.com. Retrieved 2015-05-22.
  4. "Acting Institute News :KC Student ASMA BADAR in TUJH SANG PREET LAGAYI SAJANA". Kreatingcharaktersactinginstitute.com. Retrieved 2015-05-22.
  5. "Madhura Naik opens up about locking lips with female co-star Aasma Badar on MTV's Big F". Bollywood Life (in ଇଂରାଜୀ). 2015-11-15. Retrieved 2023-10-12.
  6. "Desi TV says the 'L' word". www.deccanchronicle.com. Retrieved 2015-11-20.
  7. "Tujhse Hai Raabta: Kalyani to betray Malhar for Atharva". www.iwmbuzz.com. Retrieved 2019-06-02.

ବାହାର ଆଧାର[ସମ୍ପାଦନା]