ଆଲ୍ଭିନ କାଲିଚରଣ
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Alvin Isaac Kallicharran | |||
ଜଣାଶୁଣା ନାଆଁ | Kalli | |||
ଉଚ୍ଚତା | ୧.୬୪ m (୫ ft ୫ in) | |||
ବ୍ୟାଟିଂ ପ୍ରକାର | ବାମ-ହାତି ବ୍ୟାଟସ୍ ମ୍ୟାନ୍ | |||
ବୋଲିଂ ପ୍ରକାର | Right-arm off break | |||
ଭୁମିକା | Batsman | |||
ସମ୍ପର୍କ | D. I. Kallicharran (brother), M. V. Nagamootoo (nephew) | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | ୱେଷ୍ଟଇଣ୍ଡିଜ | |||
ପ୍ରଥମ ଟେଷ୍ଟ (cap 144) | 6 April 1972 v New Zealand | |||
ଶେଷ ଟେଷ୍ଟ | 4 January 1981 v Pakistan | |||
ପ୍ରଥମ ଦିନିକିଆ | 5 September 1973 v England | |||
ଶେଷ ଦିନିକିଆ କ୍ରିକେଟ | 4 February 1981 v England | |||
Domestic team information | ||||
Years | ଦଳ | |||
1967–1981 | Guyana | |||
1971–1990 | Warwickshire | |||
1972–1974 | Berbice | |||
1977–1978 | Queensland | |||
1981–1984 | Transvaal | |||
1984–1988 | Orange Free State | |||
1984–1987 | Impalas | |||
କ୍ୟାରିଅର ତଥ୍ୟ | ||||
ସ୍ପର୍ଦ୍ଧା | Tests | ODIs | FC | List A |
ମ୍ୟାଚ ସଂଖ୍ୟା | 66 | 31 | 505 | 383 |
ରନ | 4399 | 826 | 32650 | 11336 |
ବ୍ୟାଟିଂ ଆଭରେଜ | ୪୪.୪୩ | ୩୪.୪୧ | ୪୩.୬୪ | ୩୪.୬୬ |
୧୦୦/୫୦ | ୧୨/୨୧ | ୦/୬ | ୮୭/୧୬୦ | ୧୫/୭୧ |
ସର୍ବାଧିକ ରନ | 187 | 78 | 243* | 206 |
ବଲ ସଂଖ୍ୟା | ୪.୬ | ୧୦୫ | 7133 | 2294 |
ଉଇକେଟ | 4 | 3 | 84 | 42 |
ବୋଲିଂ ଆଭରେଜ | ୩୯.୫୦ | ୨୧.୩୩ | ୪୭.୯୭ | ୪୩.୩୦ |
୫ ଉଇକେଟ ବା ଅଧିକ | 0 | 0 | 1 | 1 |
୧୦ ଉଇକେଟ ବା ଅଧିକ | 0 | n/a | {{{tenfor3}}} | {{{tenfor4}}} |
ଶ୍ରେଷ୍ଠ ବୋଲିଂ | ୨/୧୬ | ୨/୧୦ | ୫/୪୫ | ୬/୩୨ |
କ୍ୟାଚ/ଷ୍ଟମ୍ପିଂ | ୫୧/୦ | ୮/୦ | ୩୨୩/- | ୮୬/- |
Source: Cricinfo, 2 July |
ଆଲ୍ଭିନ ଆଇଜାକ୍କ କାଲିଚରଣ (ଜନ୍ମ ୨୧ ମାର୍ଚ୍ଚ୍ ୧୯୪୯ ) iଜଣେ ପୂର୍ବତନ ୱେଷ୍ଟ ଇଣ୍ଡିଜର ଜାତୀୟ କ୍ରିକେଟ ଖେଳାଳି । ସେ ଇଣ୍ଡୋ- ଗୁଏନିଜ ବଂଶର ଜନ୍ମିତ ଥିଲେ ଓ ୱେଷ୍ଟ ଇଣ୍ଡିଜ ପାଇଁ ୧୯୭୨ ମସିହାରୁ ୧୯୮୧ ମସିହା ଯାଏ ଖେଳିଥିଲେ । ତାଙ୍କର ଜନ୍ମ ବ୍ରିଟିଶ ଗୁଏନା ( ବର୍ତମାନ ଗୁଏନା )ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଭାଇ ଡେରେକ ଗୁଏନ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ ଓ ପରେ ଆମେରିକା ଯୁକ୍ତରାଷ୍ଟ୍ରରେ ଖେଳିଥିଲେ । କାଲିଚରଣ ତାଙ୍କର ସତର୍କ ତଥା ନିଖୁଣ ବେଟିଙ୍ଗ ପାଇଁ ଜଣାଶୁଣା ଥିଲେ । ୧୯୭୩ ମସିହାରେ ବିଖ୍ୟାତ " ୱିସଡେନ" ପତ୍ରିକାର " ୱିସଡେନ କ୍ରିକେଟର ଓଫ ଦି ଇୟର " ପୁରସ୍କାର ପାଇଥିଲେ । ସେ ଜଣେ ବାମ ହାତି ବେତସମେନ ଓ ଡାହାଣ ହାତି ଅଫ- ସ୍ପିନ ବୋଲର । ସେ ୧୯୭୫ ଓ ୧୯୭୯ ବିଶ୍ୱକପ ବିଜେତା ୱେଷ୍ଟ ଇଣ୍ଡିଜ ଦଳର ସଦସ୍ୟ ଥିଲେ ।ତାଙ୍କର ସର୍ବାଧିକ ସ୍କୋର ୧୮୭ ଭାରତ ବିରୁଦ୍ଧରେ ୧୯୭୮-୭୯ ମସିହାର ୱେଷ୍ଟ ଇଣ୍ଡିଜର ଟୁରରେ ହେଇଥିଲା । ବ୍ରିଟିଶ ଘରେଇ କ୍ରିକେଟରେ ସେ ୱାରବିକଶଇୟାର ତରଫରୁ ସଫଳତାର ସହ ବହୁ ବର୍ଷ ଖେଳିଥିଲେ । ୧୯୮୬ ମସିହାରେ ସେ ନାଟୱେଷ୍ଟ ଟ୍ରଫି ପାଇଁ ସେହି ଦଳ ତରଫରୁ ଅକ୍ସଫୋର୍ଡଶାଇଆର ବିରୁଦ୍ଧରେ ଏକ ଏକଦିବଶୀୟ ମେଚରେ ସେ ୨୦୬ ରଣ କରିବା ସହ ୩୨ ରନ ଦେଇ ୬ଟି ୱିକେଟ ନେଇଥିଲେ । .[୧]
ଇଂଲଣ୍ଡ ବିରୁଦ୍ଧ ଏକ ଟେଷ୍ଟ ମେଚର ପ୍ରଥମ ଦିବସରେ ସେ ୧୫୮ ରନ୍ କଳା ପରେ ବିବାଦୀୟ ପରିସ୍ଥିତିରେ ଶେଷ ବଲରେ ଟନୀ ଗ୍ରେଙ୍କଦ୍ୱାରା ରନ ଆଉଟ ହେଇ ଚର୍ଚିତ ହେଇଥିଲେ । ସେ ୧୯୭୭ ମସିହାରେ ବିଦ୍ରୋହୀ ବିଶ୍ୱ ସିରିଜ କ୍ରିକେଟରେ ଯୋଗ ଦେବାରେ ବିଫଳ[୨] ହେବା ପରେ ୱେଷ୍ଟ ଇଣ୍ଡିଜ ଜାତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ ହେଇଥିଲେ । କିନ୍ତୁ ତାହା ପରେ ସେ ଦକ୍ଷିଣ ଆଫ୍ରିକାକୁ ଏକ ଅଣ - ଅଫିସିଆଲ ବିଦ୍ରୋହୀ ଟୁରରେ ଯାଇ କ୍ରିକେଟରେ ଜାତିବାଦ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ମୁଖୀନ ହେଇଥିଲେ ।ଉଲ୍ଲେଖଯୋଗ୍ୟ ଯେ , ସେ ସମୟରେ ଦକ୍ଷିଣ ଆଫ୍ରିକାକୁ ବିଶ୍ୱ ସମୁଦାଯ ଜାତିଭେଦ ନୀତି ଅବଲମ୍ବନ କରୁଥିବାରୁ ସମସ୍ତ ପ୍ରକାର ଖେଳରୁ ବାସନ୍ଦ କରିଥିଲେ । ଏହା ପରେ ସେ ଦକ୍ଷିଣ ଆଫ୍ରିକାର ଅରେଞ୍ଜ ଫ୍ରି ଷ୍ଟେଟ ଓ ଟ୍ରାନସଭାଲ ତରଫରୁ ଖେଳିଥିଲେ ।
ବର୍ତମାନ କାଲିଚରଣ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ କାରୋଲିନାରେ ବସ୍ଥାନ କରି ସେଠାରେ ଯୁବକ ମାନଙ୍କୁ କ୍ରିକେଟ କୋଚିଙ୍ଗ ପ୍ରଦାନ କରୁଛନ୍ତି ।
ଅନ୍ତର୍ଜାତିକ ଇଣ୍ଟର୍ନେଟ ସଂସ୍ଥାନ UiTV କନ୍ନେକ୍ଟ ନାମକ କମ୍ପାନୀର ସେ ବର୍ତମାନ ବ୍ରାଣ୍ଡ ଆମ୍ବାସାଡର ଭାବରେ ରହିଛନ୍ତି । [୩][୪]
ଆଧାର[ସମ୍ପାଦନା]
- ↑ "Warwickshire v Oxfordshire at Birmingham, 4 Jul 1984". Uk.cricinfo.com. Retrieved 19 January 2012.
- ↑ His attempt to join Packer foundered when it was discovered he had contravened a contract with a Queensland radio station but instead took on the captaincy of West Indies in 1977-8 when Clive Lloyd resigned over the Packer issue. http://www.espncricinfo.com/westindies/content/player/52285.html
- ↑ Roy, Nisha (2013-02-12). "UiTV Connect: UiTV Connect Brand Ambassador, Alvin Kallicharran". Uitvconnects.blogspot.co.uk. Retrieved 2014-08-01.
- ↑ "Welcome to UITV Internet Television, High Definition Internet Television, Online Movie Trailers, Live Telecast Matches, Music, Entertainment, Lifestyle Videos, Online Movies". Uitvconnect.com. Retrieved 2014-08-01.