ଆଲୋଚନା:ମୁଲୁଗାଇଁ

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୁଳୁଗାଇଁ ଗୋଟିଏ ଗାଁ ର ନାମ ଏହା କେନ୍ଦ୍ରାପଡା ଜିଲ୍ଲା ଅଧିନସ୍ଥ ପଟ୍ଟାମୁଣ୍ଡାଇ ବ୍ଲକ ର ବଡ଼ପଡା ଗ୍ରାମପଞ୍ଚାୟତ ର ୦୧ନଂ ୱାର୍ଡ ଏହାର ଜନସଂଖ୍ୟା ପ୍ରାୟ ୭୦୦ରୁ୮୦୦ମଧ୍ୟରେ ଏତେ ଜନସଂଖ୍ୟା ବିଶିଷ୍ଟ ହୋଇଥିଲେ ମଧ୍ୟ ରାଜନୈତିକ ଉଦାସୀନତା ମନୋଭାବ ଯୋଗୁଁ ଏହି ଗାଁଟି ର ଆଖିଦୃଶିଆ ବିକାଶ ହୋଇପାରିନାହିଁ ଭୌଗଳିକ ଦୃଷ୍ଟିକୋଣ ରୁ ଗ୍ରାମ ଟି ପଞ୍ଚାୟତ ର ୫କିମି ଦୂରରେ ଏବଂ ବ୍ଲକଠୁ ୧୨ କିମି ଦୂରରେ ଅବସ୍ଥାପିତ ଗ୍ରାମ ର ଉତ୍ତର ଦିଗରେ ଶିବମନ୍ଦିର ଏବଂ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ,ମହିମାଅଲେଖ ମଠ ଓ ଖେଳପଡିଆ ଅବସ୍ଥିତ ଉତ୍ତରରେ ୧କିମି ଗଲେ ଦୋସିଆ ଛକ ପଡେ ପଶ୍ଚିମ ପଟେ ତଳପଡା ଗାଁ ଓ ଦକ୍ଷିଣ ପଟେ ଗଲେ କାଠିଆପଡା ପରେ ବଡ଼ପଡା ପଡ଼େ । ଗାଁ ରେ ଏ ଅଞ୍ଚଳର କ୍ରିକେଟ ଖେଳ ପ୍ରଥମେ ଆରମ୍ଭ ହୋଇଥିଲେ ହେଁ ଆଜି ଏଠାରେ ସେମିତି କିଛି ଦେଖିବାକୁ ମିଳେନାହିଁ ଯାତ୍ରାକଳା ରେ ନାଁ କରିଥିବା ଏହି ଗାଁରେ ଆଜି ଯାତ୍ରା ହେଖିବାକୁ ମିଳୁନି ଶିକ୍ଷା କ୍ଷେତ୍ରରେ ବ୍ୟାପକ ସୁଦୃଢ଼ ଥିବା ଗାଁଟି ର ପିଲାମାନେ ଆଜି ଶିକ୍ଷା ପ୍ରତି ବିମୁଖ ହେଉଛନ୍ତି ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇଥିବା ଏହି ଗାଁ ଟି ରେ ଆଜି କେହି ଗାଁ ରେ ବସବାସ କରିବାକୁ ପସନ୍ଦ କରୁ ନାହାନ୍ତି କିନ୍ତୁ ସର୍ବୋପରି ମୋ ଗାଁ ର ସୁଗନ୍ଧ ଦୂରଦୁରାନ୍ତ ପର୍ଯ୍ୟନ୍ତ ମୋ ଘ୍ରାଣ ରେ ଗୁଞ୍ଜରିତ ହେଉଥିବ ।