ଆଲୋଏରା

ଉଇକିପିଡ଼ିଆ‌ରୁ


ଆଲୋଏରା (ମୃତ୍ୟୁ ୯୯୨), ୯୮୨ରୁ ୯୯୨ ପର୍ଯ୍ୟନ୍ତ ନିଜ ପୁଅଙ୍କ ସହ ମିଶି କାପୁଆର ରାଜକୁମାରୀ ହୋଇଥିଲେ । ସେ ତାଙ୍କ ରାଜ୍ୟକୁ ଅତି ଦକ୍ଷ ଭାବରେ ଶାସନ କରିଥିଲେ ବୋଲି କୁହାଯାଉଥିଲା ।[୧]

ଜୀବନୀ[ସମ୍ପାଦନା]

ଜଣେ ଇଟାଲୀୟ ରାଜକୁମାରୀ ଏବଂ ଆଲୋଏରା ପିଟରଙ୍କ ଝିଅ ଥିଲେ । ସେ କାପୁଆ ଏବଂ ବେନେଭେଣ୍ଟୋର ରାଜକୁମାର ପାଣ୍ଡୁଲଫ ଆଇରନହେଡଙ୍କୁ ବିବାହ କରିଥିଲେ । ସେ ନିଜକୁ ରାଜକୁମାର, ଡ୍ୟୁକ ଏବଂ ମାର୍କିସ ଭାବରେ ମଧ୍ୟ ପରିଚିତ କରିଥିଲେ । ସେ ଉତ୍ତରାଧିକାରୀ ଭାବରେ, କାପୁଆ ଏବଂ ବେନେଭେଣ୍ଟୋର ରାଜକୁମାର ଏବଂ ଇଟାଲୀର ସବୁଠାରୁ ଶକ୍ତିଶାଳୀ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ । ସେ ୯୮୧ରେ କାପୁଆରେ ମୃତ୍ୟୁ ବରଣ କରିଥିଲେ । ସେମାନଙ୍କର ୫ଟି ପୁତ୍ର ସନ୍ତାନ ଥିଲେ; ଲ୍ୟାଣ୍ଡୁଲଫ ଚତୁର୍ଥ, ପାଣ୍ଡୁଲଫ, ଆଟେନୁଲଫ, ଲ୍ୟାଣ୍ଡେନୁଲଫ ଓ ଲାଇଡୁଲଫ ।[୨] କିନ୍ତୁ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ହିଂସାତ୍ମକ ଦେହାନ୍ତ ହୋଇଥିଲା ।

୯୮୨ ମସିହାରେ ଆଲୋଏରା ନିଜର ଜଣେ ପୁତ୍ରଙ୍କ ସହିତ ମିଶି ଏକତ୍ର ଶାସନ କରିବାକୁ ଲାଗିଲେ ଏବଂ ଜ୍ଞାନ ଓ ସାହସ ସହିତ ଶାସନ କରିଥିଲେ । ପରେ ୯୯୨ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।

ଆଲୋଏରାଙ୍କ ପୁତ୍ର ଲ୍ୟାଣ୍ଡୁଲଫ ଚତୁର୍ଥ. ୯୮୨ ମସିହାରେ ଗ୍ରୀକ ଏବଂ ସାର୍କୈନ୍ସ ବିରୁଦ୍ଧରେ ସମ୍ରାଟଙ୍କ ପକ୍ଷରୁ ଯୁଦ୍ଧରେ ଲଢ଼ି ମୃତ୍ୟୁବରଣ କରିଥିଲେ । ୯୯୩ ମସିହାରେ ଲ୍ୟାଣ୍ଡେନୁଲଫଙ୍କୁ ନିଜ ସମ୍ପର୍କୀୟଙ୍କଦ୍ୱାରା ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା; ଏବଂ ତାଙ୍କ ଭାଇ ଲାଇଡୁଲଫ, ଯିଏ ସଫଳ ହୋଇଥିଲେ, ତାଙ୍କ ଭାଇଙ୍କ ମୃତ୍ୟୁରେ ସମ୍ପୃକ୍ତ ଥିବାରୁ ସମ୍ରାଟ ଓଟୋ ତୃତୀୟଙ୍କଦ୍ୱାରା ୯୯୯ ମସିହାରେ ତାଙ୍କୁ ବରଖାସ୍ତ କରାଯାଇଥିଲା ।

ଗ୍ରନ୍ଥସମୂହ[ସମ୍ପାଦନା]

s:A Cyclopaedia of Female Biography/Aloara

ଆଧାର[ସମ୍ପାଦନା]

  1. Rose, Hugh James (1857), A New General Biographical Dictionary. Vol. 1 AA–ANS. London: B. Fellowes et al. p. 360.
  2. Platts, John. A New Universal Biography. Sherwood, Jones, and Co. 1826.