ଆଲାନ ଟ୍ୟୁରିଙ୍ଗ

ଉଇକିପିଡ଼ିଆ‌ରୁ
ଆଲାନ ଟ୍ୟୁରିଙ୍ଗ
OBE, FRS
ରୟାଲ୍ ସୋସାଇଟିର ଫେଲୋ ନିର୍ବାଚିତ ହେବା ସମୟରେ ଟ୍ୟୁରିଙ୍ଗ
Born
ଆଲାନ ମାଥିସନ ଟ୍ୟୁରିଙ୍ଗ

(1912-06-23)୨୩ ଜୁନ ୧୯୧୨
ମାଏଦା ୱେଲ୍, ଲଣ୍ଡନ୍
Died୭ ଜୁନ ୧୯୫୪(1954-06-07) (ବୟସ ୪୧)
ୱିଲ୍ମସ୍ଲୋ, ଚେଶାଇୟର୍, ଇଂଲଣ୍ଡ
Nationalityବ୍ରିଟିଶ୍
Alma materKing's College, Cambridge
Princeton University
Known for
AwardsOfficer of the Order of the British Empire
Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରଗଣିତ, cryptanalysis, computer science
କର୍ମାନୁଷ୍ଠାନUniversity of Cambridge
Government Code and Cypher School
National Physical Laboratory
University of Manchester
ବୈଜ୍ଞାନିକ ନିବନ୍ଧSystems of Logic based on Ordinals (1938)
ଡକ୍ଟରୀ ଉପଦେଷ୍ଟାAlonzo Church[୧]
ଡକ୍ଟରୀ ଛାତ୍ରRobin Gandy[୧]
ଆଲାନ ଟ୍ୟୁରିଙ୍ଗ‌ଙ୍କ ମୂର୍ତ୍ତୀ
ଆଲାନ ଟ୍ୟୁରିଙ୍ଗ‌ଙ୍କ ଯନ୍ତ୍ରର ପୁନର୍ନିର୍ମାଣ

ଆଲାନ ମାଥିସନ ଟ୍ୟୁରିଙ୍ଗ (୨୩ ଜୁନ ୧୯୧୨ - ୭ ଜୁନ ୧୯୫୪) ଲଣ୍ଡନ‌ରେ ଜନ୍ମିତ ଜଣେ ବ୍ରିଟିଶ୍ ଗଣିତଜ୍ଞ ଓ କମ୍ପ୍ୟୁଟର ବିଜ୍ଞାନୀ ଥିଲେ ।

ପ୍ରଥମେ ପ୍ରଥମେ କମ୍ପ୍ୟୁଟର ବିଷୟରେ କାମ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସେ ଜଣେ । ମଣିଷକୁ କଷ୍ଟ ଲାଗୁଥିବା କାମକୁ କମ୍ପ୍ୟୁଟର ମାଧ୍ୟମରେ କରିବା କଥା ସେ ପ୍ରଥମେ ଚିନ୍ତା କରିଥିଲେ । ୧୯୩୬ରେ ସେ ଟ୍ୟୁରିଙ୍ଗ ଯନ୍ତ୍ର ଉଦ୍ଭାବନ କରିଥିଲେ । ଏହା ଏକ କାଳ୍ପନିକ ଯନ୍ତ୍ର ହେଲେ ହେଁ, କାର୍ଯ୍ୟକ୍ରମ (program)ର ଧାରଣା ସଂଶ୍ଳିଷ୍ଟ ଥିଲା ।

କୃତ୍ରିମ ବୁଦ୍ଧିମତାରେ ଟ୍ୟୁରିଙ୍ଗ ଆଗ୍ରହୀ ଥିଲେ । ସେ ଟ୍ୟୁରିଙ୍ଗ ପରୀକ୍ଷାର ପ୍ରସ୍ତାବ ଦେଲେ, କୌଣସି ଯନ୍ତ୍ରର ବୁଦ୍ଧିମତା ନିର୍ଣୟ କରିବା ପାଇଁ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଟ୍ୟୁରିଙ୍ଗ ଜର୍ମାନ୍ ଗୁପ୍ତ ସନ୍ଦେଶର ଅର୍ଥ ନିର୍ଣୟ କରୁଥିଲେ । ପରେ, ସେ ଅନ୍ୟ ଜର୍ମାନ୍ ସଂକେତ ସମାଧାନ କରୁଥିଲେ ।

୧୯୪୫ରୁ ୧୯୪୭ ପର୍ଯ୍ୟନ୍ତ ଟ୍ୟୁରିଙ୍ଗ ସ୍ୱଂୟକ୍ରୀୟ କମପ୍ୟୁଟିଙ୍ଗ ଯନ୍ତ୍ର ନିର୍ମାଣ ପାଇଁ କାମ କରୁଥିଲେ । ୧୯ ଫେବୃୟାରୀ ୧୯୪୬ରେ ସେ ଏଥିପାଇଁ ଏକ ଡିଜାଇନ୍ ପ୍ରଦାନ କଲେ । ଯଦିଓ ଏହା ଏକ କାର୍ଯ୍ୟକାରୀ ଡିଜାଇନ୍ ଥିଲା, ଯୁଦ୍ଧ ସମୟ ଯୋଗୁ ପ୍ରକଳ୍ପ ଆରମ୍ଭରେ ଅନେକ ବିଳମ୍ବ ହେଲା । ୧୯୪୭ରେ ବର୍ଷକର ଛୁଟି ନେଇ ସେ କେମ୍ବ୍ରିଜ ଚାଲି ଆସିଲେ । କେମ୍ବ୍ରିଜ‌ରେ ଥିଲାବେଳେ, ତାଙ୍କ ଅନୁପସ୍ଥିତିରେ ସ୍ୱଂୟକ୍ରୀୟ କମ୍ପ୍ୟୁଟର ନିର୍ମାଣ କରାଗଲା । ୧୦ ମଈ ୧୯୫୦ରେ ଏହା ପ୍ରଥମ କାର୍ଯ୍ୟକ୍ରମ ସମ୍ପାଦନ କଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଟ୍ୟୁରିଙ୍ଗ ଜଣେ ସମଲିଙ୍ଗୀ ଥିଲେ । ୧୯୫୨ରେ ଟ୍ୟୁରିଙ୍ଗ ସ୍ୱୀକାର କଲେ ଯେ ସେ ଇଂଲଣ୍ଡରେ ଜଣେ ପୁରୁଷ ସହିତ ସମ୍ବନ୍ଧ ରଖିଥିଲେ । ସେତେବେଳେ, ସମଲିଙ୍ଗୀ କାର୍ଯ୍ୟକଳାପ ଅପରାଧ ଥିଲା । ସେ ଦୋଷୀ ସାବ୍ୟସ୍ତ ହେଲେ ଓ ନିଷ୍ପତି ନେବା ପାଇଁ ବାଧ୍ୟ ହେଲେ । ତାଙ୍କୁ ଜେଲ ଯିବା ଓ ଶାରୀରିକ କ୍ଷୁଧା କମ କରିବା ପାଇଁ ହର୍‌ମୋନ୍ ନେବା ପାଇଁ ବିକଳ୍ପ ଦିଆଗଲା । ସେ ହର୍‌ମୋନ୍ ନେବା ପାଇଁ ନିଷ୍ପତି ନେଲେ । ସଜା ପରେ, ସେ ନପୁଂଷକ ହୋଇଗଲେ । ତାଙ୍କର ସ୍ତନବୃଦ୍ଧି ମଧ୍ୟ ଘଟିଲା ।

ମୃତ୍ୟୁ[ସମ୍ପାଦନା]

୧୯୫୪ରେ, ଦୁଇ ବର୍ଷର କଷ୍ଟ ପରେ, ସିଆନାଇଡ଼ ମିଶ୍ରିତ ଶେଓ ଖାଇ ସେ ମୃତ୍ୟୁବରଣ କଲେ ।

ତାଙ୍କୁ ଦିଆଯାଇଥିବା ସଜାକୁ ଏବେ ଭେଷଜ ବିଜ୍ଞାନ ଓ ଆନ୍ତର୍ଜାତୀୟ ମାନବ ଅଧିକାର ଅନୁସାରେ ଭୁଲ୍ ବୋଲି ବିଶ୍ୱାସ କରାଯାଉଛି । ଟ୍ୟୁରିଙ୍ଗ‌ଙ୍କୁ ସମଲିଙ୍ଗୀ ବୋଲି ଦଣ୍ଡ ଦେଇଥିବାରୁ ୨୦୦୯ରେ ଏକ ଦରଖାସ୍ତରେ କ୍ଷମାପ୍ରାର୍ଥନା କରାଗଲା । ଦରଖାସ୍ତରେ ସହସ୍ରାଧିକ ଦସ୍ତଖତ ଥିଲା । ପ୍ରଧାନମନ୍ତ୍ରୀ ଗର୍ଡନ୍ ବ୍ରାଉନ୍ ଦରଖାସ୍ତ ଗ୍ରହଣ କଲେ ଓ ଟ୍ୟୁରିଙ୍ଗ‌ଙ୍କ ଦଣ୍ଡକୁ "ଭୟଙ୍କର" ବୋଲି କହିଲେ ।

ସହସ୍ରାଧିକ ଲୋକ ଆଲାନ ଟ୍ୟୁରିଙ୍ଗ‌ଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହେଲେ । ଟ୍ୟୁରିଙ୍ଗ‌ଙ୍କୁ ତତ୍କାଳୀନ ଆଇନ୍ ଅନୁସାରେ ଦଣ୍ଡିତ କରାଗଲା, ଯାହା ଫେରାଯାଇ ପାରିବ ନାହିଁ, କିନ୍ତୁ ତାହା ଅନୁଚିତ ଓ ମୁଁ ଦୁଃଖିତ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ । ତେଣୁ ବ୍ରିଟିଶ ସରକାର ଓ ଆଲାନ‌ଙ୍କ କାର୍ଯ୍ୟରୁ ପ୍ରଭାବିତ ଜନତାଙ୍କ ତରଫରୁ ଦୁଃଖର ସହିତ ମୁଁ କହୁଛି ଯେ: ଆମେ ଦୁଃଖିତ, ତୁମେ ସମ୍ମାନର ଅଧିକାରୀ ଥିଲ ।

ଆଧାର[ସମ୍ପାଦନା]

ଅନ୍ୟ ୱେବସାଇଟ[ସମ୍ପାଦନା]

  • Jack Copeland 2012. Alan Turing: The codebreaker who saved 'millions of lives'. BBC News / Technology [୧]